ଆମ ଜିଲା ଖବର

ରେଙ୍ଗଳ ସରପଞ୍ଚ ପଦ ଅସିଦ୍ଧ ଘୋଷିତ

ପିପିଲି,୧୯ା୧(ଦୁର୍ଗାମାଧବ ମିଶ୍ର): ଡେଲାଙ୍ଗ ବ୍ଲକ ରେଙ୍ଗଳ ସରପଞ୍ଚ ପଦବୀକୁ ନିର୍ବାଚନ ଟ୍ରିବ୍ୟୁନାଲ ତଥା ପିପିଲି ସିଭିଲ ଜଜ୍‌ ଜୁନିୟର ଡିଭିଜନ ସଂଗ୍ରାମ କୁମାର ମିଶ୍ର ଗୁରୁବାର ଅସିଦ୍ଧ ଘୋଷଣା କରିଛନ୍ତି। ଉକ୍ତ ପଞ୍ଚାୟତର ନିର୍ବାଚନ ଅନିୟମିତତାକୁ ନେଇ ନିର୍ବାଚନ ଟ୍ରିବ୍ୟୁନାଲ...

ବଢୁଛି ଖଣି ମାଫିଆଙ୍କ ଦୌରାତ୍ମ୍ୟ

ଖୋର୍ଦ୍ଧା,୧୯ା୧(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଜିଲାରେ ଖଣି ମାଫିଆଙ୍କ ଦୌରାତ୍ମ୍ୟ ବଢ଼ିଚାଲିଛି। ମାଫିଆମାନେ ବେଆଇନଭାବେ ପାହାଡ଼ ଖନନ କରିବା ସହ ଦୈନିକ ଶହ ଶହ ଟ୍ରକରେ ଲଘୁ ଖଣିଜ ସମ୍ପଦ ଜିଲା ତଥା ଜିଲା ବାହାରକୁ ଚାଲାଣ କରୁଛନ୍ତି। ମାଙ୍କଡ଼ା ପଥର,...

ଜଳକାରୁ ଡଲ୍‌ଫିନ୍‌ ଉଦ୍ଧାର

ରୂପସା, ୧୯।୧(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ବସ୍ତା ଥାନା ଅଧୀନ ଗୋଠଗଡ଼ିଆ ନିକଟ ଦେଇ ପ୍ରବାହିତ ଜଳକା ନଦୀରୁ ଗୁରୁବାର ଏକ ଡଲଫିନ ଉଦ୍ଧାର ହୋଇଛି। ସକାଳେ ସ୍ଥାନୀୟ ଅଞ୍ଚଳର କିଛି ପିଲା ନଦୀପାଖକୁ ଶୌଚ ପାଇଁ ଯାଇଥିବା ବେଳେ...

ଖଣିରୁ ଆଦାୟ, ବାହାରେ ବିନିଯୋଗ

ଯାଜପୁର,୧୯ା୧(ହର୍ଷବର୍ଦ୍ଧନ ବେହେରା): ଖଣି ଅଞ୍ଚଳର ପ୍ରଭାବିତ ଲୋକଙ୍କୁ ମୌଳିକ ସୁବିଧା ଯୋଗାଇଦେବା ସହ ପ୍ରଦୂଷଣଜନିତ କ୍ଷୟକ୍ଷତିର ଭରଣା ପାଇଁ ଜିଲା ଖଣିଜ ପ୍ରତିଷ୍ଠାନ(ଡିଏମ୍‌ଏଫ୍‌) ପାଣ୍ଠି ଗଠନ ହୋଇଛି। ଏହି ପାଣ୍ଠି ଖଣି ପ୍ରଭାବିତ ଓ କ୍ଷତିଗ୍ରସ୍ତ ଅଞ୍ଚଳରେ ବିଭିନ୍ନ ଉନ୍ନୟନ...

ଚତୁର୍ଥ ଶ୍ରେଣୀ ଛାତ୍ରଙ୍କୁ ବିଷ ଖୁଆଇଲେ ଯୁବକ

ବଲାଙ୍ଗୀର/ତରଭା,୧୯ା୧(ବୀରେନ୍ଦ୍ର କୁମାର ଝାଙ୍କର/ମାନଭଞ୍ଜନ ମିଶ୍ର): ଜିଲା ତରଭା ଥାନା ସିଲାଟିମୁଣ୍ଡା ଗାଁର ଜଣେ ଚତୁର୍ଥ ଶ୍ରେଣୀ ଛାତ୍ରଙ୍କୁ ସେହି ଗାଁର ଜଣେ ଯୁବକ ଖାଦ୍ୟରେ ବିଷ ମିଶାଇ ଖୁଆଇ ଦେବା ଅଭିଯୋଗ ହୋଇଛି। ଏଥିରେ ସମ୍ପୃକ୍ତ ଛାତ୍ର ଆୟୁଷ ବାଘ(୧୦)ଙ୍କ...

୫ ଲକ୍ଷ କ୍ଷତିପୂରଣ ଦେବାକୁ ମୁଖ୍ୟ ଶାସନ ସଚିବଙ୍କୁ ଏନ୍‌ଏଚ୍‌ଆର୍‌ସିଙ୍କ ନୋଟିସ

ଭବାନୀପାଟଣା,୧୯।୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କେସିଙ୍ଗା ଥାନା ଅଧାମୁଣ୍ଡା ଗ୍ରାମରେ ୨୦୨୨ ଅକ୍ଟୋବର ୧୫ରେ ବ୍ୟାୟାମ ସାରି ଫେରୁଥିବା ଗ୍ରାମର ଲକ୍ଷ୍ମଣ ଗୌଡ(୨୨) ନାମକ ଜଣେ ଯୁବକ କୁକୁର କାମୁଡାରୁ ବର୍ତ୍ତିବା ପାଇଁ ଦୌଡୁଥିବା ସମୟରେ ନିକଟରେ ଥିବା...

ଝିଅ ପାଇଁ ମନ୍ଦିର ଗଢ଼ିଲେ ଦମ୍ପତି

କାଳିପଦା,୧୯।୧(ରାଜଶ୍ରୀ ପାଣିଗ୍ରାହୀ): କନ୍ୟାରତ୍ନ କର ଯତ୍ନ। ଏଭଳି ସ୍ଲୋଗାନ ଦିଆଯାଇ ଲୋକଙ୍କୁ ସଚେତନ କରାଯାଉଥିଲେ ମଧ୍ୟ ଅନେକ ସମୟରେ ଝିଅମାନଙ୍କୁ ହତାଦର କରାଯାଉଥିବା ନଜିର ଦେଖିବାକୁ ମିଳେ। ହେଲେ ବାଲେଶ୍ୱର ଜିଲା ବସ୍ତା ବ୍ଲକ ଇଡ଼ିଦା ପଞ୍ଚାୟତରେ ରାଜୁଆପଡ଼ା ଗ୍ରାମର...

ଯୁବକଙ୍କୁ ଖୁଣ୍ଟରେ ବାନ୍ଧି ଛେଚିଲେ

ବ୍ରହ୍ମପୁର,୧୮ା୧( ସୁବାସ ଚନ୍ଦ୍ର ପାଢ଼ୀ): ବୈଦ୍ୟନାଥପୁର ଥାନା ବାବାଜୀ ତୋଟାସାହି ଛକରେ ଗୁରୁବାର ଜଣେ ଯୁବକଙ୍କୁ ଚୋର ସନ୍ଦେହରେ ନିସ୍ତୁକ ମାଡ଼ ମରାଯାଇଛି। ଜଣେ ମିଠା ବ୍ୟବସାୟୀ ଓ କେତେଜଣ ଯୁବକ ତାଙ୍କୁ ଏକ ଖୁଣ୍ଟରେ ବାନ୍ଧି ପିଟିଥିବା ଦୃଶ୍ୟ...

ମା’ କୋଳକୁ ଫେରିଲା ହଜିଲା ପୁଅ

ଖଲ୍ଲିକୋଟ,୧୮ା୧(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବସ୍‌ଷ୍ଟାଣ୍ଡରୁ ମଙ୍ଗଳବାର ରାତିରେ ଚୋରି ହୋଇଥିବା ଶିଶୁପୁତ୍ରକୁ ପୋଲିସ ଭୁବନେଶ୍ୱରରୁ ଗୁରୁବାର ଉଦ୍ଧାର କରିଛି। ତା’ ସହିତ ଅନ୍ୟ ଏକ ଶିଶୁଙ୍କୁ ମଧ୍ୟ ଉଦ୍ଧାର କରାଯାଇଛି। ଶିଶୁ ଚୋରି କରିଥିବା ମହିଳାଙ୍କୁ...

ସୁନ୍ଦରଗଡ଼ ଜିଲାରେ ଏମ୍‌‌ସିଏଲ୍‌‌ ସହଯୋଗରେ ପ୍ରତିଷ୍ଠା ହେବ ୧୬ ଶହ ମେଗାୱାଟ୍‌‌ ତାପଜ ବିଦ୍ୟୁତ୍‌‌ କେନ୍ଦ୍ର

ସୁନ୍ଦରଗଡ଼,୧୮ା୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍‌‌ କମିଟି ବୈଠକରେ ଇକ୍ୟୁଟି ନିବେଶ ଜରିଆରେ ଦୁଇଟି ତାପଜ ବିଦ୍ୟୁତ୍‌‌ ପ୍ଲାଣ୍ଟ ପ୍ରତିଷ୍ଠା କରିବା ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ମଧ୍ୟପ୍ରଦେଶର ଅମରକଣ୍ଟକ ଏବଂ ଓଡ଼ିଶାର ସୁନ୍ଦରଗଡ଼...

ମହାନଦୀରେ ପ୍ରେମୀ ଯୁଗଳଙ୍କ ହାଇ ଡ୍ରାମା: ନଦୀଗର୍ଭରୁ ଉଦ୍ଧାର କଲା ପୋଲିସ

ସୋନପୁର,୧୮।୧(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ସହର ମହାନଦୀ ସେତୁ ନିକଟସ୍ଥ ଟାଓ୍ବାର ଘାଟ ନିକଟରେ ଗୁରୁବାର ରାତିରେ ଏକ ହାଇ ଡ୍ରାମା ଦେଖିବାକୁ ମିଳିଛି। ମହାନଦୀ ବାଲିପଠାରେ ଦୁଇ ଦିନ ଧରି ଲୁଚି ରହିଥିବା ପ୍ରେମୀ ଯୁଗଳଙ୍କୁ ସୋନପୁର ଟାଉନ ପୋଲିସ...

ଗାଡ଼ି ଧକ୍କାରେ ଚାଲିଗଲା କଲେଜ ଛାତ୍ରଙ୍କ ଜୀବନ: ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକୋ

କଟକ,୧୮ା୧(କାର୍ତ୍ତିକ ସାହୁ): ଏକ ଗାଡ଼ି ଧକ୍କାରେ ଜଣେ କଲେଜ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଚାଉଳିଆଗଞ୍ଜ ତଳସାହିର ନୃସିଂହ ଚରଣ ସାହୁଙ୍କ ବଡ଼ ପୁଅ ସତ୍ୟପ୍ରସାଦ ସାହୁ(୧୮)। ଚାଉଳିଆଗଞ୍ଜ ଥାନା ଅଧୀନ ତାଳଦଣ୍ଡା କେନାଲ ରାସ୍ତାରେ ଗୁରୁବାର...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri