ଆମ ଜିଲା ଖବର

୨ ନିଶାସକ୍ତ ବାଇକ୍‌ ଚାଳକଙ୍କୁ କୋର୍ଟଚାଲାଣ

ଦିଗପହଣ୍ଡି,୨୫ା୧୧(ଡି.ଏନ.ଏ.)-ଦିଗପହଣ୍ଡି ପୋଲିସ ସୋମବାର ଅପରାହ୍ନରେ ୨ଜଣ ନିଶାସକ୍ତ ବାଇକ୍‌ ଚାଳକଙ୍କୁ ନନ ଏଫ୍‌ଆଇଆର ମାମଲା ନଂ. ୩୦/୧୯ ଓ ୩୧/୧୯ ମୋଟର ଯାନ ଆଇନର ଦଫା ୧୮୫ ଅନୁଯାୟୀ କୋର୍ଟ ଚାଲାଣ କରିଛି। ସେମାନେ ହେଲେ ବ୍ରହ୍ମପୁର ବଡ଼ ବଜାର...

ଟ୍ରାକ୍ଟର ଓଲଟି ଜଣେ ମୃତ, ୩ ଗୁରୁତର

ଯୋଡ଼ା,୨୫।୧୧(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ବାମେବାରୀ ଥାନା ଅନ୍ତର୍ଗତ କନକନା ଗ୍ରାମରେ ରବିବାର ରାତିରେ ଏକ ଧାନ ବୋଝେଇ ଟ୍ରାକ୍ଟର ଭାରସାମ୍ୟ ହରାଇ ଓଲଟି ପଡିଛି। ଏଥିରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି। ମୃତକ...

୧.୨୦ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ: ଅଭିଯୁକ୍ତ ଗିରଫ

ରୂପ୍‌ସା, ୨୫।୧୧(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ଛାନୁଆ ଗ୍ରାମରେ ଅବକାରୀ ବିଭାଗ ପକ୍ଷରୁ ସୋମବାର ଚଢ଼ାଉ କରାଯାଇ ଜଣେ ବ୍ରାଉନ୍‌ସୁଗାର ବ୍ୟବସାୟୀଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ ବ୍ୟବସାୟୀ ହେଲେ ନିଶାକର ପାତ୍ର। ତାଙ୍କଠାରୁ ୧୨ଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ କରାଯାଇଛି। ଏହାର...

ବ୍ୟାଙ୍କରୁ ଲୁଟ୍‌ ଉଦ୍ୟମ ବିଫଳ: ତଦନ୍ତ ଆରମ୍ଭ କଲା ସାଇଣ୍ଟିଫିକ୍‌ ଟିମ୍‌

ରୂପ୍‌ସା, ୨୫।୧୧(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ କୁରାଢ଼ିହା ଏଚ୍‌ଡିଏଫ୍‌ସି ବ୍ୟାଙ୍କର ଝରକା ଗ୍ରୀଲ୍‌ ଭାଙ୍ଗି ରବିବାର ରାତିରେ ଦୁର୍ବୃତ୍ତମାନେ ଲୁଟ୍‌ ଉଦ୍ୟମ କରିଥିବା ଜଣାପଡ଼ିଛି। ସୋମବାର ଏହି ଘଟଣା ଜଣାପଡ଼ିବା ପରେ ବସ୍ତା ଏସ୍‌ଡିପିଓ ଜଳନ୍ଧର ଜାଲି, ଆଇଆଇସି ଧନେଶ୍ୱର ସାହୁ,...

ହାତୀପଲ ଭାଙ୍ଗିଲେ ୨ ଘର

ବଡ଼ସାହି,୨୫ା୧୧(ସ୍ବ.ପ୍ର.)-ନୀଳଗିରି ବନାଞ୍ଚଳକୁ ଯିବା ବାଟରେ ଝାଡଖଣ୍ଡ ହାତୀପଲ ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲ୍ଳକ ଜଙ୍ଗଲତଳି ଇଲାକାରେ ଉପଦ୍ରବ ଚଳାଇଛନ୍ତି। ରବିବାର ବିଳମ୍ବିତ ରାତିରେ ସେମାନେ ଭୀମଦା ପଞ୍ଚାୟତ ଦାସୀପୁର ଗ୍ରାମରେ ପଶି ଦୁଇଟି ଘର ଭାଙ୍ଗି ଧାନଚାଉଳ ନଷ୍ଟ କରିଦେଇଛନ୍ତି।...

ମୟୂରଭଞ୍ଜ ମହୋତ୍ସବ ପାଇଁ କାର୍ନିଭାଲ ଶୋ’

ବାରିପଦା ଅଫିସ,୨୫।୧୧- ମୟୂରଭଞ୍ଜ ଜିଲାର କଳା ଓ ସଂସ୍କୃତି ନିଆରା। ଏହାର ଏକ ସ୍ବତନ୍ତ୍ର ପରିଚୟ ରହିଛି । ଏହିି କଳା ଓ ସଂସ୍କୃତିର ପ୍ରଚାର ପ୍ରସାର ଲାଗି ଅଭିନବ ପ୍ରୟାସ ଭାବେ ଆୟୋଜିତ ହେଉଥିବା ମୟୂରଭଞ୍ଜ ମହୋତ୍ସବ ଜନମାନସରେ...

ନକଲି ଜର୍ଦ୍ଦା କାରଖାନା ଠାବ: ଜଣେ ଗିରଫ

ଭଦ୍ରକ ଅଫିସ, ୨୫ା୧୧- ଭଦ୍ରକ ପୁରୁଣାବଜାର ଥାନା ପୋଲିସ ସୋମବାର ମଧ୍ୟାହ୍ନରେ ମିର୍ଜାପୁର ଚିଡ଼ିଆମାରପଦାରେ ଏକ ନକଲି ଜର୍ଦ୍ଦା କାରଖାନା ଠାବ କରିଛି। ସେଠାରୁ ପ୍ରାୟ ୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ନକଲି ଜର୍ଦ୍ଦା ସମେତ ପ୍ରସ୍ତୁତ ସାମଗ୍ରୀ ଜବତ...

କାଳିଆ ଟଙ୍କା ପାଇ ନ ଥିବା ହିତାଧିକାରୀଙ୍କ ଗଣଧାରଣା

କେସିଙ୍ଗା,୨୫।୧୧: କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ବେଲଖଣ୍ଡି ପଞ୍ଚାୟତର ବହୁ ହିତାଧିକାରୀ କାଳିଆ ଯୋଜନା ଟଙ୍କା ପାଇ ନ ଥିବା ପ୍ରତିବାଦରେ ସୋମବାର ବ୍ଲକ ସମ୍ମୁଖରେ ଗଣଧାରଣା ଦେଇଛନ୍ତି। ଏଥିରୁ ବହୁ ଯୋଗ୍ୟ ହିତାଧିକାରୀ ବାଦ୍‌ ପଡିଥିବା ନେଇ...

‘ପାଣିପିଆ ଘଣ୍ଟା’ ଅଭିଯାନ: ଭିଭିଗିରି ବାଳିକା ଉଚ୍ଚ ବିଦ୍ୟାଳୟରେ ବାଜିଲା ଘଣ୍ଟା

ବ୍ରହ୍ମପୁର ଅଫିସ,୨୫।୧୧: ଛାତ୍ରୀଛାତ୍ରଙ୍କ ପାଇଁ ଗଞ୍ଜାମ ଜିଲାରେ ଏକ ଅଭିନବ ଅଭିଯାନ ଆରମ୍ଭ ହୋଇଛି। ପାଣି ପିଇବା ପାଇଁ ପିଲାମାନଙ୍କୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ସୋମବାରଠାରୁ ‘ପାଣିପିଆ ଘଣ୍ଟା’ ଅଭିଯାନ ଆରମ୍ଭ ହୋଇଛି। ବ୍ରହ୍ମପୁରସ୍ଥିତ ଭିଭିଗିରି ବାଳିକା ଉଚ୍ଚ ବିଦ୍ୟାଳୟରେ...

ପିନ୍ଧା ଶାଢ଼ିରେ ନିଆଁ ଲାଗି ଜଳିଗଲେ ମହିଳା

ପାଟଣା,୨୫।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁରୁସୁଆଁ ପଞ୍ଚାୟତ ଡେଣୁଆଁ ଗ୍ରାମର ଜଣେ ମହିଳାଙ୍କ ପିନ୍ଧା ଶାଢ଼ିରେ ନିଆଁ ଲାଗି ସୋମବାର ପୂର୍ବାହ୍ନରେ ତାଙ୍କର ମୃତ୍ୟୁ ଘଟିଛି। ମୃତ ମହିଳା ଜଣକ ହେଲେ ରବୀନ୍ଦ୍ରନାଥ ମହାନ୍ତଙ୍କ ସ୍ତ୍ରୀ ମଞ୍ଜୁଲତା(୫୫)। ସୂଚନାଯୋଗ୍ୟ,...

ଦାଣ୍ଡ ସୁବର୍ଣ୍ଣମୁଖୀ ମନ୍ଦିରରୁ ଚୋରି: ତାଲା ଭାଙ୍ଗି ମା’ଙ୍କ ଅଳଙ୍କାର ନେଇଗଲେ ଦୁର୍ବୃତ୍ତ

ଭଣ୍ଡାରିପୋଖରୀ,୨୫।୧୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ସରସଦା ପଞ୍ଚାୟତ ଏକଗୋଲା ଗ୍ରାମ ଛକରେ ଥିବା ଦାଣ୍ଡ ସୁବର୍ଣ୍ଣମୁଖୀ ମନ୍ଦିରରୁ ରବିବାର ବିଳମ୍ବିତ ରାତିରେ ଚୋରି ହୋଇଛି। କେହି ଦୁର୍ବୃତ୍ତ ମନ୍ଦିର ତାଲା ଭାଙ୍ଗି ମା’ଙ୍କ ସୁନା ଓ ରୁପାର ମୁକୁଟ,...

ବିଦ୍ୟୁତ୍‌ ଫାଶରେ ଦନ୍ତାହାତୀର ପ୍ରାଣଗଲା, ଶିକାରୀ ଗିରଫ

ବଇଣ୍ଡା,୨୫।୧୧(ଡି.ଏନ୍‌.ଏ.): ଅନୁଗୋଳ ଜିଲା ହଣ୍ଡପା ରେଞ୍ଜ ଲକ୍ଷ୍ମୀପୁର-ଟେଣ୍ଡୁଲି ରାସ୍ତାରେ ବିଦ୍ୟୁତ ଫାଶରେ ରବିବାର ବିଳମ୍ବିତ ରାତିରେ ଏକ ଦନ୍ତାହାତୀର ମୃତ୍ୟୁ ଘଟିଛି। ହାତୀର ବୟସ ପ୍ରାୟ ୨୫ ବର୍ଷ ହେବ। ବାର୍‌ହା ଶିକାର ପାଇଁ ୧୧ କେଭି ବିଦ୍ୟୁତ୍‌ ଖୁଣ୍ଟରୁ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri