ଆମ ଜିଲା ଖବର

ମନ୍ତ୍ରୀ ପଦ ପାଇଁ ପୂଜାପାଠ

ଭୋଗରାଇ, ୨୫।୫(ଡି.ଏନ.ଏ.)-ନିର୍ବାଚନ ଫଳାଫଳ ଘୋଷଣା ପରେ ଉଭୟ ଭାଜପା ଓ ବିଜେଡିର ବିଜେତା ପ୍ରାର୍ଥୀଙ୍କୁ ମନ୍ତ୍ରୀପଦ ମିଳିବା ନେଇ ଦଳୀୟ କର୍ମୀଙ୍କୁ ଚିନ୍ତା ଘାରିଛି। ଭାଜପା ପ୍ରାର୍ଥୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ବାଲେଶ୍ୱର ଲୋକସଭା ଆସନରୁ ନିର୍ବାଚିତ ହେବା ପରେ...

ବାଲିଖାଦାନରେ ବଟି ଆଦାୟ ନେଇ ଗଣ୍ଡଗୋଳ : ଖଣ୍ଡା, ପ୍ଲାଷ୍ଟିକ ବନ୍ଧୁକ ଜବତ, ୩ ଗିରଫ

ବାଲେଶ୍ୱର ଅଫିସ, ୨୫।୫: ବାଲେଶ୍ୱର ସହଦେବଖୁଣ୍ଟା ମଡ଼େଲ ଥାନା ଅଧୀନ ଦହପଡ଼ା ପଞ୍ଚାୟତର କଣ୍ଟାବଣିଆ ବାଲିଖାଦାନରେ ଦାଦା ବଟି ଆଦାୟକୁ ନେଇ ଗଣ୍ଡଗୋଳ ହୋଇଛି। ଏନେଇ ପୋଲିସ ଥାନାରେ ମାମଲା (ନଂ. ୧୪୩/୧୯) ରୁଜୁ କରି ଶନିବାର ସମ୍ପୃକ୍ତ ୩ଜଣ...

ତିନି ବଖରା ଜଳିଗଲା

ପୁରୁଣାକଟକ, ୨୫ା୫(ଡି.ଏନ.ଏ.) : ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ବୀରନସିଂହପୁର ପଞ୍ଚାୟତ ଅନ୍ତର୍ଗତ ଚମ୍ପାମାଲ ଗ୍ରାମର ଅଚ୍ୟୁତ ମହାନନ୍ଦିଆଙ୍କ ଘରେ ନିଆଁଲାଗି ତିନି ବଖରା ଘର ପୋଡି ପାଉଁଶ ହୋଇଯାଇଛି। ଶନିବାର ଅପରାହ୍ନ ପ୍ରାୟ ୨ଟା୩୦ରେ ପରିବାରର ସମସ୍ତେ ଶୋଇ...

ସ୍ବାସ୍ଥ୍ୟକେନ୍ଦ୍ର ଛାତରୁ କଙ୍କ୍ରିଟ ଖସିଲା

ଲାଠୋର, ୨୫ା୫(ଡି.ଏନ.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଳକ ଲାଠୋର ସରକାରୀ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଛାତରୁ କଙ୍କ୍ରିଟ ଟୁକୁଡା ଖସି ପଡିଛି। ଶନିବାର ସକାଳ ୭ଟାରେ କର୍ମଚାରୀମାନେ ହସପିଟାଲ ଖୋଲିବା ପରେ ଏହା ଦେଖିବାକୁ ପାଇଥିଲେ। ଫାର୍ମାଶିଷ୍ଟ ଏବଂ କର୍ମଚାରୀମାନେ ଯେଉଁ...

ଶେଷ ୪ ରାଉଣ୍ଡରେ ବଦଳିଗଲା ଫଳାଫଳ

ଉଦଳା,୨୫ା୫ (ଡି.ଏନ.ଏ)- ମୟୂରଭଞ୍ଜ ଜିଲା ଉଦଳା ନିର୍ବାଚନମଣ୍ଡଳୀରେ ଭାଜପାର ଭାସ୍କର ମଢେଇ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ବିିଜେଡିର ଶ୍ରୀନାଥ ସୋରେନ୍‌ଙ୍କୁ ପରାସ୍ତ କରି ବିଜୟୀ ହୋଇଛନ୍ତି। ଏହି ନିର୍ବାଚନମଣ୍ଡଳୀରେ ବିଜେଡି ଏବଂ ଭାଜପା ମଧ୍ୟରେ କଡା ଟକ୍କର ହୋଇଥିଲା ।...

ଜଳିଗଲା ୪ ବଖରା: ନିଆଁରେ ପୋଡ଼ି ୨ ଗୁରୁତର

ତିହିଡ଼ି, ୨୫।୫ (ଡି.ଏନ.ଏ.) – ଭଦ୍ରକ ଜିଲା ତିହିଡ଼ି ବ୍ଲକ କାଁପଡ଼ା ପଞ୍ଚାୟତ ଅଧୀନ ମଠସାହି ଗ୍ରାମରେ ଶନିବାର ମଧ୍ୟାହ୍ନରେ ଅଗ୍ନିକାଣ୍ଡ ଘଟି ୪ ବଖରା ଘର ଜଳିଯାଇଛି। ଗ୍ରାମର ଶଶିକାନ୍ତ ମଳିକ ଓ ସୁଧୀର ମଳିକଙ୍କର ୨ ବଖରା ଲେଖାଏ...

ଠେଙ୍ଗାରେ ପିଟି ପତ୍ନୀଙ୍କୁ ହତ୍ୟା: ସ୍ବାମୀ ଗିରଫ

ବାରିପଦା ଅଫିସ,୨୫।୫- ମୟୂରଭଞ୍ଜ ଜିଲା ବାରିପଦା ସଦର ଥାନା ଅଧୀନ ମାଧପୁର ଗ୍ରାମରେ ଶୁକ୍ରବାର ବିଳମ୍ବିତ ରାତିରେ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କୁ ଏକ ଠେଙ୍ଗାରେ ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ବାରିପଦା ସଦର ଥାନା ଅଧିକାରୀ ସ୍ବର୍ଣ୍ଣଲତା...

ମା’ଙ୍କ ଶାଢ଼ିରେ ରଶି ଲଗାଇ ପୁଅଙ୍କ ଆତ୍ମହତ୍ୟା

ବ୍ରହ୍ମପୁର ଅଫିସ,୨୫।୫- ଟାଉନା ଥାନା ଅନ୍ତର୍ଗତ ବିଜିପୁର ଲଷ୍ମୀ ସାହିରେ ଜଣେ ଯୁବକ ଶୁକ୍ରବାର ବିଳମ୍ବିତ ରାତିରେ ମା’ଙ୍କ ଶାଢ଼ିରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ମୃତକ ହେଲେ ମାଧବ ଦାସଙ୍କ ପୁଅ ଅନିଲ ଦାସ( ୨୦)। ଖବରପାଇ ପୋଲିସ...

ନିରାଶ ହେଲେ ଭାଜପା ଏମ୍‌ପି ଅନନ୍ତ ନାୟକଙ୍କ ସମର୍ଥକ

ଆନନ୍ଦପୁର,୨୫ା୫(ସ୍ବ.ପ୍ର.): ମୋଦି ଲହର ସାଙ୍ଗକୁ ବିଜୟୀ ହେବାର ଆଶା କେନ୍ଦୁଝର ଜିଲା ଭାଜପା ଏମ୍‌ପି ପ୍ରାର୍ଥୀ ଅନନ୍ତ ନାୟକଙ୍କ ସପକ୍ଷରେ ରହି ଆସିଥିବାବେଳେ ଭୋଟଗଣତି ପରେ ତାଙ୍କ ପରାଜୟକୁ ସହଜରେ ଗ୍ରହଣ କରିପାରିନାହାନ୍ତି ଆନନ୍ଦପୁରର ଭାଜପା ସମର୍ଥକ ଓ ଦଳୀୟ...

ଦାଦନ ଖଟିବାକୁ ଯାଇ ଜୁଆଙ୍ଗ ଯୁବକଙ୍କ ଜୀବନ ଗଲା : ପ୍ରଶାସନର ସହାୟତା ଲୋଡ଼ିଲେ ପରିବାର ଲୋକେ

କେନ୍ଦୁଝର,୨୫ା୫(ସ୍ବ.ପ୍ର.): ଜିଲାରେ କାମଧନ୍ଦା ମିଳୁ ନ ଥିବାରୁ ଜୁଆଙ୍ଗ ଓ ଭୂୟାଁ ପୀଢ଼ ଅଞ୍ଚଳର ବହୁ ଲୋକ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ନାନା ହଇରାଣ ହରକତ ହେଉଛନ୍ତି। ଏନେଇ ପ୍ରଶାସନ ପକ୍ଷରୁ ଉଚିତ୍‌ ପଦକ୍ଷେପ ନିଆଯାଉ ନ...

ନାଳପାଣି ପିଉଛନ୍ତି ଲୋକେ : ପ୍ରଶାସନର ଦୃଷ୍ଟି ପଡ଼ିବ କେବେ?

କୋଳିମାଟି,୨୫ା୫(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ଅଧୀନସ୍ଥ ବୁଢ଼ୀକୁଦ ପଞ୍ଚାୟତ ସିଙ୍ଗନାଳୀ ଝୁମକା ସାହିର ଲୋକମାନେ ନାଳରୁ ପାଣି ପିଉଥିବା ଦେଖିବାକୁ ମିଳିଛି। ଏଠାରେ ଆଦିବାସୀ ଲୋକେ ବସବାସ କରୁଥିବାବେଳେ ଗାଁକୁ ଆସିବାକୁ ହେଲେ ବୈତରଣୀ ପାର ହୋଇ ଆସିବାକୁ...

ଗଞ୍ଜେଇ ଜବତ: ୬ ଗିରଫ, ୩ ଫେରାର

ଜୟପୁର, ୨୫।୫(ଡି.ଏନ୍‌.ଏ.): କୋରାପୁଟ ଜିଲା ଜୟପୁର ଉପଖଣ୍ଡ ପୋଲିସ, ଜୟପୁର ଟାଉନ, ସଦର ଏବଂ ବୈପାରିଗୁଡ଼ା ଥାନା ପକ୍ଷରୁ ଶନିବାର ପୃଥକ ପୃଥକ ଭାବେ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ୧୫୦୦ କେଜି ଗଞ୍ଜେଇ ଜବତ କରାଯାଇଛି। ଏହି କାରବାରରେ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri