ଆମ ଜିଲା ଖବର

ଟ୍ରେନ୍‌ ଅଟକାଇ ଲୋକଙ୍କ ସମସ୍ୟା ଶୁଣିଲେ ରେଳମନ୍ତ୍ରୀ

ଖୋର୍ଦ୍ଧା,୭ା୧(ପ୍ରଭାତ ପାଣିଗ୍ରାହୀ): ଟ୍ରାକ୍‌ ଉପରେ ଗଡୁଥିଲା କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଟ୍ରେନ୍‌। ସବୁଠୁ ଆଶ୍ଚର୍ଯ୍ୟଜନକ କଥା ବିନା ଷ୍ଟେଶନରେ ଲୋକଙ୍କୁ ଦେଖି ହଠାତ୍‌ ଅଟକି ଯାଇଥିଲା ମନ୍ତ୍ରୀଙ୍କ ଟ୍ରେନ୍‌। ଏଭଳି ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲା ବୋଲଗଡ଼...

ବୌଦ୍ଧରୁ ଆସିଥିବା ଦନ୍ତାା କପିଳାସ ପ୍ରାଣୀ ଉଦ୍ୟାନରେ ବୁଜିଲା ଆଖି

ଢେଙ୍କାନାଳ,୭।୧: ବୌଦ୍ଧ ଜିଲାରେ ଆତଙ୍କ ସୃଷ୍ଟି କରିଥିବା ଦନ୍ତା ହାତୀକୁ ଶନିବାର ସକାଳେ ଏକ ହାଇୱା ଯୋଗେ କପିଳାସ ପ୍ରାଣୀ ଉଦ୍ୟାନ ପରିସରରେ ଥିବା ହାତୀ ଉଦ୍ଧାର କେନ୍ଦ୍ରକୁ ଅଣାଯାଇଥିଲା। ଉକ୍ତ ହାତୀଟିର ରବିବାର ମୃତ୍ୟୁ ଘଟିଛି। ହାତୀଟିର ବୟସ...

ଶ୍ୱଶୁର ଘର ଆଗରେ ବୋହୂଙ୍କ ଧାରଣା

ନୂଆଗାଁ,୭।୧(ଧନେଶ୍ୱର ସାହୁ): ପ୍ରେମ ବିବାହ ଓ ପରେ ପ୍ରତାରଣା । ନ୍ୟାୟ ଦାବିରେ ଶ୍ୱଶୁର ଘର ଆଗରେ ଶୁକ୍ରବାର ସନ୍ଧ୍ୟା ସମୟରୁ ଧାରଣାରେ ବସିଛନ୍ତି ବୋହୂ। ଏପରି ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଜିଲା ନୂଆଗାଁ ବ୍ଲକ ଓଡ଼ଗାଁ ଥାନା...

୧୭ ବର୍ଷରୁ କମ୍‌ ଓଡ଼ିଶା କବାଡ଼ି ଦଳରେ ସବ୍ୟସାଚୀ

ରସୁଲପୁର,୭।୧(ରଂଜିତ ରାଉତ): ୧୭ବର୍ଷରୁ କମ୍‌ ବର୍ଗର ଓଡ଼ିଶା କବାଡି ଦଳରେ ଯାଜପୁର ଜିଲାରୁ ସବ୍ୟସାଚ୍ଚୀ ମହାନ୍ତି ଏକମାତ୍ର ଖେଳାଳି ଭାବରେ ଭାଗ ନେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ସେ ରାଜ୍ୟରୁ ଚୟନ ହୋଇଥିବା ୧୨ଜଣିଆ ଖେଳାଳିଙ୍କ ସହ ତେଲଙ୍ଗାନ ରାଜ୍ୟଗସ୍ତରେ...

‘ବାଲେଶ୍ୱରକୁ ମୁଖ୍ୟମନ୍ତ୍ରୀ ଭଲ ପାଆନ୍ତି’

ବାଲେଶ୍ୱର,୭।୧(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବହୁତ ଭଲ ପାଆନ୍ତି। ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସେ ଦେଇଥିବା ପ୍ରତିଶ୍ରୁତି ରଖିଛନ୍ତି। ରାସ୍ତା, ସ୍ବାସ୍ଥ୍ୟ, ଶିକ୍ଷା, ପାନୀୟଜଳ ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ଗତ ୨୦୨୩ ଜୁନ୍‌...

କନ୍ଧମାଳ ଜିଲ୍ଲାର ଫୁଲବାଣୀକୁ ରେଳ ମାନଚିତ୍ରରେ ସଂଯୋଗ କରାଯିବ: ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ଦଶପଲ୍ଲା ,୬ା୧: ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ନୟାଗଡ଼ ଜିଲ୍ଲା ଗସ୍ତରେ ଆସି ଦଶପଲ୍ଲା ରେଳଷ୍ଟେସନ୍‌‌ ଠାରେ ୪ଟି ଟ୍ରେନ୍ର ସମ୍ପ୍ରସାରଣର ଶୁଭାରମ୍ଭ କରିଛନ୍ତି। ଭୁବନେଶ୍ୱର-ନୟାଗଡ଼ ଟାଉନ ଏକ୍ସପ୍ରେସ୍, ଭୁବନେଶ୍ୱର – ନୂଆଗାଁ ରୋଡ଼ ପାସେଞର ସ୍ପେଶାଲ,ପୁରୀ-ନୂଆଗାଁ ରୋଡ଼...

ସମ୍ବଲପୁରରେ ଏନ୍‌କାଉଣ୍ଟର, ଜଣେ ଆହତ

ସମ୍ବଲପୁର,୬ା୧: ସମ୍ବଲପୁରରେ ପୋଲିସ ଏନ୍‌କାଉଣ୍ଟରେ ଶନିବାର ଜଣେ ଆହତ ହୋଇଥିବା ଜଣାପଡ଼ିଛି। ସହରର କେନ୍‌ଘାଟି ଆଇସ୍‌ ଫ୍ୟାକ୍ଟ୍ରି ନିକଟରେ ଏହି ଏନ୍‌କାଉଣ୍ଟର ହୋଇଛି। ଏକ ଡକାୟତି ଘଟଣାରେ ଚଢ଼ାଉ ବେଳେ ଏନ୍‌କାଉଣ୍ଟର ହୋଇଛି। ଦୁର୍ବୃତ୍ତମାନେ ପୋଲିସ ଉପରକୁ ଗୁଳି ଚାଳନା...

ବିଦ୍ୟୁତ୍‌ଖୁଣ୍ଟକୁ ଧକ୍କାଦେଲା କାର୍‌, ଚାଳକ ମୃତ

ଘସିପୁରା,୬ା୧(ନିରଞ୍ଜନ ସାହୁ): ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଧୀନ ଭଗାନଇ ଛକ ନିକଟରେ ଶନିବାର ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହେବାରୁ ଚାଳକଙ୍କ ମୃତ୍ୟୁ ଘଟିଛି। ଚାଳକ ଘସିପୁରା ବ୍ଲକ ଖଡ଼ିକାଶୁଳବାହାଳିର ରାଜକିଶୋର ରାଉତ। ସେ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକଙ୍କ...

ଘାଟିରୁ ଖସିଲା ମୋଟରସାଇକେଲ, ଖେଳ ଶିକ୍ଷକଙ୍କ ଜୀବନ ଗଲା

ବାଲିଗୁଡ଼ା,୬ା୧(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ସୁଡ୍ରା ନିକଟସ୍ଥ ପତଡ଼ ଘାଟିରେ ଏକ ମୋଟରସାଇକେଲ ଖସିପଡ଼ିବାରୁ ଜଣକଙ୍କର ଜୀବନ ଯାଇଛି। ମୃତକ ଲୁବେନଗଡ଼ ସରକାରୀ ବିଦ୍ୟାଳୟର ଖେଳ ଶିକ୍ଷକ ବିଭୂତି ପ୍ରଧାନ ବୋଲି ଜଣାପଡ଼ିଛି। ସୂଚନାନୁଯାୟୀ, ଶିକ୍ଷକ...

ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଗାଡ଼ି ଧକ୍କାରେ ଶିଶୁ ଆହତ, ମେଡିକାଲରେ ଭର୍ତ୍ତି

ରାୟଗଡ଼ା,୬ା୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକରେ ଶନିବାର ନବୀନ ଓଡ଼ିଶା କାର୍ଯ୍ୟକ୍ରମର ଶେଷ ଦିବସ ଥିଲା। ଏଥିରେ ଯୋଗଦେଇ ଅପରାହ୍ନ ୫ଟାରେ ଅନୁସୂଚିତ ଜନଜାତି ଓ ଜାତି ତଥା ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ଫେରୁଥିଲେ। ଏହି...

ଖେଳୁଥିବା ବେଳେ ପୋଖରୀରେ ବୁଡ଼ିଗଲେ ୨ ବର୍ଷର ଭଉଣୀ,ଭାଇ

ଯାଜପୁର ୬।୧: ଯାଜପୁର ଜିଲା ମଙ୍ଗଳପୁର ଥାନା ଅନ୍ତର୍ଗତ କୂଳସାହି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଘର ସମ୍ମୁଖରେ ଦୁଇ ଭଉଣୀ ଭାଇ ଖେଳୁଥିବା ସମୟରେ ଘର ନିକଟରେ ଥିବା ପୋଖରୀରେ ପଡିଯାଇଥିଲେ । ଘର ଲୋକ...

ଦଶପଲ୍ଲା ଷ୍ଟେସନରୁ ଗଡ଼ିଲା ଟ୍ରେନ୍‌

ନୟାଗଡ଼,୬।୧(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଦଶପଲ୍ଲା ରେଳ ଷ୍ଟେସନ ଶନିବାର ଲୋକାର୍ପିତ ହୋଇଛି। ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଷ୍ଟେସନର ଲୋକାର୍ପଣ କରିଛନ୍ତି। ଏଥିସହ ସବୁଜ ପତାକା ଦେଖାଇ ସେଠାରୁ ଟ୍ରେନ ଚଳାଚଳର ଶୁଭାରମ୍ଭ କରିଛନ୍ତି। ଏବେ ଦଶପଲ୍ଲାରୁ ୪ଟି...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri