ଆମ ଜିଲା ଖବର

ଅସରାଏ ବର୍ଷାରେ ରାସ୍ତାରେ ପାଣି

ଶେରଗଡ଼,୨।୬(ଡି.ଏନ.ଏ.)- ଶେରଗଡରେ ରବିବାର ସନ୍ଧ୍ୟା ପ୍ରାୟ ୫ଟାରେ ବର୍ଷା ହୋଇଥିଲା। ପ୍ରାୟ ୩୦ ମିନଟ ଧରି ବର୍ଷା ହେବା ଫଳରେ କାଳିଆ ହୋଟେଲ ଛକରୁ ବଜାରକୁ ସଂଲଗ୍ନ କରୁଥିବା ରାସ୍ତାରେ ଦେଢ ଫୁଟର ପାଣି ଜମିଯାଇଥିଲା। ଫଳରେ ଲୋକେ ଯାତାୟାତର...

ଲୋ-ଭୋଲ୍‌ଟେଜ ସମସ୍ୟା ଅନୁଧ୍ୟାନ

ଚମ୍ପୁଆ,୨ା୬(ଡି.ଏନ.ଏ)- କେନ୍ଦୁଝର ଜିଲା ଚମ୍ପୁଆ ବ୍ଲକ ଅନ୍ତର୍ଗତ ଚନ୍ଦ୍ରଶେଖରପୁର ପଞ୍ଚାୟତର ଲକ୍ଷ୍ମୀପଶି ଅଞ୍ଚଳରେ ଦୀର୍ଘଦିନ ଧରି ଲୋ-ଭୋଲ୍‌ଟେଜ ସମସ୍ୟା ଲାଗି ରହିଥିଲେ ମଧ୍ୟ ଏହାର ପ୍ରତିକାର କରାଯାଉ ନ ଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି। ଏ ନେଇ...

ଚମ୍ପୁଆକୁ ପଶିଲେ ୪ ଝାଡ଼ଖଣ୍ଡ ହାତୀ

ଚମ୍ପୁଆ,୨ା୬(ଡି.ଏନ.ଏ)- ଦୀର୍ଘଦିନ ବ୍ୟବଧାନ ପରେ କେନ୍ଦୁଝର ଜିଲା ଚମ୍ପୁଆ ସେକ୍ସନକୁ ଝାଡ଼ଖଣ୍ଡ ହାତୀପଲ ଚାଲି ଆସିଛନ୍ତି। ଉକ୍ତ ପଲରେ ଦୁଇ ମାଈ ଓ ୨ ଅଣ୍ଡିିରା ହାତୀ ଅଛନ୍ତି। ଝାଡଖଣ୍ଡରୁ ଆସିଥିବା ହାତୀପଲ ବୈତରଣୀ ପାର ହୋଇ କାଳିକାପ୍ରସାଦ ସଂରକ୍ଷିତ...

ସଂସ୍କୃତି, ପର୍ଯ୍ୟଟନ ମନ୍ତ୍ରୀଙ୍କ ପଞ୍ଚଲିଙ୍ଗେଶ୍ୱର ଗସ୍ତ:‘ପୀଠର ବିକାଶ ଲାଗି ସାମୂହିକ ସହଯୋଗ ଲୋଡା’

ସଜନାଗଡ଼, ୨।୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ନିର୍ବାଚନମଣ୍ଡଳୀର ପ୍ରସିଦ୍ଧ ଶୈବପୀଠ ବାବା ପଞ୍ଚଲିଙ୍ଗେଶ୍ୱର ପୀଠକୁ ରବିବାର ସଂସ୍କୃତି, ପର୍ଯ୍ୟଟନ ବିଭାଗର ରାଷ୍ଟ୍ରମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଗସ୍ତ କରିଥିଲେ। ସେଠାରେ ଦଳୀୟ କର୍ମୀ ଓ ସମର୍ଥକ ଉପସ୍ଥିତ ରହି ମନ୍ତ୍ରୀଙ୍କୁ ସ୍ବାଗତ କରିଥିଲେ।...

ଜଉକଣ୍ଢେଇ ବାହାଘର:ମନମୋହିଲା ଚଢ଼େୟା ନାଚ

ବାଲେଶ୍ୱର ଅଫିସ, ୨।୬-ବାଲେଶ୍ୱରର ଲୋକପର୍ବ ଜଉକଣ୍ଢେଇ ବାହାଘର ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଗାନ୍ଧୀ ସ୍ମୃତି ଭବନରେ ଅନୁଷ୍ଠିତ ହେଉଛି। ଚତୁର୍ଥ ସନ୍ଧ୍ୟାରେ ଭଜନ ଓ ଲୋକସଙ୍ଗୀତ ପ୍ରତିଯୋଗିତା ସହ ବାଲେଶ୍ୱରର ଲୋକନୃତ୍ୟ ଚଢ଼େୟା ନାଚ ଦର୍ଶକଙ୍କୁ ଆକୃଷ୍ଟ କରିଥିଲା। ବାଲେଶ୍ୱର...

ରଟିଣା ସରକାରୀ ଜମିରୁ ମୋରମ ଲୁଟ୍‌:ମାସେ ଧରି ଚାଲିଛି, ଟେର୍‌ ପାଉନାହାନ୍ତି ଅଧିକାରୀ

ଖଇରା, ୨।୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ତହସିଲ ବର୍ତ୍ତନା ରାଜସ୍ବ କ୍ଷେତ୍ର ଅଧୀନ ବାଲିଗଡ଼ ଦଖଲରେ ଥିବା ସରକାରୀ ଜମିରୁ ଲକ୍ଷ ଲକ୍ଷ ଟଙ୍କାର ମୋରମ ଲୁଟ୍‌ ଚାଲିଛି। ଆନୁମାନିକ ମାସେରୁ ଊର୍ଦ୍ଧ୍ୱ ସମୟ ଧରି ମାଫିଆମାନେ ଏହି ଲୁଟ୍‌ରେ ସାମିଲ...

କିଶୋରନଗରରେ କାଳବୈଶାଖୀ ତାଣ୍ଡବ:ବହୁ ଚାଳ ଘର ସହ ଛପର ଉଡ଼ିଗଲା

ବଇଣ୍ଡା,୨।୬(ଡି.ଏନ.ଏ)- ଅନୁଗୋଳ ଜିଲା କିଶୋରନଗର ବ୍ଲକ ବଇଣ୍ଡା, ହଣ୍ଡପା, ନାକିଚି, କିଶୋରନଗର, ବାମୁର, ଅଙ୍ଗପଡ଼ା, ତୁରୁଡ଼ା ଆଦି ଗ୍ରାମ ଗୁଡ଼ିକରେ ରବିବାର କାଳବୈଶାଖୀ ହୋଇଛି। ହଠାତ୍‌ ଝଡ଼ ତୋଫାନ ମାଡ଼ି ଆସିବାରୁ ବ୍ୟାପକ ଚାଳ ଛପର ଘର, ଆଜବେଷ୍ଟସ ଘର...

ଶିଶୁ ମୃତ୍ୟୁହାର ରୋକିବା ସଚେତନତା କାର୍ଯ୍ୟକ୍ରମର ପ୍ରଥମ ଦିନ : ଜନ୍ମର ଦିନକ ପରେ ନବଜାତ ଶିଶୁର ମୃତ୍ୟୁ

ଝରିଗାଁ,୨।୬(ସ୍ବ.ପ୍ର)- ନବରଙ୍ଗପୁର ଜିଲାରେ ମାତୃ ଏବଂ ଶିଶୁ ମୃତ୍ୟୁହାରକୁ ରୋକିବା ପାଇଁ ଜିଲାପାଳଙ୍କ ଅଧ୍ୟକ୍ଷତାରେ ଶନିବାର ସଚେତନତା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମର ଦିନକ ପରେ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସଦର ମହକୁମା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ...

୧୯ ବର୍ଷ ସଂଘର୍ଷ, ତଥାପି ମିଳିନି ନ୍ୟାୟ

ସମ୍ବଲପୁର,୨।୬(ବ୍ୟୁରୋ):ଦୀର୍ଘ ୧୯ ବର୍ଷ ସଂଘର୍ଷ ପରେ ମଧ୍ୟ ରାଜ୍ୟ ସରକାରଙ୍କ ଦେବୋଦତ୍ତର ବିଭାଗରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବେ କାମ କରୁଥିବା ସମ୍ବଲପୁର ଠେମରା ଗ୍ରାମର ରାମଚନ୍ଦ୍ର ମିଶ୍ରଙ୍କୁ ମିଳିନି ନ୍ୟାୟ। ବିଭାଗର ଜଣେ ଉଚ୍ଚ ଅଧିକାରୀଙ୍କ ଆକ୍ରୋସ ଶିକାର...

କରାଟେ ସ୍କୁଲ ଛାତ୍ରୀଛାତ୍ରଙ୍କୁ ବେଲ୍ଟ ପ୍ରଦାନ

ଟିଟିଲାଗଡ଼, ୨ା୬ (ଡି.ଏନ.ଏ.):ବଲାଙ୍ଗୀର ଜିଲା ଟିଟିଲାଗଡ କରାଟେ ସଂଘ ପକ୍ଷରୁ ଉତ୍କଲ କରାଟେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ବେଲ୍ଟ ଓ ପ୍ରମାଣପତ୍ର ବଣ୍ଟନ କରାଯାଇଛି। ଏ ନେଇ ସ୍କୁଲ ପରିସରରେ ଅନଷ୍ଠିତ ସମାରୋହରେ ଟିଟିଲାଗଡ କରାଟେ ସଂଘ ସଭାପତି ଅମରଜିତ ବାଗ...

ଗ୍ୟାସ ଟାଙ୍କି ଫାଟି ଅଗ୍ନିକାଣ୍ଡ ଘଟଣା: ବାଳକଙ୍କ ମୃତ୍ୟୁ, ଗୁରୁତରଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇ ଦେବାକୁ ପରିବାର ପକ୍ଷରୁ ଦାବି

ଓଡଗାଁ,୨।୬(ସ୍ବ.ପ୍ର.): ନୟାଗଡ଼ ଜିଲା ଓଡ଼ଗାଁ ଥାନା ଅନ୍ତର୍ଗତ ହାଡାଝୋଳା ଢିପିସାହିରେ ୨୫ ତାରିଖ ରାତିରେ ଗ୍ୟାସଟାଙ୍କି ଫାଟି ଅଗ୍ନିକାଣ୍ଡ ଘଟିଥିଲା। ଏହି ଘଟଣାରେ ରବିବାର ଅଗ୍ନିକାଣ୍ଡ ଘଟିଥିବା ପରିବାରର ଜଣେ ବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବୁଲୁ ଘଟୁଆଳ(୧୧)।...

ଦାରିଙ୍ଗବାଡ଼ିରେ କାଳବୈଶାଖୀ : ଏକାଧିକ ଲୋକଙ୍କ ଛପର ଉଡ଼ିଲା

ଦାରିଙ୍ଗବାଡ଼ି,୨ା୬(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ରବିବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ହୋଇଛି ା ଫଳରେ ଅଞ୍ଚଳରେ ଏକାଧିକ ଘରର ଛପର ଉଡ଼ିବା ସହ ଗଛ ଭାଙ୍ଗି ପଡ଼ିଛି ା ଦାରିଙ୍ଗବାଡ଼ିରେ ୪୫ ମି.ମି. ବର୍ଷା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri