ଆମ ଜିଲା ଖବର

ମଦ ବନ୍ଦ ପାଇଁ ମହିଳା ସଂଘର ମେଳି

ତୁମୁଡିବନ୍ଧ,୧୦।୬(ଡି.ଏନ୍‌.ଏ.)- ତୁମୁଡିବନ୍ଧ ଅଞ୍ଚଳରେ ଦେଶୀ ଓ ବିଦେଶୀ ମଦ ଚୋରା କାରବାର ବୃଦ୍ଧି ପାଉଛି। ଝିରିପାଣି ପଞ୍ଚାୟତର ମହିଳା ସ୍ବୟଂ ସହାୟକ ଗୋଷ୍ଠୀମାନେ ଏକାଠି ହୋଇ ପଞ୍ଚାୟତସ୍ତରୀୟ ମହିଳା ସଂଘ ଗଠନ କରି ମଦ ବିକ୍ରି ବନ୍ଦ ପାଇଁ ସୋମବାର...

୬ କୁଇଣ୍ଟାଲ ଗଞ୍ଜେଇ ଜବତ, ୨ ଗିରଫ

ଚିତ୍ରକୋଣ୍ଡା,୧୦ା୬(ଡି.ଏନ.ଏ.)- ମାଲକାନଗିରି ଜିଲା ଚିତ୍ରକୋଣ୍ଡା ପୋଲିସ ସୋମବାର ଚୋରାଚାଲାଣ ବେଳେ ୬କୁଇଣ୍ଟାଲ ୨୦ କେଜି ଗଞ୍ଜେଇ ଜବତ କରିଛି। ଗୁଣ୍ଠାୱlଡା ପଞ୍ଚାୟତ ଗୁଣ୍ଠାୱlଡା ଗ୍ରାମର ସୁନିଲ ଖେମୁଡୁ ଏବଂ ନବିନ ଖେମୁଡୁ ଗୁଣ୍ଠାଓ୍ବାଡାରୁ ସମ୍ବଲପୁରକୁ ଏକ ଗାଡି (ଓଡି ୧୫...

ବଣ୍ଡାଘାଟିରେ ଓଲଟିଲା କମାଣ୍ଡର ୨ ମୃତ ୪ ଗୁରୁତର

ମାଲକାନଗିରି-୧oା୬ (ସ୍ବ.ପ୍ର.)-ମାଲକାନଗିରି ଜିଲା ଖଇରପୁଟ ବଣ୍ଡାଘାଟିରେ ଏକ କମାଣ୍ଡର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ଜଣ ଗୁରୁତର ଆହତ ହୋଇଛନ୍ତି। ଖବରରୁ ଜଣାପଡିଛି ସୋମବାର ଅପରାହ୍ନ ୫ଟାରେ ଏକ କମାଣ୍ଡର ଖଇରପୁଟରୁ ଯାତ୍ରୀଙ୍କୁ ନେଇ ବଣ୍ଡାଘାଟିର...

ବିଦ୍ୟୁତ୍‌ ଖୁଣ୍ଟକୁ ଧକ୍କା ଦେଲା ଟ୍ରକ: ସେବା ବାଧାପ୍ରାପ୍ତ

ବଇଣ୍ଡା,୧୦।୬(ଡି.ଏନ.ଏ.)-କିଶୋରନଗର ବ୍ଲକ ବଇଣ୍ଡା ନିକଟସ୍ଥ କଦଳୀମୁଣ୍ଡାଠାରେ ଥିବା ଏକ ଏଲଟିଲାଇନ ବିଦ୍ୟୁତ୍‌ ଖୁଣ୍ଟକୁ ଏକ ଟ୍ରକ ଧକ୍କା ଦେଇଛି। ଫଳରେ ବିଦ୍ୟୁତ୍‌ ଖୁଣ୍ଟ ଭାଙ୍ଗିଯାଇଥିବାବେଳେ ବିଦ୍ୟୁତ ସେବା ବାଧାପ୍ରାପ୍ତ ହୋଇଥିଲା। ଅନୁଗୋଳରୁ ସମ୍ବଲପୁର ଅଭିମୁଖେ ଏକ ଟ୍ରକ (ନଂ.ଏନଏଲ୦୧ଏନ୦୦୭୫)ଯାଉଥିବାବେଳେ ଚାଳକ...

କାଳବୈଶାଖୀରେ ଉଡ଼ିଗଲା ସ୍କୁଲ ଆଜବେଷ୍ଟସ

ବଇଣ୍ଡା,୧୦।୬(ଡି.ଏନ.ଏ.)-ଅନୁଗୋଳ ଜିଲା କିଶୋରନଗର ଓ ଆଠମଲ୍ଲିକ ବ୍ଲକରେ ସୋମବାର ଅପରାହ୍ନରେ କାଳବୈଶାଖୀ ହୋଇଛି। ପ୍ରବଳ ବର୍ଷା ସାଙ୍ଗକୁ ପବନ ବୋହିବା ଯୋଗୁ ବହୁ କ୍ଷତି ହୋଇଛି। ଆଠମଲ୍ଲିକ ବ୍ଲକ ପେଡ଼ିପଥର ପଞ୍ଚାୟତ କନକେଇ ଉଚ୍ଚ ବିଦ୍ୟାଳୟ ଶ୍ରେଣୀ ଗୃହ ଛପର...

ଅଂଶୁଘାତରେ ଚାଷୀଙ୍କ ମୃତ୍ୟୁ ଅଭିଯୋଗ

ଭୋଗରାଇ, ୧୦।୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ଭୋଗରାଇ ଥାନା ଅଧୀନ ରସଲପୁର ଗ୍ରାମର ସତ୍ୟେନ୍ଦ୍ର ଜେନା (୫୨) ସୋମବାର ମଧ୍ୟାହ୍ନରେ ବିଲକୁ ଯାଇ ଥିବାବେଳେ ଅସହ୍ୟ ଗୁଳୁଗୁଳି ଓ ଖରାରେ ସେଠାରେ ଟଳି ପଡ଼ିଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ସେଠାରୁ ତୁରନ୍ତ ଉଦ୍ଧାର...

ମାଲ ବୋଝେଇ ଟ୍ରେନରେ ନିଆଁ

ସୋର, ୧୦।୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ସୋର ରେଳ ଷ୍ଟେଶନଠାରେ ସୋମବାର ପୂର୍ବାହ୍ନରେ ଏକ କୋଇଲା ବୋଝେଇ ଟ୍ରେନ୍‌ରେ ହଠାତ୍‌ ନିଅଁା ଲାଗିଯାଇଥିଲା। ଡ୍ରାଇଭର ଏହା ଜାଣିପାରି ଟ୍ରେନକୁ ଅଟକାଇଥିଲେ। ଷ୍ଟେଶନମାଷ୍ଟର ସୋର ଦମକଳବାହିନୀକୁ ଖବର ଦେବା ପରେ କର୍ମଚାରୀମାନେ ପହଞ୍ଚି ପ୍ରଥମେ...

୨ କରତକଳ ଉପରେ ଚଢ଼ାଉ୬ଲକ୍ଷ ଟଙ୍କାର କାଠ ଓ ଯନ୍ତ୍ରାଂଶ ଜବତ

ବସ୍ତା, ୧୦।୬(ସ୍ବ.ପ୍ର.)-ଭିଜିଲାନ୍ସ ଓ ବନବିଭାଗ ପକ୍ଷରୁ ସୋମବାର ମିଳିତ ଭାବେ ଚଢ଼ାଉ କରାଯାଇ ଦୁଇଟି ସ୍ଥାନରେ ବେଆଇନ ଭାବେ ଚାଲିଥିବା କରତ କଳରୁ ପ୍ରାୟ ୬ ଲକ୍ଷ ଟଙ୍କାର କାଠ ଓ ଯନ୍ତ୍ରାଂଶ ଜବତ ହୋଇଛି। ରୂପ୍‌ସା ଥାନା ଅନ୍ତର୍ଗତ...

ବଲୋଦାରେ ପଞ୍ଚାୟତ ଗୃହ ନିର୍ମାଣ ଦାବି ତେଜିଲାପଞ୍ଚାୟତବାସୀ ଜିଲାପାଳ ଅଫିସ ଘେରିଲେ

ନୂଆପଡା ଅଫିସ,୧୦ା୬:ଓଡିଶା ହାଇକୋର୍ଟ ନୂଆପଡ଼ା ଜିଲା ଭୈଷାଁଟାଲ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ବଲୋଦାରେ ନିର୍ମାଣ କରିବାକୁ ଚୂଡାନ୍ତ ରାୟ ଦେଇଥିବାବେଳେ ଏହାକୁ କାର୍ଯ୍ୟକାରୀ କରିବା ଦାବିରେ ୫ରୁ ଊର୍ଦ୍ଧ୍ୱ ଗ୍ରାମବାସୀ ସୋମବାର ନୂଆପଡା ଆସି ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି ।...

ପଲିଟେକନିକରେ ଖାଲି ପଡୁଛି ସିଟ୍‌: ପ୍ରଚାର ପ୍ରସାର ଅଭାବରୁ ଏହାର ସୁଯୋଗ ନେଇପାରୁନାହାନ୍ତି ଉପାନ୍ତ ଅଞ୍ଚଳର ପିଲା

ଜୟପୁର,୧୦।୬(ଡି.ଏନ୍‌.ଏ.)ଜୟପୁର ବ୍ଲକର ରଣ୍ଡାପାଲୀରେ ରାଜ୍ୟ ସରକାରଙ୍କ ଏକ ସରକାରୀ ପଲିଟେକନିକ ୨୦୧୪ରୁ ପ୍ରତିଷ୍ଠା ହୋଇଛି। କିନ୍ତୁ ଜିଲାର ଉପାନ୍ତ ବ୍ଲକର ଛାତ୍ରୀଛାତ୍ର ପଲିଟେକନିକକୁ ନେଇ ସଚେତନ କିମ୍ବା ଅଜ୍ଞ ରହିଥିବା ଯୋଗୁ ଏହିପରି ବୈଷୟିକ ଶିକ୍ଷାନୁଷ୍ଠାନରେ ସେମାନଙ୍କ ଯୋଗଦାନ କମ୍‌...

ବେଆଇନ ପଥର, ବାଲି ଚାଲାଣ ବେଳେ ଚଢ଼ାଉ: ୧ଲକ୍ଷ ୪୪ ହଜାର ଆଦାୟ

ପୁରୁଷୋତ୍ତମପୁର, ୧୦।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରର ବିଭିନ୍ନ ସ୍ଥାନରୁ ବେଆଇନ ଭାବେ ବାଲି ଓ ପଥର ଚାଲାଣ ହେଉଥିଲା। ସୋମବାର ତହସିଲଦାର ଅରୁଣ କୁମାର ନାୟକ, ଅତିରିକ୍ତ ତହସିଲଦାର ସୋଭନ କୁମାର ବେହେରାଙ୍କ ସହ ଅନ୍ୟ କର୍ମଚାରୀମାନେ ଅଚାନକ ଚଢ଼ାଉ...

କେଏନ୍‌ପୁରରେ ଅଗ୍ନିକାଣ୍ଡ: ଗୋଟିଏ ପରିବାର ସର୍ବସ୍ବାନ୍ତ

ପୁରୁଷୋତ୍ତମପୁର, ୧୦।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ କେଏନ୍‌ପୁରରେ ସୋମବାର ଅଗ୍ନିକାଣ୍ଡ ଘଟିଛି। ଏଥିରେ ଦମୟନ୍ତୀ ପ୍ରଧାନଙ୍କ ଘର ସମ୍ପୂର୍ଣ୍ଣ ପୋଡି ଛାର୍‌ଖାର ହୋଇଛି। ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। କ୍ଷୟକ୍ଷତିର ଆକଳନ ଲାଗି ତହସିଲଦାର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri