ଆମ ଜିଲା ଖବର

ମୁଖ୍ୟ ରାସ୍ତା ବନ୍ଦ, ଲୋକେ ହଇରାଣ: କାର୍ଯ୍ୟରେ ମନ୍ଥରତା ନେଇ ଅସନ୍ତୋଷ

ବସ୍ତା, ୨୬।୫(ସ୍ବ.ପ୍ର.)-ବାଲେଶ୍ୱର ଜିଲା ବସ୍ତା ବ୍ଲକ ଅନ୍ତର୍ଗତ ବସ୍ତା, ଗାନ୍ଧୀଛକ, ବାହାର୍ଦ୍ଦାଠାରେ ନୂତନ ପୋଲ ନିର୍ମାଣ କାର୍ଯ୍ୟ ଚାଲିଥିବାରୁ ତିନି ପଟୁ ରାସ୍ତା ବନ୍ଦ କରାଯାଇଛି। ଫଳରେ ଯାତାୟାତରେ ସମସ୍ୟା ଦେଖାଦେଇଛି। ଏଥିସହିତ ଠିକାଦାରମାନେ ନିର୍ମାଣ କାର୍ଯ୍ୟ ମନ୍ଥର ଗତିରେ...

ଭୋଟ ହରଣଚାଳ ଅଭିଯୋଗ ଆଣିଲେ ଜୟନାରାୟଣ

ଜଳେଶ୍ୱର, ୨୬।୫(ଡି.ଏନ.ଏ.)-ସରକାରୀ କଳ ଜରିଆରେ ଇଭିଏମ୍‌ରେ ହେରଫେର କରାଯାଇଥିବାରୁ ଭାଜପା ଓଡ଼ିଶାରେ ପରାଜୟର ମୁହଁ ଦେଖିଛି। ଦଳର ନିଶ୍ଚିତ ଭୋଟ୍‌କୁ ହରଣଚାଳ କରାଯାଇଛି ବୋଲି ବାଲେଶ୍ୱର ଜିଲା ଜଳେଶ୍ୱର ବିଧାନସଭା ନିର୍ବାଚନମଣ୍ଡଳୀରେ ନିର୍ବାଚନ ଲଢି ପରାଜୟ ବରଣ କରିଥିବା ଭାଜପା...

ଜମିରୁ ଚାଷୀଙ୍କ ମୃତଦେହ ଉଦ୍ଧାର

ଦିଗପହଣ୍ଡି,୨୫।୫(ଡି.ଏନ.ଏ.)- ଦିଗପହଣ୍ଡି ବଡ଼ଡୁମ୍ବୁଳା ଗ୍ରାମର ଚାଷୀ କାଶୀନାଥ ସେଠୀଙ୍କ ଶୁକ୍ରବାର ମଧ୍ୟାହ୍ନ ପ୍ରାୟ ସାଢ଼େ ୧୨ଟାରେ ଅଂଶୁଘାତ ପ୍ରଭାବରେ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ପୂର୍ବାହ୍ନ ପ୍ରାୟ ୧୦ଟାରେ କାଶୀନାଥ ଗଁା ନିକଟ ଜମିରେ ଚାଷକାମ କରିବାକୁ ଯାଇଥିଲେ। ସେହି...

କାନ୍ଥ ଖୋଳି ମୋବାଇଲ ଫୋନ ଲୁଟିନେଲେ

ଭଞ୍ଜନଗର,୨୫।୫(ଡି.ଏନ.ଏ.)- ତାରସିଂ ଥାନା ଗାଲେରୀ ମୁଖ୍ୟ ସଡକରେ ଥିବା ଏକ ମୋବାଇଲ ଦୋକାନରୁ ଶୁକ୍ରବାର ରାତିରେ ଏକ ବଡଧରଣର ଚୋରି ହୋଇଛି। ଦୁର୍ବୃତ୍ତମାନେ ଦୋକାନ ପଛପଟ କାନ୍ଥ ଖୋଳି ପ୍ରାୟ ୪୦ ମୋବାଇଲ ଫୋନ ଓ ନଗଦ ପ୍ରାୟ ୨୫...

ଯୁବକଙ୍କୁ ଘରୁ ଡାକିନେଇ ହତ୍ୟା: ପ୍ରେମ ବ୍ୟାପାରରୁ ହତ୍ୟା ସନ୍ଦେହ

ଧରାକୋଟ,୨୫।୫(ଡି.ଏନ.ଏ.)- ଧରାକୋଟ ଥାନା ଅଞ୍ଚଳରେ ଜଣେ ଯୁବକଙ୍କୁ ଘରୁ ଡାକି ନେଇ ଶୁକ୍ରବାର ବିଳମ୍ବିତ ରାତିରେ ହତ୍ୟା କରାଯାଇଛି। ହତ୍ୟାର ଶିକାର ହୋଇଛନ୍ତି ଅଲେଖ ନାହାକ (୨୦)। ପ୍ରେମ ବ୍ୟାପାରକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ଅଲେଖଙ୍କ ବାପା ଧରାକୋଟ...

ଟ୍ରାକ୍ଟର ଡାଲାରୁ ଖସି ଯୁବକଙ୍କ ପ୍ରାଣଗଲା

ତୁମୁଡିବନ୍ଧ,୨୫।୫(ଡି.ଏନ୍‌.ଏ.)- ତୁମୁଡିବନ୍ଧ ବ୍ଲକ ଅଞ୍ଚଳରେ ଟ୍ରାକ୍ଟର ଡାଲାରୁ ଖସିପଡି ଜଣେ ଯୁବକଙ୍କର ଶନିବାର ମୃତ୍ୟୁ ହୋଇଛି। ସେ ହେଲେ ତୁମୁଡିବନ୍ଧ ପଞ୍ଚାୟତ ଝରିଆପଦା ଗ୍ରାମର ବାଲେଶ୍ୱର ଦଣ୍ଡସେନା। ବାଲେଶ୍ୱର କେତେଜଣ ଶ୍ରମିକଙ୍କ ସହ ମିଶି ପୂର୍ବାହ୍ନ ପ୍ରାୟ ୯ଟାରେ ଟ୍ରାକ୍ଟର...

ବିଲମାଳରେ ପଡ଼ିଛି ଶିଶୁପୁତ୍ରର ମୃତଦେହ

ବଇଣ୍ଡା,୨୫।୫(ଡି.ଏନ.ଏ.): ଆଠମଲ୍ଲିକ ବ୍ଲକ ପାଇକସାହି ପଞ୍ଚାୟତ କଳାପାଟନାଳୀ ନିକଟସ୍ଥ ଅର୍ପତ ଘାଇ ବିଲମାଳରେ ଶନିବାର ଏକ ନବଜାତ ଶିଶୁ ପୁତ୍ରର ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। ଉକ୍ତ ଶିଶୁକୁ କେହି ଜନ୍ମ କରି ଫିଙ୍ଗି ଦେଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।...

ବଇଣ୍ଡାରେ ଚନ୍ଦନ ଯାତ୍ରା : ୪୦ ହଜାରୁ ଊର୍ଦ୍ଧ୍ୱ ଲୋକଙ୍କ ସମାଗମ

ବଇଣ୍ଡା,୨୫।୫(ଡି.ଏନ.ଏ.): ଅନୁଗୋଳ ଜିଲା ଆଠମଲ୍ଲିକ ଉପଖଣ୍ଡର ପ୍ରସିଦ୍ଧ ୪୨ ତମ ବଇଣ୍ଡା ଚନ୍ଦନ ଯାତ୍ରା ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ପାରମ୍ପରିକ ରୀତିନୀତି ନିୟମ ଅନୁସାରେ ଯାତ୍ରା ପାଳନ କରାଯାଉଥିବାବେଳେ ସମଗ୍ର ଅଞ୍ଚଳ ଉତ୍ସବ ମୁଖର ହୋଇଉଠିଛି। ସକାଳେ ରାଧାକୃଷ୍ଣଙ୍କ ମନ୍ଦିରରେ...

ଘର ଭାଙ୍ଗି ଧାନ ଖାଇଲା ହାତୀ

ଅମରପାଲି, ୨୫।୫(ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ରେଞ୍ଜ ଜାଲୋଏ ସେକ୍ସନ୍‌ ଅନ୍ତର୍ଗତ କୋଟସମଲାଇ ଗ୍ରାମ ପଞ୍ଚାୟତର ରିଝାଇପାଲି ଗ୍ରାମରେ ହାତୀ ଘର ଭାଙ୍ଗି ବ୍ୟାପକ କ୍ଷୟକ୍ଷତି କରିଛି। ଶୁକ୍ରବାର ରାତି ପ୍ରାୟ ୧୨ଟାରେ ଏକ ଦନ୍ତା ହାତୀ ଗାଁରେ ପଶିଥିଲା...

ଫ୍ରିଜ୍‌ ମରାମତି ଦୋକାନରେ ନିଆଁ : ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତି

ବାଲେଶ୍ୱର ଅଫିସ, ୨୫।୫: -ବାଲେଶ୍ୱର ସହରସ୍ଥିତ ତେଲେଙ୍ଗାସାହି ରାସ୍ତାର ମ୍ୟୁନିସିପାଲିଟି କମ୍ପ୍ଲେକ୍ସରେ ଥିବା ଏକ ଫେବ୍ରିକ୍‌ ୟୁନିଟ୍‌ରେ କୌଣସି କାରଣରୁ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି। ଲୋକମାନେ ମରାମତି ପାଇଁ ଦେଇଥିବା ଫ୍ରିଜ୍‌, ୱାଶିଂମେଶିନ ପୋଡ଼ି...

ମନ୍ତ୍ରୀ ପଦ ପାଇଁ ପୂଜାପାଠ

ଭୋଗରାଇ, ୨୫।୫(ଡି.ଏନ.ଏ.)-ନିର୍ବାଚନ ଫଳାଫଳ ଘୋଷଣା ପରେ ଉଭୟ ଭାଜପା ଓ ବିଜେଡିର ବିଜେତା ପ୍ରାର୍ଥୀଙ୍କୁ ମନ୍ତ୍ରୀପଦ ମିଳିବା ନେଇ ଦଳୀୟ କର୍ମୀଙ୍କୁ ଚିନ୍ତା ଘାରିଛି। ଭାଜପା ପ୍ରାର୍ଥୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ବାଲେଶ୍ୱର ଲୋକସଭା ଆସନରୁ ନିର୍ବାଚିତ ହେବା ପରେ...

ବାଲିଖାଦାନରେ ବଟି ଆଦାୟ ନେଇ ଗଣ୍ଡଗୋଳ : ଖଣ୍ଡା, ପ୍ଲାଷ୍ଟିକ ବନ୍ଧୁକ ଜବତ, ୩ ଗିରଫ

ବାଲେଶ୍ୱର ଅଫିସ, ୨୫।୫: ବାଲେଶ୍ୱର ସହଦେବଖୁଣ୍ଟା ମଡ଼େଲ ଥାନା ଅଧୀନ ଦହପଡ଼ା ପଞ୍ଚାୟତର କଣ୍ଟାବଣିଆ ବାଲିଖାଦାନରେ ଦାଦା ବଟି ଆଦାୟକୁ ନେଇ ଗଣ୍ଡଗୋଳ ହୋଇଛି। ଏନେଇ ପୋଲିସ ଥାନାରେ ମାମଲା (ନଂ. ୧୪୩/୧୯) ରୁଜୁ କରି ଶନିବାର ସମ୍ପୃକ୍ତ ୩ଜଣ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri