ଆମ ଜିଲା ଖବର

ଯୁକ୍ତ ୩ ପରୀକ୍ଷା ଫଳ ପ୍ରକାଶିତ : ପାସ୍‌ ହାର ୯୨.୨୧%

କେନ୍ଦୁଝର, ୨ା୬(ସ୍ବ.ପ୍ର.)-ସ୍ଥାନୀୟ ଧରଣୀଧର ସ୍ବୟଂ ଶାସିତ ମହାବିଦ୍ୟାଳୟର ଯୁକ୍ତ ୩ ପରୀକ୍ଷା ଫଳ ଶନିବାର ପ୍ରକାଶ ପାଇଛି ା ପାସ ହାର ରହିଛି ୯୨.୨୧% ରହିଥିବା ଜଣାପଡିଛି। ସମୁଦାୟ ୪୩୭ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ୪୦୩ ଜଣ...

ଖଣି ଦୁର୍ନୀତି ମାମଲା : ହାଜର ହେଲେ ୯ରୁ ୮ କମ୍ପାନୀଜରିମାନା ଅର୍ଥ ନ ଦେଲେ ସମ୍ପତ୍ତି ବାଜ୍ୟାପ୍ତି

କେନ୍ଦୁଝର, ୨ା୬(ସ୍ବ.ପ୍ର./ଡି.ଏନ.ଏ.)-କେନ୍ଦୁଝର ଜିଲାରେ ବହୁଚର୍ଚ୍ଚିତ ଖଣି ଦୁର୍ନୀତିରେ ସମ୍ପୃକ୍ତ ଜିଲାର ଖଣି କମ୍ପାନୀ ଆଗାମୀ ୭ରୁ ୧୫ ଦିନ ମଧ୍ୟରେ ଜରିମାନା ପୈଠ ନ କଲେ ସେମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଇ ସମ୍ପତ୍ତି ବାଜ୍ୟାପ୍ତି କରାଯିବ ବୋଲି ଶନିବାର...

ସ୍ବାମୀଙ୍କ ଚିହ୍ନା କହି ମହିଳାଙ୍କଠୁ ଲୁଟ୍‌

ଭଦ୍ରକ ଅଫିସ, ୨।୬ – ସ୍ବାମୀଙ୍କ ଚିହ୍ନା କହି ଜଣେ ଯୁବକ ମହିଳାଙ୍କଠାରୁ ୫୦ ହଜାର ଟଙ୍କା ଲୁଟି ନେଇଥିବା ନେଇ ଭଦ୍ରକ ଟାଉନ ଥାନାରେ ଅଭିଯୋଗ ହୋଇଛି। ଲୁଟ୍‌ର ଶିକାର ହୋଇଥିବା ମହିଳା ହେଲେ ଧୂଷୁରୀ ଥାନା ଅନ୍ତର୍ଗତ...

ଶିଖାଇଲେ, ନିଜେ ଶିଖିଲେନି : ୩୫ ପ୍ରତିଶତ ପୋଷ୍ଟାଲ ଭୋଟ ନାକଚ

ଭଦ୍ରକ ଅଫିସ, ୨।୬ – ପ୍ରତି ନିର୍ବାଚନରେ ପୋଷ୍ଟାଲ ଭୋଟକୁ ଅଧିକ ଗୁରୁତ୍ୱ ଦିଆଯାଇଥାଏ। ଚଳିତ ସାଧାରଣ ନିର୍ବାଚନରେ ଭଦ୍ରକ ଜିଲାର ସଂସଦୀୟ କ୍ଷେତ୍ରରେ ୩୫ ପ୍ରତିଶତ ପୋଷ୍ଟାଲ ଭୋଟ ନାକଚ ହୋଇଛି। ନିର୍ବାଚନ ପ୍ରକ୍ରିୟାରେ ସହଯୋଗ କରୁଥିବା ସରକାରୀ...

କାମ ଦେବା ନଁ।ରେ ମହିଳାଙ୍କୁ ବଳାତ୍କାର ଉଦ୍ୟମ ଘଟଣା: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଜିଲାପାଳ,ଏସ୍‌ପିଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ

  ଗଞ୍ଜାମ,୧ା୬(ଡି.ଏନ.ଏ.)- ଗଞ୍ଜାମ ସହରସ୍ଥିତ ଗ୍ରାସୀମ ଇଣ୍ଡଷ୍ଟ୍ରିଜରେ କାର୍ଯ୍ୟରତ ମୁଖ୍ୟ ସୁରକ୍ଷା ଅଧିକାରୀ ସଞ୍ଜୟ କୁମାର ଦାସ ସ୍ଥାନୀୟ ଅଞ୍ଚଳର ଜଣେ ବିବାହିତା ମହିଳାଙ୍କୁ କାମ ଦେବା ନଁାରେ ବଳାତ୍କାର ଉଦ୍ୟମ କରିଥିବା ଗତ ୨୨ ତାରିଖରେ ଗଞ୍ଜାମ ଥାନାରେ...

ଯୁବକଙ୍କୁ ଖଣ୍ଡାରେ ହାଣି ହତ୍ୟା

ପୁରୁଷୋତ୍ତମପୁର,୧।୬(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା କଇଠଡା ଗ୍ରାମରେ ଶନିବାର ରାତିରେ ଜଣେ ଯୁବକଙ୍କୁ ଖଣ୍ଡାରେ ହାଣି ହତ୍ୟା କରାଯାଇଛି। ସେ ହେଲେ କଇଠଡାର ଡାକ୍ତର ପ୍ରଧାନ (୪୦)। ଡାକ୍ତର ରାତିରେ ଗାଁ ମଣ୍ଡପରେ ବସି ଲୋକଙ୍କ ସହ କଥା...

ଅଗ୍ନିକାଣ୍ଡରେ ଦୋକାନ ଜଳିଗଲା

ଖଲ୍ଲିକୋଟ,୧ା୬(ଡି.ଏନ.ଏ.)- ଖଲ୍ଲିକୋଟ ସହର ଧରାକୋଟ ସାହିରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ବାଇଣ୍ଡିଙ୍ଗ୍‌ ଦୋକାନରେ ଅଗ୍ନିକାଣ୍ଡ ଘଟିଛି। ଦୋକାନରେ ଥିବା ଲକ୍ଷାଧିକ ଟଙ୍କାର ବିଦ୍ୟୁତ୍‌ ସାମଗ୍ରୀ ପୋଡି ନଷ୍ଟ ହୋଇଛି। ପ୍ରକାଶ ଯେ, ଧରାକୋଟ ସାହିର ଶରତ ଚନ୍ଦ୍ର ମାହାନ୍ତି...

୩ ଭରଣ ଭେଣ୍ଡି ପଦର ନଷ୍ଟ ଅଭିଯୋଗ

ବୁଗୁଡ଼ା,୧ା୬(ଡି.ଏନ.ଏ.)- ବୁଗୁଡ଼ା ଥାନା କାଞ୍ଜିଆପଲ୍ଲୀରେ ପ୍ରାୟ ୩ ଭରଣ ଭେଣ୍ଡି ପଦରକୁ କୌଣସି ଦୁର୍ବୃତ୍ତ ନଷ୍ଟ କରିଥିବା ନେଇ ରଙ୍କନିଧି ଗୌଡ଼ ଶନିବାର ବୁଗୁଡ଼ା ଥାନାରେ ଅଭିଯୋଗ କରିଛନ୍ତି। ଏ ନେଇ କୌଣସି ମାମଲା ରୁଜୁ ହୋଇନଥିବା ଜଣାପଡ଼ିଛି। କାଞ୍ଜିଆପଲ୍ଲୀର...

ଜଳଛତ୍ରରୁ ପାଣି ପିଉନାହାନ୍ତି ଲୋକେ

ବୁଗୁଡ଼ା,୧ା୬(ଡି.ଏନ.ଏ.)- ବୁଗୁଡ଼ା ଏନଏସିର ବିଭିନ୍ନ ସ୍ଥାନରେ ଜଳଛତ୍ର ଖୋଲାଯାଇଛି। କିନ୍ତୁ ରକ୍ଷଣାବେକ୍ଷଣ ଅଭାବରୁ ଲୋକେ ଏହି ପାଣି ପିଇବାକୁ ଅମଙ୍ଗ ହେଉଛନ୍ତି। ବିଭିନ୍ନ ସ୍ଥାନରେ ଜଳଛତ୍ର ଉପରେ ନଡ଼ା ଛପର ନଥିବା ଯୋକୁ ଖରାପଡି ପାଣି ଗରମ ହୋଇଯାଉଛି। ଫଳରେ...

ବିଦ୍ୟୁତ୍‌ ଖୁଣ୍ଟରୁ ଖସି ଯୁବକ ମୃତ:ସାଉଥ୍‌କୋ କର୍ମଚାରୀଙ୍କ ବିରୋଧରେ ଅଭିଯୋଗ ଆଣିଲେ ସ୍ତ୍ରୀ

ଭଞ୍ଜନଗର,୧।୬(ଡି.ଏନ.ଏ.): ତାରସିଂ ଥାନା କୁଡୁତାଇ ସୋସାଇଟି ନିକଟରେ ଶନିବାର ସକାଳେ ଜଣେ ଯୁବକଙ୍କ ବିଦ୍ୟୁତ୍‌ ଆଘାତରେ ମୃତ୍ୟୁ ଘଟିଛି। ସେ ହେଲେ ଉକ୍ତ ଥାନା ବାଙ୍କତରାର ଯୋଗେନ୍ଦ୍ର ନାୟକ (୨୭)। ଯୋଗେନ୍ଦ୍ର ଶନିବାର କୁଡୁତାଇ ସୋସାଇଟି ନିକଟରେ ଥିବା ଏକ...

ବଇଣ୍ଡା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର : ମଧ୍ୟାହ୍ନ ପରେ ମିଳୁନି ସେବା

ବଇଣ୍ଡା, ୧।୬(ଡି.ଏନ.ଏ.)- ଅନୁଗୋଳ ଜିଲା କିଶୋରନଗର ବ୍ଲକ ବଇଣ୍ଡା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରୁ ସେବା ପାଇପାରୁନାହାନ୍ତି ଅଞ୍ଚଳବାସୀ। ଡାକ୍ତର ସକାଳୁ ୨ରୁ ୩ ଘଣ୍ଟା ରହି ପଳାଉଛନ୍ତି। ମଧ୍ୟାହ୍ନ ୧୨ଟା ପରେ ଆଉ ଡାକ୍ତରଙ୍କ ଦେଖାମିଳୁନି। ଫଳରେ ଏହା ଉପରେ ନିର୍ଭର...

କାଳବୈଶାଖୀର ତାଣ୍ଡବ : ଗଛ ଭାଙ୍ଗି ରାସ୍ତା ଅବରୋଧ

ମୁରିବାହାଲ, ୧।୬ (ଡି.ଏନ.ଏ.): ବଲାଙ୍ଗୀର ଜିଲା ମୁରିବାହାଲ ବ୍ଲକ ଅଞ୍ଚଳରେ ଶୁକ୍ରବାର ରାତିରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଥିଲା। ପ୍ରବଳ ଝଡତୋଫାନ ଓ ବର୍ଷା ହେବା ଫଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ମାତ୍ର ୩୦ମିନିଟ ପାଇଁ ହୋଇଥିବା ଝଡତୋଫାନରେ ମୁରିବାହାଲ-ଗୁଡିଘାଟ,...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri