ଆମ ଜିଲା ଖବର

ମା’ଠୁ ଶିଶୁଙ୍କୁ ସଂକ୍ରମଣରୁ ରୋକାଯାଇଛି

ବ୍ରହ୍ମପୁର ଅଫିସ୍‌,୨ା୧୨-ବ୍ରହ୍ମପୁର ପ୍ରଜ୍ଞାନ ହଲ୍‌ରେ ରବିବାର ଜିଲାସ୍ତରୀୟ ଏଡ୍‌ସ ଦିବସ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଯୋଗ ଦେଇଥିଲେ। ଚଳିତ ବର୍ଷର ବାର୍ତ୍ତା ‘ଗୋଷ୍ଠୀ ହିଁ ପରିବର୍ତ୍ତନର ନିର୍ମାତା’ ଉପରେ ନିଜର ମତ...

ଜିଲାସ୍ତରୀୟ ଯୁବ ମହୋତ୍ସବ ଉଦ୍‌ଯାପିତ: ବନ୍ଧୁତାର ବାର୍ତ୍ତା ବାଣ୍ଟି ଫେରିଲେ ଯୁବ କଳାକାର

କେନ୍ଦୁଝର,୨।୧୨(ସ୍ବ.ପ୍ର./ଡି.ଏନ.ଏ.)-କେନ୍ଦୁଝର ନଗରଭବନଠାରେ ଆୟୋଜିତ ଦୁଇ ଦିନିଆ ଜିଲାସ୍ତରୀୟ ଯୁବ ମହୋତ୍ସବ ଶନିବାର ଅପରାହ୍ନରେ ଉଦ୍‌ଯାପିତ ହୋଇଯାଇଛି। ଜିଲାର ବିଭିନ୍ନ ବ୍ଳକ୍‌ ଏବଂ ପୌରପାଳିକା ଅଞ୍ଚଳରୁ ଆସିଥିବା ଯୁବ କଳାକାରମାନେ ମହୋତ୍ସବରେ ଭାଗ ନେଇ କଳା ମାମରେ ବନ୍ଧୁତାର ବାର୍ତ୍ତା ଦେଇ...

ଛାତ୍ରକୁ ମାଡ଼ ଘଟଣାରେ ଅଧ୍ୟକ୍ଷ ନିଲମ୍ବିତ

ଢେଙ୍କିକୋଟ, ୨।୧୨(ଡି.ଏନ୍‌.ଏ.)- କେନ୍ଦୁଝର ଜିଲା ଘଟଗାଁ ବ୍ଲକ ଢେଙ୍କିକୋଟ ପଞ୍ଚାୟତ ଟିକିରାସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଜଣେ ୯ମ ଶ୍ରେଣୀର ଛାତ୍ରଙ୍କୁ ମାଡ଼ ମରାଯିବା ଘଟଣାରେ ଅଧ୍ୟକ୍ଷ ରାଜୀବ କୁମାର ଦତ୍ତଙ୍କୁ ନିଲମ୍ବିତ କରାଯାଇଛି। ପରବର୍ତ୍ତୀ ଅଧ୍ୟକ୍ଷ ନିଯୁକ୍ତି ପର୍ଯ୍ୟନ୍ତ...

ଗଞ୍ଜେଇ ଗଛ ପୋଡିଲା ପ୍ରଶାସନ

କ.ନୂଆଗାଁ, ୨ା୧୨(ଡି.ଏନ୍‌.ଏ.)-କ.ନୂଆଗାଁ ଥାନା ଅଞ୍ଚଳର ସିର୍ତ୍ତିଗୁଡା ପଞ୍ଚାୟତର ବିଭିନ୍ନ ଅଞ୍ଚଳରେ ଚାଷ ହୋଇଥିବା ପ୍ରାୟ ୧୫୦ ଏକରର ଗଞ୍ଜେଇ ଗଛକୁ ପୋଡି ନଷ୍ଟ କରାଯାଇଛି। ଯାହାର ଆନୁମାନିକ ମୂଲ୍ୟ ୧୫କୋଟି ଟଙ୍କା ହେବ ବୋଲି ଥାନା ଅଧିକାରୀ କହିଛନ୍ତି। ସେହିପରି...

ଆରମ୍ଭ ହେଲା ଧରପଗଡ଼: ଯାଞ୍ଚବେଳେ ପୋଲିସ-ଜନତା ମୁହାଁମୁହିଁ

କଟକ ଅଫିସ,୨।୧୨: ଡିସେମ୍ବର ପହିଲାରୁ ଟ୍ରାଫିକ ଚେକିଂ ଜୋର୍‌ଦାର ହେବ ବୋଲି ପୂର୍ବରୁ ଘୋଷଣା ହୋଇଥିଲା। ସରକାର ଗାଡ଼ି କାଗଜପତ୍ର ଯାଞ୍ଚ ଉପରେ ୩ମାସ କୋହଳ ଘୋଷଣା କରିଥିଲେ ସୁଦ୍ଧା ୧୦ଟି ନିର୍ଦ୍ଦିଷ୍ଟ ନିୟମ ଉପରେ କଟକଣା ବଳବତ୍ତର ରଖିଛନ୍ତି।...

ବୃକ୍ଷ ପ୍ରତି ସମର୍ପିତ ଅନିଲ

ଆରଡ଼ି, ୨।୧୨ (ଡି.ଏନ.ଏ.)- ଶିକ୍ଷକତା ବୃତ୍ତି ସତ୍ତ୍ୱେ ବୃକ୍ଷରୋପଣ ଭଳି ସାମାଜିକ କାର୍ଯ୍ୟ ହାତକୁ ନେଇ ବେଶ୍‌ ଚର୍ଚ୍ଚାକୁ ଆସିଛନ୍ତି ଅନିଲ କୁମାର ଦାସ(୫୦)। ସେ କହନ୍ତି, ବୃକ୍ଷ ବିନା ଜୀବଜଗତ ତିଷ୍ଠିବା ଅସମ୍ଭବ। ଗଛ ବଞ୍ଚିଲେ ଯାଇ ଆମ...

ପୋଲିସ ଅବହେଳା ନେଲା ଜୀବନ: ବଳାତ୍କାର ପୀଡ଼ିତା ଅଧ୍ୟାପିକାଙ୍କ ମୃତଦେହ ଉଦ୍ଧାର

ବାରିପଦା ଅଫିସ/ରାଇରଙ୍ଗପୁର,୨ା୧୨(ଡି.ଏନ୍‌.ଏ.)- ବଳାତ୍କାରର ଶିକାର ହୋଇ ଜଣେ ଅଧ୍ୟାପିକା ପୋଲିସ ଠାରୁ ନ୍ୟାୟ ନ ପାଇ ଆତ୍ମହତ୍ୟା କରିବା ଭଳି ଘଟଣା ମୟୂରଭଞ୍ଜ ଜିଲାରେ ଆଲୋଡ଼ନ ସୃଷ୍ଟି କରିଛି। ରାଇରଙ୍ଗପୁରସ୍ଥିତ ଏକ କଲେଜ ହଷ୍ଟେଲର ଏକ କୋଠରିରୁ ତାଙ୍କ ଝୁଲନ୍ତା...

ଭିତ୍ତିଭୂମି ବିକାଶକୁ ଅପେକ୍ଷା

ଖଇରା, ୨।୧୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଗୋବିନ୍ଦପୁର ପଞ୍ଚାୟତ କଣ୍ଟାବଣିଆ ଗ୍ରାମରେ ରହିଛି କେଶବ ପୁରସ୍ତମ ମାନସିକ ଅନଗ୍ରସର ବିଦ୍ୟାଳୟ ା ଏଠାରେ ରହୁଥିବା ପ୍ରତ୍ୟେକଟି ଅନ୍ତେବାସୀ ମାନସିକ ବିକାରଗ୍ରସ୍ତ। ଏବେ ଏହି ବିଦ୍ୟାଳୟ ଅନେକ ସମସ୍ୟା ଦେଇ ଗତି...

ବସଷ୍ଟାଣ୍ଡ୍‌ରେ ଜଳିଗଲା ୨ ବସ୍‌

ଯାଜପୁର ରୋଡ୍‌,୨।୧୨(ନି.ପ୍ର.): ଯାଜପୁର ରୋଡ୍‌ ବସଷ୍ଟାଣ୍ଡରେ ରବିବାର ବିଳମ୍ବିତ ରାତିରେ ଘଟିଛି ଏକ ଅଭାବନୀୟ ଘଟଣା। ଯାତ୍ରୀଙ୍କୁ ଛାଡ଼ି ଷ୍ଟାଣ୍ଡରେ ଛିଡ଼ା ହୋଇଥିବାବେଳେ ନିଆଁ ଲାଗି ୨ଟି ଘରୋଇ ବସ ଜଳିପୋଡ଼ି ଛାର୍‌ଖାର ହୋଇଯାଇଛି। ଏଥିରେ କାହାରି କୌଣସି କ୍ଷତି...

ତାମ୍ପରାରେ ୱାଟର ସ୍ପୋଟର୍‌ସ ଶୁଭାରମ୍ଭ

ଛତ୍ରପୁର,୨ା୧୨(ଡି.ଏନ.ଏ)-ଛତ୍ରପୁର ଉପକଣ୍ଠ ହୁମ୍ମୁରୀ ତାମ୍ପରାରେ ରବିବାର ୱାଟର ସ୍ପୋଟର୍‌ସ ଶୁଭାରମ୍ଭ ହୋଇଛି। ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଏହାର ଶୁଭାରମ୍ଭ କରିବା ସହ ୱାଟର ସ୍ପୋଟର୍‌ସ କମ୍ପ୍ଲେକ୍ସ ଉଦ୍‌ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ଗଞ୍ଜାମ ଏସ୍‌ପି ବ୍ରିଜେଶ କୁମାର...

ଝି’ର ଚିକିଛା ଲାଗି ଟଁକା ଅଭାବ୍‌: ସରକାରୀ ସାହାଯ୍‌ ଆଶ୍‌ରେ ଗରିବ୍‌ ମା’ବାପ୍‌

ପର୍ଲା,୨।୧୨(ଡି.ଏନ.ଏ.)- କଳାହାଣ୍ଡି ଜିଲା ଧର୍ମଗଡ଼ ବ୍ଲକ ଦଣ୍ଡପାଟ ଅଂଚଲ ଛଞ୍ଚାଣବାହାଲି ଗାଁର ତରୁଣି ବିଷି(୫)। ଦିନୁଦିନ୍‌କେ ତାକର ମୁଡ଼ର ଆକର ସଂଗେ ଉଜନ ବଢ଼ବାରେ ଲାଗିଛେ। ଏନ୍‌ତାଥି ସେ ବଡ଼ାଦୁଖ୍‌ ପାଉଛନ୍‌। ଇଆଡ଼େ ଗରିବ୍‌ ମା’ବାପ୍‌ ଟଁକା ପଏସା ଅଭାବୁ...

ଫେକ୍‌ ଆଇଡିରୁ ଶୁଭ୍ରାଂଶୁଙ୍କ ନିକଟକୁ ଆସିଥିଲା ଚିଠି; ନାସା ନାଁରେ ଭୁଆଁ ବୁଲାଇଥିଲେ ନାବାଳକ

ଅନୁଗୋଳ ଅଫିସ,୨।୧୨: ମାତ୍ର ୬୫ ହଜାର ଟଙ୍କାରେ ଅନୁଗୋଳ ଗାନ୍ଧୀମାର୍ଗ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ୯ମ ଶ୍ରେଣୀ ଛାତ୍ର ଶୁଭ୍ରାଂଶୁ ନାୟକ ପ୍ରସ୍ତୁତ କରିଥିବା ‘ମାଭିକ୍‌’ ଡ୍ରୋନ୍‌କୁ ମିରାକିଲ୍‌ କହି ତାଙ୍କୁ ଆମେରିକା ଆମନ୍ତ୍ରଣ ପାଇଁ ପଠାଯାଇଥିବା ଚିଠି...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri