ଆମ ଜିଲା ଖବର

ବାଲି ଗାଡ଼ି ଜବତ କଲେ ତହସିଲଦାର

ପାରାଦୀପ,୫ା୬(ସ୍ବ.ପ୍ର.): ଜଗତ୍‌ସିଂହପୁର ଓ କେନ୍ଦ୍ରାପଡ଼ା ଜିଲାର ମଧ୍ୟବର୍ତ୍ତୀ ସୀମା ଭୁତମୁଣ୍ଡାଇ ନିକଟସ୍ଥ ମହାନଦୀରୁ କିଛିଦିନ ହେଲା ବିପୁଳ ପରିମାଣର ବାଲି ଉତ୍ତୋଳନ ଚାଲିଥିଲା। ଦୁଇ ଜିଲାର ସୀମା ମଝିରେ ଏଭଳି କାମ ଚାଲିଥିବାରୁ ଉଭୟ ଜିଲା ପ୍ରଶାସନ ଏହା ତାଙ୍କ...

ବିଦ୍ୟାଳୟ ହେଲା ଅତିଥି ଭବନ: ବ୍ୟବସ୍ଥାରେ ପରିବର୍ତ୍ତନର ପ୍ରଭାବ

ପାରାଦୀପ,୫ା୬(ସ୍ବ.ପ୍ର.): ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ପ୍ରସାର ସାଙ୍ଗକୁ ଘରୋଇକରଣ ପ୍ରଭାବରେ ବ୍ୟବସ୍ଥାରେ ଅନେକ ପରିବର୍ତ୍ତନ ପରିଲକ୍ଷିତ ହେଉଛି। ଏହାର ପ୍ରତିଫଳନ ଅନେକ କ୍ଷେତ୍ରରେ ଦେଖିବାକୁ ମିଳୁଛି। ଏହି କ୍ରମରେ ପାରାଦୀପରେ ଏକ ବିଦ୍ୟାଳୟ ଏବେ ଅତିଥି ଭବନରେ ପରିଣତ...

କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ନାମରେ ଜମି ପଞ୍ଜୀକରଣ ପ୍ରକ୍ରିୟା ଶେଷ:ସ୍କୁଲ ଖୋଲିବା ନେଇ ପଥ ପରିସ୍କାର

ଗୁଣପୁର,୫।୬(ଡି.ଏନ୍‌.ଏ.)-ବହୁ ଘାତ ପ୍ରତିଘାତ ମଧ୍ୟରେ ମଙ୍ଗଳବାର କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ନାମରେ ଜମି ପଞ୍ଜୀକରଣ ପ୍ରକ୍ରିୟା ଶେଷ ହୋଇଛି ା ଗୁଣପୁର ତହସିଲ ଅଫିସ ନିକଟରେ ଥିବା ୮ ଏକର ଜମିକୁ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ନାମରେ ଲିଜ୍‌ସୁତ୍ରରେ ପଞ୍ଜୀକରଣ...

ରଥଯାତ୍‌ରା ଉଧେ ସଜବାଜ ବଇଠକ୍‌

ବିନିକା,୫ା୬(ଡି.ଏନ୍‌.ଏ): ଫିବଛର ଲେଖେଁ ଚଲତି ବଛର ବି ବିନିକା ଏନ୍‌ଏସି ଅଂଚଲରେ ଆଏବାର ଜୁଲାଇ ୪ ତାରିଖ ଗୁରୁବାର ରଥଯାତ୍‌ରା ପାଲନ ହେବା। ଇଥର ପରଭୁ ଜଗନ୍ନାଥ, ବଳଭଦ୍ର ଆର ମାତା ସୁଭଦ୍ରା ନୂତନ ରଥରେ ବସି ଯାତ୍‌ରା ସମିଆରେ...

ଡୁଙ୍ଗୁରିପାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର:ଏକ୍ସ-ରେ ମେଶିନ୍‌ ଅଚଲ, ରୁଗୀ ବାରଦୁଆର

ଡୁଙ୍ଗୁରିପାଲି, ୫ା୬(ଡି.ଏନ୍‌.ଏ): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଗଲା ୨ ମାସ ହେଲା ଏକ୍ସ-ରେ ମେଶିନ ଅଚଲ ହେଇ ପଡ଼ିରହିଛେ। ଇଥିରଲାଗି ଥାନୀୟ ରୁଗୀ ବଡ଼ଭାରି ଅସ୍‌ବିଧାର ସାମ୍‌ନା କରୁଥିବାର ଅଭିଯୋଗ ହେଉଛେ। ଲୋକ୍‌ ଏକ୍ସ-ରେ ଲାଗି...

ଭତା, ଆବାସ ଯୋଜନାରୁ ବଁଚିତ୍‌ ବୁରୁଧ୍‌:ଭିଖ୍‌ ମାଗି ପେଟ୍‌ ପାଲୁଛନ୍‌ କିର୍ତ୍ତନ

ଲାଠୋର,୫।୬(ଡି.ଏନ.ଏ.): ସରକାର ଗରିବ ଦୁଖି, ଅସାହା ବୁଢ଼ାବୁଢ଼ି, ଭିନ୍ନକ୍ଷମ, ବିଧବାମାନକୁ ଚାଉଲ, ଭତା, ଆବାସ ଯୋଜନାରେ ଘର ଆଦି ଯୁଗେଇ ଦେଉଛନ୍‌। ହେଲେ ଅନେକ ଜାଗାରେ ପରଶାସନିକ ଅବହେଲାର ଲାଗି ସରକାରକଁର ଇ ମହତ୍‌ ଯୋଜନା ବାଟବନା ହେଉଛେ। ଏନ୍‌ତା...

ଉତ୍ତାପ କମାଇବାକୁ କାର୍ଯ୍ୟକାରୀ ହେବ ପାଇଲଟ୍‌ ପ୍ରକଳ୍ପ: କୁମୁଡ଼ା ପାହାଡ ଉନ୍ନତି ଲାଗି ଖର୍ଚ୍ଚ ହେବ ୪.୭୪ କୋଟି

ବଲାଙ୍ଗୀର ଅଫିସ,୫।୬- ଉତ୍ତପ୍ତ ଅଞ୍ଚଳ ଭାବେ ପରିଚିତ ବଲାଙ୍ଗୀର ଜିଲା ଟିଟିଲାଗଡ଼ ଏବଂ ଆଖପାଖ ଅଞ୍ଚଳରେ ତାପମାତ୍ର ବୃଦ୍ଧି ରୋକିବା ଦିଗରେ ବନ ବିଭାଗ ପକ୍ଷରୁ ଏକ ପାଇଲଟ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ଯୋଜନା କରାଯାଇଛି। ବଲାଙ୍ଗୀର ବନ ବିଭାଗ...

କିଶୋରନଗର ଅଞ୍ଚଳରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ: ପାଟ୍ରୋଲିଂ ବ୍ୟବସ୍ଥା କଡ଼ାକଡ଼ି ଦାବି

ବଇଣ୍ଡା,୫।୬(ଡି.ଏନ.ଏ.)- ଅନୁଗୋଳ ଜିଲା କିଶୋରନଗର ଥାନା ଇଲାକାରେ କିଛିଦିନ ହେବ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। ପୋଲିସ ରାତି ପାଟ୍ରୋଲିଂ ବ୍ୟବସ୍ଥା କଡ଼ାକଡ଼ି କରୁ ନ ଥିବାରୁ ଅପରାଧ ବୃଦ୍ଧି ପାଉଥିବା ଅଭିଯୋଗ ହୋଇଛି। ଏ ନେଇ ଏସ୍‌ୟୁସିଆଇ (କମ୍ୟୁନିଷ୍ଟ) କିଶୋରନଗର...

ହିନ୍ଦୋଳ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ: ସରକାରୀ ଅନୁଦାନ ସମୁଦ୍ରକୁ ଶଙ୍ଖେ

ହିନ୍ଦୋଳ, ୫।୬(ଡି.ଏନ.ଏ.) – ହିନ୍ଦୋଳର ଐତିହାସିକ ରଥଯାତ୍ରାକୁ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରିବାକୁ ଉପଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଖର୍ଚ୍ଚ ତୁଳନାରେ ସରକାରୀ ସୂତ୍ରରେ ମିଳୁଥିବା ଅନୁଦାନ ‘ସମୁଦ୍ରକୁ ଶଙ୍ଖେ’ ପରି ହେଉଛି। ଏ...

କୃଷି ନିର୍ଦ୍ଧାରଣ ସମୀକ୍ଷା ବୈଠକ: ୧,୮୫,୧୦୦ ହେକ୍ଟରରେ ଚାଷ ଲକ୍ଷ୍ୟ

ଢେଙ୍କାନାଳ ଅଫିସ, ୫।୬- ଢେଙ୍କାନାଳ ଜିଲା ସଦ୍‌ଭାବନା ଗୃହ ପରିସରରେ ମଙ୍ଗଳବାର କୃଷି ନିର୍ଦ୍ଧାରଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାପାଳ ନିଖିଲ ପଓ୍ବନ କଲ୍ୟାଣ ଅଧ୍ୟକ୍ଷତା କରିଥିଲେ। ଏହି ଅବସରରେ ଖରିଫ୍‌ ଚାଷ-୨୦୧୯ ଲାଗି ବିଭିନ୍ନ ବିଷୟରେ...

ତହସିଲଦାରଙ୍କ ସମେତ ୧୭ ପଦବୀ ଖାଲି: ତାଳଚେରବାସୀ ଭୋଗୁଛନ୍ତି ଅସୁବିଧା

ତାଳଚେର,୫ା୬(ନି.ପ୍ର.)- ତାଳଚେର ଶିଳ୍ପାଞ୍ଚଳ ତହସିଲ ଅଫିସରେ ତହସିଲଦାର ପଦବୀ ସମେତ ଅନେକ ପଦବୀ ଖାଲି ପଡିଛି। ଫଳରେ ତହସିଲ କାର୍ଯ୍ୟରେ ସମସ୍ୟା ଦେଖାଦେଇଛି। ବିଭିନ୍ନ କାର୍ଯ୍ୟ ନେଇ ଆସୁଥିବା ଜନସାଧାରଣ ବାରମ୍ବାର ଆସୁଥିଲେ ବି ନିରାଶ ହୋଇ ଫେରିବାକୁ ବାଧ୍ୟ...

ବିଜେଡିରେ ମିଶିଲେ ପାଲଲହଡ଼ା ବ୍ଲକ ଉପାଧ୍ୟକ୍ଷା

ପାଲଲହଡା,୫।୬(ଡି.ଏନ.ଏ.)- ଅନୁଗୋଳ ଜିଲା ପାଲଲହଡା ବ୍ଲକ ଉପାଧ୍ୟକ୍ଷା ଲିଲି ପ୍ରଧାନ ମଙ୍ଗଳବାର ଭାଜପା ଛାଡ଼ି ବିଜେଡିରେ ସାମିଲ ହୋଇଛନ୍ତି। ପାଲଲହଡା ବିଧାୟକ ମୁକେଶ କୁମାର ପାଲଙ୍କ ଉପସ୍ଥିତିରେ ସ୍ଥାନୀୟ ମା’ କୁଣ୍ଢେଇବୀରାଙ୍କ ମନ୍ଦିର ପ୍ରାଙ୍ଗଣରେ ଏକ ମିଶ୍ରଣ ପର୍ବରେ ସେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri