ଆମ ଜିଲା ଖବର

ଯୁବକଙ୍କୁ ହତ୍ୟା ଉଦ୍ୟମ ଘଟଣା: ୩ ଗିରଫ, ୨ ଖଣ୍ଡା ଜବତ

ବ୍ରହ୍ମପୁର ଅଫିସ,୧୭।୫: ଗଞ୍ଜାମ ଜିଲା ବଡବଜାର ପୋଲିସ ଗୁରୁବାର ରାତିରେ ଟୁଟୁ ହାତୀ ହତ୍ୟାଉଦ୍ୟମ ଘଟଣାରେ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ୨ଟି ଖଣ୍ଡା ଜବତ ହୋଇଛି। ତେବେ ପୂର୍ବଶତ୍ରୁତାକୁ କେନ୍ଦ୍ରକରି ଟୁଟୁଙ୍କୁ ଏଭଳି ମରଣାନ୍ତକ ଆକ୍ରମଣ କରାଯାଇଥିବା...

ଅଟୋ-ବାଇକ ମୁହାଁମୁହିଁ ଧକ୍କା : ବାଇକ୍‌ଚାଳକ ଗୁରୁତର

ପାଟଣା,୧୭ା୫(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଦେଇ ଯାଇଥିବା ୨୨୦ ନମ୍ବର ଜାତୀୟ ରାଜପଥ ପାଟଣା – କରଞ୍ଜିଆ ରାସ୍ତାର ସରସ୍ବତୀପଡ଼ା ଛକ ନିକଟରେ ଏକ ଅଟୋ ସହ ବାଇକର ମୁହାଁମୁହିଁ ଧକ୍କା ହେବାରୁ ବାଇକ ଚାଳକ ଗୁରୁତର ହୋଇ ପାଟଣା...

ଦୁଇଦିନ ପରେ ଉଦ୍ଧାର ହେଲା ମତ୍ସ୍ୟଜୀବୀଙ୍କ ମୃତଦେହ

ଭୋଗରାଇ,୧୭ା୫(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ଭୋଗରାଇ ଥାନା ଅଧୀନ ବାଉଁଶଖଣା ଗ୍ରାମର ନିଖୋଜ ଥିବା ମତ୍ସ୍ୟଜୀବୀ ରମେଶ ବରାଇ(୫୫)ଙ୍କ ମୃତଦେହ ଶୁକ୍ରବାର ସକାଳୁ ସୁବର୍ଣ୍ଣରେଖା କୁମ୍ଭୀରଗଡ଼ି ଗ୍ରାମସ୍ଥିତ ନଦୀପଠାରୁ ଉଦ୍ଧାର କରାଯାଇଛି। ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର...

ଭୋଜି ଖାଇ ୧୫୦ ଅସୁସ୍ଥ

ଭୋଗରାଇ,୧୭।୫(ଡି.ଏନ୍‌.ଏ.): ବାଲେଶ୍ବର ଜିଲା ଭୋଗରାଇ ବ୍ଲକ ଅଧୀନ ରାଣୀବସାଣ ଗ୍ରାମର ଜଣେ ବ୍ୟକ୍ତିଙ୍କ ବାହାଘର ଭୋଜି ଖାଇ ୧୫୦ରୁ ଊର୍ଦ୍ଧ୍ୱ ବ୍ୟକ୍ତି ଅସୁସ୍ଥ ହୋଇ ପଡ଼ିଛନ୍ତି। ସେମାନଙ୍କୁ ବିଭିନ୍ନ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଯାଉଛି। ଘଟଣାସ୍ଥଳକୁ ଏକ ଡାକ୍ତରୀ ଦଳ...

ଅଚଳ ହୋଇ ପଡିରହିଛି ପାନୀୟ ଜଳ ପ୍ରକଳ୍ପ

ମାଲକାନଗିରି, ୧୭।୫(ଡି.ଏନ୍‌.ଏ.) – ମାଲକାନଗିରି ଜିଲାରେ ଏବେ ପ୍ରଚଣ୍ଡ ଖରା। ଜିଲାରେ ଏବେ ୪୪ ଡିଗ୍ରୀ ତାପମାତ୍ରା ଥିବାବେଳେ ବିଭିନ୍ନ ଅଞ୍ଚଳରେ କୂଅ, ପୋଖରୀ ଶୁଖିବାରେ ଲାଗିଛି। ପାନୀୟ ଜଳ ପାଇଁ ଲୋକଙ୍କ ସମେତ ପଶୁପକ୍ଷୀ ମଧ୍ୟ ଡହଳ ବିକଳ...

ଚିକିତ୍ସା ଲାଗି ଟଁକା ବାଧକ୍‌:ତୃତୀୟାର ନାକେ ବଢ଼ୁଛେ ଆବୁ

ବିନିକା, ୧୭ା୫(ଡି.ଏନ୍‌.ଏ.): ସୁବର୍ଣ୍ଣପୁର ଜିଲା ବିନିକା ବିଜ୍ଞାପିତ ଅଞ୍ଚଳ ପରିଷଦର ୧୨ ନଂ. ଓ୍ବାର୍ଡ ମିଶ୍ରପଡ଼ାର ତୃତୀୟା କର(୬୦)। ସେ ଗୁଟେ ବିରଲ କିସମର ରୋଗ୍‌ରେ ପୀଡ଼ିତ ଅଛନ୍‌। ଯେନ୍‌ଥିରଲାଗି ତାକର ନାକେ ଦୁଇ ତିନ୍‌ଟା ଆବୁ ବଢ଼ତେଲ ଯାଉଛେ।...

ରୋଗ୍‌ରେ ଶଢ଼ୁଛନ୍‌ ବନମାଳୀ:ସରକାରୀ ସୁବିଧାରୁ ବଁଚିତ୍‌ ଅସାହା ପରିବାର

ଭବାନୀପାଟଣା,୧୭।୫(ଡି.ଏନ.ଏ.): କଳାହାଣ୍ଡି ଜିଲା କଲମପୁର ବ୍ଲକ ଅଧୀନ ମଣ୍ଡଳ ଗଁାର ବନମାଳୀ ପାଲ। ସେ ଝନେ ନିହାତି ଗରିବ୍‌ ଲୋକ୍‌ ହେଇଥିଲାବେଲେ କୁଟୁମ ପୁଷବାର ଲାଗି ବାହାର ରାଏଜ୍‌କେ ଦାଦନ୍‌ ଖଟି ଯାଉଥିଲେ। ହେଲେ ସେଠାନେ ଦିହିପା ଖରାପ ହେଲାରୁ...

୫ ବଛର ହେଲା ପମ୍ପ ହାଉସ ଅଚଲ: ପାଏନ୍‌ ଲାଗି ଛଟକୁଛନ୍‌ ୩ ଖଁଡ଼ ଗାଁର ଲୋକ୍‌

ସୋହେଲା,୧୭ା୫(ଡି.ଏନ୍‌.ଏ): ବରଗଡ଼ ଜିଲା ସୋହେଲା ବ୍ଲକ ଅଧୀନ ଲୁହୁରାଚଟିରେ ଥିବାର ପମ୍ପ ହାଉସ ଆଏଜ୍‌କେ ୫ ବଛର ହେଲା ଅଚଲ ହେଇ ପଡ଼ିଛେ। ଯେନ୍‌ଥିରଲାଗି ଗଁାବାସୀ ପିଇଲା ପାଏନ୍‌ ପାଏବାରୁ ବଁଚିତ ହେବାର ସଂଗେ ନାନା ଅସବିଧାର ସାମନା କରୁଛନ୍‌।...

ଡେଙ୍ଗୁ ପ୍ରତିରୋଧ ପାଇଁ ସାମୂହିକ ଉଦ୍ୟମ ଲୋଡା

ସୋନପୁର,୧୭।୫(ନି.ପ୍ର.)- ସୁବର୍ଣ୍ଣପୁର ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଜାତୀୟ ଡେଙ୍ଗୁ ଦିବସ ପାଳିତ ହୋଇଯାଇଛି। ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ସରୋଜ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଚେତନତା ସଭାରେ ଜିଲାପାଳ ମଧୁସୂଦନ ମିଶ୍ର ମୁଖ୍ୟ...

ବିନିକା ପ୍ରିମିୟର ଲିଗ୍‌ : ପାଓ୍ବାର ବ୍ଲାଷ୍ଟର ଚାମ୍ପିୟନ

ବିନିକା, ୧୭ା୫(ଡି.ଏନ୍‌.ଏ.)- ସୁବର୍ଣ୍ଣପୁର ଜିଲା ବିନିକାରେ ଚାଲିଥିବା ଦ୍ୱିତୀୟ ବିନିକା ପ୍ରିମିୟର ଲିଗ୍‌(ବିପିଏଲ)କ୍ରିକେଟ ଟୁର୍ନାମେଣ୍ଟ ଗୁରୁବାର ଉଦ୍‌ଯାପିତ ହୋଇଯାଇଛି। ବିନିକା ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟରେ ଦୀର୍ଘ ଏକ ମାସ ଧରି ଖେଳା ଯାଇଥିବା ଏହି ଟୁର୍ନାମେଣ୍ଟର ଫାଇନାଲ ମ୍ୟାଚରେ...

ଶୋଇବା ଘରେ ୩୦ରୁ ଊର୍ଦ୍ଧ୍ୱ ବିରଳ ପ୍ରଜାତିର ସାପ, ୨ଟି ଉଦ୍ଧାର

କେନ୍ଦୁଝର,୧୭।୫(ସ୍ବ.ପ୍ର.): ଘଟଗାଁ ବ୍ଲକ କାଶିବେଡ଼ା ମୁଣ୍ଡା ସାହିର ଧୃବ ମୁଣ୍ଡା ଓରଫ (ପୋଟଳ)ଙ୍କ ରହିବା ଘରୁ ଶୁକ୍ରବାର ୩୦ରୁ ଊର୍ଦ୍ଧ ବିରଳ ପ୍ରଜାତିର ବିଷଧର ସାପ ରହିଥିବା ଘର ଲୋକେ ଦେଖିଥିଲେ । ସକାଳୁ ଘର ଝାଡ଼ୁ କରିବା ସମୟରେ...

ପିଇବା ଉପଯୋଗୀ ନୁହେଁ ଟ୍ୟାଙ୍କର ପାଣି: ଚୁଆ ଜଳରେ ଚଳୁଛି ଘର

ତାଳଚେର,୧୭ା୫(ନି.ପ୍ର.)- ଶିଳ୍ପ ନଗରୀ ତାଳଚେରରେ ପାନୀୟ ଜଳ ସମସ୍ୟା ଧୀରେ ଧୀରେ ଉତ୍କଟ ହେବାରେ ଲାଗିଛି। ବର୍ଷ ସାରା ଜଳାଭାବ ରହୁଥିଲେ ବି ଖରାଦିନେ ତାହା ଢେରଗୁଣ ବଢ଼ିଯାଉଛି। ବାରମ୍ବାର ପ୍ରଶାସନ ନିକଟରେ ଅଭିଯୋଗ ହେଉଥିଲେ ମଧ୍ୟ ସ୍ଥାୟୀ ସମାଧାନ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri