ଆମ ଜିଲା ଖବର

ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ସ୍ବାମୀ

ବଲାଙ୍ଗୀର,୫ା୧(ସୁନୀଲ ମହାନ୍ତି): ଘରୋଇ କଳିରୁ ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଛନ୍ତି ସ୍ବାମୀ। ଏଭଳି ଘଟଣା ଘଟିଛି ବଲାଙ୍ଗୀର ଜିଲା ପାଟଣାଗଡ଼ ବ୍ରହ୍ମପୁରାଠାରେ। ନଦୀକୁ ଗାଧୋଇ ଯାଉଥିବା ବେଳେ ସ୍ତ୍ରୀଙ୍କୁ ହତ୍ୟା କରିଛନ୍ତି ସ୍ବାମୀ । ହତ୍ୟା କରିବା ପରେ...

ଓଲଟିଲା ସଂକୀର୍ତ୍ତନ ଦଳ ପିକ୍‌ଅପ୍‌: ଜଣଙ୍କ ଜୀବନ ଗଲା, ୨୦ରୁ ଊର୍ଦ୍ଧ୍ୱ ଆହତ

ସୁନ୍ଦରଗଡ଼,୫ା୧(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ଭଷ୍ମା ଥାନା ଅନ୍ତର୍ଗତ ଗୁଲଠାଠାରେ ଶୁକ୍ରବାର ମଧ୍ୟାହ୍ନରେ ଏକ ପିକ୍‌ଅପ୍‌ ରାସ୍ତାପାର୍ଶ୍ୱକୁ ଓଲଟି ପଡ଼ି ଦୁର୍ଘଟଣାଗ୍ରସ୍ତ ହେବାରୁ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୨୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ତେବେ ମୃତକ ଜଣକ...

ଚାଷୀ ସମସ୍ୟାକୁ ନେଇ ନୂଆପଡ଼ା ବନ୍ଦ

ନୂଆପଡ଼ା,୫।୧(ମକାରୁ ବେମାଲ): ରାଜ୍ୟ ସରକାରଙ୍କ କୃଷିମାରଣ ନୀତି, ଧାନର କଟନି ଛଟନି, କପାର ଅଭାବୀ ବିକ୍ରି, ଅହେତୁକ ବିଦ୍ୟୁତ୍‌ ଦର ବୃଦ୍ଧି, ଚାଷୀ ସମସ୍ୟା ତଥା ଧାନକିଣାରେ ହେଉଥିବା ଦୁର୍ନୀତିର ସିବିଆଇ ତଦନ୍ତ ଦାବିରେ ନୂଆପଡ଼ା ଭାଜପା ପକ୍ଷରୁ ଶୁକ୍ରବାର...

ହାଇଟେକ୍‌ ମେଡିକାଲ ବିସ୍ଫୋରଣ ଘଟଣା: ଛାରଖାର ହୋଇଗଲା ଦୁଇ ପରିବାର, ମୃତଦେହ କାହାର ତାହାକୁ ନେଇ ଚର୍ଚ୍ଚା

ଖୋର୍ଦ୍ଧା,୫ା୧(ପ୍ରଭାତ ପାଣିଗ୍ରାହୀ): ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ହାଇଟେକ୍‌ ହସ୍ପିଟାଲରେ ଗତ ୨୯ ତାରିଖରେ ଘଟିଥିବା ବିସ୍ଫୋରଣରେ ମୃତ୍ୟୁବରଣ କରିଥିବା ଡେଲାଙ୍ଗ ଥାନା ଅନ୍ତର୍ଗତ ବଅଙ୍ଗ ଗ୍ରାମର ଦିଲ୍ଲୀପ ସାମନ୍ତରାୟ ମୃତ ନୁହେଁ ବରଂ ଜୀବିତ। ବିସ୍ଫୋରଣରେ ଆହତ ୪ଜଣଙ୍କ...

କଂଗ୍ରେସରେ ଯୋଗଦେଇପାରନ୍ତି ହେମା

ରାୟଗଡ଼ା,୫।୧(ଆଶିଷ ରଞ୍ଜନ ପଣ୍ଡା):ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି, ଦଳବଦଳ କଥା ସେତେ ଉଠୁଛି। ଏବେ ଗୁଣପୁର କଂଗ୍ରେସରେ ଆରମ୍ଭ ହୋଇଗଲାଣି ଟଣାଓଟରା। ଜିଲା ପରିଷଦର ପୂର୍ବତନ ଅଧ୍ୟକ୍ଷ ସ୍ବର୍ଗତ ପୁରୁଷୋତ୍ତମ ଗମାଙ୍ଗଙ୍କ ମୃତ୍ୟୁ ପରଠାରୁ ଦଳର ପ୍ରଭାବ କମି...

ଓ୍ବାର୍ଡେନ ମୃତ୍ୟୁ ଘଟଣାରେ ୧୨ ଘଣ୍ଟିଆ ରାୟଗଡା ବନ୍ଦ

ଟିକିରି,୫।୧( ପ୍ରଫୁଲ କୁମାର ବେହେରା): ଓ୍ବାର୍ଡେନ ମୃତ୍ୟୁ ଘଟଣାରେ ଆଜି ୧୨ ଘଣ୍ଟିଆ ରାୟଗଡା ବନ୍ଦ ଡାକରା ଦିଆଯାଇଛି। ରାୟଗଡା ଜିଲା କାଶିପୁର ବ୍ଲକରେ ଆଜି ସକାଳୁ ସକାଳୁ ବଦ ପ୍ରଭାବ ଦେଖିବାକୁ ମିଳିଛି। ଗତ ୨୧ରେ ନକଟିଗୁଡ଼ା ଗ୍ରାମ...

ଖୋଲା କୂଅ ପାଣି ପିଉଛନ୍ତି ଗ୍ରାମବାସୀ

ଯାଜପୁର,୫ା୧(ହର୍ଷବର୍ଦ୍ଧନ ବେହେରା):ଯାଜପୁର ଜିଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତାଳଜଙ୍ଗ ଗ୍ରାମ ପଞ୍ଚାୟତ ଅଧୀନରେ ଥିବା ଐତିହାସିକ ବଳରାମପୁରଗଡ଼ ଗ୍ରାମବାସୀ ଖୋଲା କୂପ ପାଣି ପିଉଛନ୍ତି। ରାଜନୈତିକ ନେତୃବର୍ଗଙ୍କ ଆନ୍ତରିକତାର ଅଭାବ, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ (ଆରଡବ୍ଲ୍ୟୁଏସ୍‌ଏସ୍‌)...

ଅବହେଳିତ ଅବସ୍ଥାରେ ବିଡ଼ି ଶ୍ରମିକ

ବ୍ରହ୍ମବରଦା,୫ା୧(ଯଯାତି କେଶରୀ ବେହେରା):ରସୁଲପୁର ବ୍ଲକ୍‌ ଅନ୍ତର୍ଗତ ବ୍ରହ୍ମବରଦା ପଞ୍ଚାୟତରେ ଥିବା ବିଡ଼ି ଶ୍ରମିକମାନେ ଅବହେଳିତ ଅବସ୍ଥାରେ ରହିଥିବା ଅଭିଯୋଗ କରିଛନ୍ତି। ପରିବାର ପ୍ରତିପୋଷଣ ପାଇଁ ବିଡ଼ି ନିର୍ମାଣକୁ ସେମାନେ ବେଉଷା ଭାବେ ବାଛିନେଇ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି।...

ଗହୀରମଥାରେ ବିଦେଶୀ ପକ୍ଷୀଙ୍କ ସମାଗମ

ମହାକାଳପଡ଼ା, ୫ା୧(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳରେ ଶୀତ ଋତୁରେ ଏବେ ଶୁଭିଲାଣି ବିଦେଶୀ ପକ୍ଷୀଙ୍କ କାକଳି। ଜୈବ ବିବିଧତା ପ୍ରତି ଆକୃଷ୍ଟ ହୋଇ ଆସୁଥିବା ବିଭିନ୍ନ ରଙ୍ଗ ବେରଙ୍ଗର ଦେଶୀ, ବିଦେଶୀ...

ନାମ ପଞ୍ଜୀକରଣ ସତ୍ତ୍ୱେ ମଣ୍ଡି ଖୋଲୁନି : ଚିନ୍ତାରେ ଚାଷୀ

କୁଜଙ୍ଗ,୫।୧ (ମନୋଜ ପ୍ରଧାନ):ମାସକ ତଳୁ କେତେଜଣ ଚାଷୀ ଖରିଫ ଧାନ ଅମଳ କରିଥିଲେ ମଧ୍ୟ ଜଗତ୍‌ସିଂହପୁର ଜିଲାରେ ଏପର୍ଯ୍ୟନ୍ତ କୌଣସି ମଣ୍ଡି ଖୋଲିନାହିଁ। ଏନେଇ ଅନେକ ଚାଷୀ ବେପାରୀଙ୍କୁ କୁଇଣ୍ଟାଲ ପିଛା ୧୫୦୦ ଟଙ୍କାରେ ଧାନ ବିକ୍ରି କରିବାକୁ ବାଧ୍ୟ...

ପଟ୍ଟାମୁଣ୍ଡାଇରେ ବନ୍ଦ ହୋଇଯିବ ସଂସ୍କୃତ ବିଦ୍ୟାଳୟ

କେନ୍ଦ୍ରାପଡ଼ା, ୫ା୧ (ଜଗନ୍ନାଥ ଧଳ):ମଣିଷ ଏକ ସାମାଜିକ ପ୍ରାଣୀ ଭାବେ ଜନ୍ମଗ୍ରହଣ କରି ସାମାଜିକତା ହାସଲ କରେ। ଭାରତୀୟ ଦୃଷ୍ଟିକୋଣରୁ ସଂସ୍କୃତରୁ ସଂସ୍କୃତି ଆଉ ସଂସ୍କୃତିରୁ ହେଉଛି ସଂସ୍କାରର ସୃଷ୍ଟି। ଯାହା ପରିଶୋଧନ ପ୍ରକ୍ରିୟା ବା ରୀତିନୀତି ପ୍ରଦର୍ଶନ କରେ।...

ପଦ୍ମଶ୍ରୀ କମଳା ପୂଜାରୀ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର

ଜୟପୁର,୫ା୧(ପବନ ପାଣିଗ୍ରାହୀ):କୋରାପୁଟ ଜିଲା ଜୟପୁର ବ୍ଲକ ପାତ୍ରପୁଟସ୍ଥିତ ଘରେ ରହୁଥିବା ପଦ୍ମଶ୍ରୀ କମଳା ପୂଜାରୀ ଗୁରୁବାର ଗୁରୁତର ହୋଇପଡ଼ିଥିଲେ। ତାଙ୍କୁ ଜୟପୁରସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟର ସ୍ବତନ୍ତ୍ର କ୍ୟାବିନରେ ରଖି ଚିକିତ୍ସା କରାଯାଉଥିଲା। କିନ୍ତୁ ଜିଲାପାଳ ଅବଦୁଲ ମହମ୍ମଦ ଅଖତାର...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri