ଆମ ଜିଲା ଖବର

ଭାରସାମ୍ୟ ହରାଇ ଗଛକୁ ପିଟିଲା କାର୍‌: ଜଣେ ମୃତ, ୨ ଗୁରୁତର

ଫୁଲବାଣୀ ଅଫିସ,୪।୧୨: କନ୍ଧମାଳ ଜିଲା ଫୁଲବାଣୀ ଏଫ୍‌ସିଆଇ ଛକର ନିଶ୍ୱାସ କଲେଜ ନିକଟରେ ବୁଧବାର ଭାରସାମ୍ୟ ହରାଇ ଏକ କାର୍‌ (ଓଆର୍‌୦୫ଏଲ୍‌ ୯୧୯୧) ଗଛରେ ପିଟିହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ କାର୍‌ ଚାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ମହିଳା...

ଉଗ୍ରତାରା ଛକରୁ ଲୁଟ୍‌ ହୋଇଥିବା କୋଟିଏରୁ ଊର୍ଦ୍ଧ୍ୱ ମୂଲ୍ୟର ସିଗାରେଟ୍‌ ଦିଲ୍ଲୀରୁ ଜବତ: ୨ ଗିରଫ

ଖୋର୍ଦ୍ଧା ଅଫିସ, ୪।୧୨: ଖୋର୍ଦ୍ଧା ଜିଲା ଟାଙ୍ଗୀ ଥାନା ଉଗ୍ରତାରା ଛକରୁ ଚୋରି ହୋଇଥିବା ୧ କୋଟି ୨ ଲକ୍ଷ ଟଙ୍କାର ୨୩୮ କାର୍ଟୁନ ସିଗାରେଟ୍‌ ଦିଲ୍ଲୀରୁ ଜବତ ହୋଇଛି। ଏହି ଘଟଣାରେ ଦୁଇଜଣଙ୍କୁ ଗିରଫ କରାଯିବା ସହ ସେମାନଙ୍କଠାରୁ...

ଟାଇଲ୍‌ କାମ କରୁଥିବା ବେଳେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଯୁବକ ଗୁରୁତର

ତିହିଡ଼ି,୪।୧୨(ଡି.ଏନ୍‌.ଏ): ଭଦ୍ରକ ଜିଲା ତିହିଡ଼ି ଥାନା ମୁକୁନ୍ଦପୁର ପଞ୍ଚାୟତ ଅଧୀନ ଝିଙ୍କିରିଆ ଗ୍ରାମର ଜଣେ ଯୁବକ ବୁଧବାର ପୂର୍ବାହ୍ନରେ ୧୧କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଗୁରୁତର ହୋଇଛନ୍ତି। ସେ ହେଲେ ମାନସ କୁମାର ସାହୁ(୨୧)। ମାନସ ତିହିଡ଼ି ବଜାରରେ...

ବେଲଘର ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଅଭାବ: ତୁରନ୍ତ ନିଯୁକ୍ତି ଦାବିରେ ୨୬ କିମି ଚାଲିଲେ ଛାତ୍ର

ତୁମୁଡ଼ିବନ୍ଧ,୪।୧୨(ଡି.ଏନ୍‌.ଏ.): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ବ୍ଲକ ଅନ୍ତର୍ଗତ ବେଲଘର ସରକାରୀ ଉଚ୍ଚ ବିଦ୍ୟାଳୟର ଅଷ୍ଟମ ଓ ନବମ ଶ୍ରେଣୀର ୫୪ଜଣ ଛାତ୍ର ଶିକ୍ଷକ ଦାବିରେ ୨୬ କିମି ବାଟ ଚାଲିଛନ୍ତି। ମଙ୍ଗଳବାର ରାତି ୩ଟାରେ ବିଦ୍ୟାଳୟ ହଷ୍ଟେଲରୁ ବାହାରି ଛାତ୍ରମାନେ...

ରବିଚାଷ ଲାଗି କୃଷି ନିର୍ଦ୍ଧାରଣ ବୈଠକ: ସରକାରୀ ଯୋଜନାର ସଫଳ ରୂପାୟନକୁ ଗୁରୁତ୍ୱ

ବରଗଡ଼ ଅଫିସ, ୪।୧୨: ବରଗଡ଼ ଜିଲାପାଳ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ବୁଧବାର ରବିଚାଷ ପାଇଁ କୃଷି ନିର୍ଦ୍ଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ, ଜିଲା ମୁଖ୍ୟ କୃଷି ଅଧିକାରୀ ଦୀନବନ୍ଧୁ ଗାନ୍ଧୀଙ୍କ ସମେତ କୃଷି,...

ଭିନ୍ନ ପ୍ରଜାତିର ସାପ ଉଦ୍ଧାର

ପରଜଙ୍ଗ,୪।୧୨(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ଡମୋଳ ଗ୍ରାମର ବାନାମ୍ବର ବେହେରାଙ୍କ ଘର ନିକଟରେ ଥିବା କଦଳୀ ବଗିଚାରୁ ଏକ ଭିନ୍ନ ପ୍ରଜାତିର ସାପ ବୁଧବାର ସକାଳେ ଉଦ୍ଧାର କରାଯାଇଛି । ସାପଟି ଏକ ବେଙ୍ଗ ଗିଳୁଥିବା ସମୟରେ ପରିବାର...

ଶ୍ରୀମନ୍ଦିର ସୁରକ୍ଷା ଜୋନ୍‌ ଉଚ୍ଛେଦ ଆରମ୍ଭ: ଭାଙ୍ଗିଲା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର

ପୁରୀ ଅଫିସ,୪।୧୨ : ଶ୍ରୀମନ୍ଦିର ସୁରକ୍ଷା ଜୋନ୍‌ ଉଚ୍ଛେଦ ଆରମ୍ଭ ହୋଇଛି। ଦୋଳବେଦୀ କୋଣରେ ଥିବା ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ବୁଧବାର ପୂର୍ବାହ୍ନରେ ଭଙ୍ଗାଯିବା ଆରମ୍ଭ ହୋଇଛି। ଗତ ସୋମବାର ସ୍ବାସ୍ଥ୍ୟକେନ୍ଦ୍ର ପରିସରରୁ ଚେୟାର, ଟେବୁଲ୍‌ ଆଦି ଆସବାବପତ୍ର ଖାଲି...

ଦାରିଙ୍ଗବାଡିରେ ଚଳିତମାସର ପହିଲି ଶୀତ, ଖସିଲା ପାରଦ

ଦାରିଙ୍ଗବାଡି,(ଡି.ଏନ.ଏ.)-କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଳକ ଅଞ୍ଚଳରେ ପୁଣି ଶୀତ ଫେରିଛି। ଚଳିତ ମାସର ଏହା ପ୍ରଥମ ଶୀତ ହୋଇଥିବାବେଳେ ତାପମାତ୍ରା ୧୨ଡିଗ୍ରୀରୁ ଖସି ଆସି ବୁଧବାର ସକାଳ ୮ଟା ସୁଦ୍ଧା ୯.୫ଡିଗ୍ରୀରେ ପହଞ୍ଚିଛି। ପାଗ ମେଘୁଆ ଥିବାରୁ ଗତ କିଛି...

କାଳ ସାଜିଛି ରଙ୍ଗ୍‌ ସାଇଡ୍‌ ଡ୍ରାଇଭିଂ:ଟୁଇନ୍‌ ସିଟିରେ ୨୦୦ ସ୍ଥାନ ଚିହ୍ନଟ, ୬୦ ଅତି ସମ୍ବେଦନଶୀଳ

ଭୁବନେଶ୍ୱର,୪ା୧୨(ବ୍ୟୁରୋ):ରଙ୍ଗ୍‌ ସାଇଡ୍‌ ଡ୍ରାଇଭିଂ ଯୋଗୁ ଅଧିକାଂଶ ଦୁର୍ଘଟଣା ଘଟି ଧନଜୀବନ ହାନି ହେଉଛି। ଡିସେମ୍ବର ୧ରୁ ରାଜ୍ୟରେ ନୂଆ ମୋଟର ଯାନ ଆଇନକୁ କଡ଼ାକଡ଼ି କରାଯାଇଥିବାବେଳେ ୧୦ ଟ୍ରଫିକ ନିୟମ ଉଲ୍ଲଂଘନକାରୀ ଧରପଗଡ଼ ଚାଲିଛି। ତେବେ କଟକ ଓ ଭୁବନେଶ୍ୱର...

ଗଣବଳାତ୍କାରକୁ ତୀବ୍ର ବିରୋଧ:ବିକ୍ଷୋଭ, ଶୋଭାଯାତ୍ରାରେ କମ୍ପିଲା ପୁରୀ

ପୁରୀ ଅଫିସ, ୪ା୧୨:ପୁରୀରେ ନାବାଳିକା ଗଣବଳାତ୍କାର ଘଟଣା ଏବେ ରାଜ୍ୟବ୍ୟାପୀ ଚହଳ ସୃଷ୍ଟି କରିଛି। ଏ ନେଇ ସବୁଆଡ଼େ ପ୍ରତିବାଦର ସ୍ବର ତେଜିବାରେ ଲାଗିଛି। ରାଜ୍ୟ ସରକାରଙ୍କୁ ବିରୋଧୀ ଘେରିଥିବାବେଳେ ବିଭିନ୍ନ ସଙ୍ଗଠନ ରାସ୍ତାକୁ ଓହ୍ଲାଇଛନ୍ତି। ଏହି ଘଟଣାକୁ ସବୁସ୍ତରରେ...

ଭୟାବହ ଅଗ୍ନିକାଣ୍ଡ: ୧୮ ବଖରା ଘର ଜଳିଗଲା

ରାଜନଗର,୪।୧୨(ଡି.ଏନ.ଏ.): କେନ୍ଦ୍ରାପଡା ଜିଲା ରାଜନଗର ବ୍ଲକ ଘଡିଆମାଳ ଗ୍ରାମରେ ମଙ୍ଗଳବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି ୧୮ ବଖରା ଘର ଭସ୍ମିଭୂତ ହୋଇଯାଇଛି। ଗ୍ରାମର ବଳରାମ ରାଉତଙ୍କ ୧୨ ବଖରା, ବେଣୁଧର ରାଉତ, କୈଳାଶ ରାଉତ ଓ ବାବୁ...

ରେଭେନ୍‌ଶାରେ ଲୋକପ୍ରିୟ ନାଁ ‘ବୋପା’,୬୨ ବର୍ଷ ହେବ ବିକୁଛନ୍ତି ପାଉଁରୁଟି

କଟକ ଅଫିସ,୪ା୧୨:ରେଭେନ୍‌ଶା ବିଶ୍ୱବିଦ୍ୟାଳୟରେ ‘ବୋପା’ ନାମ ସହ ଅନେକେ ପରିଚିତ। ଛାତ୍ରୀଛାତ୍ରଙ୍କଠାରୁ ଆରମ୍ଭ କରି ଅଧ୍ୟାପିକାଅଧ୍ୟାପକମାନେ ମଧ୍ୟ ତାଙ୍କୁ ସେହି ନାମରେ ଡାକନ୍ତି। ଏଠାରେ ଶିକ୍ଷାଲାଭ କରି ଏବେ ରାଜ୍ୟ ରାଜନୀତିର ମନ୍ତ୍ରୀ, ବିଧାୟକ ପଦବୀରେ ଥିବା ନେତାଙ୍କ ପାଖରେ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri