ଆମ ଜିଲା ଖବର

୧୬ ହଜାର ବୋତଲ କଫ୍‌ ସିରପ ଜବତ : ଆନୁମାନିକ ମୂଲ୍ୟ ୨୫ ଲକ୍ଷ

ପାଟଣାଗଡ଼,୨।୧୨(ଡି.ଏନ୍‌.ଏ.): ପାଟଣାଗଡ଼ ପୋଲିସ ରବିବାର ବିଳମ୍ବିତ ରାତିରେ ଲରମ୍ଭା ଥାନା ଅନ୍ତର୍ଗତ ଲୁହାସିଂହା ଗ୍ରାମର ଏକ ଗୋଦାମ ଘରେ ଚଢ଼ାଉ କରି ୧୬ ହଜାର ବୋତଲ କଫ୍‌ ସିରପ ଜବତ କରିଛି। ଜବତ ହୋଇଥିବା କଫ୍‌ ସିରପର ଆନୁମାନିକ ମୂଲ୍ୟ...

ମାଓବାଦୀଙ୍କ ପିଏଲ୍‌ଜିଏ ସପ୍ତାହ : କୋମ୍ବିଂ ଅପରେଶନ ଜୋରଦାର, ସରକାରୀ ବସ୍‌ ଚଳାଚଳ ବନ୍ଦ

ରାୟଗଡ଼ା ଅଫିସ,୨।୧୨: ମାଓବାଦୀ ସଂଗଠନ ପକ୍ଷରୁ ସୋମବାରଠାରୁ ପିଏଲଜିଏ ସପ୍ତାହ ପାଳନ କରାଯାଉଥିବା ବେଳେ କୋମ୍ବିଂ ଅପରେଶନକୁ ଜୋରଦାର କରାଯାଇଛି। ବିଶେଷକରି ନିୟମଗିରି ଅଞ୍ଚଳରେ ମାଓବାଦୀ ସଂଗଠନର ଦବ୍‌ଦବା ରହିଥିବାରୁ କଲ୍ୟାଣସିଂହପୁର, ବିଷମକଟକ ଓ ମୁନିଗୁଡ଼ାର ଦୁର୍ଗମ ଡଙ୍ଗରିଆ ଅଞ୍ଚଳରେ...

ଅଖିଳ ଭାରତୀୟ ମଜଦୁର ସଭା ପକ୍ଷରୁ ଗଣ ବିକ୍ଷୋଭ: ଜିଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

ମୁନିଗୁଡା,୨।୧୨(ଡି.ଏନ୍‌.ଏ.): ରାୟଗଡା ଜିଲା ମୁନିଗୁଡାଠାରେ ଅଖିଳ ଭାରତୀୟ ମଜଦୁର ସଭା ପକ୍ଷରୁ ସୋମବାର ଗଣ ବିକ୍ଷୋଭ କରାଯାଇ ୯ ଦଫା ଦାବିପତ୍ର ପ୍ରଦାନ କରାଯାଇଛି। ଅଖିଳ ଭାରତୀୟ ମଜଦୁର ସଭାର ଜାତୀୟ କମିଟି ସମ୍ପାଦକ ଭାଲଚନ୍ଦ୍ର ଷଡ଼ଙ୍ଗୀ, ଜିଲା ସଭାପତି...

ଲାଞ୍ଚ ନେଇ ଧରାପଡ଼ିଲେ ବରିଷ୍ଠ କିରାଣି

ଢେଙ୍କାନାଳ ଅଫିସ,୨।୧୨: ଢେଙ୍କାନାଳ ଜିଲା ବନ୍ଦୋବସ୍ତ କାର୍ଯ୍ୟାଳୟର ବରିଷ୍ଠ କିରାଣି ଅକ୍ଷୟ କୁମାର ସାହୁ ସୋମବାର ଲାଞ୍ଚ ନେଉଥିବା ବେଳେ ଢେଙ୍କାନାଳ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଜମି ପଟ୍ଟା କିସମର ନକଲ ଦେବା ଲାଗି ଭୁବନ ଅରଖପାଳ ଗ୍ରାମର ବାବୁଲି...

ଅଧ୍ୟାପିକା ଆତ୍ମହତ୍ୟା ମାମଲା: ଝାରପୋଖରିଆ ଆଇଆଇସି ନିଲମ୍ବିତ

ଭୁବନେଶ୍ୱର,୨।୧୨(ବ୍ୟୁରୋ): ମୟୁରଭଞ୍ଜ ଜିଲାରେ ବଳାତ୍କାରର ଶିକାର ହୋଇ ଜଣେ ଅଧ୍ୟାପିକା ପୋଲିସଠାରୁ ନ୍ୟାୟ ନ ପାଇ ଆତ୍ମହତ୍ୟା କରିବା ଭଳି ଘଟଣା ରାଜ୍ୟରେ ଆଲୋଡନ ସୃଷ୍ଟି କରିଛି। ଏହି ଘଟଣାରେ କାର୍ଯ୍ୟରେ ଅବହେଳା ଯୋଗୁ ଝାରପୋଖରିଆ ଆଇଆଇସିଙ୍କୁ ଶରତ ମହାଳିକଙ୍କୁ...

ମାଓବାଦୀଙ୍କ ପିଏଲ୍‌ଜିଏ ସପ୍ତାହ ପାଳନ ଆରମ୍ଭ : ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ମାଲକାନଗିରି,୨।୧୨(ଡି.ଏନ୍‌.ଏ): ସୋମବାରଠାରୁ ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ଏକ ସପ୍ତାହ ବ୍ୟାପୀ ମାଓବାଦୀଙ୍କ ପିଏଲ୍‌ଜିଏ ସପ୍ତାହ ପାଳନ ଆରମ୍ଭ ହୋଇଛି। ଏଥି ନିମନ୍ତେ ଜିଲାର ବିଭିନ୍ନ ସ୍ଥାନରେ ମାଓବାଦୀଙ୍କ ପୋଷ୍ଟର ଲଗାଯାଇଥିବା ଦେଖିବାକୁ ମିଳିଛି। ଏହାକୁ ଦୃଷ୍ଟିରେ ରଖି ପୋଲିସ...

ଭିଜିଲାନ୍ସ ଜାଲରେ କିରାଣି

ଅନୁଗୋଳ ଅଫିସ,୨।୧୨: ଅନୁଗୋଳ ଜିଲା ବଅଁରପାଳ ତହସିଲ କାର୍ଯ୍ୟାଳୟର ବରିଷ୍ଠ କିରାଣି ବିଜୟ କୁମାର ମହାପାତ୍ର ଲାଞ୍ଚନେଉଥିବା ବେଳେ ସୋମବାର ଅନୁଗୋଳ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ବିଜୟ ନିଶା ଥାନା ଅନ୍ତର୍ଗତ ତୁବେ ଆରଆଇ ଅଧୀନରେ ଥିବା ପଥୁରିଆ ଗାଁର...

ଜମିପଟ୍ଟା ଦାବି, ଜିଲାପାଳ ଅଫିସରେ ଧାରଣା ଦେଲେ ଭୂମିହୀନ ମହିଳା

ବରଗଡ ଅଫିସ,୨।୧୨: ବରଗଡ ପୌର ପରିଷଦ ଅନ୍ତର୍ଗତ ୱାର୍ଡ୍‌ ନଂ-୧୯ ଅଧୀନ ବନ୍ଧପଡା, ତ୍ରିନାଥ ନଗର ନିବାସୀ ଭୂମିହୀନ ପରିବାରର ମହିଳାମାନେ ଜମିପଟ୍ଟା ଦାବି ନେଇ ସୋମବାର ଜିଲାପାଳ ଅଫିସ ଆଗରେ ଧାରଣାରେ ବସିଥିଲେ। ଏନେଇ ସେମାନେ ବରଗଡ ଜିଲାପାଳ...

କୁନ୍ଦୁଲି ମାମଲା: କୋରାପୁଟରେ ପହଞ୍ଚିଲା ଏସଆଇଟି ଟିମ୍‌

କୋରାପୁଟ, ୨।୧୨(ସ୍ବ.ପ୍ର.): କୁନ୍ଦୁଲି ଗଣବଳାତ୍କାର ମାମଲାରେ ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଏସଆଇଟି ଟିମ୍‌ ସୋମବାର କୋରାପୁଟ୍‌ରେ ପହଞ୍ଚିଛନ୍ତି। ଏହି ଟିମ୍‌ କୋରାପୁଟ ଡିଆଇଜି କାର୍ଯ୍ୟାଳୟରେ ପହଞ୍ଚି କୁନ୍ଦୁଲି ପୀଡିତାର ମା’ ଦୋମାଇ ସାତି, ଭାଇ ଲକ୍ଷ୍ମଣ ଖରା ଏବଂ ଖୁଡିଙ୍କ...

ପୁରୀ ପଞ୍ଜାବୀ ମଠକୁ ସିଲ୍‌ କଲା ପୋଲିସ

ପୁରୀ ଅଫିସ୍‌, ୨।୧୨: ଶ୍ରୀମନ୍ଦିର ଦକ୍ଷିଣ ପାର୍ଶ୍ୱରେ ଥିବା ପଞ୍ଜାବୀ ମଠକୁ ସୋମବାର ପୋଲିସ ସିଲ୍‌ କରିଦେଇଛି। ରବିବାର ରାତିରେ ମଠରେ ନିଶାକାରବାର ହେଉଥିବା ଖବର ପାଇ ସୋମବାର ପୋଲିସ ଚଢାଉ କରିଥିଲା। ଚଢାଉ ସମୟରେ ମଠ ପରିସରରେ କୋରେକ୍ସ...

ଗ୍ୟାସ୍‌ ଟାଙ୍କି ଫାଟି ସ୍ତ୍ରୀ-ସ୍ବାମୀ ଗୁରୁତର

ଖୋର୍ଦ୍ଧା ଅଫିସ,୨।୧୨: ଖୋର୍ଦ୍ଧା ଜିଲା ଟାଙ୍ଗୀ ବ୍ଲକ ନୂଆଗଡ଼ ପଞ୍ଚାୟତ କୃଷ୍ଣପୁର ଗ୍ରାମରେ ରବିବାର ରାତିରେ ଏକ ଅଘଟଣ ଘଟିଛି। ଗ୍ୟାସ ଟାଙ୍କି ଫାଟି ସ୍ତ୍ରୀ – ସ୍ବାମୀ ଗୁରୁତର ହୋଇଛନ୍ତି। ସ୍ବାମୀଙ୍କ ନାମ ତପନ ପ୍ରଧାନ ଏବଂ ସ୍ତ୍ରୀ...

ଶିକାର କରିବାକୁ ଯାଇ ଜଣେ ଶିକାରୀ ମୃତ

ଦାରିଙ୍ଗବାଡ଼ି,୨।୧୨(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଶିକାର କରିବାକୁ ଯାଇଥିବା ଯୁବକଙ୍କ ଗୁଳିବିଦ୍ଧ ମୃତଦେହକୁ ଦାରିଙ୍ଗବାଡ଼ି ପୋଲିସ ସୋମବାର ଜବତ କରିଛି। ମୃତ ଯୁବକ ବି.ଡକେବାଡ଼ି ଗ୍ରାମର କ୍ରୀଷ୍ଣା ନାୟକ (୨୮) ବୋଲି...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri