ଆମ ଜିଲା ଖବର

୧୧ କେଭି ବିଦ୍ୟୁତ୍‌ତାର ଲାଗି ୧୦ ଗାଈ ମୃତ

ସଜନାଗଡ଼, ୩।୬(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ନୀଳଗିରି ଅଞ୍ଚଳରେ ସୋମବାର ସକାଳେ ଏକ ଅଘଟଣ ଘଟିଛି। ନୀଳଗିରି ଥାନା ଅନ୍ତର୍ଗତ ନରସିଂହପୁର ପଞ୍ଚାୟତ ଓଲଡ଼ଙ୍ଗ ଗ୍ରାମରେ ରବିବାର ରାତିରେ ପବନ ସାଙ୍ଗକୁ ବର୍ଷା ହେବା ଫଳରେ ଗ୍ରାମର ଏକ ଚାଷ ଜମିରେ...

ହମ୍ପସ ଦାବିରେ ରାସ୍ତାକୁ ଓହ୍ଲାଇଲେ ଲୋକେ

ବରଗଡ଼,୩ା୬(ଡି.ଏନ୍‌.ଏ.): ବରଗଡ଼ ଜିଲା ବରଗଡ଼ -ଭଟଲି ରାସ୍ତାର ବରଡୋଲ ଛକ ଓ ଗ୍ରାମର ରାସ୍ତା ଉପରେ ହମ୍ପସ ନିର୍ମାଣ ଦାବିରେ ସୋମବାର ସକାଳ ୬ଟାରୁ ଗ୍ରାମବାସୀ ରାସ୍ତାକୁ ଓହ୍ଲାଇଛନ୍ତି। ଆନ୍ଦୋଳନ ଯୋଗୁ ରାସ୍ତାର ଉଭୟ ପାଶର୍‌ବରେ ବହୁ ସଂଖ୍ୟାରେ ଯାନବାହନ...

ଟ୍ରକ ଧକ୍କାରେ ଦୁଇ ଜଣଙ୍କ ଜୀବନ ଗଲା

ରାଇସୁଆଁ,୩ା୬(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ସଦର ଥାନା ନିକଟରେ ସୋମବାର ସକାଳେ ଏକ ଟ୍ରକ ଧକ୍କା ଦେବାରୁ ରାଇସୁଆଁର ଜଣେ ଯୁବତୀ ଓ ଜଣେ ମହିଳାଙ୍କ ଜୀବନ ଯାଇଛି। ମୃତକ ଦୁଇଜଣ ପ୍ରାତଃ ଭ୍ରମଣରେ ଯାଇଥିଲେ।

ଟ୍ରେନ୍‌ରେ ଡକାୟତି ଯୋଜନା: ଗ୍ୟାଙ୍ଗର ୬ ଗିରଫ

ବ୍ରହ୍ମପୁର ଅଫିସ,୩ା୬ : ବ୍ରହ୍ମପୁର ରେଳବାଇ ପୋଲିସ ଶନିବାର ବିଳମ୍ବିତ ରାତିରେ ୪ ନମ୍ବର ପ୍ଲାଟଫର୍ମରୁ କୋଣାର୍କ ଏକ୍ସପ୍ରେସରେ ଡକାୟତି ଯୋଜନା କରୁଥିବା ଗ୍ୟାଙ୍ଗର ମାଷ୍ଟରମାଇଣ୍ଡଙ୍କ ସମେତ ୬ ଜଣଙ୍କୁ କାବୁ କରିଛି। ସେମାନଙ୍କ ମଧ୍ୟରେ ୫ ଜଣ ବିହାର...

ବିକାଶର ନାଁ ଗଁଧ୍‌ ନାଇଁ, ତଥାପି ବିତୁଛେ ଜୀବନ୍‌

ଭବାନୀପାଟଣା, ୩ା୬ (ଡି.ଏନ୍‌.ଏ):  କଳାହାଣ୍ଡି ଜିଲାର ଜୟପାଟଣା ବ୍ଲକ ଅଁଲାଭଟା ପଁଚେତ୍‌ର ପାହାଡ଼ ସିଘେ ପଟାକୁସୁମୀ, ଟେଣ୍ଡକାଚୁଆଁ, କର୍ଲାକୋଟ, ଦାବ୍ରିଘାଟି, କରାଘାଟି ଲେଖେଁ ଗାଁମାନ ରହିଛେ। ଗୁଟେ ଅପହଁଚ୍‌ ଇଲାକା ସଂଗେ ଅଣ ସର୍ବେକ୍ଷଣ ଭୂଇଁରେ ଇ ଗାଁମାନ ବସିଥିଲାବେଲେ...

ଅଧାପନ୍‌ତରିଆ ହେଇ ପଡ଼ିଛେ ପ୍ରକଳ୍ପ: ପାଏନ୍‌ ଲାଗି ଡହକ୍‌ବିକଲ ଲରିଆବାହାଲବାସୀ

ଡୁଙ୍ଗୁରିପାଲି, ୩ା୬(ଡି.ଏନ୍‌.ଏ) : କେନ୍ଦ୍ର ଆର ରାଏଜ୍‌ ସରକାର ଗାଁଗଁଲିରୁ ସହର ତକ୍‌ ସବୁ ଲୁକ୍‌କୁ ନିରମଲ ପିଇଲା ପାଏନ୍‌ ଯୁଗେଇ ଦେବାକେ ଅନେକ ଯୋଜନା କାଯ୍‌କାରୀ କରୁଛନ୍‌। ହେଲେ ଦାଇତିଅରେ ଥିବାର ଅଧ୍‌କାରୀ, କରମ୍‌ଚାରୀ, ଜନପରତିନିଧିମାନକର ଆଁତରିକତା ଅଭାବୁ...

କମୁଛେ ପାରମ୍ପରିକ ଥଁଡା ପାନୀୟର ଚାହିଦା

ଭବାନୀପାଟଣା, ୩ା୬ (ଡି.ଏନ୍‌.ଏ):  କଳାହାଣ୍ଡି ଜିଲାର ଭବାନୀପାଟଣା ସହର ସମେତ ଆସର ପାସର ଅଂଚଲରେ ଖରା ଝାଉର ପରକୋପ ଜାରି ରହିଛେ। ଏନ୍‌ତାଥି ଦୁକାନ ବଜାରରେ ପାରମ୍ପାରିକ ଦେଶୀ ଥଁଡା ପାନୀୟର ଠାନ୍‌ ଭିନେ ଭିନେ କମ୍ପାନୀର ପାନୀୟ ନେଇଛେ।...

ଅଜନା ରୋଗ୍‌ରେ ପୀଡ଼ିତ ଅଭିଜିତ: ଚିକିତ୍ସା ଲାଗି ଟଁକା ବାଧକ

ବୌଦ୍ଧ,୩।୬(ସ୍ବ.ପ୍ର):  ମା’ବାପ୍‌ ପୁଓଟେ ପାଏବାର ଲାଗି କେତେ ଉପାସ, ପୂଜାପାଠ୍‌ କଲେ। ଶେଷେ ପୁଓଟେ ପାଏଲେ। ହେଲେ ପୁଓ ଜନମ ହେବାର ମାସକେତେ ଉତାରୁ କେହେନ୍‌ସି ଗୁଟେ ଅଜନା ରୋଗ୍‌ରେ ପୀଡ଼ିତ ହେଲା। ମା’ବାପ୍‌ ଲାଗ୍‌ ବରମସ କରି ପୁଓର...

ପେଟର ଲାଗି ନାଟ: ଜାଦୁ ଖେଲ ଦେଉଛେ ପେଟକେ ଦାନା

ଅତାବିରା, ୩।୬ (ଡି.ଏନ୍‌.ଏ): ପେଟର ଲାଗି ଦାନା ଯୁଗାଡ଼ କରବାକେ ରାଜସ୍ଥାନ ଜଲବାର ଗାଁରୁ ଆସି ଗୁଟେ ପରିବାର ଓଡ଼ିଶାର ଭିନେ ଭିନେ ଅଂଚଲରେ ବୁଲୁଛନ୍‌। ସେମାନେ ଗାଁ ଗାଁ ବୁଲି, ଜାଦୁ ଖେଲ ଦେଖେଇ ଦୁଇ ପଏସା ରୁଜଗାର...

ବାଙ୍କୋଇ ରାମଲୀଳା ଯାତ୍ରାର ଅନ୍ତିମ ପର୍ବ ରାବଣପୋଡ଼ି

ବୋଲଗଡ଼,୩ା୬(ଡି.ଏନ.ଏ.)-ବୋଲଗଡ଼ ବ୍ଲକ ବାଙ୍କୋଇଠାରେ ଚାଲିଥିବା ରାମଲୀଳା ଯାତ୍ରାର ଅନ୍ତିମ ପର୍ବ ରାବଣପୋଡି ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଠାରେ ରାମଲୀଳା ଯାତ୍ରା ପ୍ରାୟ ଏକମାସ ଧରି ଚାଲିଥିଲା। ଶନିବାର ରାତ୍ରିରେ ରାମଲୀଳା ସ୍ଥଳୀରେ ରାମରାବଣ ଯୁଦ୍ଧ ଦୃଶ୍ୟ ପରିବେଷିତ ହୋଇଥିଲା। ଗୋଟିଏ...

ଅନ୍ଧାରରେ ରୋଗୀ, ପ୍ରତିକାର ନାହିଁ

ଚମ୍ପୁଆ,୩ା୬(ଡି.ଏନ.ଏ)- କେନ୍ଦୁଝର ଜିଲା ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟରେ ଡିଜି ଓ ଇନ୍‌ଭର୍ଟର ଥିଲେ ମଧ୍ୟ ବିଦ୍ୟୁତ୍‌ କାଟ୍‌ ସମୟରେ ରୋଗୀମାନେ ଅନ୍ଧାରରେ ରହୁଛନ୍ତି। ଅସହ୍ୟ ଗରମ ସହିବାକୁ ପଡୁଛି। ବିଭିନ୍ନ ସମୟରେ ଲୋ- ଭୋଲଟେଜ୍‌ ସମସ୍ୟା ଯୋଗୁ ୱାର୍ଡଗୁଡିକରେ ବଲ୍‌ବ...

ପୋଡିଯାଇଛି ଟ୍ରାନ୍ସଫର୍ମର, ମରାମତି ଦାବି

ବଅଁରପାଳ, ୩ା୬(ଡି.ଏନ.ଏ.) ବଅଁରପାଳ ବ୍ଲକ ଗିରାଙ୍ଗ ସିପିପି ରାସ୍ତାପାର୍ଶ୍ୱରେ ଥିବା ବିଦ୍ୟୁତ୍‌ ଟ୍ରାନ୍ସଫର୍ମରଟି ୨ ଦିନ ହେଲା ପୋଡିଯାଇଛି। ଫଳରେ ଏହା ଉପରେ ନିର୍ଭରଶୀଳ ୩ ସାହିବାସୀ ଅନ୍ଧାରରେ ରହୁଛନ୍ତି। ପ୍ରବଳ ଗରମ ଗୁଳୁଗୁଳିରେ ସାହିର ପ୍ରାୟ ୪୦ ଉପଭୋକ୍ତା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri