ଆମ ଜିଲା ଖବର

ସରପଞ୍ଚଙ୍କୁ ସୋସିଆଲ ମିଡିଆରେ ଅଶାଳୀନ ମନ୍ତବ୍ୟ : ଥାନାରେ ଏତଲା, ଅଭିଯୁକ୍ତ ଫେରାର

ଦିଗପହଣ୍ଡି,୬ା୬(ଡି.ଏନ୍‌.ଏ.): ଦିଗପହଣ୍ଡି ବ୍ଲକ କଇଠଡ଼ା ପଞ୍ଚାୟତ ସରପଞ୍ଚ ଭୀମସେନ ସାହୁଙ୍କ ସମ୍ପର୍କରେ ସୋସିଆଲ ମିଡିଆରେ ଅସମ୍ମାନସୂଚକ ତଥା ଅଶାଳୀନ ମନ୍ତବ୍ୟ ଦିଆଯାଇଥିବା ଅଭିଯୋଗ ହୋଇଛି। ତାଙ୍କ ଫଟୋ ସହ ଅଶ୍ଳୀଳ ଭାଷାରେ ସମ୍ବୋଧନ କରି ଫେସବୁକ୍‌ରେ ପୋଷ୍ଟ କରିଥିବା କଇଠଡ଼ା...

ସାହି ଗଣ୍ଡଗୋଳ : ୨ ଭାଇଙ୍କୁ ହତ୍ୟା

କେନ୍ଦୁଝର,୬ା୬(ସ୍ବ.ପ୍ର.): କେନ୍ଦୁଝର ଜିଲା ବାମେବାରୀ ଥାନା ଅନ୍ତର୍ଗତ ମଲଦା ପଞ୍ଚାୟତ କାଶିଆ ଗ୍ରାମ ନାଏକ ସାହିରେ ଗୁରୁବାର ଅପରାହ୍ନରେ ମାଡପିଟ୍‌ ହୋଇ ୨ ଭାଇଙ୍କୁ ହତ୍ୟା କରାଯାଇଛି। ସାହି ଗଣ୍ଡଗୋଳକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ିଛି। ମୃତକ  ଦ୍ୱୟ...

ଉନ୍ନୟନମୂଳକ କାର୍ଯ୍ୟ ପାଇଁ ଦାବିପତ୍ର ପ୍ରଦାନ କଲା ଗ୍ରାମ୍ୟ ପରିଚାଳନା କମିଟି

ଗଞ୍ଜାମ,୬ା୬(ଡି.ଏନ୍‌.ଏ.): ଗଞ୍ଜାମ ବ୍ଲକ ପୋଇରାଶି ପଞ୍ଚାୟତ ବିରୁଳି କାଇଁଚପୁର ଗ୍ରାମରେ ଆମ ଗାଁ ଆମ ବିକାଶ ଯୋଜନା ଠିକ୍‌ରେ ହୋଇ ନ ଥିବା ଗ୍ରାମବାସୀଙ୍କ ପକ୍ଷରୁ ଅଭିଯୋଗ ହୋଇଛି। ଏନେଇ ଗ୍ରାମ୍ୟ ପରିଚାଳନା କମିଟିର ୫ ଜଣିଆ ପ୍ରତିନିଧି ଦଳ...

ଜବରଦଖଲ ଉଚ୍ଛେଦ : ପାତରଅନ୍ତରକୁ ବିରୋଧ କଲେ ବ୍ୟବସାୟୀ

ଆନନ୍ଦପୁର,୬ା୬(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁରର ଜନଗହଳିପୂର୍ଣ୍ଣ ବ୍ରିଜଛକରେ ପୌରପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ କାର୍ଯ୍ୟ ଗୁରୁବାର ତ୍ୱରାନ୍ବିତ ହୋଇଛି। ପୂର୍ବରୁ ଉଚ୍ଛେଦ ପାଇଁ ପ୍ରଶାସନ ପକ୍ଷରୁ ବ୍ୟବସାୟୀମାନଙ୍କୁ ୨୪ ଘଣ୍ଟିିଆ ନୋଟିସ୍‌ ଦିଆଯାଇଥିଲା। ନୋଟିସ ପାଇବା ପରେ ବ୍ୟବସାୟୀମାନେ ଦୁଇଦିନ...

ରାସ୍ତା କାମ ନିମ୍ନ ମାନର ଯୋଗୁ ସରକାରୀ ଯନ୍ତ୍ରୀଙ୍କୁ ଉଠ୍‌ବସ କରାଇଲେ ପାଟଣାଗଡ଼ ବିଧାୟକ, ଭିଡିଓ ଭାଇରାଲ

ବଲାଙ୍ଗୀର ଅଫିସ,୬।୬: ପାଟଣାଗଡ଼ର ନବନିର୍ବାଚିତ ବିଜେଡି ବିଧାୟକ ସରୋଜ ମେହେର ଜଣେ ସରକାରୀ ଯନ୍ତ୍ରୀଙ୍କୁ ଲୋକଙ୍କ ସମ୍ମୁଖରେ ଉଠ୍‌ବସ୍‌ କରୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ପ୍ରଚାର ହେବା ପରେ ଚର୍ଚ୍ଚାର ବିଷୟ ପାଲଟିଛି। ବେଲପଡ଼ା-ମଣ୍ଡଳ ରାସ୍ତା କାମ ନିମ୍ନମାନର...

ନବନିର୍ବାଚିତ ଏମ୍‌ପି ଏବଂ ବିଧାୟକଙ୍କ ପାଟଣା ଗସ୍ତ : ଲୋକଙ୍କ ନିକଟତର ହେବାକୁ କର୍ମୀଙ୍କୁ ପରାମର୍ଶ

ପାଟଣା,୬ା୬(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକର ବିଭିନ୍ନ ଅଞ୍ଚଳକୁ ନବନିର୍ବାଚିତ ପାଟଣା ବିଧାୟକ ଜଗନ୍ନାଥ ନାଏକ ଓ ଏମ୍‌ପି ଚନ୍ଦ୍ରାଣୀ ମୁର୍ମୁ ଗସ୍ତ କରିଛନ୍ତି। ନିର୍ବାଚିତ ହେବା ପରେ ଏହା ତାଙ୍କର ପ୍ରଥମ ପାଟଣା ଗସ୍ତ। ବ୍ଲକର ଖିରେଇଟାଙ୍ଗିରୀ ଠାରୁ...

ବିଷାକ୍ତ ଭୋଗ ଖାଇ ଏମ୍‌ଭି-୨୫ ଗ୍ରାମର ୧୫୦ରୁ ଊର୍ଦ୍ଧ୍ୱ ଅସୁସ୍ଥ, ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

କୋରକୋଣ୍ଡା/ମାଲକାନଗିରି,୬।୬(ଡି.ଏନ୍‌.ଏ./ସ୍ବ.ପ୍ର.): ମାଲକାନଗିରି ଜିଲା ଏମ୍‌ଭି-୨୫ ଗ୍ରାମରେ ବିଷାକ୍ତ ଭୋଗ ଖାଇ ଶତାଧିକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ପାଗଳ କୁକୁର କାମୁଡ଼ିଥିବା ଏକ ଗାଈ କ୍ଷୀରରେ ପ୍ରସ୍ତୁତ ଭୋଗ ଖାଇବା ଦ୍ୱାରା ଗ୍ରାମର ୧୫୦ରୁ ଊର୍ଦ୍ଧ୍ୱ ଲୋକେ ଆକ୍ରାନ୍ତ ହୋଇଛନ୍ତି।...

ପାଟଣା ଅବକାରୀ ବିଭାଗର ଚଢ଼ାଉ: ୧୧୩ ଲିଟର ଦେଶୀ ମହୁଲି ଜବତ, ୪ ଗିରଫ

ପାଟଣା,୬।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଅବକାରୀ ଥାନା ପକ୍ଷରୁ ଗୁରୁବାର ପୂର୍ବାହ୍ନରେ ପାଟଣା ଥାନା ଓ ତୁରୁମୁଙ୍ଗା ଥାନା ଅଞ୍ଚଳରେ ବ୍ୟାପକ ଅବକାରୀ ଚଢ଼ାଉ କରାଯାଇଛି। ଏଥିରେ ୧୧୩ ଲିଟରରୁ ଊଦ୍ଧର୍‌ବ ବେଆଇନ ଦେଶୀ ମହୁଲି ଜବତ କରାଯିବା ସହ...

ମଦ୍ୟପଙ୍କ ଉନ୍ମତ୍ତ କାଣ୍ଡ : ମେଡିକାଲରେ ପଶି ଭଙ୍ଗାରୁଜା

ହାଟଡିହୀ,୬ା୬(ସ୍ବ.ପ୍ର.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅନ୍ତର୍ଗତ ଜଳକଳଙ୍ଗ ଗ୍ରାମର ସନ୍ନ୍ୟାସୀ ମାଝୀଙ୍କ ପୁଅ ରାଜୁ (୪୦) ଅତ୍ୟଧିକ ମଦ୍ୟପାନ କରି ବୁଧବାର ଅପରାହ୍ନରେ ହାଟଡିହୀ ମେଡିକାଲରେ ପଶି ଆଟେଣ୍ଡାଣ୍ଟ୍‌ ପ୍ରଶାନ୍ତ ନାୟକଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏଥିସହିତ...

ବିଲ ଭିତରକୁ ପଶିଗଲା ଟ୍ରକ : ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର

କୋଳିମାଟି,୬ା୬(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ଘଷିପୁରା ଥାନା ଅଧୀନରେ ଥିବା ୨୦ନଂ ଜାତୀୟ ରାଜ କୋଳିମାଟି ଛକ ନିକଟରେ ବୁଧବାର ରାତିରେ ଘଟଗାଁ ପଟରୁ ଆସୁଥିବା ଲୁହା ବୋଝେଇ ଟ୍ରକଟି ଭାରସାମ୍ୟ ହରାଇ ବିଲ ଭିତରକୁ ପଶିଯାଇଛି ା...

୨୦ ଫୁଟ ଭଗ୍ନ ପୋଲ ତଳକୁ ଖସିଲା ଟ୍ରକ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ହେଲପର

ବିଶୋଇ, ୬।୬(ଡି.ଏନ.ଏ): ମୟୁରଭଞ୍ଜ ଜିଲା ବିଶୋଇ ସ୍ଥିତ ୪୯ ନଂ ଜାତୀୟ ରାଜପଥ ନିକଟରେ ଗୁରୁବାର ଏକ ଟ୍ରକ ଭାରସାମ୍ୟ ହରାଇ ୨୦ ଫୁଟ ପୋଲ ତଳକୁ ଖସିପଡିଛି। ଉକ୍ତ ଟ୍ରକର ଡ୍ରାଇଭର ଓ ହେଲପର ଫେରାର ଥିବାବେଳେ ସେହି...

ବଜ୍ରପାତ ନେଲା ଜୀବନ

ପାଣ୍ଡ୍ରିପାଣି,୬।୬(ଡି.ଏନ୍‌.ଏ): ମାଲକାନଗିରି ବ୍ଲକ ଅନ୍ତର୍ଗତ ବୀରଲକ୍ଷ୍ମଣପୁର ଗ୍ରାମପଞ୍ଚାୟତର କେନ୍ଦୁକୁଣ୍ଡ ଗଁାରେ ଘଡ଼ଘଡ଼ି ଓ ବିଜୁଳିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଗୁରୁତର ଅଛନ୍ତି। ମୃତ ଜଣଙ୍କ ହେଲେ ରଘୁନାଥ ଜାନି। ଉକ୍ତ ଗଁାର ରଘୁନାଥ ଜାନି(୧୬), ବଳଭଦ୍ର ତାମରବା(୨୪)...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri