ଆମ ଜିଲା ଖବର

ବଢୁଛି ଗଲିପୋଲ ନିର୍ମାଣ ବିବାଦ: ସତ୍‌ସଙ୍ଗକେନ୍ଦ୍ର ନିକଟରେ ଗଳି ପୋଲ ନିର୍ମାଣ ଦାବି

ରସୁଲପୁର,୪ା୧୨(ଡି.ଏନ୍‌.ଏ.)- ରସୁଲପୁର ବ୍ଲକ ଅନ୍ତର୍ଗତ ୧୬ନଂ ଜାତୀୟ ରାଜପଥ ଉପରେ ଗଳିପୋଲ ନିର୍ମାଣ ପାଇଁ ବିବାଦ ଛିଡୁନି। ଏହି ବିବାଦ ଦିନକୁ ଦିନ ବଢ଼ିବାରେ ଲାଗିଛି। ରାଜପଥର ବିଲିପଡ଼ା ଓ ସୁଆଁସାହି ଗ୍ରାମ ନିକଟରେ ରାଜପଥକୁ ସଂଯୋଗ କରୁଥିବା ପୂର୍ତ୍ତ...

ଅନ୍ଧାରି ନାଳରେ ଫେଣ ପାଣି ପ୍ରସଙ୍ଗ:ବିପଦମୁକ୍ତ ଦର୍ଶାଇଲା ପରୀକ୍ଷା ରିପୋର୍ଟ

ଯାଜପୁର ଅଫିସ,୪ା୧୨- ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳର ଅନ୍ଧାରି ନାଳରେ ରବିବାର ପ୍ରଚୁର ମାତ୍ରାରେ ବୋହିଥିବା ଫେଣ ପାଣି ବିପଦମୁକ୍ତ। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସ୍‌ପିସିବି)ର ଆଞ୍ଚଳିକ ଅଧିକାରୀ ପ୍ରମୋଦ କୁମାର ବେହେରା ଏହି ସୂଚନା ଦେଇଛନ୍ତି। ସେହିପରି ବିଧାନସଭା...

ପାଚିଲା ଧାନ କ୍ଷେତରେ କୋଇଲା ଖଣି ପାଣି: ଅମଳ ଚିନ୍ତାରେ ଚାଷୀ

କଣିହାଁ,୪।୧୨(ଡି.ଏନ.ଏ.)-କଣିହାଁ ବ୍ଲକ ପଥରମୁଣ୍ଡା ଗ୍ରାମର ଅନେକ ଚାଷ ଜମିରେ ଏମ୍‌ସିଏଲ୍‌ର କଣିହାଁ କୋଇଲା ଖଣି ପାଣି ପଶି ଯାଇଥିବା ଅଭିଯୋଗ ହେଉଛି। କୋଇଲା ଖଣି କର୍ତ୍ତୃପକ୍ଷ ସୋମବାର ବର୍ଜ୍ୟପାଣି ଚାଷ ଜମିକୁ ଛାଡ଼ିବା ଦ୍ୱାରା ଗ୍ରାମର ଚାଷୀମାନେ ଅସନ୍ତୋଷ ପ୍ରକାଶ...

ଚେଳିତୋଳ ବାଲିଯାତ୍ରାକୁ ମାସେ ପୁରିବ: ସଫେଇ ହୋଇ ପାରିଲାନି ପଡ଼ିଆ

ତିର୍ତ୍ତୋଲ,୪ା୧୨(ଡି.ଏନ.ଏ.): ତିର୍ତ୍ତୋଲ ନିକଟସ୍ଥ ମହାନଦୀପଠା ଗୋପିଆକୁଦଠାରେ ପାଳିତ ହୋଇଥିବା ଚେଳିତୋଳ ବାଲିଯାତ୍ରାକୁ ଆଉ କିଛିଦିନ ପରେ ମାସେ ପୁରିବ। ବାଲିଯାତ୍ରା ପରେ ପଡ଼ିଆ ସଫା କରାଯିବା କଥା। ମାତ୍ର ଏହି ପଡିଆରେ ଏ ପର୍ଯ୍ୟନ୍ତ ପଲିଥିନ ସମେତ ବିଭିନ୍ନ ବର୍ଜ୍ୟ...

ମିଶ୍ରପଡ଼ାରେ ଏମ୍‌ସିସି ନିର୍ମାଣକୁ ବିରୋଧ ଜାରି:ସଚେତନ କରି ନ ପାରି ଫେରିଲେ ପୌର କର୍ତ୍ତୃପକ୍ଷ

ଅନୁଗୋଳ ଅଫିସ, ୪।୧୨-ଅନୁଗୋଳ ପୌରାଞ୍ଚଳର ମିଶ୍ରପଡ଼ା ହାଇଟେକ୍‌ ନର୍ସରୀ ନିକଟରେ ନିର୍ମାଣ ହେବାକୁ ଥିବା ମାଇକ୍ରୋ କମ୍ପୋଷ୍ଟି ସେଣ୍ଟର(ଏମ୍‌ସିସି)କୁ ବିରୋଧ ଜାରି ରହିଛି। ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ମଙ୍ଗଳବାର ଅପରାହ୍ନରେ ଆଲୋଚନା ପାଇଁ ପୂର୍ବରୁ ସମୟ ଧାର୍ଯ୍ୟ କରାଯାଇଥିଲେ ବି ବୈଠକ...

ସରୋଜଙ୍କ ସଚ୍ଚୋଟପଣିଆ: ପାଇଥିବା ଟଙ୍କା, ଗହଣା ଫେରାଇଲେ

କାମାକ୍ଷାନଗର,୪।୧୨(ଡି.ଏନ.ଏ.)-ଡ୍ରାଇଭରଙ୍କ ସାମାନ୍ୟତମ ଭୁଲ ଯୋଗୁ ତାଙ୍କ ହାତରେ ଲାଗିଥିଲା ଟଙ୍କା, ଅଳଙ୍କାର ଭର୍ତ୍ତି ବ୍ୟାଗ୍‌। ଚାହିଁଥିଲେ ଏହାକୁ ରଖିଦେଇପାରନ୍ତେ ନିଜ ପାଖରେ। ହେଲେ ଏହା ତାଙ୍କୁ ପାପବୋଧ ହେଲା। ତେଣୁ ସେ ଫେରାଇଦେଲେ ସେସବୁକୁ। ସାମନ୍ୟ ଲୋଭରୁ ମଣିଷ ମଣିଷର...

ଅନ୍ତର୍ଜାତିକ ଭିନ୍ନକ୍ଷମ ଦିବସ: ପ୍ରତ୍ୟେକଙ୍କ ଜିଇଁବାର ଅଧିକାର ରହିଛି

ଜଗତ୍‌ସିଂହପୁର ଅଫିସ୍‌, ୪ା୧୨: ସମ୍ବିଧାନର ଧାରା ୨୧ ଅନୁଯାୟୀ ପ୍ରତ୍ୟେକଙ୍କ ଜିଇଁବାର ଅଧିକାର ରହିଛି। ଏହି ଅନୁଯାୟୀ ଭିନ୍ନକ୍ଷମଙ୍କୁ ଏଥିରୁ ବଞ୍ଚତ୍ତ କରାଯାଇ ପାରିବ ନାହିଁ। ଯଦି ସେଭଳି କିଛି ଘଟେ ତେବେ ଭିନ୍ନକ୍ଷମଙ୍କୁ କୋର୍ଟ, କଚେରି, ମାଲିମକଦ୍ଦମା ପରିଚାଳନା...

ରାଜସ୍ବ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ: ‘ଫନୀ କ୍ଷତିଗ୍ରସ୍ତଙ୍କୁ ଉଚିତ୍‌ ସହାୟତା ଦିଅ’

ଜଗତ୍‌ସିଂହପୁର ଅଫିସ୍‌, ୪ା୧୨: ଫନୀ ବାତ୍ୟା ପ୍ରଭାବରେ ଜଗତ୍‌ସିଂହପୁର ଜିଲାରେ ଅନେକ କ୍ଷତି ହୋଇଛି। ତେଣୁ କ୍ଷତିଗ୍ରସ୍ତଙ୍କୁ ଉଚିତ୍‌ ସରକାରୀ ସହାୟତା ଦିଆଯିବା ଆବଶ୍ୟକ। କିନ୍ତୁ କୌଣସି ଜଣେ ହେଲେ ବି ଅଯୋଗ୍ୟଙ୍କୁ ଯେପରି ଯୋଗ୍ୟ ଦର୍ଶା ନ ଯିବ...

୨ ଅଟୋ ସହ ଗଞ୍ଜେଇ ଜବତ, ୩ ଗିରଫ

ଫିରିଙ୍ଗିଆ,୪ା୧୨: ବେଆଇନ ଗଞ୍ଜେଇ ଚାଲାଣ କରୁଥିବା ୨ଟି ଅଟୋକୁ ଫିରିଙ୍ଗିଆ ପୋଲିସ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଛି। ଏଥିରେ ଜଣେ ନାବାଳକ ମଧ୍ୟ ସମ୍ପୃକ୍ତ ଅଛନ୍ତି ବୋଲି ଥାନାଧିକାରୀ ପି. ଶ୍ୟାମସୁନ୍ଦର ରାଓ ସୂଚନା ଦେଇଛନ୍ତି।...

ବିଭିନ୍ନ ପ୍ରକଳ୍ପ ବୁଲି ଦେଖିଲେ ଜିଲାପାଳ

ଦାରିଙ୍ଗବାଡ଼ି,୪।୧୨(ଡି.ଏନ.ଏ)-କନ୍ଧମାଳ ଜିଲାପାଳ ଡ. ବୃନ୍ଦା ଡି ମଙ୍ଗଳବାର ଦାରିଙ୍ଗବାଡ଼ି ଗସ୍ତ କରିଛନ୍ତ। ପ୍ରଥମେ ତହସିଲ କାର୍ଯ୍ୟାଳୟରେ ପହଞ୍ଚତ୍ କାଗଜପତ୍ର ଯାଞ୍ଚ କରିବା ସହ ତହସିଲଦାର ନୀତିଶ ତ୍ରୀପାଠିଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ। ପରେ ଦାରିଙ୍ଗବାଡ଼ି ଅଞ୍ଚଳରେ ଚାଲିଥିବା...

ପରିବାରର ବୋଝ ନୁହନ୍ତି ଦିବ୍ୟାଙ୍ଗ

ଫୁଲବାଣୀ ଅଫିସ,୪ା୧୨-ଦିବ୍ୟାଙ୍ଗମାନେ ପରିବାର କିମ୍ବା ସମାଜର ବୋଝ ନୁହଁନ୍ତି ବୋଲି ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳନ ଅବସରରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ପ୍ରକାଶ କରଛନ୍ତି। ଫୁଲବାଣୀସ୍ଥିତ ଗାନ୍ଧୀ ସ୍ମୃତି ଭବନରେ ପ୍ରଶାସନ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଧାୟକ...

ବିବାହ ପ୍ରତିଶ୍ରୁତି ଦେଇ ନାବାଳିକାଙ୍କୁ ବଳାତ୍କାର: ଅଭିଯୁକ୍ତ ଅଟକ

ଦିଗପହଣ୍ଡି,୪ା୧୨(ଡି.ଏନ.ଏ.)-ଦିଗପହଣ୍ଡି ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର କରାଯାଇଥିବା ମଙ୍ଗଳବାର ଅଭିଯୋଗ ହୋଇଛି। ନାବାଳିକାଙ୍କ ପରିବାର ଲୋକଙ୍କ ଏତଲା କ୍ରମେ ଦିଗପହଣ୍ଡି ପୋଲିସ ନଂ. ୨୫୬/୧୯ରେ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଅଟକ ରଖିଛି। ସନ୍ଧ୍ୟାରେ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri