ଆମ ଜିଲା ଖବର

ବୀମାରାଶି ଫେରାଇବାକୁ ଖାଉଟି ଅଦାଲତଙ୍କ ନିର୍ଦ୍ଦେଶ

ସିମୁଳିଆ, ୭।୬(ଡି.ଏନ.ଏ.)-ବିଭିନ୍ନ ବୀମାଧାରୀ କମ୍ପାନୀ ନାନା ପ୍ରକାର ପ୍ରଲୋଭନ ଦେଖାଇ ଉପଭୋକ୍ତାମାନଙ୍କୁ ଆକର୍ଷିତ କରିଥାନ୍ତି। ଉପଭୋକ୍ତାମାନଙ୍କୁ ଟଙ୍କା ଫେରସ୍ତର ସମୟ ଆସିଲେ ନାନା ପ୍ରକାର ନୀତିନିୟମ ଦେଖାଇ ଥାଆନ୍ତି ା ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ସୁଙ୍ଗୁଡା ଅଞ୍ଚଳର ୪୫...

କୁଲଡ଼ିହା ହାତୀ ମୃତ୍ୟୁ ଘଟଣା: ଫରେଷ୍ଟର, ଗାର୍ଡ଼ ନିଲମ୍ବିତ

ସଜନାଗଡ଼, ୭।୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡର କୁଲଡ଼ିହା ଅଭୟାରଣ୍ୟରେ ଗତ ୫ତାରିଖରେ ଏକ ଦନ୍ତାହାତୀର ମୃତଦେହ ମିଳିଥିଲା। ହାତୀର ମୃତ୍ୟୁକୁ ନେଇ ବନବିଭାଗ କୌଣସି ଟେର୍‌ ନ ପାଇବାରୁ ସାଧାରଣରେ ଅସନ୍ତୋଷ ଦେଖାଦେଇଥିଲା। ଏହି ପରିପ୍ରେକ୍ଷୀରେ ବନବିଭାଗର ଡିଏଫ୍‌ଓ ବିଶ୍ୱରାଜ...

ବିଭିନ୍ନ ଘଟଣାର ନ୍ୟାୟ ଦାବିରେ ଧାରଣା: ପୋଲିସ ପଦକ୍ଷେପ ନନେଲେ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ ସିପିଆଇ

ଜୟପୁର,୭ା୬(ନି.ପ୍ର.): ଆତ୍ମହତ୍ୟା, ଗଣ ବଳାତ୍କାର ଓ ହତ୍ୟା, ମାନସିକ ନିର୍ଯାତନା ଘଟଣାରେ ତଦନ୍ତ କରି ଅଭିଯୁକ୍ତଙ୍କୁ ଗିରଫ ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି ସିପିଆଇ। ଏହି ଦାବିରେ ପ୍ରତୀକ ପୂର୍ବାହ୍ନ ୧୦ଟାରୁ ୧୨ଟା ଯାଏ ଧାରଣା ଦେଇଛି ଜିଲା ସିପିଆଇ।...

ଓଲଟିଲା ବସ୍‌, ବର୍ତ୍ତିଲେ ୨୦ ଯାତ୍ରୀ: ଡ୍ରାଇଭର, କଣ୍ଡକ୍ଟରଙ୍କ ସମେତ ୪ ଆହତ

ପଟ୍ଟାଙ୍ଗି,୭ା୬(ଡି.ଏନ୍‌.ଏ.): ପଟ୍ଟାଙ୍ଗି ଥାନା ରାଲେଗଡ଼ା ପଞ୍ଚାୟତ ତେଲରାଇ ଛକ ନିକଟରେ ଶୁକ୍ରବାର ଏକ ବସ୍‌ ଓଲଟିପଡ଼ିଛି। ଏଥିରେ କଣ୍ଟକ୍ଟରଙ୍କ ସମେତ ୪ ଜଣ ଆହତ ହୋଇଥିବା ବେଳେ ଅନ୍ୟ ଯାତ୍ରୀମାନେ ବର୍ତ୍ତିଯାଇଛନ୍ତି। ଡ୍ରାଇଭର ଓ କଣ୍ଡକ୍ଟର ଏବେ କୋରାପୁଟରେ ଚିକିତ୍ସିତ ହେଉଛନ୍ତି।...

ଧାନ ରଖି ଚାଷୀଙ୍କ ରାସ୍ତା ଅବରୋଧ

ଖପ୍ରାଖୋଲ, ୭ା୬ (ଡି.ଏନ.ଏ.) : ବଲାଙ୍ଗୀର ଜିଲା ଖପ୍ରାଖୋଲ ପ୍ୟାକ୍ସରେ ଚଳିତ ରବିଋତୁରେ ଧାନ କିଣିବାକୁ କମ୍‌ ଟାର୍ଗେଟ ଥିବା ନେଇ ଚାଷୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଶୁକ୍ରବାର ପ୍ୟାକ୍ସର ଅସ୍ଥାୟୀ ମଣ୍ଡି ବଡଗୁର୍ଜିଭଟାଠାରେ ଧାନ ରଖି ସେମାନେ ରାସ୍ତା...

ରାଜସ୍ବ ନିରୀକ୍ଷକଙ୍କୁ ଘେରିଲେ ଲୋକେ

ବ୍ରହ୍ମପୁର ଅଫିସ,୭।୬- ପୋଲସରା ତହସିଲ ପାଣ୍ଡିରିପଡ଼ା ଗ୍ରାମପଞ୍ଚାୟତସ୍ଥିତ ରାଜସ୍ବ କାର୍ଯ୍ୟାଳୟରେ ଏକ ଅଭାବନୀୟ ଘଟଣା ଘଟିଛି। ଆଦିବାସୀମାନଙ୍କୁ ଜଙ୍ଗଲ ଜମି ପଟ୍ଟା ଦେବା ଲାଗି କିଛି ଟଙ୍କା ନେଇ ଆଉ ଦେଉ ନ ଥିବା ଅଭିଯୋଗରେ ରାଜସ୍ବ ନିରୀକ୍ଷକ କବିରାଜ...

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

ବ୍ରହ୍ମପୁର ଅଫିସ,୭।୬- ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ସେ ହେଲେ ପୋଲସରା ଥାନା ସୋଡ଼କ ଗ୍ରାମପଞ୍ଚାୟତ ମଦରଙ୍ଗାପଲ୍ଲୀ ଗ୍ରାମର ଗନ୍ଧର୍ବ ନାହାକ। ସୂଚନାଯୋଗ୍ୟ ଗନ୍ଧର୍ବ କୌଣସି କାମରେ ପୋଲସରା ଆସିଥିଲେ। ଫେରିବା ବାଟରେ ପୂର୍ବରୁ...

ଜାତିର ଉନ୍ନତିରେ ଦେଶର ଉନ୍ନତି

ବଇଣ୍ଡା,୭।୬(ଡି.ଏନ.ଏ.)-ପୁରାତନ ସଂସ୍କୃତି ତଥା ସାମାଜିକ ଚଳଣିକୁ ଯେଉଁ ସମାଜ ଗୁରୁତ୍ୱ ଦେଇ ଆସୁଛି ସେହି ସମାଜର ଏକ ସ୍ବତନ୍ତ୍ର ସ୍ଥାନ ରହିଛି। ହେଲେ ବର୍ତ୍ତମାନ ଯୁବପିଢିମାନେ ପୁରାତନ ସଂସ୍କୃତି ତଥା ସମାଜର ନୀତିନିୟମକୁ ମାନୁ ନାହାନ୍ତି। ଏଥିପ୍ରତି ସମସ୍ତେ ଧ୍ୟାନ...

କପିଳାସ ଚିଡ଼ିଆଖାନାର ନୂତନ ଅତିଥି ‘ହିରୋ’

ଢେଙ୍କାନାଳ ଅଫିସ, ୭ା୬-ସମ୍ବଲପୁର-ଦେବଗଡ଼ ଜିଲା ମଧ୍ୟବର୍ତ୍ତୀ ବାମରା ବନଖଣ୍ଡରୁ ଉଦ୍ଧାର ହୋଇଥିବା ହାତୀ ଶାବକ କପିଳାସ ଏଲିଫ୍ୟାଣ୍ଟ ରେସକ୍ୟୁ ସେଣ୍ଟରର ନୂତନ ସଦସ୍ୟ ପାଲଟିଛି। ଏକ ସ୍ବତନ୍ତ୍ର ମିନିଟ୍ରକ୍‌ରେ ଶୁକ୍ରବାର ଅପରାହ୍ନରେ ହାତୀ ଛୁଆକୁ ଅଣାଯାଇଛି। ହାତୀର ଆନୁମାନିକ ବୟସ...

ବର୍ଷାଦିନ ପୂର୍ବରୁ ହେଉ ରାସ୍ତା ନିର୍ମାଣ: ଜିଲାପାଳଙ୍କୁ ଭେଟିଲେ ଇଟାଗଡ଼ି ଗଁ। ଲୋକେ

ତିହିଡ଼ି, ୭।୬ (ଡି.ଏନ.ଏ.) – ଭଦ୍ରକ ଜିଲା ତିହିଡ଼ି ବ୍ଲକ କୁବେରା ପଞ୍ଚାୟତ ଅଧୀନ ଇଟାଗଡ଼ି ଗ୍ରାମକୁ ସବୁଦିନିଆ ରାସ୍ତା ନାହିଁ। ଯେଉଁ ରାସ୍ତା ଅଛି ତାହାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି। ଫଳରେ ଗ୍ରାମବାସୀ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି।...

ଏନ୍‌ଏସି ସୁଇପରଙ୍କୁ ମିଳୁନାହିଁ ମାସିକ ମଜୁରି, ସୁଇପର ସଂଘ ଉପଜିଲାପାଳଙ୍କ ଦ୍ୱାରସ୍ଥ

ଭବାନୀପାଟଣା,୭।୬(ଡି.ଏନ୍‌.ଏ): କଳାହାଣ୍ଡି ଜିଲା ଧର୍ମଗଡ଼ ଏନ୍‌ଏସି ଆଉଟସୋର୍ସିଂ କମ୍ପାନୀ କାର୍ଯ୍ୟରେ ନିୟୋଜିତ କରିଥିବା ସୁଇପର କର୍ମଚାରୀଙ୍କୁ ଦରମା ମିଳୁ ନ ଥିବା ଓ ଇପିଏଫ ଆକାଉଣ୍ଟରେ ଟଙ୍କା ଜମା କରୁ ନ ଥିବା ଅଭିଯୋଗ ହୋଇଛି। ସୁଇପରମାନେ ଏଭଳି ଅଭିଯୋଗ...

ଘରପୋଡି କ୍ଷତିଗ୍ରସ୍ତଙ୍କୁ ସରକାରୀ ଆବାସ ଯୋଜନା ଦାବି

ଆନନ୍ଦପୁର,୭।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ଘସିପୁରା ବ୍ଲକ ଶାଳଦେଇ ପଞ୍ଚାୟତ ନପଙ୍ଗା ଗ୍ରାମରେ ଅଗ୍ନିକାଣ୍ଡରେ ଗତ ମାର୍ଚ୍ଚ ୨୫ ତାରିଖରେ ୫ ପରିବାରର ୧୦ ବଖରା ଘର ପୋଡିଯାଇଥିଲା। ଗ୍ରାମର ବାବାଜି ଚରଣ ଦାସ, ରାମଚନ୍ଦ୍ର ଦାସ, ଅମରେନ୍ଦ୍ର ଦାସ, ସମରେନ୍ଦ୍ର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri