ଆମ ଜିଲା ଖବର

୩ ମାସ ପଟ ପରିବର୍ତ୍ତନ ପାଇଁ ଯଥେଷ୍ଟ: ମୋକିମ

କଟକ,୨୪।୧(ଶିଳ୍ପା ପ୍ରିୟଦର୍ଶିନୀ): କଂଗ୍ରେସ ନେତା ତଥା ବାରବାଟୀ-କଟକ ବିଧାୟକ ଇଂ. ମହମ୍ମଦ ମୋକିମଙ୍କ ଉପରୁ ନିଲମ୍ବନ ହଟିବା ପରେ ଖୁସି ପ୍ରକାଶ କରିଛନ୍ତି ବିଧାୟକ ମୋକିମ। ଏନେଇ ଶେଲ୍‌ଟର ଛକସ୍ଥିତ କଂଗ୍ରେସ କାର୍ଯ୍ୟାଳୟଠାରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମୋକିମ କହିଛନ୍ତି,...

ବାହାର ନେତାଙ୍କୁ ବିରୋଧ, ବଦଳିପାରେ ସମୀକରଣ

ଖୋର୍ଦ୍ଧା,୨୪।୧ (ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଜିଲା ବେଗୁନିଆ ନିର୍ବାଚନମଣ୍ଡଳୀ ଓଡ଼ିଶା ରାଜନୀତିରେ ଗୁରୁତ୍ୱ ବହନ କରିଆସିଛି। ବେଗୁନିଆ ଓ ବୋଲଗଡ଼ ଦୁଇଟି ବ୍ଲକକୁ ନେଇ ଏହା ଗଠିତ। ଅତୀତରେ ଏହି ଆସନରୁ ନିର୍ବାଚନ ଲଢ଼ି ଜାନକୀ ବଲ୍ଲଭ ପଟ୍ଟନାୟକ ଥରେ...

ପରିକ୍ରମା ମାର୍ଗ ପୁନଃ ପ୍ରଦକ୍ଷିଣ କଲେ ମୁଖ୍ୟମନ୍ତ୍ରୀ

ପୁରୀ,୨୪।୧(ଅଜିତ୍‌ ମହାନ୍ତି): ପରିକ୍ରମା ପ୍ରକଳ୍ପ ଲୋକାର୍ପଣର ୭ମ ଦିନ ମଙ୍ଗଳବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ଆସି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ଏଥିସହ ପରିକ୍ରମା ପ୍ରକଳ୍ପ ମାର୍ଗ ପୁନଃ ପ୍ରଦକ୍ଷିଣ କରିଛନ୍ତି। ୫-ଟି ତଥା ନବୀନ ଓଡ଼ିଶା...

ମଶାଣିରୁ ଯୁବକଙ୍କ ମୃତଦେହ ଉଠାଇନେଲା ପୋଲିସ

କଣ୍ଟାବାଞ୍ଜି,୨୩ା୧(ଗୁରୁ ଦୟାଲ ହଂସ): ପରିବାର ଲୋକେ ଜଣେ ଯୁବକଙ୍କ ମୃତଦେହ ସତ୍କାର ପାଇଁ ମଶାଣିକୁ ନେଇଥିଲେ। ପୋଲିସ ସେଠାରେ ପହଞ୍ଚି ମୃତଦେହକୁ ଜବତ କରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ ବେହେରେନସିଲେଟ ଗାଁରେ...

ସଫଳତାର ମୂଳମନ୍ତ୍ର କଠିନ ପରିଶ୍ରମ: ପାଣ୍ଡିଆନ

ପାରଳାଖେମୁଣ୍ଡି/ଆର.ଉଦୟଗିରି,୨୪।୧(ଗିରିଧାରୀ ପରିଛା/ମନୋଜ ପାଢ଼ୀ): ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ମଙ୍ଗଳବାର ଦିନିକିଆ ଗଜପତି ଜିଲା ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି। ଯୁବପିଢିଙ୍କ ଭିତରେ କ୍ରୀଡ଼ା, କଳା, ସାହିତ୍ୟ, ସଂସ୍କୃତି ଓ ସାମାଜିକ ସେବାକାର୍ଯ୍ୟର ଭାବଧାରା...

ବିଶ୍ୱସ୍ତରୀୟ ପଥରେ କଟକ ରେଳଷ୍ଟେସନ: ବିମାନବନ୍ଦର ଢାଞ୍ଚାରେ ପ୍ରବେଶ, ମୁଖ୍ୟକୋଠାରେ ନୌବାଣିଜ୍ୟର ଝଲକ

କଟକ,୨୩ା୧ (କାର୍ତ୍ତିକ ସାହୁ) ବିଶ୍ୱସ୍ତରୀୟ ରେଳଷ୍ଟେସନର ମାନ୍ୟତା ପାଇବାକୁ ଯାଉଛି କଟକ ରେଳଷ୍ଟେସନ। ରେଳଷ୍ଟେସନର ନୂତନ କୋଠାରେ ଆକର୍ଷଣୀୟ ରୂପରେ ଶୋଭାପାଇବ ନୌବାଣିଜ୍ୟର ମନୋରମ ଭାସ୍କର୍ଯ୍ୟ। ଓଡ଼ିଆ ନୌବାଣିଜ୍ୟର ସ୍ମୃତି ରୋମନ୍ଥନ ସହ ଐତିହାସିକ ବାଲିଯାତ୍ରାକୁ ବର୍ଷତମାମ ମନେ ପକାଇଦେବ...

ଋଣ ଟଙ୍କା ଆଦାୟ କରିବାକୁ ଯାଇ ଫାଇନାନ୍ସ କର୍ମଚାରୀ ଆକ୍ରମଣର ଶିକାର, ଜଣେ ଗିରଫ

ହିଞ୍ଜିଳିକାଟୁ, ୨୩ା୧(ଦ୍ବିତୀକୃଷ୍ଣ ପଣ୍ଡା): ଋଣ ଟଙ୍କା ଆଦାୟ କରିବାକୁ ଯାଇ ଏକ ଘରୋଇ ଫାଇନାନ୍ସ କମ୍ପାନୀର ୨ଜଣ କର୍ମଚାରୀ ଆକ୍ରମଣର ଶିକାର ହୋଇଛନ୍ତି । ଋଣ ନେଇଥିବା ମହିଳାଙ୍କ ସ୍ବାମୀ ଫାଇନାନ୍ସ କମ୍ପାନୀର ୨ କର୍ମଚାରୀଙ୍କୁ କୋଡିରେ ଆକ୍ରମଣ କରିଥିବା...

ଜନ୍ମସ୍ଥାନରେ ନେତାଜୀ ଜୟନ୍ତୀ

କଟକ,୨୩ା୧ (କାର୍ତ୍ତିକ ସାହୁ) ମହାନ୍‌ ସ୍ବାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୭ତମ ଜୟନ୍ତୀ ସମାରୋହ ଓଡ଼ିଆବଜାରସ୍ଥିତ ତାଙ୍କ ଜନ୍ମସ୍ଥାନରେ ମଙ୍ଗଳବାର ପାଳିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ଅବକାରୀ ମନ୍ତ୍ରୀ ଅଶ୍ୱିନୀ...

ଘରେ ଘରେ ଲାଗିଲା ଶଙ୍ଖ ଷ୍ଟିକର

ଛତ୍ରପୁର,୨୩ା୧(ଦିଲୀପ ସାମଲ): ଛତ୍ରପୁର ଏନ୍‌ଏସିରେ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି ବିଜେଡିର ପରିବାର ସମ୍ପର୍କ ଅଭିଯାନ। ଛତ୍ରପୁର ଏନଏସିରେ ବିଧାୟକ ସୁବାଷ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ୧୧ ନଂ ୱାର୍ଡ କାଉନସିଲର ସନ୍ତୋଷୀ ସେଠୀଙ୍କ ସଂଯୋଜନାରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।...

ମାନସ ହେଲେ ୯ ପଞ୍ଚାୟତର ବିଜେଡି ସଭାପତି

ତିହିଡ଼ି,୨୩।୧(ସଞ୍ଜିତ ବଳ): ଭଦ୍ରକ ଜିଲା ଚାନ୍ଦବାଲି ନିର୍ବାଚନମଣ୍ଡଳୀ ଅଧୀନ ତିହିଡ଼ି ବ୍ଲକ ୯ ପଞ୍ଚାୟତର ବିଜେଡି ସଭାପତି ଭାବେ ମାନସ ରଞ୍ଜନ ନାୟକ ମନୋନୀତ ହୋଇଛନ୍ତି। ଜିଲା ସଭାପତି ଜଗନ୍ନାଥ ସ୍ବାଇଁ ମାନସଙ୍କୁ ଏନେଇ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି। ଗୋବିନ୍ଦପୁର...

ମାଟି ଅତଡ଼ା ଧସି ଚାଲିଗଲା ୨ ଶ୍ରମିକଙ୍କ ଜୀବନ

ଯୋଡ଼ା,୨୩।୧(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଥାନା କମାରଯୋଡ଼ାରେ ପାଇପ୍‌ ଲାଇନ୍‌ କାମ ବେଳେ ମଙ୍ଗଳବାର ଏକ ଅଘଟଣ ଘଟିଛି। ମାଟି ଅତଡ଼ା ଧସି ୨ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିିଛି। ଜଣେ ଶ୍ରମିକ ଅଳ୍ପକେ ବଞ୍ଚି ଯାଇଛନ୍ତି। ମୃତ ଶ୍ରମିକମାନେ...

ପୁରୀରେ ମୁଖ୍ୟମନ୍ତ୍ରୀ

ପୁରୀ,୨୩।୧: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଶ୍ରୀକ୍ଷେତ୍ରରେ ପହଞ୍ଚିଛନ୍ତି। ଶ୍ରୀ ସେତୁ ନିକଟ ଅସ୍ଥାୟୀ ହେଲିପ୍ୟାଡରେ ଅବତରଣ କଲାପରେ ସେଠାରୁ ସେ ଶ୍ରୀସେତୁ ଦେଇ ଶ୍ରୀଜଗନ୍ନାଥ ବଲ୍ଲଭ ପାର୍କିଂରେ ପହଞ୍ଚିଥିଲେ। ପରେ ସେଠାରୁ ଶ୍ରୀଦାଣ୍ଡ ଦେଇ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri