ଆମ ଜିଲା ଖବର

ହାଟଡ଼ିହୀ ବ୍ଲକ: ଏ-୧ ଗ୍ରେଡ୍‌ରେ ପାସ୍‌ କଲେ ୬ ପରୀକ୍ଷାର୍ଥୀ

ହାଟଡ଼ିହୀ,୨୨।୫(ଡି.ଏନ୍‌.ଏ.): ମଙ୍ଗଳବାର ପ୍ରକାଶ ପାଇଥିଲା ମାଟ୍ରିକ ପରୀକ୍ଷା ଫଳ। କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକର ୬ ପରୀକ୍ଷାର୍ଥୀ ଏ-୧ ଗ୍ରେଡ୍‌ରେ ପାସ୍‌ କରିଛନ୍ତି। ବଡ଼ରମ୍ପାସ ହାଇସ୍କୁଲର ବିଶ୍ୱଜିତ୍‌ ସ୍ବାଇଁ ସବୁଠାରୁ ଅଧିକ ୫୫୯ ନମ୍ବର ରଖିଛନ୍ତି। ସେହିପରି କଳିଙ୍ଗା ହାଇସ୍କୁଲର...

ଆମ୍ବ ତୋଳିବା କାଳ ହେଲା: ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଦମ୍ପତି ମୃତ

ଫିରିଙ୍ଗିଆ,୨୨।୫: କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ବନ୍ଧଗଡ଼ ପଞ୍ଚାୟତ ସାଦୁରୁମୁଣ୍ଡା ଗ୍ରାମରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି। ବିଦ୍ୟୁତ୍‌ ସଂସ୍ପର୍ଶରେ ଆସିବାରୁ ଏକ ଦମ୍ପତ୍ତିଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ଦଶରଥି ଭୁକ୍ତା ଓ ସ୍ତ୍ରୀ ସରୋଜିନୀ ଭୁକ୍ତା।...

ମାନସିକ ବିକୃତ ବୃଦ୍ଧଙ୍କ ଉନ୍ମତ୍ତ କାଣ୍ଡ: ୨ ସ୍ତ୍ରୀଙ୍କୁ ହତ୍ୟା ପରେ କଲେ ଆତ୍ମହତ୍ୟା

ବାରିପଦା ଅଫିସ,୨୨।୫: ମୟୂରଭଞ୍ଜ ଜିଲା ବାରିପଦା ସଦର ଥାନା ଅଧୀନ ସଂଖାଭଙ୍ଗା ପଞ୍ଚାୟତ ତାଡ଼କିଶୋଲ ଗ୍ରାମର ଗୋଟିଏ ପରିବାରର ୨ ମହିଳା ଓ ଜଣେ ବୃଦ୍ଧଙ୍କ ମୃତଦେହ ବୁଧବାର ସକାଳେ ଉଦ୍ଧାର ହୋଇଛି। ଖବର ପାଇ ବାରିପଦା ସଦର ଏସ୍‌ଡିପିଓ...

ନୟାଗଡ଼ ଜିଲାରେ ପାସ୍‌ ହାର ୭୨ ପ୍ରତିଶତ

ନୟାଗଡ଼ ଅଫିସ,୨୨।୫-ମାଟ୍ରିକ୍‌ ପରୀକ୍ଷାଫଳ ମଙ୍ଗଳବାର ପ୍ରକାଶ ପାଇଛି। ନୟାଗଡ଼ ଜିଲାରେ ପାସ୍‌ ହାର ୭୧.୮୫ ପ୍ରତିଶତ ରହିଛି। ୫୨ ଜଣ ଏ-୧, ୩୯୮ ଏ-୨, ୮୨୫ ବି-୧, ୧୩୮୮ ବି-୨, ୨୦୬୦ ଜଣ ସି, ୨୮୫୭ ଡି, ୨୨୯୭ ଜଣ...

ରାଜପଥ ଲୁଟେରା ଗିରଫ:୨ ଖଣ୍ଡା, ୧ ବାଇକ୍‌ ଜବତ

ନୟାଗଡ଼ ଅଫିସ,୨୨ା୫-ନୟାଗଡ଼ ଟାଉନ ପୋଲିସ ସୋମବାର ଜଣେ ରାଜପଥ ଲୁଟେରାଙ୍କୁ ଗିରଫ କରିଛି। ଗିରଫ ଲୁଟେରା ହେଲେ ପୁରୁଣା ଘଡ଼ୁଆଳ ଗ୍ରାମର ଅମୂଲ୍ୟ ମଲ୍ଲିକ (୨୨) ଓରଫ ରାଜା। ମଙ୍ଗଳବାର ଏକ ଖବରଦାତା ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ନୟାଗଡ଼...

ରଣପୁର ସରକାରୀ ଡାକ୍ତରଖାନା: ଫାର୍ମାସିଷ୍ଟ ବଦଳରେ ରୋଷେୟା ଦେଉଛନ୍ତି ଔଷଧ

ରଣପୁର,୨୨ା୫ (ସ୍ବ.ପ୍ର.)- ରଣପୁର ଏନ୍‌ଏସିରେ ଥିବା ସରକାରୀ ଡାକ୍ତରଖାନା ଔଷଧ ବିତରଣ କେନ୍ଦ୍ରରେ ମଙ୍ଗଳବାର ଫାର୍ମାସିଷ୍ଟଙ୍କ ବଦଳରେ ରୋଗୀଙ୍କୁ ରୋଷେୟା ଔଷଧ ଦେବା ଘଟଣା ଆଲୋଚନାର ବିଷୟ ହୋଇଥିଲା। ଏ ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିବାରୁ ଚିକିତ୍ସା କରୁଥିବା...

ହାତଗୋଡ ବନ୍ଧା ଅବସ୍ଥାରେ ମୃତଦେହ ଉଦ୍ଧାର

ରଣପୁର,୨୨ା୫ (ସ୍ବ.ପ୍ର.)- ରଣପୁର ଥାନା ସୁନାଖଳା ଫାଣ୍ଡି ଅଧୀନ ଖୋର୍ଦ୍ଧା-ବଲାଙ୍ଗୀର ୫୭ନଂ. ଜାତୀୟ ରାଜପଥର ଧୂମାନାଳ ପୋଲ ତଳୁ ମଙ୍ଗଳବାର ଶିକୁଳିରେ ହାତଗୋଡ ବନ୍ଧା ହୋଇଥିବା ଜଣେ ବ୍ୟକ୍ତିଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ଏ ନେଇ ଥାନାରେ ୧୧୧/୧୯ରେ...

ଫନୀ କ୍ଷୟକ୍ଷତି, ପକ୍କାଘର ଦାବିରେ ଧାରଣା: ପଦକ୍ଷେପ ନ ହେଲେ ଆତ୍ମହତ୍ୟା ଧମକ

କୃଷ୍ଣପ୍ରସାଦ,୨୨ା୫ (ଡି.ଏନ.ଏ.)-ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଫନୀଜନିତ ବାତ୍ୟା ଯୋଗୁ ପ୍ରବଳ କ୍ଷୟକ୍ଷତି ହୋଇଛି। ତେବେ ଗୃହ ହରାଇଥିବା ବାତ୍ୟା କ୍ଷତିଗ୍ରସ୍ତଙ୍କ ପାଇଁ ପକ୍କା ଛାତଘର ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା ପରେ ବହୁ ବିପନ୍ନଙ୍କ...

ଓଲଟିଲା ମାଛ ବୋଝେଇ ଟ୍ରକ୍‌

ଟାଙ୍ଗୀ(ଖୋର୍ଦ୍ଧା),୨୨ା୫(ଡି.ଏନ.ଏ.)-୧୬ ନଂ ଜାତୀୟ ରାଜପଥ ଚମ୍ପାଗଡ଼ଠାରେ ମଙ୍ଗଳବାର ଏକ ମାଛ ବୋଝେଇ ଟ୍ରକ୍‌ ଓଲଟି ପଡ଼ିଛି । ତେବେ ଦୁର୍ଘଟଣାରେ କେହି ମୃତାହତ ହୋଇ ନ ଥିବା ସୂଚନା ମିଳିଛି। ବିପରିତ ଦିଗରୁ ଆସୁ ଥିବା ଭ୍ୟାନ୍‌ ସହ ଟ୍ରକ୍‌ର...

ଏସ୍‌ବିଆଇ ଏଟିଏମ୍‌ ଲୁଟ୍‌ ଘଟଣା

ଜେକେପୁର, ୨୨।୫(ଡି.ଏନ୍‌.ଏ.)- ଜେକେପୁର ଏସ୍‌ବିଆଇ ଏଟିଏମ୍‌ ଲୁଟ୍‌ ଘଟଣାକୁ ଇତିମଧ୍ୟରେ ୨ମାସ ବିତି ଯାଇଥିଲେ ମଧ୍ୟ ପୋଲିସ ହାତ ଏବେବି ଖାଲି। ଭୁବନେଶ୍ୱରର ସାଇବର କ୍ରାଇମ୍‌ ପୋଲିସଠାରୁ ଆରମ୍ଭ କରି ଜିଲା ସାଇଣ୍ଟିଫିକ୍‌ ଟିମ ସହ ଚାନ୍ଦିଲି ଥାନା ପୋଲିସ...

ଦାଉ ସାଧୁଛେ କିଡ଼୍‌ନୀ ରୋଗ୍‌: ମୁରତୁ ସଂଗେ ଯୁଝୁଛନ୍‌ ଦଧି

ଅମରପାଲି, ୨୨।୫ (ଡି.ଏନ୍‌.ଏ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ବହଲପଦର ପଁଚେତ୍‌ ଅମରପାଲି ଗଁାର ଦଧି ବାଘ(୬୦) କିଡ଼୍‌ନୀ ରୋଗ୍‌ରେ ପୀଡ଼ିତ ଅଛନ୍‌। ସେ ଝନେ ନିହାତି ଗରିବ୍‌ ଲୋକ ହେଇଥିଲା ବେଲେ ଟଁକା ପଏସା ଅଭାବୁ ଉଷୋକଷା ଘିନି...

ସରକାରକଁର ଅଜବ୍‌ ନୀତି:ଖରା ଝାଉରେ ସିଝୁଛନ୍‌ ଅଙ୍ଗନଓ୍ବାଡିର ଛାତ୍ରୀଛାତ୍ର

ଜାମଟିକ୍ରା, ୨୨।୫ (ଡି.ଏନ.ଏ):  ମୁଡ଼ଫଟା ଖରା ତାତିର ଲାଗି ରାଏଜ୍‌ ସରକାର ସବୁ ସରକାରୀ ବେସରକାରୀ ସ୍କୁଲ, କଲେଜ ଛୁଟି ଘୋଷନା କରିଛନ୍‌। ହେଲେ ମହିଳା ଓ ସମନ୍ବିତ ଶିଶୁ ବିକାଶ ଯୋଜନାରେ ସହରନୁ ଗଁାଗଁଲି ତକ୍‌ ଚାଲୁଥିବାର ଅଙ୍ଗନଓ୍ବାଡି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri