ଆମ ଜିଲା ଖବର

ସ୍ତ୍ରୀଙ୍କ ଗଳାକାଟି ହତ୍ୟା କରିବା ପରେ ନିଜ ଗଳା କାଟି ଆତ୍ମହତ୍ୟା କଲେ ସ୍ବାମୀ

ମାଲକାନଗିରି/ପଡ଼ିଆ,୨୪ା୧: (ଦୁର୍ଯ୍ୟୋଧନ ପାତ୍ର / ଭାସ୍କର ରାଓ): ମାଲକାନଗିରି ଜିଲା ପଡ଼ିଆ ଥାନା ଅଞ୍ଚଳରେ ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି।  ସ୍ତ୍ରୀଙ୍କ ବେକ କାଟି ହତ୍ୟା କଲା ପରେ ସ୍ବାମୀ ନିଜେ ଗଳା କାଟି ଆତ୍ମହତ୍ୟା କରିଛନ୍ତି। ସୂଚନାନୁଯାୟୀ,...

କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲା, ପୁଣି ନିଯୁକ୍ତି ପ୍ରକ୍ରିୟାକୁ ସ୍ଥଗିତ ରଖିଲେ ହାଇକୋର୍ଟ

କଟକ,୨୪ା୧ (କାର୍ତ୍ତିକ ସାହୁ) ରାଜ୍ୟର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କନିଷ୍ଠ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ହୋଇଥିବା ନେଇ ଆଗତ ମାମଲାରେ ହାଇକୋର୍ଟ ପୁଣି ସତ୍ୟପାଠ ଦେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେ ପର୍ଯ୍ୟନ୍ତ ଚୟନ...

ଶିମିଳିପାଳରେ ହେବ କଳାବାଘ ସଫାରୀ

ଭୁବନେଶ୍ୱର,୨୪ା୧(ଅସମାପିକା ସାହୁ): ମୟୂରଭଞ୍ଜ ଜିଲାର ଶିମିଳିପାଳରେ କଳାବାଘର ସଫାରୀ ହେବ ବୋଲି ମୁଖ୍ୟମନ୍ତ୍ରୀ ବୁଧବାର ଘୋଷଣା କରିଛନ୍ତି। Glad to announce that #Odisha is setting up an exclusive Melanistic Tiger Safari near Similipal Tiger...

କଂଗ୍ରେସରେ ମିଶିଲେ ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝି

ଭବାନୀପାଟଣା,୨୪ା୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ପୂର୍ବତନ ମନ୍ତ୍ରୀ ତଥା ଲାଞ୍ଜିଗଡ଼ ବିଧାୟକ ବଳଭଦ୍ର ମାଝି ବୁଧବାର ବିଧିବଦ୍ଧ ଭାବେ କଂଗ୍ରେସରେ ଯୋଗ ଦେଇଛନ୍ତି। ଭବାନୀପାଟଣା ମା’ ମାଣିକେଶରୀ ବିଶ୍ୱବିଦ୍ୟାଳୟ ଖେଳପଡ଼ିଆରେ ଆୟୋଜିତ କଂଗ୍ରେସର ମିଶ୍ରଣ ପର୍ବରେ ସମର୍ଥକଙ୍କ ସହ...

ଝାଡ଼ାବାନ୍ତିରେ ୧୦ ଆକ୍ରାନ୍ତ

କଟକ,୨୪।୧: କଟକ ଜିଲା ଆଠଗଡ଼ ବ୍ଲକ ଅନ୍ତର୍ଗତ ବାଉଁଶଟାଙ୍ଗର ଗାଁରେ ଝାଡ଼ାବାନ୍ତି ବ୍ୟାପିଛି। ଗାଁର ୧୦ ଜଣରୁ ଅଧିକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ଶିଶୁ ଥିବା ଜଣାପଡ଼ିଛି। ତେବେ କେଉଁ...

ଦୁଆରଶୁଣୀ ଘାଟିରେ ଓଲଟିଲା ଟ୍ରକ୍‌ : ୬ ମୃତ, ୧୦ ଗୁରୁତର 

ବାରିପଦା,୨୪।୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ୪୯ନଂ ଜାତୀୟ ରାଜପଥ ଦୁଆରଶୁଣୀଘାଟିରେ  ବୁଧବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଯାତ୍ରାନୁଷ୍ଠାନର ଲାଇଟ ଓ ସାଉଣ୍ଡ ବକ୍ସ ବୋଝେଇ ଟ୍ରକ ଭାରସାମ୍ୟ ହରାଇ ଓଲଟି ପଡିଛି । ଏଥିରେ  ୬...

ପରପାରିରେ ଏସସିବି ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣା

କଟକ,୨୪।୧: କଟକ ବଡ଼ ମେଡିକାଲର ଏସସିବି ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣାଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୯ ବର୍ଷ ହୋଇଥିଲା। ଭୁବନାନନ୍ଦ ମହାରଣା ମସ୍ତିଷ୍କାଘାତରେ ପୀଡିତ ହେବା ପରେ,ଏସସିବି ନ୍ୟୁରୋ ସର୍ଜରୀ ବିଭାଗରେ ଚିକିତ୍ସାଧୀନ ଥିଲେ।...

ଅବ୍ୟବସ୍ଥାରେ ବଡ଼ଚଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର

ବଡ଼ଚଣା,୨୪।୧(ଦିଲୀପ କୁମାର ମହାନ୍ତି): ବଡ଼ଚଣା ବ୍ଲକ୍‌ର ଏକମାତ୍ର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଦୀର୍ଘଦିନ ହେଲା ଅବ୍ୟବସ୍ଥାରେ ଚାଲିଛି। ଏଠାରେ ୪ ବିଶେଷଜ୍ଞ ଡାକ୍ତରଙ୍କୁ ମିଶାଇ ମୋଟ୍‌ ୧୪ ଡାକ୍ତର ରହିବା କଥା। ହେଲେ ଏବେ ୪ ଜଣ ଡାକ୍ତର ରହିଛନ୍ତି। ସେମାନେ...

ଚାଷୀଙ୍କ କାମରେ ଲାଗୁନି ଚେକ୍‌ଡ୍ୟାମ୍‌

ଯାଜପୁର/କୋରେଇ(ହର୍ଷବର୍ଦ୍ଧନ ବେହେରା/ଚନ୍ଦ୍ରକାନ୍ତ ପତି),୨୪।୧: ବର୍ଷାର ଅନିୟମିତତା ଯୋଗୁ ରାଜ୍ୟରେ ଦେଖାଦେଉଥିବା କୃଷି ସମସ୍ୟାର ସମାଧାନ ପାଇଁ ସରକାର କ୍ଷୁଦ୍ର ଜଳସେଚନ ପ୍ରକଳ୍ପ(ଏମ୍‌ଆଇପି) କାର୍ଯ୍ୟକାରୀ କରୁଛନ୍ତି। ଅଣ ଜଳସେଚିତ ଅଞ୍ଚଳରେ ଆବଶ୍ୟକ ବର୍ଷାର ଅଭାବ ଯୋଗୁ କୃଷକର ମେରୁଦଣ୍ଡ ଦୋହଲି ଯାଉଛି।...

ଶୁଷ୍କ ହେଉଛି ଭଞ୍ଜନଗର ଜଳଭଣ୍ଡାର

ଭଞ୍ଜନଗର, ୨୪।୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜଳଭଣ୍ଡାର ଧୀରେ ଧୀରେ ଶୁଷ୍କ ହେବାରେ ଲାଗିଛି। ମଙ୍ଗଳବାର ସୁଧା ଜଳଭଣ୍ଡାରରେ ମାତ୍ର ୨୫ ପ୍ରତିଶତ ପାଣି ଅଛି। ଗତ ସେପ୍ଟେମ୍ବର ୧୫ରୁ ଭଞ୍ଜନଗର ଅଞ୍ଚଳରେ ଆଶାନୁରୂପକ ବର୍ଷା ହୋଇନାହିଁ। ତେଣୁ...

ଅପମୃତ୍ୟୁ ମାମଲା ବଢ଼ିଚାଲିଛି

ବ୍ରହ୍ମପୁର,୨୪।୧(ସୁବାସ ଚନ୍ଦ୍ର ପାଢ଼ୀ): ମହାରାଜା କୃଷ୍ଣଚନ୍ଦ୍ର ଗଜପତି (ଏମ୍‌କେସିଜି) ମେଡିକାଲ କଲେଜ  ଓ ହସପିଟାଲକୁ ଦକ୍ଷିଣ ଓଡ଼ିଶା ଓ  ଅନ୍ୟ ସ୍ଥାନରୁ ରୋଗୀ ରେଫର୍‌ ହୋଇ ଆସିଥାନ୍ତି। ସେହିପରି ଆନ୍ଧ୍ର ସୀମା ଅଞ୍ଚଳର ଲୋକ ବି ଏହି ମେଡିକାଲ ଉପରେ...

ବିଜେଡିକୁ ଅଣଦେଖା, ନିଜେ ଶୋଭାଯାତ୍ରା କଲେ ଅରିନ୍ଦମ୍‌

କଟକ,୨୪।୧(ଶିଳ୍ପା ପ୍ରିୟଦର୍ଶିନୀ): ଦଳୀୟ କାର୍ଯ୍ୟକ୍ରମରୁ ବାହାରି ନିଜସ୍ବ ପଦଯାତ୍ରା କରିଛନ୍ତି ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ତଥା ଅଭିନେତା ଅରିନ୍ଦମ୍‌ ରାଏ। କଲେଜ ଛକସ୍ଥିତ ରେଭେନ୍ସା ବିଶ୍ୱବିଦ୍ୟାଳୟ ସମ୍ମୁଖରୁ ବାହାରି ନେତାଜୀଙ୍କ ଜନ୍ମସ୍ଥାନ ସଂଗ୍ରହାଳୟଠାରେ ନିଜ ସମର୍ଥକମାନଙ୍କୁ ନେଇ ସେ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri