ଆମ ଜିଲା ଖବର

ଫେକ୍‌ ଆଇଡିରୁ ଶୁଭ୍ରାଂଶୁଙ୍କ ନିକଟକୁ ଆସିଥିଲା ଚିଠି; ନାସା ନାଁରେ ଭୁଆଁ ବୁଲାଇଥିଲେ ନାବାଳକ

ଅନୁଗୋଳ ଅଫିସ,୨।୧୨: ମାତ୍ର ୬୫ ହଜାର ଟଙ୍କାରେ ଅନୁଗୋଳ ଗାନ୍ଧୀମାର୍ଗ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ୯ମ ଶ୍ରେଣୀ ଛାତ୍ର ଶୁଭ୍ରାଂଶୁ ନାୟକ ପ୍ରସ୍ତୁତ କରିଥିବା ‘ମାଭିକ୍‌’ ଡ୍ରୋନ୍‌କୁ ମିରାକିଲ୍‌ କହି ତାଙ୍କୁ ଆମେରିକା ଆମନ୍ତ୍ରଣ ପାଇଁ ପଠାଯାଇଥିବା ଚିଠି...

ମଦନପୁର କଟ୍‌ ନିକଟରୁ ମଦ ଦୋକାନ ଉଚ୍ଛେଦ ଦାବି

ପଟ୍ଟାମୁଣ୍ଡାଇ,୨।୧୨ (ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ସଂସାରଫଳ ପଞ୍ଚାୟତ ମଦନପୁର କଟ୍‌ ନିକଟରେ ଥିବା ଏକ ଲାଇସେନ୍ସ ପ୍ରାପ୍ତ ବିଦେଶୀ ମଦ ଦୋକାନ ଉଚ୍ଛେଦ ପାଇଁ ଦାବି ହୋଇଛି। ଏ ନେଇ ପଞ୍ଚାୟତ ରାଜୀବ ଗାନ୍ଧୀ ସେବା କେନ୍ଦ୍ରଠାରେ...

ଏତଲା ହଜାଇ ଦେଲା ପୋଲିସ

ପଟ୍ଟାମୁଣ୍ଡାଇ,୨।୧୨ (ସ୍ବ.ପ୍ର.): ଟ୍ରାକ୍ଟର ଧକ୍କାରେ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଥାନା ଅଧୀନ ପନ୍ତୁରୀ ଗ୍ରାମର ଦମୟନ୍ତୀସାମଲ ଗୁରୁତର ହୋଇ କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ହେଲେ ଟ୍ରାକ୍ଟର ଚାଳକଙ୍କ ନାଁରେ ପଟ୍ଟାମୁଣ୍ଡାଇ ଥାନାରେ ଅଭିଯୋଗ ହୋଇଥିଲେ ବି ପୋଲିସ...

ସ୍ଥାନାନ୍ତର ହେଲା ବୌଦ୍ଧ ସବ୍‌ଜେଲ

ବୌଦ୍ଧ, ୨।୧୨(ସ୍ବ.ପ୍ର): ବୌଦ୍ଧ ସବ୍‌ଜେଲ୍‌କୁ ଲାଣ୍ଡିବନ୍ଧକୁ ସ୍ଥାନାନ୍ତର କରାଯାଇଛି। ୧୯୧୭ ମସିହାରେ ବୌଦ୍ଧ ସହରର ପୁରୁଣା ବ୍ଲକ ଛକ ଠାରେ ସବ୍‌ଜେଲ ନିର୍ମାଣ ହୋଇଥିଲା । ଏହି ସବ ଜେଲରେ ଆଜି ପର୍ଯ୍ୟନ୍ତ ବନ୍ଦୀମାନେ ରହିଆସୁଥିଲେ । କିନ୍ତୁ ନୂତନ...

ଦୀର୍ଘବର୍ଷ ଦାବି ସତ୍ତ୍ୱେ ଶୁଣିଲାନି ପ୍ରଶାସନ: ସେତୁ ନିର୍ମାଣ କଲେ ଲୋକେ

ଆଳି,୨।୧୨ (ଡି.ଏନ୍‌.ଏ.): ସ୍ବାଧୀନତାର ୭୨ ବର୍ଷ ପରେ ବି କେନ୍ଦ୍ରାପଡ଼ା ଜିଲା ଆଳି ବ୍ଲକ ଅଧୀନ ପଦନୀପାଳ ପଞ୍ଚାୟତକୁ ଏ ପର୍ଯ୍ୟନ୍ତ ଗମନାଗମନ ଭଳି ମୌଳିକ ସୁବିଧା ଯୋଗାଇ ଦିଆଯାଇନାହିଁ। ଚତୁଃପାର୍ଶ୍ୱରେ ଖରସ୍ରୋତା ଓ କାଣୀନଦୀ ପ୍ରବାହିତ ହେଉଥିବାରୁ ପଞ୍ଚାୟତବାସୀ...

ତିତ୍‌ଲିରେ ଧୋଇଯାଇଛି କଳିଙ୍ଗକୁ ରାସ୍ତା: ବର୍ଷକ ପରେ ବି ପଦକ୍ଷେପ ଶୂନ

ପାରଳାଖେମୁଣ୍ଡି,୨ା୧୨(ସ୍ବ.ପ୍ର.)- ୨୦୧୮ ତିତ୍‌ଲି ବାତ୍ୟାରେ ଗଜପତି ଜିଲା ପ୍ରଭାବିତ ହେବା ସହ ରାୟଗଡ଼ ବ୍ଲକ୍‌ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିଲା। ବାତ୍ୟା ପରବର୍ତ୍ତୀ ବର୍ଷାରେ ସମସ୍ତ ନଦୀ ନାଳ ଭର୍ତ୍ତି ହୋଇ ଗମ୍ଭୀର ପରିସ୍ଥିତି ସୃଷ୍ଟି କରିଥିଲା। ପ୍ରବଳ ବର୍ଷା ଯୋଗୁ...

ଥାନାରେ କୁଠା ଅଭାବ୍‌: ଗଛ୍‌ତଲେ କାମ୍‌ କରୁଛନ୍‌ ଅଧ୍‌କାରୀ

ବିଜେପୁର, ୨।୧୨(ଡି.ଏନ୍‌.ଏ.)- ଆଏଜ୍‌କେ ଶହେ ଦଶ ବଛର୍‌ ତଲେ ବରଗଡ଼ ଜିଲା ବିଜେପୁର ଥାନା ଥାପନା ହେଇଥିଲା। ଏଛେନ୍‌ ଶହେ ଦଶ ଖଁଡ ରାଜସ୍ବ ଗାଁ ସଂଗେ ବନିହାଁପାଲି, ଟିକରା ଗାଁର ଲୋକ ଇ ଥାନା ଉପ୍‌ରେ ନିରଭର କରୁଛନ୍‌।...

ତୁଟୁନି ଧାନ କିଣାବିକା ସମସ୍ୟା

ବରଗଡ଼ ଅଫିସ୍‌, ୨।୧୨: ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ୧୫ଦିନ ବିତିଯାଇଛି । ଧାନ କିଣାବିକା ଚାଲିଥିଲେ ସୁଦ୍ଧା ଜିଲାର ବିଭିନ୍ନ ସ୍ଥାନରେ ଏହାକୁ ନେଇ ଦେଖାଯାଇଥିବା ସମସ୍ୟା ଅସମାହିତ ହୋଇ ରହିଛି । ଟୋକନ ପାଇବାରୁ...

ଚନ୍ଦ୍ରିକାକଁର ଅଁଟାରେ ବଢ଼ୁଛେ ଆବୁ

ଅମରପାଲି, ୨।୧୨(ଡି.ଏନ.ଏ.)- ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଉଫୁଲା ଗାଁର ରୋହନ ରାଜହଂସ ଆର ଦ୍ରୋପଦୀ ରାଜହଂସକଁର ୫ ବଛର୍‌ର ଝି’ ଚନ୍ଦ୍ରିକା। ତାକର ଅଁଟାରେ ଗୁଟେ ଆବୁ ବଢ଼ୁଛେ। ଦିନୁଦିନ୍‌କେ ଆବୁଟା ବଢ଼ତେଲ ଯିବାର ଲାଗି ସେ ଚାଲବୁଲ...

ସୁନା ଦୋକାନୀଙ୍କୁ ଭୁଜାଲିରେ ଆକ୍ରମଣ: ୨ ଗୁରୁତର ସୁନା, ରୁପା ଗହଣା ଓ ଟଙ୍କା ଲୁଟ୍‌

ପଟ୍ଟାମୁଣ୍ଡାଇ, ୨।୧୨ (ସ୍ବ.ପ୍ର.): ପଟ୍ଟାମୁଣ୍ଡାଇ ଥାନା ଅଞ୍ଚଳର ଜଣେ ସୁନା ଦୋକାନୀଙ୍କଠାରୁ ଦୁର୍ବୃତ୍ତମାନେ ଲକ୍ଷାଧିକ ଟଙ୍କାର ସୁନା, ରୁପା ଗହଣା ଓ ନଗଦ ଟଙ୍କା ଲୁଟି ଦେଇଛନ୍ତି। ଏଥିସହ ଏହି ଘଟଣାରେ ୨ଜଣ ଗୁରୁତର ହୋଇ କେନ୍ଦ୍ରାପଡ଼ା ଜିଲା ମୁଖ୍ୟ...

ଭିନ୍ନକ୍ଷମ ସଶକ୍ତୀକରଣ ଯୋଜନା ବାଟବଣା

ଭଦ୍ରକ ଅଫିସ, ୩।୧୨- ଭିନ୍ନକ୍ଷମମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ସରକାରଙ୍କ ବିଭିନ୍ନ ଯୋଜନା କାର୍ଯ୍ୟ କରୁଛି। ମାତ୍ର ତୃଣମୂଳ ସ୍ତରରେ ଏହି ଯୋଜନାର ସଫଳ ରୂପାୟନ ହୋଇପାରୁ ନାହିଁ। ଯାହାର ଜ୍ୱଳନ୍ତ ଉଦାହରଣ ଭଦ୍ରକ ଜିଲା ସଦର...

କୃଷ୍ଣନଗର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରୁ ଚୋରି

ବରୀ/ରତ୍ନଗିରି,୧ା୧୨(ସ୍ବ.ପ୍ର./ଡି.ଏନ୍‌.ଏ.)- ବରୀ ବ୍ଲକ ଅଧୀନ କୃଷ୍ଣନଗର ଗ୍ରାମରେ ଥିବା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରୁ ଶନିବାର ବିଳମ୍ବିତ ରାତିରେ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଦୁର୍ବୃତ୍ତମାନେ ସ୍ବାସ୍ଥ୍ୟକେନ୍ଦ୍ର ତାଲାଭାଙ୍ଗି ଲକ୍ଷାଧିକ ଟଙ୍କାର ବହୁ ସାମଗ୍ରୀ ଚୋରି କରି ନେଇଥିବା ରବିବାର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri