ଆମ ଜିଲା ଖବର

ଷ୍ଟ୍ରଙ୍ଗ ରୁମ୍‌ରେ ନିଆଁ, ଭୋଟ ଗଣତି ସାମୟିକ ସ୍ଥଗିତ

ସୁନ୍ଦରଗଡ଼,୨୩।୫: ସୁନ୍ଦରଗଡ଼ ମାଦ୍ରିକାଲ ଭବନଠାରେ ରାଜଗାଙ୍ଗପୁର ବିଧାନସଭା ଆସନ ପାଇଁ ଚାଲିଥିବା ଭୋଟ ଗଣତି କେନ୍ଦ୍ର ନିକଟ ଷ୍ଟ୍ରଙ୍ଗ ରୁମ୍‌ରେ ଗୁରୁବାର ଅପରାହ୍ନ ୧ଟାରେ ଶର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଛି। ଫଳରେ ଭୋଟ ଗଣତି ସାମୟିକ ଭାବେ ସ୍ଥଗିତ ରହିଛି।...

ଖଡ଼ିଆଳରେ କଂଗ୍ରେସ ଆଗୁଆ

ନୂଆପଡ଼ା ଅଫିସ,୨୩।୫: ୬ଷ୍ଠ ରାଉଣ୍ଡ ଗଣତି ଶେଷ ସୁଦ୍ଧା ଖଡ଼ିଆଳ ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀ ଅଧିରାଜ ପାଣିଗ୍ରାହୀ ଆଗରେ ରହିଛନ୍ତି। ଅଧିରାଜ ୧୦୨୨୩ ଭୋଟ ପାଇଥିବାବେଳେ ବିଜେଡି ପ୍ରାର୍ଥୀ ଲମ୍ବୋଦର ନିଆଲ ୯୯୦୮ ଭୋଟ ପାଇଛନ୍ତି।

ନୂଆପଡ଼ାରେ ଢୋଲକିଆ ଆଗୁଆ

ନୂଆପଡ଼ା ଅଫିସ,୨୩।୫: ୬ଷ୍ଠ ରାଉଣ୍ଡ ଗଣତି ଶେଷ ସୁଦ୍ଧା ନୂଆପଡ଼ା ବିଧାନସଭା ଆସନରେ ବିଜେଡିର ରାଜେନ୍ଦ୍ର କୁମାର ଢୋଲକିଆ ଆଗରେ ରହିଛନ୍ତି। ଢୋଲକିଆ ୧୧୬୩୫ ଭୋଟ ପାଇଥିବାବେଳେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝି ୯୭୮୬ ଭୋଟ ପାଇଛନ୍ତି।

ସିମୁଳିଆରେ ବିଜେଡି ଆଗରେ

ଖଇରା, ୨୩।୫(ଡି.ଏନ.ଏ.)-ସିମୁଳିଆ ୪୨ ବିଧାନସଭା ନିର୍ବାଚନ ମଣ୍ଡଳୀର ୨ୟ ରାଉଣ୍ଡ ଗଣତି ପରେ ବିଜେଡି ବିଧାୟକ ପ୍ରାର୍ଥୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପାର ପଦ୍ମଲୋଚନ ପଣ୍ଡାଙ୍କ ଠାରୁ ୧୩୫ ଖଣ୍ଡ ଭୋଟ ଆଗରେ ଅଛନ୍ତି। ଜ୍ୟୋତିପ୍ରକାଶ ୪୧୩୬...

କରଞ୍ଜିଆରେ ବିଜେଡି ଓ ଯଶିପୁରରେ ଭାଜପା ଆଗୁଆ

ବାରିପଦା ଅଫିସ,୨୩ା୫: ଚତୁର୍ଥ ରାଉଣ୍ଡ ଭୋଟ ଗଣତି ପରେ ମୟୂରଭଞ୍ଜ ଜିଲା କରଞ୍ଜିଆ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ୬୭୨ ଭୋଟରେ ଆଗୁଆ ଅଛନ୍ତି। ବିଜେଡି ପ୍ରାର୍ଥୀ ବାସନ୍ତୀ ହେମ୍ବ୍ରମ ୭୬୩୪ ଭୋଟ ପାଇଥିବା ବେଳେ ଭାଜପା ପ୍ରାର୍ଥୀ ପଦ୍ମ...

ରେଢ଼ାଖୋଲରେ ରୋହିତ ଆଗୁଆ

ରେଢ଼ାଖୋଲ,୨୩।୫: ୯ମ ରାଉଣ୍ଡ ଗଣତି ଶେଷ ସୁଦ୍ଧା ରେଢ଼ାଖୋଲ ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ରୋହିତ ପୂଜାରୀ ଆଗୁଆ ରହିଛନ୍ତି। ରୋହିତ ୧୪୧୯୬ ଭୋଟ ପାଇଥିବାବେଳେ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପାର ଦେବେନ୍ଦ୍ର ମହାପାତ୍ର ୧୧୨୪୩ ଭୋଟ ପାଇଛନ୍ତି। କଂଗ୍ରେସ ପ୍ରାର୍ଥୀ...

୫ମ ରାଉଣ୍ଡ : ବିଜେଡି ପ୍ରାର୍ଥୀ ମଞ୍ଜୁଲତା ମଣ୍ଡଳ ଆଗରେ

ଭଦ୍ରକ ଅଫିସ, ୨୩।୫- ବିଜେଡି ପ୍ରାର୍ଥୀ ମଞ୍ଜୁଲତା ମଣ୍ଡଳ ୩୨୫୩୪, ଭାଜପା ପ୍ରାର୍ଥୀ ଅଭିମନ୍ୟୁ ସେଠୀ ୨୭୩୨୬ ଏବଂ କଂଗ୍ରେସ ପ୍ରାର୍ଥୀ ମଧୁମିତା ସେଠୀଙ୍କୁ ପଞ୍ଚମ ରାଉଣ୍ଡ ସୁଦ୍ଧା ୧୫୮୩୪ ଖଣ୍ଡ ଭୋଟ ମିଳିଛି। ଏଥିରେ ବିଜେଡି ପ୍ରାର୍ଥୀ ମଞ୍ଜୁଲତା...

ସମ୍ବଲପୁରରେ ରାସେଶ୍ୱରୀ ଆଗୁଆ

ସମ୍ବଲପୁର,୨୩।୫: ଦ୍ୱିତୀୟ ରାଉଣ୍ଡ ଗଣତି ଶେଷ ସୁଦ୍ଧା ସମ୍ବଲପୁର ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ଡା. ରେସେଶ୍ୱରୀ ପାଣିଗ୍ରୀହୀ ଆଗୁଆ ରହିଛନ୍ତି। ରାସେଶ୍ୱରୀ ୫୩୪୩ ଭୋଟ ପାଇଥିବାବେଳେ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପାର ଜୟନାରାୟଣ ମିଶ୍ର ୪୭୨୨ ଭୋଟ ପାଇଛନ୍ତି।

ତଳସରାରେ ପ୍ରଫୁଲ୍ଲ ମାଝି ପଛୁଆ

ତଳସରା,୨୩।୫: ଚତୁର୍ଥ ରାଉଣ୍ଡ ଗଣତି ଶେଷ ସୁଦ୍ଧା ତଳସରା ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀ ଡ. ପ୍ରଫୁଲ୍ଲ ମାଝି ପଛୁଆ ରହିଛନ୍ତି। ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପାର ଭବାନୀ ଭୋ ୬୭୨୯ ଭୋଟ ପାଇଥିବାବେଳେ ପ୍ରଫୁଲ୍ଲ ୫୪୬୧ ଭୋଟ ପାଇଛନ୍ତି।

ବ୍ରଜରାଜନଗରରେ କିଶୋର ମହାନ୍ତି ଆଗୁଆ

ବ୍ରଜରାଜନଗର,୨୩।୫: ୫ମ ରାଉଣ୍ଡ ଗଣତି ଶେଷ ସୁଦ୍ଧା ବ୍ରଜରାଜନଗର ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ କିଶୋର ମହାନ୍ତି ଆଗୁଆ ରହିଛନ୍ତି। କିଶୋର ୧୦୬୬୩ ଭୋଟ ପାଇଥିବାବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପା ପ୍ରାର୍ଥୀ ରାଧାରାଣୀ ପଣ୍ଡା ୯୬୨୨ ଭୋଟ ପାଇଛନ୍ତି।

ଝାରସୁଗୁଡ଼ାରେ ନବ ଦାସ ଆଗୁଆ

ଲଖନପୁର,୨୩।୫: ୪ର୍ଥ ରାଉଣ୍ଡ ଗଣତି ଶେଷ ସୁଦ୍ଧା ଝାରସୁଗୁଡ଼ା ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ନବ ଦାସ ଆଗୁଆ ରହିଛନ୍ତି। ନବ ୧୮୨୭୯ ଭୋଟ ପାଇଥିବାବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପା ପ୍ରାର୍ଥୀ ଦୀନେଶ ଜୈନ ୯୬୦୨ ଭୋଟ ପାଇଛନ୍ତି।

ନୂଆପଡ଼ା ବିଧାନସଭା: କଂଗ୍ରେସ ଆଗରେ

ନୂଆପଡ଼ା ଅଫିସ,୨୩।୫: ନୂଆପଡ଼ା ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝି ଆଗରେ ଅଛନ୍ତି। ପଞ୍ଚମ ରାଉଣ୍ଡ ଗଣତି ଶେଷ ସୁଦ୍ଧା ଘାସିରାମ ୮୧୯୪ ଭୋଟ ପାଇଥିବାବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେଡିର ରାଜେନ୍ଦ୍ର ଢୋଲକିଆ ୭୭୯୦ ଭୋଟ ପାଇଛନ୍ତି।

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri