ଆମ ଜିଲା ଖବର

ସାପ କାମୁଡାରେ ନାବାଳିକାଙ୍କ ଜୀବନ ଗଲା

ସଜନାଗଡ଼, ୨୭।୫(ଡି.ଏନ.ଏ.)-ନୀଳଗିରି ବ୍ଲକ ବରହମ୍‌ପୁର ଥାନା ଅଧୀନ ନରଣପୁର ପଞ୍ଚାୟତ ନୂଆସାହି ଗ୍ରାମର ନୀଳକଣ୍ଠ ପାତ୍ରଙ୍କ ଝିଅ ନିନି(୮)ରବିବାର ବିଳମ୍ବିତ ରାତିରେ ଶୌଚ ପାଇଁ ଉଠିଥିଲେ। ତାଙ୍କୁ ଏକ ବିଷଧର ସାପ କାମୁଡ଼ି ଦେଇଥିଲା। ତାଙ୍କୁ ଚିକିତ୍ସା ନିମନ୍ତେ ପରିବାର...

ମଡ଼େଲିଂରେ ରିଷିତା, ଶାଶ୍ୱତ ପ୍ରଥମଭାଗ ନେଲେ ୫୦ରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ

ବାଲେଶ୍ୱର ଅଫିସ, ୨୭।୫- ବାଲେଶ୍ୱର ଜିଲା ରେମୁଣାସ୍ଥିତ ନୋସି ଉତ୍କଳା ମଞ୍ଚରେ ଏକ ଭିନ୍ନ ଧରଣର ର଼୍ୟାମ୍ପ ଶୋ’ (ଗ୍ଲାମର ଲେନ୍‌) ଅନୁଷ୍ଠିତ ହୋଇଯାଇଛି। ଏହି ଶୋ’ରେ ବାଲେଶ୍ୱର ଜିଲାରୁ ୫୦ରୁ ଊର୍ଦ୍ଧ୍ୱ ପିଲା ଭାଗ ନେଇଥିଲେ। ଅତିଥି ଭାବେ...

ଜମି ଚିହ୍ନଟ ଦାବିରେ ଭୂମିହୀନଙ୍କ ଧାରଣା

ବନ୍ତ, ୨୭।୫ (ଡି.ଏନ.ଏ.) – ଭଦ୍ରକ ଜିଲା ବନ୍ତ ତହସିଲ ଅଧୀନ ଷେଣ୍ଢତୀରା ପଞ୍ଚାୟତ ବରପଦା ଗ୍ରାମରେ ବସୁନ୍ଧରା ଯୋଜନାରେ ହିତାଧିକାରୀଙ୍କୁ ପଟ୍ଟା ମିଳିଛି। ହେଲେ ଜମି ଚିହ୍ନଟ ହୋଇପାରୁ ନ ଥିବାରୁ ସେମାନେ ଘର କରିପାରୁ ନାହାନ୍ତି। ତୁରନ୍ତ...

ଫାଇନାନ୍ସ କର୍ମଚାରୀଙ୍କୁ ମାଡ଼ମାରି ଲୁଟ୍‌

ଭାପୁର,୨୭।୫(ଡି.ଏନ.ଏ.)- ଢେଙ୍କାନାଳ ଜିଲା ସଦର ଥାନା ଭାପୁର ଫାଣ୍ଡି ଅଧୀନ ଘଟିପିରି କଳାଙ୍ଗ ରାସ୍ତାର ମାଧପୁର ନିକଟରେ ସୋମବାର ଅପରାହ୍ନରେ ଫାଇନାନ୍ସ କର୍ମଚାରୀ ସୁବୋଧ କୁମାର ଜେନାଙ୍କଠାରୁ ଲୁଟ୍‌ ହୋଇଛି। ୩ ଦୁର୍ବୁତ୍ତ ତାଙ୍କୁ ମାଡ଼ ମାରି ବାଇକ ସହ...

ଛେଣ୍ଡିପଦାରେ କାଳବୈଶାଖୀଭାଙ୍ଗିଲା ତୋରଣ, ବ୍ୟାପକ ଗଛ ନଷ୍ଟ

ଛେଣ୍ଡିପଦା,୨୭।୫(ସ୍ବ.ପ୍ର): ଛେଣ୍ଡିପଦା ବ୍ଲକ ସଦରମହକୁମାରେ କାଳବୈଶାଖୀ ପ୍ରଭାବରେ ସୋମବାର ଅପରାହ୍ନରେ ବିଜୁଳି ସାଙ୍ଗକୁ ପ୍ରବଳ ବର୍ଷା ପବନ ହୋଇଥିଲା। ଏଥିରେ କେହି ଆହତ ହୋଇ ନ ଥିବାବେଳେ ପ୍ରବଳ ପବନ ପ୍ରଭାବରେ ଛେଣ୍ଡିପଦା ଚନ୍ଦନଯାତ୍ରା ନିମନ୍ତେ ନିର୍ମିତ ସୁଉଚ୍ଚ ତୋରଣଟି...

ଏଟିଏମ୍‌ ଅଚଳ, ଉପଭୋକ୍ତା ହନ୍ତସନ୍ତ

ବଇଣ୍ଡା,୨୭।୫(ଡି.ଏନ.ଏ.)-କିଶୋରନଗର ବ୍ଲକ ବଇଣ୍ଡା ଛକଠାରେ ଭାରତୀୟ ଷ୍ଟେଟବ୍ୟାଙ୍କର ୨ଟି ଏଟିଏମ୍‌ ଦୀର୍ଘଦିନ ହେବ ଅଚଳ ହୋଇପଡ଼ିଛି। ଫଳରେ ଉପଭୋକ୍ତାଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ବଇଣ୍ଡା ଷ୍ଟେଟବ୍ୟାଙ୍କ ନିକଟରେ ଥିବା ଏଟିଏମ୍‌ଟିକୁ କିଛିଦିନ ତଳେ ଦୁର୍ବୃତ୍ତମାନେ ଭାଙ୍ଗି ଦେଇଥିଲେ। ହେଲେ ତାହା...

କୁଇଭାଷା ସାହିତ୍ୟ ସମିତିର ବାର୍ଷିକ ସମ୍ମିଳନୀ

ଫିରିଙ୍ଗିଆ,୨୭।୫-କୁଇ ଭାଷା ସାହିତ୍ୟ ସମିତି, ଓଡିଶା କୁଇଦିନା କନ୍ଧମାଳର ଚତୁର୍ଥ ବାର୍ଷିକ ସମ୍ମିଳନୀ ଫିରିଙ୍ଗିଆ ପଞ୍ଚାୟତ କଲେଜ ପାଖ କୁଇ ସମାଜ ପଡିଆରେ ଅନୁଷ୍ଠିତ ହୋଇଯାଇଛି। ସମିତି ସଭାପତି ଦୀନବନ୍ଧୁ କହଁରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ସ୍ବତନ୍ତ୍ର...

ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗ: ୨ ବ୍ଲକ ବିଜେଡି ସଭାପତି ନିଲମ୍ବିତ

ଦଶରଥପୁର,୨୭ା୫(ଡି.ଏନ.ଏ.)- ଦଳରେ ରହି ଦଳ ବିରୋଧରେ ଅନ୍ତର୍ଘାତୀ କାର୍ଯ୍ୟ କରିବା ଯୋଗୁ ବିଜେଡିର ଦଶରଥପୁର ବ୍ଲକ ସଭାପତି ସୁବାସ ଚନ୍ଦ୍ର ମହାନ୍ତି ଏବଂ ଯାଜପୁର ବ୍ଲକ ସଭାପତି ପ୍ରଭାତ ଘଡାଇଙ୍କୁ ସୋମବାର ପଦରୁ ନିଲମ୍ବିତ କରାଯାଇଛି। ଯାଜପୁର ଜିଲା ବିଜେଡି...

ବାଗଡ଼ିଆ ଅଞ୍ଚଳରେ କାଳବୈଶାଖୀ: ବ୍ୟାପକ କ୍ଷୟକ୍ଷତି

ଛେଣ୍ଡିପଦା,୨୭।୫(ଡି.ଏନ୍‌.ଏ.): ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ବାଗଡ଼ିଆ ଅଞ୍ଚଳରେ ସୋମବାର ଅପରାହ୍ନ ପ୍ରାୟ ୩ଟାରେ କାଳବୈଶାଖୀ ହୋଇଛି। ଝଡତୋଫାନ ସହ କୁଆପଥର ବୃଷ୍ଟିପାତ ସାଙ୍ଗକୁ ପ୍ରବଳ ବେଗରେ ପବନ ବହିଛି। ଏଥିଯୋଗୁ ଅଧିକାଂଶ ଲୋକଙ୍କ ଚାଳଛପର ଘର, ଗୁହାଳ ଘର,...

ପୋଲ ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

କେନ୍ଦୁଝର,୨୭।୫(ସ୍ବ.ପ୍ର.): କେନ୍ଦୁଝର ଜିଲା ପଣ୍ଡାପଡ଼ା ଥାନା ଅଧୀନ ଜଙ୍ଘିରା ପଞ୍ଚାୟତ ବାହୁଟିଆ ଗ୍ରାମସ୍ଥ ଏକ ପୋଲ ନିକଟରୁ ଜଣେ ଯୁବକଙ୍କ ମୃତଦେହ ସୋମବାର ପୋଲିସ ଉଦ୍ଧାର କରିଛି। ସେ ହେଲେ ବୈଲୋଚନ ବେହେରା(୩୫)। ତାଙ୍କ ଘର ହୁଣ୍ଡା ପଞ୍ଚାୟତ ତଅଁଳାହତା...

ଦିଗପହଣ୍ଡି ସହରରେ କମିଲା ବିଜେଡିର ଭୋଟ

ଦିଗପହଣ୍ଡି,୨୭।୫(ଡି.ଏନ.ଏ.)-ଦିଗପହଣ୍ଡି ବିଧାନସଭା ନିର୍ବାଚନମଣ୍ଡଳୀ ରାଜ୍ୟ ରାଜନୀତିରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି । ଲଗାତର ଭାବେ ୭ଥର ଏଠାରୁ ସୂର୍ଯ୍ୟନାରାୟଣ ପାତ୍ର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ତେବେ ଚଳିତଥର ଦିଗପହଣ୍ଡି ଏନଏସିରେ ବିଜେଡିକୁ କମ୍‌ ଭୋଟ ମିଳିବା...

ନିରୀହ ଆଦିବାସୀଙ୍କୁ ଗିରଫ ପ୍ରତିବାଦରେ ଡଙ୍ଗରିଆଙ୍କ ପକ୍ଷରୁ ବିକ୍ଷୋଭ

ମୁନିଗୁଡ଼ା,୨୭।୫(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ମୁନିଗୁଡ଼ା ନିୟମଗିରି ସୁରକ୍ଷା ସମିତି ସଭ୍ୟ ଦଧି କାଡ୍ରାକା ମାଓବାଦୀଙ୍କ ସହ ସମ୍ପୃକ୍ତ ଥିବା ଅଭିଯୋଗରେ ଗତ୧୫ ତାରିଖରେ ମୁନିଗୁଡା ପୋଲିସ ତାଙ୍କୁ ଗିରଫ କରିଥିଲା। ଏହାର ପ୍ରତିବାଦରେ ସୋମବାର ମୁନିଗୁଡ଼ାଠାରେ ଶତାଧିକ ଡଙ୍ଗରିଆ ଅସ୍ତ୍ରଶସ୍ତ୍ର...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri