ଆମ ଜିଲା ଖବର

ନୟାଗଡରେ ନବ ନିର୍ମିତ ରାମ ମନ୍ଦିରରୁ ଚୋରି

ନୟାଗଡ଼,୨୦।୩: ନୟାଗଡରେ ନବ ନିର୍ମିତ ରାମ ମନ୍ଦିରରୁ ହୋଇଛି ବଡ଼ ଚୋରି। ଦୁର୍ବୁତ୍ତମାନେ ମନ୍ଦିରରୁ ଲକ୍ଷାଧିକ ଟଙ୍କା ଏବଂ ସୁନା ଅଳଙ୍କାର ନେଇ ପଳାଇଥିବା କୁହାଯାଉଛି। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ମନ୍ଦିରରୁ ଚୋରି ସମ୍ପର୍କରେ ସ୍ଥାନୀୟ ଥାନାରେ...

ଅସରାଏ ବର୍ଷାରେ ବିଦ୍ୟାଳୟରେ ଖେଳୁଛି ପାଣି

ଡେରାବିଶ,୨୦।୩ (ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡା ଜିଲା ଡେରାବିଶ ବ୍ଲକ ଅଧୀନ କୁରୁଜଙ୍ଗାସ୍ଥିତ ଆଦର୍ଶ ବିଦ୍ୟାଳୟ ପାଇଁ ନବ ନିର୍ମିତ ଗୃହ ଅର୍ଦ୍ଧ ନିର୍ମିତ ଅବସ୍ଥାରେ ପଡି ରହିଛି। କେନ୍ଦ୍ରାପଡା ପୂର୍ତ୍ତ ବିଭାଗର ବେପରୁଆ ନୀତି ଯୋଗୁ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କଠାରୁ...

ଭୂତକୋଠି ପାଲଟିଛି ରାଜୀବ ଗାନ୍ଧୀ ସେବାକେନ୍ଦ୍ର

ରଘୁନାଥପୁର,୨୦।୩(ରାଜେନ୍ଦ୍ର ନାରାୟଣ ସିଂହ): ଜଗତ୍‌ସିଂହପୁର ଜିଲା ରଘୁନାଥପୁର ବ୍ଲକ ଠାରୁ ମାତ୍ର ୪ଶହ ମିଟର ଦୂର କଟକ-ପାରାଦୀପ ରାସ୍ତାର ବଜାର ପଛପାର୍ଶ୍ୱରେ ରହିଛି ରଘୁନାଥପୁର ପଞ୍ଚାୟତ ରାଜୀବ ଗାନ୍ଧୀ ସେବାକେନ୍ଦ୍ର। ଏହା ଏବେ ଭୂତକୋଠି ପାଲଟିଛି। ନିର୍ମାଣ କାର୍ଯ୍ୟ ଶେଷ...

ନିଷିଦ୍ଧାଞ୍ଚଳରେ ମତ୍ସ୍ୟଜୀବୀଙ୍କ ଅବାଧ ପ୍ରବେଶ

କେନ୍ଦ୍ରାପଡ଼ା, ୨୦।୩(ଜଗନ୍ନାଥ ଧଳ): ବିଶ୍ୱପ୍ରସିଦ୍ଧ ଗହୀରମଥା ଅନ୍ତୁଡ଼ିଶାଳରେ ସାମୁଦ୍ରିକ କଇଁଛ ଅଲିଭ ରିଡ୍‌ଲେ ସୁରକ୍ଷିତ ନାହାନ୍ତି। ସୁରକ୍ଷା ପାଇଁ ନିକଟରେ ଗହୀରମଥା ସାମୁଦ୍ରିକ ଅଞ୍ଚଳରେ ପର୍ଯ୍ୟଟକଙ୍କ ଅନୁମତିକୁ ବାରଣ ହୋଇଛି। ୨୦୨୩ ନଭେମ୍ବର ପହିଲାରୁ ସାମୁଦ୍ରିକ ଅଞ୍ଚଳକୁ ମତ୍ସ୍ୟଜୀବୀଙ୍କୁ ନିଷିଦ୍ଧ...

ଓଡ଼ିଆଙ୍କ ପାଇଁ ପଖାଳ ଅମୃତ ସଦୃଶ

ବ୍ରହ୍ମପୁର,୨୦।୩(ତନୁଶ୍ରୀ ନାହାକ) : ବୁଧବାର ବିଶ୍ୱ ପଖାଳ ଦିବସ। ଏହି ଦିବସ ଆସିଲେ ଓଡ଼ିଆଙ୍କ ପଖାଳ କଂସାର କଥା ମନକୁ ଆସେ। ବିଶେଷ କରି ଖରାଦିନେ ପଖାଳ ଓଡ଼ିଆଙ୍କ ଅତି ଆବଶ୍ୟକ ହେଉଥିବାରୁ ସମସ୍ତେ ଏହି ଦିବସକୁ ସ୍ବାଗତ କରିଥାନ୍ତି।...

ରାସ୍ତା ଉପରେ ମୃତ୍ୟୁର କୂଅ

ବୁଗୁଡ଼ା,୨୦।୩(କାଳିଚରଣ ଦାଶ): ରାସ୍ତା ଉପରେ ମୃତ୍ୟୁର କୂଅ। ଠିକାଦାରଙ୍କ ବେପରୁଆ ରାସ୍ତା କାମ ଯାତ୍ରୀଙ୍କ ଜୀବନ ପ୍ରତି ସୃଷ୍ଟି କରିଛି ବିପଦ। ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ବୁଗୁଡ଼ା-ନୟାଗଡ ରାଜ୍ୟ ରାଜପଥର କରସିଙ୍ଗି ଛକରେ। ଏହି ଛକରେ ସିମେଣ୍ଟ କଙ୍କ୍ରିଟ୍‌...

ଥାନାରେ ପହଞ୍ଚିଲା ରାସ୍ତା ସମସ୍ୟା

ଗୋଷାଣି, ୨୦।୩ (ପ୍ରଶାନ୍ତ କୁମାର ରାଉତ): ଗଜପତି ଜିଲା ଗୋଷାଣି ବ୍ଲକ ଗୁରାଣ୍ଡି ଗ୍ରାମବାସୀ ରାସ୍ତାଘାଟ ସମସ୍ୟାକୁ ନେଇ ଥାନାର ଦ୍ବାରସ୍ଥ ହୋଇଛନ୍ତି। ପୂର୍ତ୍ତବିଭାଗ ମୁଖ୍ୟ ରାସ୍ତାରେ ଦୀର୍ଘ ଦିନ ହେଲା ଖାଲଖମା ଓ କର୍ଦ୍ଦମାକ୍ତ ଯୋଗୁଁ ଲୋକେ ଯାତାୟାତରେ...

୪୦ ଟଙ୍କା ପାଇଁ ଜୀବନ ଗଲା

ଭଦ୍ରକ,୨୦ା୩(ସନାତନ ରାଉତ): ମାତ୍ର ୪୦ ଟଙ୍କା ପାଇଁ ଜଣେ ଗ୍ରାହକଙ୍କ ମାଡ଼ରେ ଦୋକାନୀଙ୍କର ଜୀବନ ଯାଇଛି। ଏପରି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲା ଚରମ୍ପା ଅଞ୍ଚଳରେ। ଭଦ୍ରକ ବ୍ଲକ ସାବରଙ୍ଗ ଥାନା ବଣିଆ ଗ୍ରାମର ବିଜୟ ପଣ୍ଡା ଚରମ୍ପା...

ଫେରିଘାଟରେ ଅସୁରକ୍ଷିତ ଯାତ୍ରା

ଚାନ୍ଦବାଲି,୨୦।୩(କିଷାନ ପାତ୍ର): ନଦୀ ନାଳ ଭରା ଚାନ୍ଦବାଲି ବ୍ଲକ ଅଞ୍ଚଳରେ ଗମନାଗମନରେ ବାଧକ ସାଜିଛି ୩ ନଦୀ। ଏହି ୩ ନଦୀର ୬ ଫେରିଘାଟରେ ପ୍ରତିଦିନ ବହୁ ସଂଖ୍ୟକ ଯାତ୍ରୀ ଜୀବନ ସହ ବାଜି ଲଗାଇ ବିପଦପୂର୍ଣ୍ଣ ଭାବେ ନଦୀପାର୍‌...

ଅଫିମ ବେପାରୀଙ୍କ ପାଇଁ ଅକଳରେ ଆଦିବାସୀ

ବାରିପଦା,୨୦।୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟରେ ଅଫିମ ଚାଷର ପସରା ମେଲିଛି। ଏକର ଏକର ଜମିରେ ଅଫିମ ଚାଷ କରି ମାଲେମାଲେ ହେଉଥିବା ଚାଷୀ ଓ ନିଶା ବେପାରୀଙ୍କ ଟେର୍‌ ପାଉନି ପୋଲିସ କିମ୍ବା ଅବକାରୀ ବିଭାଗ।...

ରାସ୍ତା ନାହିଁ ତ ଭୋଟ ନାହିଁ

କେନ୍ଦୁଝର,୨୦।୩(ଦୀପକ ମିଶ୍ର/ ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦ୍ର ଓ ରାଜ୍ୟ ସରକାର ରାସ୍ତା ଘାଟ ଉନ୍ନତି କରିଥିବା କଥା ପୋଷ୍ଟର,ବ୍ୟାନର ଦ୍ୱାରା ଡିଣ୍ଡିମ ପିଟୁ ଥିବାବେଳେ ବାସ୍ତବପକ୍ଷେ ଏମିତି ବହୁତ ଗ୍ରାମ ଅଛି ଯେଉଁଠିକି ଆଜି ପର୍ଯ୍ୟନ୍ତ ଭଲ ରାସ୍ତାଟିଏ...

ବାଙ୍ଗରାରେ ପାସେଞ୍ଜର ହଲ୍ଟ ନିର୍ମାଣ ନେଇ ସର୍ଭେ ଆରମ୍ଭ

ବାଲେଶ୍ୱର, ୨୦।୩(ମାନସ ବିଶ୍ୱାଳ): ବାଲେଶ୍ୱର ନିକଟସ୍ଥ କୁରୁଡ଼ାର ବାଙ୍ଗରା ଲେଭଲକ୍ରସିଂଠାରୁ ୩ ଶହ ମିଟର ଦୂରରେ ଏକ ପାସେଞ୍ଜର ହଲ୍ଟ ନିର୍ମାଣ ଲାଗି ମଙ୍ଗଳବାର ମଧ୍ୟାହ୍ନରେ ଦକ୍ଷିଣ ପୂର୍ବ ରେଳବାଇର ଡିଆରଏମ୍‌ଙ୍କ ନିର୍ଦ୍ଦେଶରେ ବିଭାଗୀୟ କର୍ମଚାରୀମାନେ ଗ୍ରାଉଣ୍ଡ ଜିରୋରୁ ସର୍ଭେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri