ଆମ ଜିଲା ଖବର

ଶିକ୍ଷକମାନଙ୍କ ବିଭିନ୍ନ ସମସ୍ୟା ନେଇ ଜିଲା ଶିକ୍ଷା ଅଧିକାରୀଙ୍କୁ ଦାବିପତ୍ର

ଭବାନୀପାଟଣା,୨୧।୬(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ପ୍ରାଥମିକ ଶିକ୍ଷକ ସଂଘ, ୫-ଖାରାବେଳ ନଗର ଭୁବନେଶ୍ୱର, କଳାହାଣ୍ଡି ଶାଖା ପକ୍ଷରୁ ଶୁକ୍ରବାର ଜିଲା ଶିକ୍ଷକଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଜିଲା ଶିକ୍ଷା ଅଧିକାରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ସଂଘର ସଭାପତି ଜନାର୍ଦ୍ଧନ...

ଫି’ ବୃଦ୍ଧି ଓ ସ୍କୁଲର ଭିତ୍ତିଭୂମି ବିକାଶ ଦାବିରେ ଅଭିଭାବକଙ୍କ ଧାରଣା

ଭବାନୀପାଟଣା,୨୧।୬(ଡି.ଏନ୍‌.ଏ.): ଫି ବୃଦ୍ଧି ଓ ସ୍କୁଲର ଭିତ୍ତିଭୂମି ବିକାଶ ଦାବି କରି କଳାହାଣ୍ଡି ଜିଲା ଭବାନୀପାଟଣା ବିମଳା କନଭେଣ୍ଟ ସ୍କୁଲ ସମ୍ମୁଖରେ ଅଭିଭାବକମାନେ ଶୁକ୍ରବାର ଧାରଣା ଦେଇଛନ୍ତି। ସ୍କୁଲ କର୍ତ୍ତୃପକ୍ଷ ଅଭିଭାବକଙ୍କ ସହିତ କୌଣସି ପ୍ରକାର ଆଲୋଚନା ଓ ମତବିନିମୟ...

ରାସ୍ତାରେ ମୃତ ଶିଶୁକୁ ଝୁଣି ଖାଇଲା କୁକୁର

ବଲାଙ୍ଗୀର ଅଫିସ,୨୧।୬: ବଲାଙ୍ଗୀର ସହର ଜଗନ୍ନାଥପଡ଼ା ରାସ୍ତାରେ ଶୁକ୍ରବାର ସକାଳେ ବୁଲା କୁକୁର ଏକ ମୃତ ଶିଶୁକୁ ଝୁଣି ଖାଉଥିବା ଦେଖିବାକୁ ମିଳିଛି। ସକାଳୁ ଏଭଳି ଦୃଶ୍ୟ ଲୋକଙ୍କୁ ବିଚଳିତ କରିଥିଲା। କୁକୁରଟି ନିକଟସ୍ଥ ଭୀମଭୋଇ ମେଡିକାଲ କଲେଜ ହସ୍‌ପିଟାଲରୁ...

‘ଯୋଗ ଦ୍ୱାରା ଶାରୀରିକ ଓ ଆଧ୍ୟାତ୍ମିକ ବିକାଶ ହୋଇଥାଏ’

ବଡ଼ସାହି,୨୧ା୬(ସ୍ବ.ପ୍ର.) : ଯୋଗ ଦ୍ୱାରା ମଣିଷର ଶାରୀରିକ ଓ ଆଧ୍ୟାତ୍ମିକ ବିକାଶ ଘଟିବା ସହ ଦୀର୍ଘାୟୁ ହୋଇଥାଏ।  ରୋଗ ଓ ଦୁଶ୍ଚିନ୍ତାରୁ ମୁକ୍ତ ହେବା ପାଇଁ ଯୋଗର ଆବଶ୍ୟକତା ରହିଛି ବୋଲି କେନ୍ଦୁଝର ଜିଲା ବଡ଼ସାହି ବ୍ଲକ ବେଲପାଳ ସରସ୍ବତୀ...

ଖରାଛୁଟି ପରେ ଖୋଲିଲା ସ୍କୁଲ, ପ୍ରଥମ ଦିନରେ ଛାତ୍ରୀଛାତ୍ରଙ୍କୁ ଫୁଲଚନ୍ଦନରେ କରାଗଲା ସ୍ବାଗତ

ବ୍ରହ୍ମପୁର ଅଫିସ,୨୧ା୬: ଖରାଛୁଟି ପରେ ଶୁକ୍ରବାର ଖୋଲିଛି ସ୍କୁଲ। ପ୍ରଥମ ଦିନରେ ସ୍କୁଲଗୁଡ଼ିକରେ ପ୍ରବେଶ ଉତ୍ସବ ଆୟୋଜନ କରାଯାଇଥିଲା । ଛାତ୍ରୀଛାତ୍ରମାନେ ନିର୍ଦ୍ଦାରିତ ସମୟରେ ସ୍କୁଲରେ ପହଞ୍ଚତ୍ଥିଲେ। ଫାଟକ ପାଖରେ ଶିକ୍ଷୟିତ୍ରୀ ଶିକ୍ଷକ ଉପସ୍ଥିତ ରହି ପିଲାମାନଙ୍କୁ ଫୁଲଚନ୍ଦନ ଦେଇ...

ବିଏସ୍‌ଏଫ୍‌ ବାଟାଲିୟନ ପକ୍ଷରୁ ଯୋଗାଭ୍ୟାସ

ଚିତ୍ରକୋଣ୍ଡା,୨୧ା୬(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ୮ମ ବିଏସ୍‌ଏଫ୍‌ ବାଟାଲିୟନ ସହାୟତାରେ ସ୍ଥାନୀୟ ମିନି ଷ୍ଟାଡିଅମ ପଡ଼ିଆଠାରେ ବିଶ୍ୱ ଯୋଗ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ବହୁସଂଖ୍ୟାରେ ଜନସାଧାରଣ ଅଂଶଗ୍ରହଣ କରି ଯୋଗାଭ୍ୟାସ କରିଥିଲେ। ଚିତ୍ରକୋଣ୍ଡାର ଅନୁଭବୀ ଦୈନିକ ଅଭ୍ୟାସର...

ଭୁବନ ମହିଳା ମହାବିଦ୍ୟାଳୟରେ ଆନ୍ତର୍ଜାତିକ ଯୋଗ ଦିବସ

ଭୁବନ,୨୧ା୬(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ଭୁବନ ମହିଳା ମହାବିଦ୍ୟାଳୟରେ ଏନ୍‌ସିସି ପକ୍ଷରୁ ଶୁକ୍ରବାର ୫ମ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରାଯାଇଛି। ଏହି ଯୋଗ ଶିବିରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଦିଲୀପ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସୁସ୍ଥ ସମାଜ ଗଠନ...

ହାତୀ ଆକ୍ରମଣରେ ପ୍ରାଣ ଗଲା

ତାଳଚେର,୨୧ା୬(ନି.ପ୍ର.) : ଅନୁଗୋଳ ଜିଲା କଣିହାଁ ବ୍ଲକ ରେଙ୍ଗାଳି ଥାନା ସୁଲେଇପାଳ ଗ୍ରାମର ସୁଧାକର ମହାନ୍ତି(୭୦) ଗୁରୁବାରଠାରୁ ନିଖୋଜ ଥଇବାବେଳେ ଶୁକ୍ରବାର ସକାଳେ ତାଙ୍କ ମୃତଦେହକୁ ଶୁକ୍ରବାର ଗ୍ରାମବାସୀ ଜଙ୍ଗଲରୁ ଖୋଜି ପାଇଛନ୍ତି। ଗ୍ରାମ ନିକଟ ଜଙ୍ଗଲରେ ତାଙ୍କୁ ହାତୀ...

ବଲାଙ୍ଗୀରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି : ୩୦ ପର୍ଯ୍ୟନ୍ତ ଚାଲିବ କାର୍ଯ୍ୟବନ୍ଦ ଆନ୍ଦୋଳନ

ବଲାଙ୍ଗୀର ଅଫିସ, ୨୧।୬: ବଲାଙ୍ଗୀର ଜିଲା ଓକିଲ ସଂଘ ପକ୍ଷରୁ ଚାଲିଥିବା ୪ଦିନିଆ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ପରିବର୍ଦ୍ଧିତ କରାଯାଇଛି। ଏହି ଆନ୍ଦୋଳନ ଜୁନ୍‌ ୩୦ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ଗୁରୁବାର ଅନୁଷ୍ଠିତ ଜିଲା ଓକିଲ ସଂଘ ପରିବର୍ଦ୍ଧିତ କାର୍ଯ୍ୟନିର୍ବାହୀ...

ପାଇଖାନା ନିର୍ମାଣ ଅର୍ଥ ଆଣିବାକୁ ଯାଇଥିଲେ : ଦିବ୍ୟାଙ୍ଗଙ୍କୁ ଧକ୍କା ମାରିଲେ ବିଡିଓ

ସେମିଳିଗୁଡ଼ା, ୨୧।୬(ସ୍ବ.ପ୍ର.) : ପାଇଖାନା ନିର୍ମାଣ ଅର୍ଥ ଆଣିବା ପାଇଁ କୋରାପୁଟ ଜିଲା ସେମିଳିଗୁଡ଼ା ବ୍ଳକ କାର୍ଯ୍ୟାଳୟକୁ ଯାଇଥିବା ଜଣେ ଦିବ୍ୟାଙ୍ଗଙ୍କୁ ସ୍ଥାନୀୟ ବିଡିଓ ଅସଭ୍ୟ ଗାଳିଗୁଲଜ କରିବା ସହ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ଧରି...

ବିଲେଇ ପ୍ରତି ନିବେଦିତାଙ୍କ ଭଲପାଇବା: ନିଖୋଜ ହୋଇଯିବାରୁ ଗ୍ରହଣ କଲେନି ଖାଦ୍ୟ

ନୟାଗଡ଼ ଅଫିସ,୨୧|୬- ପୋଷା ବିଲେଇ ନିଖୋଜ ହୋଇଯିବାରୁ ଜଣେ ମହିଳା ୭ଦିନ ଧରି ଖାଇ ନ ଥିଲେ। ପରେ ଜଣେ କାମବାଲୀ ଉକ୍ତ ବିଲେଇର ସନ୍ଧାନ ଦେଇଥିଲେ। ଏହା ବଦଳରେ ମହିଳା ଜଣକ ତାଙ୍କୁ ପୁରସ୍କାର ସ୍ବରୂପ ୫୦୦ ଟଙ୍କା...

ଚିନିକଳ ମୋଟର ଇଟାମାଟିରେ ଠାବ ଘଟଣା: ୨ ଦିନ ପରେ ବି ହୋଇପାରିଲାନି ମାମଲା

ନୟାଗଡ଼ ଅଫିସ,୨୧ା୬- ନୟାଗଡ଼ ବ୍ଲକ ଇଟାମାଟି ବଜାରର ଏକ ଲେଦ୍‌ (କବାଡ଼ିଆ ଦେକାନ)ରୁ ଚିନିକଳରେ ବ୍ୟବହୃତ ଦୁଇଟି ମୋଟର ଠାବ ହେବା ଘଟଣାର ଦୁଇଦିନ ପରେ ବି ପୋଲିସ ମାମଲା ରୁଜୁ କରିନାହିଁ। କିଛିଦିନ ତଳେ ଚିନିକଳ ବିକ୍ରି ହେବା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri