ଆମ ଜିଲା ଖବର

ଖଡ଼ିଆଳରେ କଂଗ୍ରେସ ଆଗୁଆ

ନୂଆପଡ଼ା ଅଫିସ,୨୩।୫: ୯ମ ରାଉଣ୍ଡ ଗଣତି ଶେଷ ସୁଦ୍ଧା ଖଡ଼ିଆଳ ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀ ଅଧିରାଜ ପାଣିଗ୍ରାହୀ ଆଗରେ ରହିଛନ୍ତି। ଅଧିରାଜ ୧୮୩୦୭ ଭୋଟ ପାଇଥିବାବେଳେ ବିଜେଡି ପ୍ରାର୍ଥୀ ଲମ୍ବୋଦର ନିଆଲ ୧୫୪୨୧ ଭୋଟ ପାଇଛନ୍ତି।

ମାଲକାନଗିରି: ତୃତୀୟ ରାଉଣ୍ଡରେ ଭାଜପାର ଆଦିତ୍ୟ ମାଢ଼ି ଆଗୁଆ

ମାଲକାନଗିରି,୨୩ା୫(ସ୍ବ.ପ୍ର.): ମାଲକାନଗିରି ବିଧାନସଭା ନିର୍ବାଚନ ମଣ୍ଡଳୀରେ ତୃତୀୟ ରାଉଣ୍ଡ ଗଣତିରେ ଭାଜପା ପ୍ରାର୍ଥୀ ଆଦିତ୍ୟ ମାଢ଼ି ଆଗୁଆ ରହିଛନ୍ତି। ତୃତୀୟ ରାଉଣ୍ଡ ସୁଦ୍ଧା ଆଦିତ୍ୟ ମାଢ଼ି ୪୦୯୬ ଭୋଟ୍‌ ପାଇଥିବା ବେଳେ ବିଜେଡିର ମୁକୁନ୍ଦ ସୋଢ଼ି ୩୧୨୧ ଏବଂ କଂଗ୍ରେସର...

ଜି.ଉଦୟଗିରିରେ ସାଲୁଗା, ବାଲିଗୁଡାରେ ଚକ୍ରମଣି, ଫୁଲବାଣୀରେ ଅଙ୍ଗଦ ଆଗରେ

ଜି.ଉଦୟଗିରି,୨୩।୫(ଡି.ଏନ୍‌.ଏ.)- ଜି.ଉଦୟଗିରି ବିଧାନସଭା କ୍ଷେତ୍ରରେ ବିଜେଡି ପ୍ରାର୍ଥୀ ସାଲୁଗା ପ୍ରଧାନ ଆଗୁଆ ଅଛନ୍ତି। ସାଲୁଗାଙ୍କୁ ୫୯୮୫ ଭୋଟ ମିଳିଥିବାବେଳେ ଭାଜପାର ଅର୍ଚ୍ଚନା ପ୍ରଧାନଙ୍କୁ ୩୯୭୭ ଭୋଟ ମିଳିଛି। ସେହିପରି ବାଲିଗୁଡାରେ ବିଜେଡି ପ୍ରାର୍ଥୀ ଚକ୍ରମଣୀ କହଁର ୨୫୦୫ ଭୋଟ ପାଇଥିବା...

୭ଷ୍ଠ ରାଉଣ୍ଡରେ ମୁକେଶ ପାଲ ଆଗରେ

ପାଲଲହଡ଼ା, ୨୩ା୫(ଡି.ଏନ.ଏ.)- ପାଲଲହଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ୭ମ ରାଉଣ୍ଡରେ ବିଜେଡିର ମୁକେଶ ପାଲ ୫୪୩ ଖଣ୍ଡ ଭୋଟରେ ଆଗରେ ଅଛନ୍ତି। ଭାଜପାର ଅଶୋକ ମହାନ୍ତି ପଛରେ ଅଛନ୍ତି।

ହିନ୍ଦୋଳ ବିଧାନସଭା: ଅଶୋକ ନାଏକ ୪୯୬ ଖଣ୍ଡ ଭୋଟରେ ଆଗୁଆ

ହିନ୍ଦୋଳ, ୨୩।୫(ଡି.ଏନ୍‌.ଏ.)-ହିନ୍ଦୋଳ ବିଧାନସଭା ଆସନରେ ୬ ରାଉଣ୍ଡ ଫଳାଫଳ ପ୍ରକାଶିତ ହୋଇଛି। ଭାଜପା ପ୍ରାର୍ଥୀ ଅଶୋକ ନାଏକ ୧୩୪୪୧ ଖଣ୍ଡ ଭୋଟ ସହ ଆଗୁଆ ରହିଛନ୍ତି। ତାଙ୍କ ତାଙ୍କ ପଛକୁ ବିଜେଡିର ସୀମାରାଣୀ ନାୟକ ୧୨୬୪୫ ଖଣ୍ଡ ଭୋଟ ପାଇ...

ପଦ୍ମପୁର ବିଧାନସଭା: ଭାଜପା ଆଗରେ

ପଦ୍ମପୁର,୨୩।୫: ପଦ୍ମପୁର ବିଧାନସଭା ଆସନରୁ ଭାଜପା ପ୍ରାର୍ଥୀ ପ୍ରଦୀପ ପୁରୋହିତ ଆଗୁଆ ଅଛନ୍ତି। ପଞ୍ଚମ ରାଉଣ୍ଡ ଗଣତି ଶେଷ ସୁଦ୍ଧା ପ୍ରଦୀପ ୯୦୦୨ ଭୋଟ ପାଇଥିବାବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେଡିର ବିଜୟ ରଞ୍ଜନ ସିଂ ବରିହା ୮୧୨୭ ଭୋଟ...

୨ୟ ରାଉଣ୍ଡରେ ତାଳଚେରରେ ବ୍ରଜକିଶୋର ଆଗୁଆ

ତାଳଚେର, ୨୩ା୫(ନି.ପ୍ର.)- ତାଳଚେର ବିଧାନସଭା ନିର୍ବାଚନମଣ୍ଡଳୀରେ ୨ୟ ରାଉଣ୍ଡରେ ବିଜେଡିର ବ୍ରଜକିଶୋର ପ୍ରଧାନ ଆଗୁଆ ଅଛନ୍ତି। ଦ୍ୱିତୀୟ ରାଉଣ୍ଡରେ ବ୍ରଜ ୨୦୪୪ ଖଣ୍ଡ ଭୋଟ ପାଇଛନ୍ତି। ଭାଜପାର କାଳନ୍ଦୀ ସାମଲ ୧୧୯୫ ଖଣ୍ଡ ଭୋଟ ପାଇ ପଛରେ ଅଛନ୍ତି।

୬ଷ୍ଠ ରାଉଣ୍ଡରେ ମୁକେଶ ପାଲ ଆଗରେ

ପାଲଲହଡ଼ା, ୨୩ା୫(ଡି.ଏନ.ଏ.)- ପାଲଲହଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ୬ଷ୍ଠ ରାଉଣ୍ଡରେ ବିଜେଡିର ମୁକେଶ ପାଲ ୮୬୫ ଖଣ୍ଡ ଭୋଟରେ ଆଗରେ ଅଛନ୍ତି। ଭାଜପାର ଅଶୋକ ମହାନ୍ତି ପଛରେ ଅଛନ୍ତି।

ଧର୍ମଗଡ଼ ବିଧାନସଭା: ବିଜେଡି ଆଗୁଆ

ଭବାନୀପାଟଣା,୨୩।୫: ଧର୍ମଗଡ଼ ବିଧାନସଭା ଆସନରୁ ପ୍ରଥମ ରାଉଣ୍ଡ ଗଣତି ଶେଷ ସୁଦ୍ଧା ବିଜେଡିର ମୌଷଦୀ ବାଗ ଆଗୁଆ ରହିଛନ୍ତି। ମୌଷଦୀ ୧୫୩୮ ଭୋଟ ପାଇଥିବାବେଳେ ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସ ଦିଗମ୍ବର ଧୁରିଆ ୯୬୩ ଖଣ୍ଡ ଭୋଟ ପାଇଛନ୍ତି।

ଅଷ୍ଟମ ରାଉଣ୍ଡ ସୁଦ୍ଧା ବ୍ରଜରାଜନଗରରେ କିଶୋର ମହାନ୍ତି ଆଗୁଆ

ଲଖନପୁର,୨୩।୫: ଅଷ୍ଟମ ରାଉଣ୍ଡ ଗଣତି ଶେଷ ସୁଦ୍ଧା ବ୍ରଜରାଜନଗର ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ କିଶୋର ମହାନ୍ତି ଆଗୁଆ ଅଛନ୍ତି। କିଶୋର ୧୭୧୯୧ ଭୋଟ ପାଇଥିବାବେଳେ ଭାଜପାର ରାଧାରାଣୀ ପଣ୍ଡା ୧୪୦୭୦ ଭୋଟ ପାଇଛନ୍ତି।

ଉଦଳା ନିର୍ବାଚନମଣ୍ଡଳୀରେ ବିଜେଡି ଆଗୁଆ

ବାରିପଦା ଅଫିସ,୨୩ା୫: ମୟୂରଭଞ୍ଜ ଜିଲା ଉଦଳା ନିର୍ବାଚନମଣ୍ଡଳୀରେ ବିଜେଡି ଆଗୁଆ ରହିଛି। ବିଜେଡିର ଶ୍ରୀନାଥ ସୋରେନ ୨୭୮୪ ଖଣ୍ଡ ଭୋଟରେ ଆଗୁଆ ଥିବାବେଳେ ଭାଜପାର ଭାସ୍କର ମଢ଼େଇ ୨୧୯୪ ଖଣ୍ଡ ଭୋଟ ପାଇଛନ୍ତି। ୫୯୦ ଖଣ୍ଡ ଭୋଟରେ ବିଜେଡି ଆଗୁଆ...

ଭବାନୀପାଟଣା ବିଧାନସଭା: ଭାଜପା ଆଗୁଆ

ଭବାନୀପାଟଣା,୨୩।୫: ଚତୁର୍ଥ ରାଉଣ୍ଡ ଗଣତି ଶେଷ ସୁଦ୍ଧା ଭାଜପାର ପ୍ରଦୀପ୍ତ କୁମାର ନାୟକ ଆଗୁଆ ରହିଛନ୍ତି। ପ୍ରଦୀପ୍ତ ୧୨୪୬୫ ଖଣ୍ଡ ଭୋଟ ପାଇଥିବାବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେଡିର ଦୁଷ୍ମନ୍ତ ନାୟକ ୧୦୧୦୭ ଭୋଟ ପାଇଛନ୍ତି।

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri