ଆମ ଜିଲା ଖବର

ଅସରଳା ଗ୍ରାମରେ ଚୋରି :୬ଲକ୍ଷ ଟଙ୍କା,୯ ଭରି ସୁନା ଲୁଟ୍‌

୧୫ା୫(ଡି.ଏ.ଏନ.)-ବୋଲଗଡ଼ ଥାନା ବାଙ୍କୋଇ ଫାଣ୍ଡିସ୍ଥିତ ଅସରଳା ଗ୍ରାମରେ ସୋମବାର ବିଳମ୍ବିତ ରାତ୍ରିରେ ଏକ ବଡ ଧରଣର ଚୋରି ହୋଇଯାଇଛି। ଚୋରମାନେ ଗ୍ରାମର ୫ ପରିବାରଙ୍କ ଘରେ ପଶିଥିଲେ । ମାତ୍ର ଦୁର୍ବୃତ୍ତମାନେ ଗ୍ରାମର ଶ୍ରୀନିବାସ ସ୍ବାଇଁ ଏବଂ ତାଙ୍କ ବଡଭାଇ...

ବ୍ରହ୍ମପୁର, ଛତ୍ରପୁର, ଭଞ୍ଜନଗରରେ ହେବ ଭୋଟ ଗଣତି

ଛତ୍ରପୁର,୧୫ା୫(ଡି.ଏନ.ଏ)-ଆସନ୍ତା ୨୩ ତାରିଖରେ ହେବାକୁ ଥିବା ଭୋଟ ଗଣତି ପାଇଁ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛିା ଜିଲାର ବ୍ରହ୍ମପୁର, ଛତ୍ରପୁର ଓ ଭଞ୍ଜନଗରସ୍ଥିତ କେନ୍ଦ୍ରଠାରେ ଭୋଟ ଗଣତି କରାଯିବ। ୨୩ ତାରିଖ ସକାଳ ୮ ଟାରେ...

ତିତ୍‌ଲିରେ ହୋଇଥିଲା ଧ୍ୱଂସ : ପୁରିଆ ସାହି କ୍ଷୁଦ୍ର ସେଚ ପ୍ରକଳ୍ପ ଡ୍ୟାମ୍‌ ପୁନଃ ନିର୍ମାଣ

ବ୍ରହ୍ମପୁର ଅଫିସ,୧୫ା୫-ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ଅନ୍ତର୍ଗତ ଉପାନ୍ତ ଅଞ୍ଚଳ ପୂରିଆ ସାହିରେ ପୁନଃ ନିର୍ମାଣ କରାଯାଉଛି ପୂରିଆ ସାହି କ୍ଷୁଦ୍ର ଜଳସେଚନ ଯୋଜନା। ଏହାର ମୁଖ୍ୟବନ୍ଧ (ହେଡୱାକ୍ସ) ନିର୍ମାଣ ଓ କେନାଲ ପୁନରୁଦ୍ଧାର ବାବଦରେ ପ୍ରଥମ ପର୍ଯ୍ୟାୟରେ ୨.୬୦...

ବୁଢ଼ାଦାନୀ ଗ୍ରାମବାସୀଙ୍କୁ ନାଳ ଭରସା

ଫୁଲବାଣୀ ଅଫିସ, ୧୫ା୫-କନ୍ଧମାଳ ଏକ ପାହାଡିଆ ଅଞ୍ଚଳ ହୋଇଥିବାରୁ ଏଠାରେ ପାଣିର ଘୋର ଅଭାବ| ଲୋକଙ୍କୁ ପାନୀୟ ଜଳ ଯୋଗାଇ ଦେବା ପାଇଁ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ(ଆରଡବ୍ଲ୍ୟୁଏସ୍‌ଏସ୍‌) ପକ୍ଷରୁ ବହୁ ପ୍ରକଳ୍ପ କରାଯାଇଛି। ଏବେ ପ୍ରବଳ...

ପାନୀୟ ଜଳ ପାଇଁ ଯିବାକୁ ପଡ଼ୁଛି ୧ କି.ମି.

ଚମ୍ପୁଆ, ୧୫ା୫(ଡି.ଏନ.ଏ): ଚମ୍ପୁଆ ବ୍ଲକ ଅନ୍ତର୍ଗତ ଚନ୍ଦ୍ରଶେଖରପୁର ପଞ୍ଚାୟତ ମଝିସାହି ବାସିନ୍ଦାଙ୍କ ପାଇଁ ବଇରୀ ସାଜିଛି ଗାଁ ନଳକୂପ। ପାନୀୟ ଜଳ ପାଇଁ ପ୍ରାୟ ୧ କି.ମି. ଦୂର ଯାଇ ସଂଗ୍ରହ କରିବାକୁ ପଡୁଛି। ପାରଦ ୪୨ ଡିଗ୍ରୀ ଛୁଇଁଥିବା...

ଖରାଦିନ ହେଲେ ମନେ ପଡେ ତାଳସଜର ମଜା

କେନ୍ଦୁଝର, ୧୫ା୫(ଡି.ଏନ୍‌.ଏ.)-ଖରାଦିନ ଆସିଗଲେ କେନ୍ଦୁଝରରେ ପ୍ରତିବର୍ଷ ପରି ବାହାର ବ୍ୟବସାୟୀମାନେ ଆସି ରାସ୍ତାକଡରେ ତାଳସଜର ପସରା ମେଲି ବ୍ୟବସାୟ କରି ବେଶ କିଛି ରୋଜଗାର କରିଥାନ୍ତି। ଖରାଦିନ ଫଳ ତରଭୂଜ, ପଇଡ, ଆମ୍ବର ଚାହିଦା ସହିତ ତାଳସଜର ଚାହିଦା ମଧ୍ୟ...

୫ ବର୍ଷ ପରେ ଘରକୁ ଫେରିଲେ ନାବାଳିକା: ଚୋରା ଚାଲାଣ ର଼୍ୟାକେଟର ପର୍ଦ୍ଦାଫାଶ, ଦଲାଲ ଗିରଫ

ବଡବିଲ, ୧୫।୫(ସ୍ବ.ପ୍ର.)-କେନ୍ଦୁଝର ଜିଲାରେ ନାବାଳିକା ଚାଲାଣ ର଼୍ୟାକେଟ୍‌ କିଭଳି ସକ୍ରିୟ ରହିଛି ତାହାର ଏକ ନଜିର ପଦାକୁ ଆସିଛି। ବଲାଣୀ ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ପ୍ରତାରଣା କରି ର଼୍ୟାକେଟ୍‌ରେ ସମ୍ପୃକ୍ତ ଏକ ଦମ୍ପତି ତାଙ୍କୁ ଦିଲ୍ଲୀ ଚାଲାଣ କରିଥିଲେ।...

ଟାଏକୋଣ୍ଡୋରେ ସ୍ବର୍ଣ୍ଣ ଜିତିଲେ ପ୍ରିୟଙ୍କା

ଖଇରା, ୧୫।୫(ଡି.ଏନ.ଏ.)-ଖଇରା କଲେଜ ଯୁକ୍ତ ୩ କଳାର ଦ୍ୱିତୀୟବର୍ଷ ଛାତ୍ରୀ ପ୍ରିୟଙ୍କା ପାତ୍ର ରାଜ୍ୟସ୍ତରୀୟ ଟାଏକୋଣ୍ଡୋ ପ୍ରତିଯୋଗିତାରେ ୫୦କେଜି ବର୍ଗରେ ଚାମ୍ପିୟନ ହୋଇ ସ୍ବର୍ଣ୍ଣପଦକ ଲାଭ କରି ସମଗ୍ର ଖଇରା ପାଇଁ ଗୌରବ ଆଣି ଦେଇଛନ୍ତି। ଏହି ଅବସରରେ ମଙ୍ଗଳବାର...

କୃଷିବୀମା ମିଳିବାରେ ବିଳମ୍ବ: ୪ ମାସ ମଧ୍ୟରେ ଫଇସଲା କରିବାକୁ ଜିଲାପାଳଙ୍କୁ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ

କେନ୍ଦୁଝର, ୧୫ା୫ (ସ୍ବ.ପ୍ର.) କେନ୍ଦୁଝର ଜିଲାରେ ଚାଷୀମାନେ ୨୦୧୫ରେ ପ୍ରିମିୟମ ଅର୍ଥ ଦେଇଥିଲେ ହେଁ ମରୁଡି ଯୋଗୁ୍‌ କ୍ଷତିଗ୍ରସ୍ତ ହୋଇଥିବା ବହୁ ଚାଷୀଙ୍କୁ ଅଦ୍ୟାବଧି କୃଷିବୀମା ବାବଦ ଅର୍ଥ ମିଳୁ ନ ଥିବାରୁ ଚିନ୍ତାରେ ରହିଛନ୍ତି। ସରକାର କାଳିଆ ଯୋଜନାରେ...

୩୫ରୁ ଊର୍ଦ୍ଧ୍ୱ ବିଦ୍ୟୁତ୍‌ ଖୁଣ୍ଟ ଭାଙ୍ଗିଲା, ଛପର ଉଡିଲା

ଜଳେଶ୍ୱର,୧୫।୫(ଡି.ଏନ.ଏ.)- ବାଲେଶ୍ୱର ଜିଲା ଜଳେସ୍ବର ବ୍ଲକ ଅଧୀନ କୋଟସାହି ପଞ୍ଚାୟତ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନ ୪ଟା ସମୟରେ କାଳବୈଶାଖୀ ତାଣ୍ଡବ ରଚିଛି। ଫଳରେ କୋଟସାହି ଗ୍ରାମର ମଣ୍ଟୁ ଦାସମହାପାତ୍ର, ନିତ୍ୟାନନ୍ଦ ସେଣ, ରତନ ବେହେରା, ଅରବିନ୍ଦ ବେହେରାଙ୍କ ଘର ଉପରେ...

ନର୍ସଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ, ରୋଗୀ ହନ୍ତସନ୍ତ

ବାଲେଶ୍ୱର ଅଫିସ,୧୫।୫-ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟରେ ନସର୍ର୍ମାନେ ମଙ୍ଗଳବାର ପୂର୍ବାହ୍ନ ସାଢେ ୮ଟା ବେଳେ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବାରୁ ୱାର୍ଡ଼ରେ ଥିବା ରୋଗୀମାନେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ୱାର୍ଡ଼ରେ ଭର୍ତ୍ତି...

ବେପରୁଆ ଚାଳନା: କାର ଧକ୍କାରେ ୪ଗୁରୁତର

ପୁରୁଣାକଟକ, ୧୫।୫(ଡି.ଏନ.ଏ.)- ବୌଦ୍ଧ ଜିଲା ୫୭ନଂ. ଜାତୀୟ ରାଜପଥର ପୁରୁଣାକଟକ ହାଇସ୍କୁଲ ନିକଟରେ ମଙ୍ଗଳବାର ରାତିରେ  ଏକ କାର ଧକ୍କାରେ ୪ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ପୁରୁଣାକଟକ ଚିକିତ୍ସାଳୟରେ  ଭର୍ତ୍ତି କରାଯାଇଛି। ସେମାନେ ଓଡ଼ଗଁାର ରଶ୍ମିତା ବିଶୋଇ, ଗୋଧିପଡ଼ାର...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri