ଆମ ଜିଲା ଖବର

ଝିଅ ହତ୍ୟାକାରୀ ମା’ଙ୍କୁ ଆଜୀବନ ଜେଲ

ଅନୁଗୋଳ ଅଫିସ, ୧।୧୨ – ଅନୁଗୋଳ ଜିଲା ନାଲ୍‌କୋ ଥାନା ବାଙ୍କିହଟିଂ ଅଞ୍ଚଳରେ ସାଢେ ୪ ବର୍ଷ ତଳେ ଜଣେ ନାବାଳିକା ହତ୍ୟା ମାମଲାର ରାୟ ଶନିବାର ପ୍ରକାଶ ପାଇଛି। ସ୍ବତନ୍ତ୍ର ପୋକ୍‌ସୋ ଅଦାଲତରେ ଅନୁଗୋଳ ଅତିରିକ୍ତ ଜିଲା ଦୌରାଜଜ୍‌...

୨୯ରେ ନିଖିଳ ଓଡ଼ିଶା ଆଇନଜୀବୀ ସଂଘର ବାର୍ଷିକ ଅଧିବେଶନ: ଯୋଗଦେବେ ସୁପ୍ରିମକୋର୍ଟ ବିଚାରପତି

ଅନୁଗୋଳ ଅଫିସ, ୧।୧୨ – ରାଜ୍ୟ ଆଇନଜୀବୀମାନଙ୍କ ସର୍ବପୁରାତନ ସଙ୍ଗଠନ ନିଖିଳ ଓଡ଼ିଶା ଆଇନଜୀବୀ ସଂଘର ୪୮ତମ ବାର୍ଷିକ ଉତ୍ସବ ଅନୁଗୋଳ ଷ୍ଟାଡ଼ିୟମଠାରେ ଆସନ୍ତା ଡିସେମ୍ବର ୨୯ ଓ ୩୦ ତାରିଖରେ ଅନୁଷ୍ଠିତ ହେବ। ଏ ନେଇ ଅନୁଗୋଳ ଓକିଲ...

ନାସା ଚିଠିକୁ ନେଇ ହଟୁନି ସନ୍ଦେହ: ଆଜି ରିପୋର୍ଟ ଦେବ ସାଇବର ସେଲ୍‌

ଅନୁଗୋଳ ଅଫିସ, ୧।୧୨ – ଅନୁଗୋଳ ହୁଲୁରିସିଂହାର ଲକ୍ଷ୍ମଣ ନାୟକଙ୍କ ପୁଅ ଶୁଭ୍ରାଂଶୁଙ୍କ ମାଭିକ୍‌ ଡ୍ରୋନକୁ ଉଚ୍ଚ ପ୍ରଶଂସା କରି ଆମେରିକା ଯିବାକୁ ଇମେଲ୍‌ରେ ଆସିଥିବା ଚିଠି ପ୍ରକୃତରେ ଆମେରିକାର ମହାକାଶ ଗବେଷଣା ସଂସ୍ଥା (ନାସା) ପଠାଇଛି କିମ୍ବା ଏହା...

ସିସିଏଙ୍କ ମାଡ଼ରେ ଛାତ୍ର ଆହତ

ଫୁଲବାଣୀ ଅଫିସ,୧ା୧୨- ଟିକାବାଲି ବ୍ଲକ ଛତିଝର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ହଷ୍ଟେଲରେ ରହି ପଢ଼ୁଥିବା ଜଣେ ଛାତ୍ର ସିସିଏ(କୁକ୍‌ କମ୍‌ ଆଟେଣ୍ଡାଣ୍ଟ)ଙ୍କ ମାଡରେ ଆହତ ହୋଇଛନ୍ତି। ଘଟଣାକୁ ୩ଦିନ ବିତିଥିଲେ ମଧ୍ୟ ବିଭାଗୀୟ ଅଧିକାରୀ କାର୍ଯ୍ୟାନୁଷ୍ଠାନ ନେଇନାହାନ୍ତି। ସୂଚନା...

ଆଜି ବିଶ୍ୱ ଏଡ୍‌ସ ଦିବସ: ଗଞ୍ଜାମରେ ରାଜ୍ୟର ଏକତୃତୀୟାଂଶ ଆକ୍ରାନ୍ତ

ବ୍ରହ୍ମପୁର ଅଫିସ୍‌,୧ା୧୨-ଗଞ୍ଜାମ ଜିଲାରେ ଏଡ୍‌ସ ଆକ୍ରାନ୍ତଙ୍କ ସଂଖ୍ୟା କମୁଥିଲେ ମଧ୍ୟ ସ୍ଥିତି ସଙ୍ଗିନ ରହିଛି। ରାଜ୍ୟର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଦେଖିଲେ, ସେଥିରୁ ଏକ ତୃତୀୟାଂଶ ଆକ୍ରାନ୍ତ କେବଳ ଗଞ୍ଜାମ ଜିଲାରେ ରହିଛନ୍ତି। ୪୯,୬୬୧ଜଣ ଆକ୍ରାନ୍ତ ସାରା ରାଜ୍ୟରେ ଥିବା...

ବାହାଘର ୨ମାସ ପରେ ନାବାଳିକା ଉଦ୍ଧାର: ଶିକ୍ଷୟିତ୍ରୀଙ୍କ ଟୁଇଟ୍‌ ପରେ ଘଟଣାର ପର୍ଦ୍ଦାଫାଶ

ସୋରଡା,୧ା୧୨(ଡି.ଏନ୍‌.ଏ.)- ପୁରୀ ଜିଲା ପିପିଲି ଅଞ୍ଚଳର ଏକ ସରକାରୀ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ରୀ ୨ ମାସ ହେଲା ସ୍କୁଲକୁ ଆସୁ ନଥିଲେ। ଶିକ୍ଷୟିତ୍ରୀ ଜାଣିଲେ ଯେ, ତାଙ୍କର ଗଞ୍ଜାମ ଜିଲା ସୋରଡା ବ୍ଲକ ବଡଗଡ ଥାନା ଅଞ୍ଚଳରେ ବିବାହ...

ଅପହୃତା ଛାତ୍ରୀ ଉଦ୍ଧାର, ବୟାନ ରେକର୍ଡ : ଅଭିଯୁକ୍ତ କୋର୍ଟ ଚାଲାଣ

ବ୍ରହ୍ମପୁର ଅଫିସ,୧ା୧୨-ବୈଦ୍ୟନାଥପୁର ପୋଲିସ ଅପହରଣ ହୋଇଥିବା ଜଣେ ଯୁକ୍ତ ୨ ଛାତ୍ରୀଙ୍କୁ ଉଦ୍ଧାର କରିଛି। ତାଙ୍କ ବୟାନ ପ୍ରଥମଶ୍ରେଣୀ ବିଚାର ବିଭାଗ ମାଜିଷ୍ଟ୍ରେଟଙ୍କ ନିକଟରେ ରେକର୍ଡ କରାଯାଇଛି। ଅନ୍ୟପଟେ ଅପହରଣକାରୀ ତଥା ବଳାତ୍କାରୀଙ୍କୁ ଶନିବାର ଗିରଫ କରାଯାଇଛି ବୋଲି ପୋଲିସ...

ହତ୍ୟା ଉଦ୍ୟମ, ଜଣେ ଗିରଫ

ଗୋପାଳପୁର,୧ା୧୨-ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଜଣେ ବ୍ୟକ୍ତିଙ୍କୁ ହତ୍ୟା ଉଦ୍ୟମ କରିବା ଅଭିଯୋଗରେ ଶନିବାର ଗୋପାଳପୁର ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତ ଜଣକ ହେଲେ ଏସ. ଚନ୍ଦ୍ରେୟା। ଏ ନେଇ ପୋଲିସ ନଂ.୧୩୭/୧୯ରେ ମାମଲା ରୁଜୁ କରିଛି। ଚନ୍ଦ୍ରେୟାଙ୍କୁ ରବିବାର...

ଆଜିଠୁ ଟ୍ରାଫିକ୍‌ ନିୟମ କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ : ଜଗିବ ସିସି କ୍ୟାମେରା

ଛତ୍ରପୁର,୧ା୧୨(ଡି.ଏନ.ଏ)-ଗଞ୍ଜାମ ଜିଲାରେ ରବିବାରରୁ ଟ୍ରାଫିକ୍‌ ନିୟମ କଡାକଡି ପାଳନ କରାଯିବ। ନିୟମ ଉଲ୍ଲଂଘନକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରିବହନ କମିଶନରଙ୍କଠାରୁ ଏକ ଚିଠି ଗଞ୍ଜାମ ଜିଲାପାଳଙ୍କ ପାଖକୁ ଆସିଛି। ଏହିପରିପ୍ରେକ୍ଷୀରେ ସ୍ପିଡ୍‌ ଗାଡି ଚଳାଇବା, ରେଡ୍‌ ଲାଇଟ୍‌ ଜମ୍ପିଂ,...

ବିଭିନ୍ନ ଯୋଜନାର ସମୀକ୍ଷା କଲେ ଏମ୍‌ପି

ଜଟଣୀ, ୧ା୧୨(ଡି.ଏନ୍‌.ଏ.) ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀ ଜଟଣୀ ବ୍ଲକ ସଭାଗୃହରେ ଶନିବାର ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ଓ ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି। ଏହି ପରିପ୍ରେକ୍ଷୀରେ ପ୍ରକୃତ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରିବା, ବାତ୍ୟା ଫନୀରେ...

କାଗଜକଲମରେ ସଚେତନତା କାର୍ଯ୍ୟକ୍ରମ: ଏଡ୍‌ସ ରୋଗୀଙ୍କ ସଂଖ୍ୟା ବଢୁଛି

ଭଦ୍ରକ ଅଫିସ, ୧।୧୨- ଭଦ୍ରକ ଜିଲାରେ ଏଡ୍‌ସ ନିରାକରଣ ପାଇଁ ଗ୍ରହଣ କରାଯାଉଥିବା କାର୍ଯ୍ୟକ୍ରମ ଠିକ୍‌ ଭାବେ ରୂପାୟନ ହୋଇପାରୁ ନାହିଁ। ରୋଗୀଙ୍କ ଥଇଥାନ ପାଇଁ ମଧ୍ୟ କୌଣସି ବ୍ୟବସ୍ଥା କରାଯାଉ ନାହିଁ। ପ୍ରଶାସନ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ କାଗଜକଲମରେ...

ସମାଜ ଗଠନରେ ଗଣମାଧ୍ୟମ ଭୂମିକା ଗୁରୁତ୍ୱପୂର୍ଣ୍ଣ

ବାଲୁଗଁ।, ୧ା୧୨(ଡି.ଏନ୍‌.ଏ.) ଏକ ଆଦର୍ଶ ଓ ପରିବର୍ତ୍ତନଶୀଳ ସମାଜ ଗଠନରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ। ସାମ୍ବାଦିକଙ୍କ ସତ୍ୟ, ନିରପେକ୍ଷ ଏବଂ ନିର୍ଭୀକ ଲେଖନୀ ଚାଳନା ଦ୍ୱାରା ଏକ ଅନ୍ଧାରୀ ମୂଲକ ନିଶ୍ଚିତ ରୂପେ ଆଲୋକିତ ହୋଇପାରିବ। ବାଲୁଗଁାରେ ଶନିବାର ଆୟୋଜିତ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri