ଆମ ଜିଲା ଖବର

ରେଳଧାରଣା କଡ଼ରୁ ମିଳିଲା ବିଶିଷ୍ଟ ସୁନା ବ୍ୟବସାୟୀଙ୍କ ମୃତଦେହ

ବଲଙ୍ଗୀର,୧୫ା୧(ସୁନୀଲ କୁମାର ମହାନ୍ତି): ସୋମବାର ସକାଳୁ ବଲାଙ୍ଗୀର-ଖୁଜେନପାଲି ପୋଲ ନିକଟ ରେଳଧାରଣା କଡ଼ରୁ ବିଶିଷ୍ଟ ସୁନା ବ୍ୟବସାୟୀ ତଥା ବଲାଙ୍ଗୀର ଜିଲା ବଣିକ ସଂଘ ସଭାପତି ତ୍ରିପୁରାରୀ ପାଣିଗ୍ରାହୀଙ୍କ ମୃତଦେହ ଜବତ କରାଯାଇଛି। ମୃତ୍ୟୁର କାରଣ ଜଣାପଡ଼ିନାହିଁ। ତେବେ ସେ...

କୋଦଳା, ବେଗୁନିଆପଡ଼ାରେ ଚିକିତ୍ସା ବ୍ୟବସ୍ଥା ବିପର୍ଯ୍ୟସ୍ତ

କୋଦଳା,୧୫ା୧(ଅମିତ୍‌ କୁମାର ପଟ୍ଟନାୟକ): ରାଜ୍ୟ ସରକାର ୫-ଟି ଜରିଆରେ ବିଭିନ୍ନ ଚିକିତ୍ସାକେନ୍ଦ୍ରକୁ କୋଟି କୋଟି ଟଙ୍କା ବିନିମୟରେ ବହୁ ଉନ୍ନୟନ କାର୍ଯ୍ୟ କରୁଥିବା ବେଳେ ରୋଗୀଙ୍କ ଚିକିତ୍ସା ପାଇଁ ଡାକ୍ତରମରୁଡ଼ି ଦେଖାଦେଇଛି। ଏହିପରି ଅବସ୍ଥାରେ ଡାକ୍ତର ନ ଥିବା ବେଳେ...

୩୪ ବର୍ଷ ଭଡ଼ାଘରେ ପାଣିପାଗ କାର୍ଯ୍ୟାଳୟ

ଚାନ୍ଦବାଲି, ୧୫।୧(ଅଶୋକ କୁମାର ପଣ୍ଡା): ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ସୋମବାର ୧୫୦ତମ ପ୍ରତିଷ୍ଠା ଦିବସ ପାଳନ କରିବାକୁ ଯାଉଛି। ପାରାଦୀପ ଓ ଗୋପାଳପୁର ବନ୍ଦରର ମଧ୍ୟବର୍ତ୍ତୀ ଅଞ୍ଚଳରେ ଥିବା ଭଦ୍ରକ ଜିଲା ଚାନ୍ଦବାଲି ପାଣିପାଗ ଅଫିସରେ ମଧ୍ୟ ପ୍ରତିଷ୍ଠା...

ଫାର୍ମାସିଷ୍ଟ କରୁଛନ୍ତି ରୋଗୀ ସେବା

ନିଶ୍ଚିନ୍ତକୋଇଲି,୧୫।୧(ଅଶୋକ କୁମାର ମହାପାତ୍ର): କେନ୍ଦ୍ର ଓ ରାଜ୍ୟ ସରକାର ଗ୍ରାମାଞ୍ଚଳର ଲୋକମାନଙ୍କୁ ଉନ୍ନତ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ନିମନ୍ତେ ବହୁ କୋଟି ଟଙ୍କାର ଅନୁଦାନ ଯୋଗାଇ ଦେଉଛନ୍ତି। ଏହାସତ୍ତ୍ୱେ ନିଶ୍ଚିନ୍ତକୋଇଲି ବ୍ଲକ କେରିଲୋ ପଞ୍ଚାୟତ ଅନ୍ତର୍ଗତ ହାଣ୍ଡିଭଙ୍ଗା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ...

ଆଜି ମକର ସଂକ୍ରାନ୍ତି: ହଟକେଶ୍ୱର ପୀଠ ଚଳଚଞ୍ଚଳ, ଦହନକୁଣ୍ଡରେ ଗୁଆ ଖୋଜୁଛନ୍ତି ଶ୍ରଦ୍ଧାଳୁ

ଖୋର୍ଦ୍ଧା,୧୫ା୧(ପ୍ରଭାତ ପାଣିଗ୍ରାହୀ): ମକର ସଂକ୍ରାନ୍ତି ତଥା ସୋମବାରଠାରୁ ଖୋର୍ଦ୍ଧା ଜିଲାର ପ୍ରସିଦ୍ଧ ଶୈବପୀଠ ଶ୍ରୀ ହଟକେଶ୍ୱରଙ୍କ ମକରମେଳା ଅନୁଷ୍ଠିତ ହେଉଛି। ଏଥିସହ ରାଜ୍ୟର ପ୍ରମୁଖ ପର୍ଯ୍ୟଟନସ୍ଥଳ ଉଷ୍ଣ ପ୍ରସ୍ରବଣଠାରେ ମକର ମହୋତ୍ସବ ଆୟୋଜିତ ହେଉଛି। ମନ୍ଦିର ପରିଚାଳନା କମିଟି, ଜିଲା...

ସେଓ ଚାଷ ଦେଲା ନୂଆ ଆଶା

ରାଜକନିକା,୧୫ା୧(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକର ପାରିନୂଆପଡ଼ା-ହାବଳଗଣ୍ଡ ପଞ୍ଚାୟତ ହାବଳଗଣ୍ଡପାଟଣା ଗାଁର ଚାଷୀ ବଳରାମ ଦାଶ(୭୫) ଶ୍ରଦ୍ଧାରେ ସମସ୍ତେ ଝରିଆ ନନା ବୋଲି ଡାକିଥାନ୍ତି। ସେ ବିଦେଶ ଫଳ ସେଓକୁ ଗାଁ ମାଟିରେ ଫଳାଇ ପାରିଛନ୍ତି, ଯାହାକି...

ତଟାଞ୍ଚଳରେ ଜିଲାର ୭ ନଦୀକୁ ସଂଯୋଗ କରାଯାଉ

କେନ୍ଦ୍ରାପଡ଼ା,୧୫ା୧ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ଆଳି ବ୍ଲକ ଅଞ୍ଚଳର ଗୋବିନ୍ଦପୁର, ଡିମିରିପାଳ, ପେତପଡ଼ା, ସଂସିଧା, ଏରଡଙ୍ଗ, ଦେସାହି, ପାଳମୀ, କେତୁଆପାଳ ଆଦି ୧୦ ପଞ୍ଚାୟତକୁ କାଣୀ, ଖରସ୍ରୋତା, ବ୍ରାହ୍ମଣୀ ନଦୀ ଘେରି ରହିଛି। ବାଳକାଟି, କୋଳଡିହ ଓ ମହୁ...

ଲୁଟ୍‌ ହେଉଛି ଗଛ, ନଦୀପଠାରୁ ବାଲି, ମାଟି

ପଟ୍ଟାମୁଣ୍ଡାଇ,୧୫ା୧(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ବିଭିନ୍ନ ସରକାରୀ ଜମି ହଡ଼ପ ହେଉଥିବା ବେଳେ ଗଛ, ନଦୀପଠାରୁ ବାଲି, ମାଟି ଲୁଟ୍‌ ହେଉଥିବା ଅଭିଯୋଗ ହେଉଛି। ହେଲେ ଏ ଦିଗରେ ଜିଲା ପ୍ରଶାସନ ଓ ସ୍ଥାନୀୟ ରାଜସ୍ବ ବିଭାଗ...

ଭାଜପା ଆଶାୟୀଙ୍କ ମଧ୍ୟରେ ଲଢ଼େଇ

ଯାଜପୁର/କାଏମା(ହର୍ଷବର୍ଦ୍ଧନ ବେହେରା/ଶିବପ୍ରସାଦ ମହାନ୍ତି),୧୫ା୧ : ଯାଜପୁର ଜିଲା ଧର୍ମଶାଳା ବିଧାନସଭା ନିର୍ବାଚନମଣ୍ଡଳୀରେ ୨୦୦୦ ମସିହାରୁ ବିଜେଡି ପ୍ରାର୍ଥୀ ବିଜୟୀ ହୋଇ ଆସୁଛନ୍ତି। ଏବେ ବିଜେଡିରୁ ପ୍ରଣବ କୁମାର ବଳବନ୍ତରାୟ ବିଧାୟକ ଅଛନ୍ତି। ଭାରତୀୟ ଜନତା ପାର୍ଟି(ଭାଜପା) ଏଠାରୁ ଅଦ୍ୟାବଧି ଖାତା...

କପା ଚାଷୀ ଶୋଷଣର ଶିକାର

ଖଡ଼ିଆଳ,୧୫।୧(ସୁଜିତ୍‌ କୁମାର ପ୍ରଧାନ): ନୂଆପଡା ଜିଲା ଖଡ଼ିଆଳ ବ୍ଲକରେ କପା ମଣ୍ଡି ବ୍ୟବସ୍ଥା ନ ଥିବାରୁ ଚାଷୀ ଶୋଷଣର ଶିକାର ହେଉଥିବା ବେଳେ ଦଲାଲ ମାଲାମାଲ ହେଉଛନ୍ତି। ଦଲାଲଙ୍କ ଦୈନିକ ଖଡ଼ିଆଳ ଅଞ୍ଚଳରୁ ୩୦ ରୁ ୪୦ ବେଆଇନ କପା...

ଆଜିଠୁ ବରଗଡ଼ରେ କଂସ ମହାରାଜଙ୍କ ରାଜୁତି

ବରଗଡ଼,୧୫।୧(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ସୋମବାରରୁ ଆରମ୍ଭ ହେବ । ଦୀର୍ଘ ୧୧ଦିନ ଧରି ଏହି ମହୋତ୍ସବ ହେବ ଏବଂ ଏହି ସମୟ ଅବଧିରେ ବରଗଡ଼ରେ କଂସ ରାଜୁତି ଚାଲିବ। ବରଗଡ଼ ସହର ମଥୁରାନଗରୀ...

‘ନଳକୂପ ନ ହେଲେ ଭୋଟ ନାହିଁ’

ପାପଡ଼ାହାଣ୍ଡି,୧୫।୧(ସ୍ବପ୍ନଜିତ ପଟ୍ଟନାୟକ): ସାହିରେ ନାହିଁ ନଳକୂପ। ପାନୀୟ ଜଳ ପାଇଁ ଲୋକେ ଭୋଗୁଛନ୍ତି ସମସ୍ୟା। ପ୍ରଶାସନଠୁ ଆରମ୍ଭ କରି ଜନ ପ୍ରତିନଧିଙ୍କୁ ଅବଗତ କଲେ ବି କିଛି ସୁଫଳ ମିଳୁନି। ତେଣୁ ନଳକୂପ ନାହିଁ ତ ଭୋଟ ନାହିଁ ବୋଲି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri