ଆମ ଜିଲା ଖବର

ଢିପସାହିରେ ବଢ଼ୁଛି ଭାଇଚାରା: ଯୁବପିଢ଼ିଙ୍କୁ ଏକାଠି କରିଛି ସଂକୀର୍ତ୍ତନ

ବନ୍ତଳା,୨୦ା୫ (ଦୀନେଶ ଦେହୁରୀ) ରାଜନୀତି ପାଇଁ ଗାଁ ଗାଁ ଆଜି କଳୁଷିତ। ଘର-ଘର, ସାହି-ସାହିରେ ମନ ଫଟାଫଟି। ଗୋଷ୍ଠୀ, ଦଳକୁ ନେଇ କନ୍ଦଳ ପ୍ରାୟ ସବୁଠି। ହେଲେ ଅନୁଗୋଳ ଜିଲା ବନ୍ତଳା ଥାନା ପୋକତୁଙ୍ଗା-ଧୋକୁଟା ଢିପସାହିରେ ଏବେ ବି ବଞ୍ଚିଛି ପୁରୁଣା...

ଓୟୁଏଟି ପ୍ରବେଶିକା ପରୀକ୍ଷାରେ ଅବହେଳା ଅଭିଯୋଗ: ଖରାରେ ଛିଡ଼ା ହେବାରୁ ଅଭିଭାବକ-କର୍ତ୍ତୃପକ୍ଷ ମୁହାଁମୁହିିଁ

ବ୍ରହ୍ମପୁର ଅଫିସ,୨୦ା୫-ଗୋପାଳପୁର ରୋଡ ତଥା ଡୁରା ନିକଟସ୍ଥ ବ୍ରହ୍ମପୁର ସ୍କୁଲ ଅଫ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି(ବିଏସ୍‌ଇଟି)ରେ ରବିବାର ଉତ୍ତେଜନା ଦେଖାଦେଇଛି। ବିଏସ୍‌ଇଟିରେ ଓୟୁଏଟି ପରୀକ୍ଷା ପାଇଁ ଆସିଥିବା ପରୀକ୍ଷାର୍ଥୀଙ୍କୁ ଦୀର୍ଘ ସମୟ ଧରି ଖରାରେ ଛିଡା କରାଯିବାକୁ ନେଇ ଅଭିଭାବକ...

ନିଖୋଜ ଯୁବକଙ୍କ ଦଗ୍ଧ ମୃତଦେହ ଉଦ୍ଧାର : ହତ୍ୟା ଅଭିଯୋଗ ଆଣିଲେ ପରିବାର

ବାରିପଦା ଅଫିସ,୨୦।୫: ଗୁରୁବାରଠାରୁ ନିଖୋଜ ଥିବା ରାକେଶ ନାୟକ ନାମକ ଜଣେ ଯୁବକଙ୍କ ଦଗ୍ଧ ମୃତଦେହକୁ ମୟୂରଭଞ୍ଜ ଜିଲା କରଞ୍ଜିଆ ଥାନା ଅଧୀନ କେନ୍ଦୁମୁଣ୍ଡି ଗ୍ରାମ ନିକଟସ୍ଥ ନାଳ ନିକଟରୁ ରବିବାର ପୋଲିସ ଉଦ୍ଧାର କରିଛି। ସୁପରିକଳ୍ପିତ ଯୋଜନାକ୍ରମେ ତାଙ୍କୁ...

ଖୋଜିଲେ ମିଳିବ ବାଟ

ପଦ୍ମପୁର, ୨୦।୫(ଡି.ଏନ.ଏ.)- ଜଣେ ଗୃହିଣୀ ହୋଇଥିଲେ ବି ତାଙ୍କ ଇଚ୍ଛାଶକ୍ତି ଓ ଅଧ୍ୟବସାୟ ଆଗରେ ହାର୍‌ ମାନିଛି ଦାରିଦ୍ର୍ୟ। ପରିଶ୍ରମ ଓ ଚେଷ୍ଟା ତାଙ୍କୁ କରିଛି ସ୍ବାବଲମ୍ବୀ। ଧୂପକାଠି ପ୍ରସ୍ତୁତ କରି ସେ ଜଣେ ଗୃହିଣୀରୁ ସଫଳ ଉଦ୍ୟୋଗୀ ହୋଇପାରିଛନ୍ତି।...

ଗ୍ରାମ୍ୟ ପାନୀୟ ଜଳଯୋଗାଣ ଯୋଜନା ଦିଗହରା

ହାଟଡିହୀ, ୨୦। ୫(ଡି.ଏନ୍‌.ଏ.)- ଦିନକୁ ଦିନ ଖରା ତାତି ବଢ଼ୁଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ୁଛି । ଏପରିସ୍ଥଳେ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଧୀନ ଅଧିକାଂଶ ଅଞ୍ଚଳରେ ପାନୀୟ ଜଳାଭାବ କଦେଖାଦେଇଛି। ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପ ଥାଇ ନ ଥିଲା...

ଅନ୍ୟ ଜାତିରେ ବିବାହରୁ ସାମାଜିକ ବାସନ୍ଦ ଘଟଣା: ମେଡିକାଲରେ ବାପାଙ୍କୁ ଜଗିଛି ଝିଅ

କେନ୍ଦୁଝର, ୨୦ା୫(ସ୍ବ.ପ୍ର.)- ଅନ୍ୟ ଜାତିରେ ବିବାହ କରିଥିବାରୁ ବାଇଧର ନାୟକ ନାମକ ଜଣେ ବ୍ୟକ୍ତିଙ୍କୁ ସାମଜିକ ବାସନ୍ଦ କରାଯାଇଥିଲା। ଏନେଇ ବାପ, ଝିଅ ଗଛ ତଳେ ଆଶ୍ରୟ ନେଇଥିଲେ। ସ୍ଥାନୀୟ ସାମାଜିକ କର୍ମୀ ପୋଲିସକୁ ସୂଚନା ଦେବା ପରେ ପୋଲିସ...

ଭଙ୍ଗା ଘରେ ଚାଲିଛି ବିଏସଏନଏଲ କାର୍ଯ୍ୟାଳୟ: ଅଫିସ କାର୍ଯ୍ୟ ବାଧାପ୍ରାପ୍ତ

ତେଲକୋଇ, ୨୦।୫(ଡି.ଏନ.ଏ.)-ତେଲକୋଇ ବ୍ଲକ ମୁଖ୍ୟାଳୟ ଠାରେ ଥିବା ବିଏସଏନଏଲ ସେବା ଦୀର୍ଘ ୨ମାସରୁ ଊର୍ଦ୍ଧ୍ୱ ହେଲାଣି ବନ୍ଦ ଅବସ୍ଥାରେ ରହିଛି । ଏଥିଯୋଗୁଁ ବିଭିନ୍ନ କାର୍ଯ୍ୟାଳୟରେ ଥିବା ବ୍ରଡବ୍ୟାଣ୍ଡ ସେବା ଅଚଳ ହେବା ଯୋଗୁଁ ଉନ୍ନୟନ କାର୍ଯ୍ୟରେ ବାଧା ସୃଷ୍ଟି...

୧୯ ଦିନ ବିତିଲା, ମଦମୃତ୍ୟୁ ସଂଖ୍ୟା ଅସ୍ପଷ୍ଟ

ଭଦ୍ରକ ଅଫିସ, ୨୦।୫ – ଭଦ୍ରକ ଜିଲାରେ ମଦମୃତ୍ୟୁ ଘଟଣାକୁ ୧୯ ଦିନ ବିତିଲାଣି। ନିର୍ବାଚନ ସମୟରେ ଭୋଟରଙ୍କୁ ହାତେଇବା ପାଇଁ ଏକ ନିର୍ଦ୍ଦିଷ୍ଟ ଦଳ ପକ୍ଷରୁ ବଣ୍ଟାଯାଇଥିବା ନକଲି ମଦ ପିଇ ୧୦ ଜଣ ମୃତ୍ୟୁବରଣ କରିଥିବା ବେଳେ...

ମାଫିଆଙ୍କ କବ୍‌ଜାରେ ବଳରାମ ପାହାଡ଼

ନୟାଗଡ଼ ଅଫିସ,୨୦ା୫- ନୟାଗଡ଼ ସହର ଉପକଣ୍ଠରେ ଥିବା ବଳରାମ ପାହାଡ଼ ଏବେ ମାଫିଆଙ୍କ କବ୍‌ଜାରେ। ସେମାନେ ମନଇଚ୍ଛା ପାହାଡ଼ର ବିଭିନ୍ନ ସ୍ଥାନରେ ପଥର ଫଟାଇ ବିକ୍ରି କରୁଛନ୍ତି। ଏପରି କି ଜଙ୍ଗଲରୁ ଗଛକାଟି ବିକ୍ରି କରିବାକୁ ମଧ୍ୟ ପଛାଉନାହାନ୍ତି। ଏହା...

ଓଡ଼ିଆ ସାହିତ୍ୟରେ ଅଳଙ୍କାର ଅତୁଳନୀୟ

ବାଲେଶ୍ୱର ଅଫିସ, ୨୦।୫- ଓଡ଼ିଆ ଭାଷା ସାହିତ୍ୟରେ ଆରମ୍ଭରୁ ଏଯାଏ ଅନେକ ପରୀକ୍ଷା ନିରୀକ୍ଷା ହୋଇଆସିଛି। ସୃଜନଶୀଳ ସ୍ରଷ୍ଟାମାନେ ସାହିତ୍ୟର ବିଭିନ୍ନ ବିଭାଗରେ ଲେଖନି ଚାଳନାକରି ସାରସ୍ବତ ଭଣ୍ଡାରକୁ ସମୃଦ୍ଧ କରିଛନ୍ତି। ଆଗରୁ ଭାଷାଭିତ୍ତିକ କବିତା ‘ଏକପଦୀ’ ରଚିତ ହେଉଥିଲା।...

ରାମାୟଣ ବଣ୍ଣିତ କଥାବସ୍ତୁକୁ ନେଇ ନାଟକ ଶିବଧନୁ ଭଗ୍ନ : ସୀତାରାମ ବିବାହ ଦୃଶ୍ୟରେ ଦର୍ଶକ ବିଭୋର

ଖଣ୍ଡପଡ଼ା,୨୦ା୫(ସ୍ବ.ପ୍ର.)-କଣ୍ଟିଲୋ ରଘୁନାଥ ଜୀଉ ନାଟ୍ୟ ସମିତି, କଂସାରୀ ସାହି ପାଟଣା ଆନୁକୂଲ୍ୟରେ ଶନିବାର ୨ୟ ରାତିରେ ପୁରାଣ ବର୍ଣ୍ଣିତ ରାମାୟଣ କଥାବସ୍ତୁକୁ ନେଇ ନାଟକ ପରିବେଷିତ ହୋଇଥିଲା। ଏହି ଅବସରରେ ଶିବଧନୁ ଭଗ୍ନ, ସୀତା ବିବାହ ଓ ମିଥିଲ୍ୟା ପ୍ରବେଶ...

ଭାଟିପଡ଼ାରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ କାମଭଙ୍ଗା କଲଭର୍ଟ ଦେଖି ଯନ୍ତ୍ରୀ କହିଲେ ‘ଚଲେଗା’

ବୈପାରୀଗୁଡ଼ା,୨୦ା୫(ଡି.ଏନ୍‌.ଏ.) ବୈପାରୀଗୁଡ଼ା ବ୍ଲକ ମାଝିଗୁଡ଼ା ପଞ୍ଚାୟତ ଭାଟିପଡ଼ା ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାକୁ ଏବେ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ଅଧୀନରେ ନିର୍ମାଣ କରାଯାଉଛି। ଏନ୍‌ବିସିସି ସଂସ୍ଥା ଏହାକୁ ନିର୍ମାଣ କରୁଥିବା ବେଳେ ଅଣଓଡ଼ିଆ କର୍ମଚାରୀ ଦାୟିତ୍ବ ବୁଝୁଛନ୍ତି। ରାସ୍ତା ଅତି ନିମ୍ନମାନର...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri