ଆମ ଜିଲା ଖବର

ଦନ୍ତା ହାତୀ ନେଲା ୨ ଜୀବନମୋଟଙ୍ଗାରେ ବୃଦ୍ଧ, ଛେଣ୍ଡିପଦାରେ ବୃଦ୍ଧାଙ୍କୁ ମାରିଲା

ଢେଙ୍କାନାଳ ଅଫିସ,୨୦ା୫- ଢେଙ୍କାନାଳ ଜିଲା ମୋଟଙ୍ଗା ଥାନା ଅଧୀନ ହିନ୍ଦୋଳରୋଡ ଫାଣ୍ଡିର ଗୁଣୁଦେଇ ଗ୍ରାମରେ ସୋମବାର ସକାଳ ସାଢେ ୬ଟାରେ ହାତୀ ଆକ୍ରମଣରେ ମଙ୍ଗରାଜ ପାତ୍ର(୬୫)ଙ୍କ ମୃତ୍ୟୁ ହୋଇଛି। ମଙ୍ଗରାଜ ଆମ୍ବ ଗୋଟାଇବା ପାଇଁ ତୋଟାକୁ ଯାଇଥିବା ବେଳେ ଏକ...

ପୋକତୁଙ୍ଗାରେ କାଳବୈଶାଖୀ: ଉଡ଼ିଗଲା ଚାଳ ଓ ଛପର

ବନ୍ତଳା,୨୦।୫(ଡି.ଏନ.ଏ.)- ବନ୍ତଳା ଥାନା ପୋକତୁଙ୍ଗା ଗ୍ରାମରେ ରବିବାର ରାତିରେ କାଳବୈଶାଖୀ ହୋଇଥିଲା। ଏଥିରେ ଗ୍ରାମର କେତେକ ପକ୍କା ଓ ମାଟି ଘର ଛପର ଭାଙ୍ଗିଯାଇଛି। ଏଥିସହିତ ବ୍ୟାପକ କଦଳୀ ଗଛ ମଧ୍ୟ ନଷ୍ଟ ହୋଇଛି। ସେହିପରି ଗ୍ରାମର ବିଜୁ ପ୍ରଧାନଙ୍କ...

୧୫ ଦିନ ହେଲା ବିଏସ୍‌ଏନ୍‌ଏଲ୍‌ ସେବା ଠପ୍‌

ତାଳଚେର,୨୦ା୫(ନି.ପ୍ର.)- ତାଳଚେର ବ୍ଲକ କଳମଛୁଇଁ ପଞ୍ଚାୟତରେ ବିଏସ୍‌ଏନ୍‌ଏଲ୍‌ ସେବା ୧୫ ଦିନ ହେଲା ଠପ୍‌ ହୋଇଯାଇଛି। ଜିଓ କମ୍ପାନୀ ନିଜ ନେଟୱର୍କ ସୁଦୃଢ କରିବା ପାଇଁ ୪ଜି କେବୁଲ ନିଜ ଟାୱାରଗୁଡିକ ସହ ସଂଯୋଗ କରୁଛି। ରାସ୍ତା କଡରେ ଗାତ...

ଜାତୀୟ ରାଜପଥ ପାଇଁ ଅର୍ଥନୈତିକ ଅବରୋଧ: ଚେତାବନୀମରଣଯନ୍ତା ପାଲଟିଛି ଜାତୀୟ ରାଜପଥ ୩୫୩

ନୂଆପଡା ଅଫିସ,୨୦ା୫: ନୂଆପଡା ଜିଲାର ଲାଇଫ ଲାଇନ କୁହାଯାଉଥିବା ନୂଆପଡା-ଖଡିଆଳ ୩୫୩ ନମ୍ବର ଜାତୀୟ ରାଜପଥ ନିର୍ମାଣ କାମ ଆଜକୁ ୫/୬ବର୍ଷ ଆରମ୍ଭ ହୋଇଥିଲେ ହେଁ ଶେଷ ହେବାର ନାଁ ଧରୁନାହିଁ । ମାତ୍ର ୬୫ କି.ମି. ଦୂର ରାସ୍ତାରେ...

ରବିଧାନ କିଣା ଆରମ୍ଭ ହେଲା: ୩ ଲକ୍ଷ ୪୮ ହଜାର ୮୬୮ କୁଇଣ୍ଟାଲ କିଣା ହେବ

ନୂଆପଡା ଅଫିସ,୨୦ା୫: ବହୁ ପ୍ରତିକ୍ଷୀତ ୨୦୧୯ ରବି ଧାନ କିଣା ସୋମବାରଠାରୁ ଆରମ୍ଭ ହୋଇଛି । ଏହାକୁ ଜିଲାପାଳ ଡା.ପୋମା ଟୁଡୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି। ଏଥର ଜିଲାରେ ମୋଟ ୩୫୯୭ ଜଣ ଚାଷୀ ପଞ୍ଜୀକୃତ ହୋଇଥିବାବେଳେ ସେମାନଙ୍କଠାରୁ...

ଆନ୍ତଃରାଜ୍ୟ କଫ୍‌ସିରପ ର଼୍ୟାକେଟର ୨ଗିରଫ

ବଲାଙ୍ଗୀର ଅଫିସ, ୨୦ା୫: ଆନ୍ତଃରାଜ୍ୟ କଫ୍‌ ସିରପ୍‌ ଚୋରା ର଼୍ୟାକେଟ୍‌ ଚଳାଇଥିବା ସାନ ଓରଫ୍‌ ଗୋବିନ୍ଦ ନେଗୀ (୩୮) ଓ ପ୍ରଶାନ୍ତ କ୍ଷେତୀ (୪୨)ଙ୍କୁ ବଲାଙ୍ଗୀର ଟାଉନ୍‌ ଥାନା ପୋଲିସର ସ୍ବତନ୍ତ୍ର ସ୍କ୍ବାଡ ଭୁବନେଶ୍ୱରରୁ ଗିରଫ କରିଛି ା ପୋଲିସ...

ଚାଷୀଙ୍କୁ ମିଳିନି ଫସଲ ବୀମା କ୍ଷତିପୂରଣ

ଛତ୍ରପୁର,୨୦।୫(ଡି.ଏନ.ଏ)- ଗଞ୍ଜାମ ଜିଲାରେ ପ୍ରତିବର୍ଷ ବାତ୍ୟା, ବନ୍ୟା ଓ ମରୁଡିରେ ବ୍ୟାପକ ଫସଲ ନଷ୍ଟ ହେଉଛି । ମାତ୍ର ଫସଲ ବୀମା ବାବଦରେ ଚାଷୀଙ୍କୁ କ୍ଷତିପୂରଣ ମିଳୁନି । ୨୦୧୮ରେ ହୋଇଥିବା ତିତ୍‌ଲି ବାତ୍ୟାରେ ଜିଲାରେ ୫୦ ପ୍ରତିଶତରୁ ଉର୍ଦ୍ଧ୍ୱ...

ଭୋଟ ଗଣତି ପାଇଁ ପ୍ରସ୍ତୁତି: ଜିଲାପାଳ,ଏସ୍‌ପି ଭଞ୍ଜନଗର କେନ୍ଦ୍ର ପରିଦର୍ଶନ କଲେ

ଭଞ୍ଜନଗର,୨୦।୫(ଡି.ଏନ.ଏ.)-ଆସନ୍ତା ୨୩ ତାରିଖରେ ଭୋଟ ଗଣତି କରାଯିବ। ଏଥିପାଇଁ ଭୋଟଗଣତି କେନ୍ଦ୍ର ଗୁଡ଼ିକରେ ପ୍ରସ୍ତୁତି ଚାଲିଛି। ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ କଲେଜରେ ଆସିକା, ସୋରଡ଼ା ଓ ଭଞ୍ଜନଗର ନିର୍ବାଚନମଣ୍ଡଳୀର ଭୋଟ ଗଣତି କରାଯିବ। ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ଜାରି...

ଅଂଶୁଘାତରେ ଜଣଙ୍କ ମୃତ୍ୟୁ ସନ୍ଦେହ

ଗଞ୍ଜାମ,୨୦।୫(ଡି.ଏନ.ଏ.)-ଗଞ୍ଜାମ ବ୍ଲକ ଖଣ୍ଡଦେଉଳୀ ଗ୍ରାମପଞ୍ଚାୟତର ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ସୋମବାର ଅଂଶୁଘାତରେ ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି। ମୃତକ ହେଲେ ଖଣ୍ଡଦେଉଳୀ ଗ୍ରାମର ଖଲି ସାହୁ(୬୨)। ସୋମବାର ପଞ୍ଚାୟତରେ ଚାଉଳ ବଣ୍ଟାଯାଉଥିଲା। ଚତୁର୍ଥ ଶ୍ରେଣୀ କର୍ମଚାରୀ ଖଲି କୌଣସି କାର୍ଯ୍ୟରେ...

ଜବରଦଖଲରେ ମୁଖ୍ୟ ରାସ୍ତା, ବଢୁଛି ଟ୍ରାଫିକ୍‌ ସମସ୍ୟା

ଚିକିଟି,୨୦।୫(ଡି.ଏନ.ଏ.)-ଗଞ୍ଜାମ ଜିଲା ଚିକିଟିପେଣ୍ଠ ମୁଖ୍ୟ ବଜାରରେ ଦିନକୁ ଦିନ ଟ୍ରାଫିକ୍‌ ସମସ୍ୟା ଗୁରୁତର ହେବାରେ ଲାଗିଛି ।ବଜାରର ଅଣଓସାରିଆ ରାସ୍ତା ଏହାର ମୁଖ୍ୟ କାରଣ । ୧୯୭୩ରେ ଚିକିଟି ଏନ୍‌ଏସି ଗଠିତ ହୋଇଥିଲା । କ୍ରମବଦ୍ଧିଷ୍ଣୁ ଏହି ସହରର ମୁଖ୍ୟ...

ପାତ୍ରବସା ବସ୍ତିରେ ପାନୀୟ ଜଳ ଅଭାବ, ୬୦ରୁ ଊର୍ଦ୍ଧ୍ୱ ପରିବାର ହନ୍ତସନ୍ତ

ଭବାନୀପାଟଣା, ୨୦।୫ (ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କଲମପୁର ବ୍ଲକ୍‌ ଅନ୍ତର୍ଗତ ପଣ୍ଡିଗାଁ ପଞ୍ଚାୟତ ପାତ୍ରବସା ଗାଁରେ ଥିବା ବସ୍ତିରେ ପିଇବା ପାଣି ଅଭାବ ଦେଖାଦେଇଛି। ଫଳରେ ପାନୀୟ ଜଳ ପାଇଁ ବସ୍ତି ବାସିନ୍ଦା ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି...

‘ଫନୀ’ ବିପନ୍ନଙ୍କୁ ଗୋଟିଏ ଦିନର ଦରମା ଦେଲେ କଳାହାଣ୍ଡି ଦକ୍ଷିଣ ବନଖଣ୍ଡ କର୍ମଚାରୀ

ଭବାନୀପାଟଣା, ୨୦।୫ (ଡି.ଏନ୍‌.ଏ.): ବାତ୍ୟା ‘ଫନୀ’ ବିପନ୍ନଙ୍କ ଲାଗି କଳାହାଣ୍ଡି ଦକ୍ଷିଣ ବନଖଣ୍ଡର କର୍ମଚାରୀମାନେ ସହାୟତାର ହାତ ବଢାଇଛନ୍ତି। କଳାହାଣ୍ଡି ଦକ୍ଷିଣ ବନଖଣ୍ଡ ଅଧିକାରୀ ଟି. ଅଶୋକ କୁମାରଙ୍କ ପ୍ରଚେଷ୍ଟାରେ ଡିଏଫ୍‌ଓଙ୍କ ସମେତ ସମସ୍ତ ରେଞ୍ଜର, ଫରେଷ୍ଟର, ଗାର୍ଡ ଓ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri