ଆମ ଜିଲା ଖବର

ବିବାହ ଶୋଭାଯାତ୍ରାରେ ଗୋଷ୍ଠୀ ସଂଘର୍ଷ

ପାଟପୁର,୨୮ା୪(ଡି.ଏନ.ଏ.)-ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ହିଞ୍ଜିଳି ଥାନା ଅନ୍ତର୍ଗତ ଆଡ଼ପଡ଼ା ଗ୍ରାମରେ ଶୁକ୍ରବାର ରାତିରେ ଏକ ବିବାହ ଶୋଭାଯାତ୍ରାରେ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି। ଏଥିରେ ଉଭୟ  ଗୋଷ୍ଠୀର ୧୨ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଆଡ଼ପଡ଼ା ଗୋଷ୍ଠୀ...

ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟ,କାମଚଳା ଅଧ୍ୟକ୍ଷାଙ୍କୁ ପୁଣି ଦାୟିତ୍ୱ

ବ୍ରହ୍ମପୁର ଅଫିସ,୨୮ା୪-ପୁଣି ଥରେ ବଦଳିଲେ ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟର ଅଧ୍ୟକ୍ଷା। ଭାରପ୍ରାପ୍ତ ଅଧ୍ୟକ୍ଷା ଡ. ଦେବଦତ୍ତା ମିଶ୍ରଙ୍କର କଟକସ୍ଥିତ ଜାତୀୟ କବି ବୀର କିଶୋର (ଜେକେବିକେ) ମହାବିଦ୍ୟାଳୟକୁ ବଦଳି ହୋଇଛି। ତାଙ୍କ ସ୍ଥାନରେ ଅଧ୍ୟକ୍ଷା ଦାୟିତ୍ୱ ସମ୍ଭାଳିଛନ୍ତି ପ୍ରଫେସର ପ୍ରମିଳା...

ଗଞ୍ଜାମ ଜିଲା ୨୦୧୯ ନିର୍ବାଚନ: ଦଳବଦଳ ପ୍ରାର୍ଥୀଙ୍କ ବଢ଼ିଛି ଚିନ୍ତା

ବ୍ରହ୍ମପୁର ଅଫିସ,୨୮ା୪-ଗଞ୍ଜାମ ଜିଲାରେ ୨୦୧୯ ସାଧାରଣ ନିର୍ବାଚନ ଦୁଇ ପର୍ଯ୍ୟାୟରେ ସରିଯାଇଛି। ଫଳାଫଳ ଘୋଷଣାକୁ ୨୫ ଦିନ ବାକି ରହିଛି। ଦଳ ବଦଳ କରି ମଇଦାନକୁ ଓହ୍ଲାଇଥିବା ଜିଲାର ୮ ପ୍ରାର୍ଥୀଙ୍କ ହାରଜିତ ନେଇ ଚିନ୍ତା ବଢ଼ିଯାଇଛି। ସେମାନେ ଟେନସନରେ...

ଅସୁରକ୍ଷିତ ଅବସ୍ଥାରେ ମିନାବଜାର

ବ୍ରହ୍ମପୁର ଅଫିସ,୨୮ା୪-ବ୍ରହ୍ମପୁରର ପ୍ରସିଦ୍ଧ ମା’ ବୁଢ଼ୀ ଠାକୁରାଣୀ ଯାତ୍ରା ସରିବାକୁ ଦୁଇଦିନ ବାକି ରହିଛି। ଦେଶୀ ବେହେରା ସାହିସ୍ଥିତ ମା’ଙ୍କ ଅସ୍ଥାୟୀ ମଣ୍ଡପ, ସାନବଜାର, ବଡ଼ବଜାର, ଗିରି ମାର୍କେଟ, ସବ୍‌ରେଜିଷ୍ଟ୍ରାର ଅଫିସ, ରାମଲିଙ୍ଗମ୍‌ ଟ୍ୟାଙ୍କ ରୋଡ, ସତ୍ୟ ନାରାୟଣ ମନ୍ଦିର...

ପନିକି ଘାଟିରେ ବରଯାତ୍ରୀ ଗାଡି ଓଲଟି, ୭ ଗୁରୁତର

ତେଲକୋଇ, ୨୮।୪(ଡି.ଏନ.ଏ.)-ତେଲକୋଇ ଥାନା ଅନ୍ତର୍ଗତ ଖୁଣ୍ଟାପଡା ପଞ୍ଚାୟତ କୁଲାଡେରା ଗ୍ରାମରେ ଝିଅ ବାହାଘର ହୋଇଥିଲା। ଶନିବାର ଗ୍ରାମବାସୀ ମହିଳା ଓ ପୁରୁଷ ମିଶି ଝିଅକୁ ବିଦା ଦେବା ପାଇଁ ଏକ ୪୦୭ ଗାଡିରେ ତାଳପଦା ଦେଇ ହରିଚନ୍ଦନପୁର ବ୍ଲକ ଅଭିମୁଖେ...

ଢେଙ୍କିକୋଟରେ ୪୦ ଡିଗ୍ରୀ ଟପିଲା ତାପମାତ୍ରା

ଢେଙ୍କିକୋଟ, ୨୮ା୪(ଡି.ଏନ୍‌.ଏ.)- କେନ୍ଦୁଝର ଜିଲା ଘଟଗାଁ ବ୍ଲକ ଢେଙ୍କିକୋଟରେ ଗତକାଲିଠାରୁ ଅଗ୍ନିବର୍ଷା ଜାରି ରହିଛି। ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଜନସାଧାରଣ ପ୍ରଚଣ୍ଡ ଖରାରୁ ପଦାକୁ ବାହାରି ପାରୁନାହାନ୍ତି। ୧୧ଟା ବେଳକୁ ବଜାର ରାସ୍ତା ଘାଟ ଶୂନ୍‌ଶାନ ହୋଇଯାଉଛି।...

ଖୁଣ୍ଟ ଅଛି ଜଳୁନି ଲାଇଟ୍‌

କେନ୍ଦୁଝର, ୨୮ା୪(ସ୍ବ.ପ୍ର.)-କେନ୍ଦୁଝର ସହରାଞ୍ଚଳରେ ବିଦ୍ୟୁତ ଯୋଗାଣରେ ବ୍ୟାପକ ହେରଫେର ହୋଇଥିବା ନେଇ ଅଭିଯୋଗ ହେଉଛି। କେଉଁଠି ନିମ୍ନମାନର ବିଦ୍ୟୁତ୍‌ ଖୁଣ୍ଟ ଓ ଲାଇଟ୍‌ ବ୍ୟବହାର ହୋଇଥିବାରୁ ଅଚଳ ହୋଇପଡିଛି ତ କେଉଁଠି ବିଦ୍ୟୁତଖୁଣ୍ଟ ଲାଇଟ ଲଗାଯାଇଥିଲେ ହେଁ ଜଳୁନାହିଁ । କେଉଁଠି...

ବଢୁଛି ତରଭୁଜର ଚାହିଦା

କେନ୍ଦୁଝର, ୨୮ା୪ (ସ୍ବ.ପ୍ର.)-ପ୍ରବଳ ଖରା ଲାଗି ତରଭୂଜର ଚାହିଦା ବଢୁଛି ା ବିଶେଷ କରି ସହରାଞ୍ଚଳରେ ତରଭୂଜ ଖାଇବା ପାଇଁ ଲୋକଙ୍କ ଆଗ୍ରହକୁ ଦେଖି ଚାଷୀ ଓ ବେପାରୀ ତରଭୂଜ ଆଣି ବିଭିନ୍ନ ସ୍ଥାନରେ ବିକ୍ରି କରୁଛନ୍ତି। କିନ୍ତୁ ଚାଷୀଙ୍କର...

ସମୁଦ୍ର ତଟରେ ମୁକୁଳା ପଡ଼ିଛି ୱାଚ୍‌ ଟାୱାର

ବାସୁଦେବପୁର, ୨୮।୪ (ଡି.ଏନ.ଏ.) – ଭଦ୍ରକ ଜିଲା ବାସୁଦେବପୁର ବ୍ଲକ  ବଙ୍ଗୋପସାଗର ସଂଲଗ୍ନ ଥିବା ଏକ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଏହି ବ୍ଲକର ୩୬ ପଞ୍ଚାୟତ ଓ ପୌରପାଳିକାର ୨୩ ୱାର୍ଡ। ସେଥିମଧ୍ୟରୁ ୧୫ରୁ ଊର୍ଦ୍ଧ୍ୱ ପଞ୍ଚାୟତ ଓ ପୌରପାଳିକାର...

ପୋଲିଂ ବୁଥ୍‌କୁ ଗଲେ ଅଧିକାରୀ, କର୍ମଚାରୀ

ବାଲେଶ୍ୱର ଅଫିସ, ୨୮।୪-ରାଜ୍ୟର ୧୬ତମ ବିଧାନସଭା ନିର୍ବାଚନ ୨୦୧୯ର ଚତୁର୍ଥ ପର୍ଯ୍ୟାୟରେ ବାଲେଶ୍ୱର ଜିଲାରେ ୨୯ତାରିଖରେ ଅନୁଷ୍ଠିତ ହେବ। ଜିଲାର ୧୨ଟି ବ୍ଲକରେ ୧୮୮୭ଟି ପୋଲିଂ ବୁଥ୍‌ ମଧ୍ୟରୁ ୧୦୪ଟି ଅତିସମ୍ବେଦନଶୀଳ ବୁଥ୍‌ ଏବଂ ୨୭୫ଟି ସମ୍ବେଦନଶୀଳ ବୁଥ୍‌ ଥିବା...

ବଳାତ୍କାରୀଙ୍କୁ ୭ବର୍ଷ ଜେଲ୍‌

ବାଲେଶ୍ୱର ଅଫିସ, ୨୮।୪-ଏକ ବଳାତ୍କାର ମାମଲାର ବିଚାର କରି ଶନିବାର ବାଲେଶ୍ୱର ସ୍ବତନ୍ତ୍ର ଜଜ୍‌ ପୋକ୍ସୋ ଅଦାଲତରେ ଜିଲା ଅତିରିକ୍ତ ଦୌରାଜଜ୍‌ କମ୍‌ ସ୍ପେଶାଲ ଜଜ୍‌ ଅଜନ୍ତା ଷଡ଼ଙ୍ଗୀ ଅଭିଯୁକ୍ତଙ୍କୁ ୭ବର୍ଷ ଜେଲଦଣ୍ଡ ସହ ୫ହଜାର ଟଙ୍କା ଜରିମାନା ଆଦେଶ...

କୋରାପୁଟ,୨୭।୪(ସ୍ବ.ପ୍ର.): ସ୍ବାଧୀନତାର ୭ ଦଶନ୍ଧି ପରେ ମଧ୍ୟ କୋରାପୁଟ ଜିଲାର ବହୁ ଗ୍ରାମବାସୀ ଏବେ ବି ମୌଳିକ ସମସ୍ୟା ଭିତରୁ ମୁକୁଳି ପାରୁନାହାନ୍ତି। ସେମାନେ ଅବହେଳିତ ଜୀବନ କାଟୁଛନ୍ତି। ସରକାରୀ ଯୋଜନା ସେମାନଙ୍କ ପାଇଁ ଅପହଞ୍ଚ ହୋଇ ରହିଛି। କୋରାପୁଟ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri