ଆମ ଜିଲା ଖବର

ବ୍ରହ୍ମପୁର ଷ୍ଟାଡିୟମ୍‌ରେ ସର୍ବସାଧାରଣଙ୍କ ପ୍ରବେଶ: ପେସାଦାର ଖେଳାଳିଙ୍କ ବିରୋଧ

ବ୍ରହ୍ମପୁର ଅଫିସ୍‌,୨୧ା୬- ନେତା ବଦଳିଲେ, ନୀତି ବଦଳେ। ଏକଥା କୁହାଯାଏ। ହେଲେ ବ୍ରହ୍ମପୁର ସହରରେ ଏବେ ନେତା ବଦଳୁଥିବା ନୀତି ସମସ୍ୟା ସୃଷ୍ଟି କରୁଛି। ବ୍ରହ୍ମପୁର ଷ୍ଟାଡିୟମ୍‌ ବର୍ତ୍ତମାନ ଏହା ଭୋଗିବାକୁ ଯାଉଛି। ଷ୍ଟାଡିୟମ୍‌ରେ ସକାଳୁ ବ୍ୟାୟାମ କରିବା ପାଇଁ...

ଜଙ୍ଗଲରେ ଗୁଳିମାଡ ଘଟଣା: ଭାଇ ସମେତ ୨ ଗିରଫ

ଶଙ୍କରାଖୋଲ,୨୧ା୬(ଡି.ଏନ୍‌.ଏ.): ଚକାପାଦ ବ୍ଲକ ଟିକାବାଲି ଥାନା ମିଣିଆଖଡି ଜଙ୍ଗଲରେ ଶନିବାର ଗୁଳି ମାଡରେ ଆରାବାକା ପଞ୍ଚାୟତ କାମ୍ବିରିକିଆ ଗ୍ରାମର ଜନକ ମଲ୍ଲିକ ଗୁରୁତର ହୋଇଥିଲେ। ଏହି ଘଟଣାରେ ଟିକାବାଲି ପୋଲିସ ଗୁରୁବାର ୨ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।...

ଜିଲାପାଳଙ୍କୁ ଭେଟିଲେ ଠକେଇର ଶିକାର ଛାତ୍ରୀଛାତ୍ର

ଫୁଲବାଣୀ ଅଫିସ, ୨୧ା୬- ଭୁବନେଶ୍ୱରରେ ଏକ ଶିକ୍ଷା ଅନୁଷ୍ଠାନରେ ମାଗଣା ପଢ଼ିବା, ରହିବା, ଖାଇବା ଇତ୍ୟାଦି ପ୍ରଲୋଭନ ଦେଖାଇ କନ୍ଧମାଳର ଜଣେ ଯୁବକ ପାଖାପାଖି ୨୦ ଜଣ ଛାତ୍ରଙ୍କ ସାର୍ଟିଫିକେଟ ନେଇ ଯାଇଛନ୍ତି। ସେପଟେ ମିଥ୍ୟା ଆଡମିଶନ କରାଇ ପଢ଼ିବାକୁ...

ବିଭିନ୍ନ ଅବ୍ୟବସ୍ଥାରେ ଡାଏଲିସିସ ଓ୍ବାର୍ଡ

କେନ୍ଦୁଝର, ୨୧ା୬ (ସ୍ବ.ପ୍ର.)-କିଡନୀ ରୋଗୀଙ୍କୁ ମାଗଣା ଡାଇଲିସିସ ସୁବିଧା ଦେବା ସରକାର କେନ୍ଦୁଝର ଜିଲା ମୁଖ୍ୟାଳୟ ଡାକ୍ତରଖାନାରେ ଡାଇଲିସିସି ଓାର୍ଡ ଖୋଲିଛନ୍ତି। ୧୦ ବେଡ ବିଶିଷ୍ଟ ଏହି ଓ୍ବାର୍ଡରେ ବହୁ ସମସ୍ୟା ଲାଗିରହୁଥିବାରୁ ରୋଗୀ ସେବା ବାଧାପ୍ରାପ୍ତ ହେଉଛି ା...

ସ୍ବଚ୍ଛ ଭାରତ ମିଶନ: ସରିଛି ୭୩.୨୫ ପ୍ରତିଶତ ଶୌଚାଳୟ ନିର୍ମାଣ: ଜୁଲାଇ ୨୦ ସୁଦ୍ଧା ଅବଶିଷ୍ଟ ସାରିବାକୁ ଲକ୍ଷ୍ୟ

ବନ୍ତ, ୨୧।୬ (ସ୍ବ.ପ୍ର.) – ପରିବେଶ ସ୍ବଚ୍ଛତା ସହିତ ଖୋଲାରେ ଶୌଚ ନ ହେବା ପାଇଁ କେନ୍ଦ୍ର ସରକାର ୨୦୧୬ ଅ୍ରକ୍ଟୋବର ୨ ଗାନ୍ଧୀ ଜୟନ୍ତୀରେ ସ୍ବଚ୍ଛ ଭାରତ ମିଶନ ଯୋଜନା ପ୍ରଚଳନ କରିଥିଲେ। ପ୍ରତି ପରିବାରକୁ ଶୌଚାଳୟ ନିର୍ମାଣ...

ମୃତ୍ୟୁଠୁ ବଳିଯାଇଛି ଯନ୍ତ୍ରଣା

ଭଦ୍ରକ ଅଫିସ, ୨୧।୬ – ଭଦ୍ରକ ୧୬ ନମ୍ବର ଜାତୀୟ ରାଜପଥ ରାହାଞ୍ଜ ନିକଟରେ ହୋଇଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାକୁ ଏହା ମଧ୍ୟରେ ୧୧ ମାସ ବିତିଗଲାଣି। ବେପରୁଆ ଟ୍ରକ୍‌ ଚାଳକଙ୍କ ଦାୟିତ୍ୱହୀନ ଗାଡ଼ି ଚାଳନା ଯୋଗୁ ଏହି ଦୁର୍ଘଟଣାରେ...

ଭୁଲ୍‌ ଜାତିଗତ ପ୍ରମାଣପତ୍ର ଦାଖଲ ଅଭିଯୋଗ: ସୋର ବିଧାୟକଙ୍କ ନାମରେ ହାଇକୋର୍ଟରେ ମାମଲା

ସୋର, ୨୧।୬(ଡି.ଏନ.ଏ.)- ଭୁଲ୍‌ ଜାତିଗତ ପ୍ରମାଣପତ୍ର ପ୍ରଦାନ ଏବଂ ନିର୍ବାଚନୀ ସତ୍ୟପାଠରେ ନିର୍ଦ୍ଦିଷ୍ଟ କଲମ ଫାଙ୍କା ଛାଡ଼ିବା ଘଟଣା ସୋର ବିଧାୟକ ପର୍ଶୁରାମ ଧଡ଼ାଙ୍କୁ ପୁଣି ଥରେ ଅଡ଼ୁଆରେ ପକାଇଛି। ଏନେଇ ୨୦୧୯ ନିର୍ବାଚନରେ ସୋର ବିଧାନସଭା ଆସନ ପାଇଁ...

ବାଲିଆପାଳର ପରିବା ଚାଷୀ ନିରୁତ୍ସାହିତ

ବାଲିଆପାଳ, ୨୧।୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାଲିଆପାଳ ଅଞ୍ଚଳର ପନିପରିବା ଚାଷୀ ପ୍ରାକୃତିକ ବିପର୍ଯ୍ୟୟ, ଅଭାବୀ ବିକ୍ରି ଓ ଶୀତଳଭଣ୍ଡାର ଅଭାବ ଆଦି କାରଣରୁ କ୍ରମେ ଚାଷ ଛାଡିବାକୁ ବସିଲେଣି। ଫନୀ ବାତ୍ୟାରେ ପନିପରିବା ଫସଲ କ୍ଷତିଗ୍ରସ୍ତ ହେବାରୁ ଏବେ ବେପାରୀମାନେ ପଶ୍ଚିମବଙ୍ଗରୁ...

ଟ୍ରକକୁ ଧକ୍କା ଦେଲା କାର: ଜଣେ ମୃତ, ଗୋଟିଏ ପରିବାରର ୫ ଆହତ

ରାୟଗଡା ଅଫିସ୍‌, ୨୦।୬- ରାୟଗଡା ସହରର ସିରିଗୁଡାଠାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଗୋଟିଏ ପରିବାରର ୫ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ଜଣକ ହେଲେ ମାନସ ରଞ୍ଜନ ଦାଶ(୪୦)। ଆହତ ହୋଇଥିବା ଟି.ଲକ୍ଷ୍ମୀନାରାୟଣ,...

କସ୍ତୁରିନଗର ଛାତ୍ର ହତ୍ୟା ଘଟଣାର ପର୍ଦ୍ଦାଫାଶ: ତ୍ରିକୋଣୀୟ ପ୍ରେମ ଲାଗି କରାଯାଇଥିଲା ହତ୍ୟା

ରାୟଗଡା ଅଫିସ୍‌, ୨୦।୬- ଗତ ୧୬ ତାରିଖ ଘଟିଥିବା ଛାତ୍ର ମହାଦେବ ସୁରେଶ କୁମାର ହତ୍ୟା ଘଟଣା ଉପରୁ ପୋଲିସ ପରଦା ହଟାଇଛ। ଏହି ଘଟଣାରେ ୩ଜଣ ନାବାଳକଙ୍କ ସମେତ ନିରଞ୍ଜନ ବିଡିକା ଓ ପି.ପଓ୍ବନ କଲ୍ୟାଣ ୨ ଜଣ...

ଅସୁସ୍ଥତା ଯୋଗୁ ସ୍ତ୍ରୀଙ୍କ ମୃତ୍ୟୁ ଘଟଣା: ୧୭ ଦିନ ପରେ ଆତ୍ମହତ୍ୟା କଲେ ସ୍ବାମୀ

ରତ୍ନଗିରି,୨୦ା୬(ଡି.ଏନ.ଏ.): ବରୀ ବ୍ଲକ ଅଧୀନ ଗୋଳକୁଣ୍ଡ ପଞ୍ଚାୟତ ମେଣ୍ଢ ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଉକ୍ତ ଗ୍ରାମର ରଞ୍ଜନ ଦଳେଇ (୨୩) ସ୍ତ୍ରୀଙ୍କ ମୃତ୍ୟୁର ୧୭ ଦିନ ପରେ ଗୁରୁବାର ସକାଳୁ ରଶି ଲଗାଇ ଆମତ୍ହତ୍ୟା କରିଛନ୍ତି।...

ପୁତ୍ର ସନ୍ତାନ ଜନ୍ମ ଦେଲେ ନାବାଳିକା

ଏରସମା,୨୦ା୬(ସ୍ବ.ପ୍ର.): ଏରସମା ଥାନା ଅଞ୍ଚଳର ଜଣେ ନାବାଳିକା ଗୁରୁବାର ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ଏହାପରେ ନାବାଳିକା ଓ ନବଜାତ ଶିଶୁର ଅବସ୍ଥା ସଙ୍କଟାପନ୍ନ ହେବାରୁ ଉଭୟଙ୍କୁ ଜଗତ୍‌ସିଂହପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri