ଆମ ଜିଲା ଖବର

୧୦ ଦିନ ପରେ ଥାନାରେ ଏତଲା

ଗଞ୍ଜାମ,୨୮ା୧୧(ଡି.ଏନ.ଏ.)- ଗଞ୍ଜାମ ଥାନା ଅଞ୍ଚଳରେ ଜଣେ ନାବାଳିକା (୧୬)ଙ୍କୁ ଅପହରଣ କରାଯାଇଥିବା ନେଇ ଗତ ୨୧ରେ ଅଭିଯୋଗ ହୋଇଛି। ଅପହରଣର ୧୦ ଦିନ ପରେ ଅପହୃତା ନାବାଳିକାଙ୍କ ଆଇଙ୍କ ଏତଲାକୁ ଭିତ୍ତି କରି ପୋଲିସ ନଂ. ୧୧୧/୧୯ରେ ମାମଲା ରୁଜୁ...

ଶାଶୁ, ଶ୍ୱଶୁର, ଦିଅରଙ୍କ ମାଡ଼ରେ ବୋହୂ ଗୁରୁତର

ଖଲ୍ଲିକୋଟ,୨୮ା୧୧(ଡି.ଏନ.ଏ.)-ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ମହେଶ୍ୱରପୁର ଗ୍ରାମରେ ବୁଧବାର ଶାଶୁ, ଶ୍ୱଶୁର ଓ ଦିଅରଙ୍କ ମାଡ଼ରେ ବୋହୁ ଗୁରୁତର ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ନଂ. ୩୪୭/୧୯ରେ ମାମଲା ରୁଜୁ କରି ଖଲ୍ଲିକୋଟ ପୋଲିସ ତଦନ୍ତ ଚଳାଇଛି। ମାଣିକପୁରର ଭରତ...

ମହିଳାଙ୍କ ତଣ୍ଟିକାଟି ହତ୍ୟା

ଶେରଗଡ଼,୨୮ା୧୧(ଡି.ଏନ୍‌.ଏ.)-ଗଞ୍ଜାମ ଜିଲା ଶେରଗଡ଼ ନିକଟସ୍ଥ ପାରସିଙ୍ଗି ଗ୍ରାମରେ ବୁଧବାର ରାତି ପ୍ରାୟ ୯ଟାରେ ଜଣେ ମହିଳାଙ୍କୁ ତଣ୍ଟିକାଟି ହତ୍ୟା କରାଯାଇଛି। ମୃତ ମହିଳା ଜଣକ ହେଲେ କବିତା ସେଠୀ (୪୨)। ଏ ନେଇ ବଡ଼ଗଡ଼ ପୋଲିସ ନଂ. ୨୭୫/୧୯ରେ ମାମଲା...

ସରପଞ୍ଚ ଉପନିର୍ବାଚନକୁ ନେଇ ଉତ୍ତେଜନା: ଭୋଗରାଇ ବ୍ଲକ ପରିସର ରଣକ୍ଷେତ୍ର

ଭୋଗରାଇ,୨୮।୧୧(ଡି.ଏନ.ଏ.)- ବାଲେଶ୍ୱର ଜିଲାର ଭୋଗରାଇ ବ୍ଲକ କାର୍ଯ୍ୟାଳୟ ପରିସର ବୁଧବାର ସନ୍ଧ୍ୟାରେ ରଣକ୍ଷେତ୍ର ପାଲଟିଛି। ବ୍ଲକ ଅଧୀନ ଶ୍ରଦ୍ଧାପୁର ଓ କସବାକମର୍ଦ୍ଦା ପଞ୍ଚାୟତରେ ସରପଞ୍ଚ ପଦ ପାଇଁ ପୂର୍ବାହ୍ନରେ ଉପନିର୍ବାଚନ ହୋଇଥିଲା। ମଧ୍ୟାହ୍ନ ୧୨ଟା ସମୟରେ ମତଦାନ ଶେଷ ହେବାରୁ...

ଗୁଳି ଫୁଟାଇ ଫାଇନାନ୍ସ କର୍ମଚାରୀଙ୍କଠାରୁ ଟଙ୍କା ଲୁଟ୍‌ ଉଦ୍ୟମ

ବାହାନଗା/ସୋର, ୨୮।୧୧(ଡି.ଏନ୍‌.ଏ.)- ବାଲେଶ୍ୱର ଜିଲା ସୋର ଥାନା ଅନ୍ତର୍ଗତ ଜାତୀୟ ରାଜପଥ ନାୟକ ବନ୍ଧ ଛକରେ ବୁଧବାର ମଧ୍ୟାହ୍ନରେ ୩ ଜଣ ଡକାୟତ ବାଇକ୍‌ରେ ଆସି ଗୁଳି ଫୁଟାଇ ଏକ ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କଠାରୁ ଟଙ୍କା ଲୁଟ୍‌ ଉଦ୍ୟମ କରିଥିବା...

ଆର୍‌ଏମ୍‌ସି ପକ୍ଷରୁ କୃଷକ ବଜାର ଲୋକାର୍ପିତ: ‘ଚାଷୀଙ୍କୁ ସ୍ବାବଲମ୍ବୀ କରିବା ଲକ୍ଷ୍ୟ’

ଢେଙ୍କାନାଳ ଅଫିସ, ୨୮ା୧୧:  ଢେଙ୍କାନାଳ ନିୟନ୍ତ୍ରିତ ବଜାର କମିଟି (ଆରଏମ୍‌ସି) ପକ୍ଷରୁ ବୁଧବାର ଅପରାହ୍ନ ୧ଟା ୪୫ରେ କୈବଲ୍ୟ ବଜାର ଗାୟତ୍ରୀ ମନ୍ଦିର ନିକଟରେ ନବନିର୍ମିତ କୃଷକ ବଜାର ଉଦ୍‌ଘାଟିତ ହୋଇଯାଇଛି। ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ଏବଂ ସମବାୟ ମନ୍ତ୍ରୀ...

ନ୍ୟାୟ ପାଇଁ ଦିବାରାତ୍ର ଅନଶନରେ ଛାତ୍ରୀଛାତ୍ର

ବାଲେଶ୍ୱର ଅଫିସ,୨୮।୧୧- ତ୍ରୁଟିପୂର୍ଣ୍ଣ ବ୍ୟବସ୍ଥା ଯୋଗୁ ରାଜ୍ୟର ଫକୀରମୋହନ ବିଶ୍ୱବିଦ୍ୟାଳୟ, ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ, ସମ୍ବଲପୁର ବିଶ୍ୱବିଦ୍ୟାଳୟ ଓ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଭଳି ୪ଗୋଟି ବିଶ୍ୱବିଦ୍ୟାଳୟର ବିଏଡ୍‌-ଏମ୍‌ଏଡ୍‌ ଛାତ୍ରୀଛାତ୍ରମାନେ ଶିକ୍ଷକ ପ୍ରବେଶିକା ପରୀକ୍ଷା (ଓଟିଇଟି, ସିଟିଇଟି, ଓଏସ୍‌ଏସ୍‌ଟିଇଟି) ଦେଇପାରୁ ନ...

ଓଭରଲୋଡିଂ ଗାଡ଼ି ଚଳାଚଳ ଉପରେ କଟକଣା: ବଜାର ଅଞ୍ଚଳରେ ୬ ଘଣ୍ଟା ବନ୍ଦ

ବନ୍ତ, ୨୮।୧୧(ଡି.ଏନ.ଏ.)-ଭଦ୍ରକ-ଆନନ୍ଦପୁର ୫୩ ନଂ. ରାଜ୍ୟ ରାଜପଥର ବନ୍ତ ବଜାର ଅଞ୍ଚଳରେ ଗତ କିଛିଦିନ ଧରି ଓଭରଲୋଡିଂ ଗାଡ଼ି ଚଳାଚଳକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଏଥିସହ ଏ ସମ୍ପର୍କରେ ଜିଲା ପ୍ରଶାସନ ନିକଟରେ ଅଭିଯୋଗ ହୋଇଆସୁଥିଲା। ୪...

ନିଆରା ବାଲିଠାକୁରାଣୀ ପୂଜା: ଦେଉଛି ସଦ୍‌ଭାବନା ଓ ସହଯୋଗର ବାର୍ତ୍ତା

ହାଟଡିହୀ, ୨୮ା୧୧ (ଡି.ଏନ.ଏ.)-କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ ଅନ୍ତର୍ଗତ ସୁଲଣ ଓ ଜଳସରପୁର ଗ୍ରାମରେ ୫ବର୍ଷରେ ଥରେ ଅନୁଷ୍ଠିତ ହେଉଥିବା ମା’ ବାଲିଠାକୁରାଣୀଙ୍କ ପୂଜା ଅଞ୍ଚଳବାସୀଙ୍କ ମନରେ ନିଆରା ସାଂସ୍କୃତିକ ଚେତନା ସୃଷ୍ଟି କରିଆସିଛି। ଚଳିତବର୍ଷ ୯ ଦିନ ଧରି...

ରାଜ୍ୟସ୍ତରୀୟ ସ୍କୁଲ କ୍ରିକେଟ୍‌ ଟୁର୍ନାମେଣ୍ଟ; ୬ ଗ୍ରାଉଣ୍ଡରେ ଖେଳାଗଲା ୧୨ ମ୍ୟାଚ

ଅନୁଗୋଳ ଅଫିସ, ୨୮।୧୧:  ଅନୁଗୋଳ ଜିଲାରେ ବୁଧବାର ୧୭ବର୍ଷରୁ କମ୍‌ ରାଜ୍ୟସ୍ତରୀୟ ସ୍କୁଲ କ୍ରିକେଟ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଛି। ୬ ଗ୍ରାଉଣ୍ଡରେ ମୋଟ ୧୨ ମ୍ୟାଚ ଖେଳାଯାଇଥିଲା। ପୁରୁଷ ବିଭାଗରେ ୫ଟି ପଡ଼ିଆରେ ମୋଟ ୧୦ଟି ମ୍ୟାଚ୍‌ ଖେଳାଯାଇଥିଲା। ଟାଉନ ହାଇସ୍କୁଲ...

ଶକ୍ତିସୁଗାରରେ ଆରମ୍ଭ ହେଲା ଆଖୁପେଡ଼ା; ଲକ୍ଷ୍ୟଧାର୍ଯ୍ୟ ୩ ଲକ୍ଷ ମେଟ୍ରିକ୍‌ ଟନ

ଢେଙ୍କାନାଳ ଅଫିସ,୨୮।୧୧: ଢେଙ୍କାନାଳ ସଦର ବ୍ଲକ ହରିପୁରସ୍ଥିତ ଶକ୍ତିସୁଗାର କମ୍ପାନୀରେ ବୁଧବାର ପୂର୍ବାହ୍ନ ୧୦ଟା ୨୦ରେ ୨୦୧୯-୨୦ ବର୍ଷ ପାଇଁ ଆଖୁପେଡା ଆରମ୍ଭ ହୋଇଛି। ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା କନଭେୟର ବେଲ୍‌ଟରେ ଆଖୁ ପକାଇ ଆନୁଷ୍ଠାନିକ ଭାବେ ଏହାର ଶୁଭାରମ୍ଭ...

ସାଆନ୍ତରାପୁର(କ) ସରପଞ୍ଚ ପଦବୀ ଉପନିର୍ବାଚନ: ୮୬% ମତଦାନ, ଆଜି ଫଳାଫଳ

ଛେଣ୍ଡିପଦା/ବଅଁରପାଳ, ୨୮।୧୧(ଡି.ଏନ.ଏ.) ଅନୁଗୋଳ ଜିଲା ବଅଁରପାଳ ବ୍ଲକ ସାଆନ୍ତରାପୁର(କ) ପଞ୍ଚାୟତର ସରପଞ୍ଚ ଉପନିର୍ବାଚନ ବୁଧବାର ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ମତଦାନ ପାଇଁ ୧୩ଟି ବୁଥ କରାଯାଇଥିଲା। ୩୬୦୫ ଭୋଟରଙ୍କ ମଧ୍ୟରୁ ୩୧୧୫ ଜଣ ମତଦାନ ସାବ୍ୟସ୍ତ କରିଥିଲେ। ଭୋଟ ହାର...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri