ଆମ ଜିଲା ଖବର

ଟ୍ରକ୍‌କୁ ଧକ୍କା ଦେଲା ପିକ୍‌ନିକ୍‌ ବସ୍‌: ୨୦ ଆହତ, ୨ ଗୁରୁତର

ଘସିପୁରା,୨୮।୧୨(ନିରଞ୍ଜନ ସାହୁ): ୨୦ ନମ୍ବର ଜାତୀୟ ରାଜପଥ ଘସିପୁରା ଥାନା ଅଧୀନ ଭାଲୁକୁମା ଛକଠାରେ ଟ୍ରକ୍‌କୁ ପଛପଟୁ ଏକ ପିକନିକ୍‌ ବସ୍‌ ଧକ୍କା ଦେଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ୨ଜଣ ଯାତ୍ରୀ ଗୁରୁତର ହୋଇଥିବା ବେଳେ ୨୦ଜଣ ଆହତ ହୋଇଛନ୍ତି।...

ପାତାଳି ନଦୀରେ ଡଙ୍ଗା ବୁଡ଼ି ୨ ନାବାଳିକାଙ୍କ ସମେତ ୫ ନିଖୋଜ

କୋରାପୁଟ,୨୮।୧୨(ଅମିତାଭ ବେହେରା): କୋରାପୁଟ ଜିଲା ପାତାଳି ନଦୀରେ ଗୁରୁବାର ଅଘଟଣ ଘଟିଛି। ଏକ ଡଙ୍ଗା ବୁଡ଼ି ୫ଜଣ ନିଖୋଜ ହୋଇଯାଇଛନ୍ତି। ସେମାନେ ହେଲେ ନନ୍ଦପୁର ବ୍ଲକ କୁଲାରସିଂ ପଞ୍ଚାୟତ ତାନ୍‌ସିଂ ଗ୍ରାମର ୩ ମହିଳା ଏବଂ ଦୁଇ ନାବାଳିକା ବୋଲି...

ଜଙ୍ଗଲରୁ ମିଳିଲା ବିପୁଳ ବିସ୍ଫୋରକ ସାମଗ୍ରୀ: ଲୁଚାଇ ରଖିଥିଲେ ମାଓବାଦୀ

କୋରାପୁଟ,୨୮।୧୨(ଅମିତାଭ ବେହେରା): କୋରାପୁଟ ଜିଲା ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ମାଛକୁଣ୍ଡ ଥାନା ଅଧୀନ ଗୁମୁଡାପୁଟ ଜଙ୍ଗଳରେ କୋମ୍ବିଂ ଅପରେଶନ ବେଳେ ମାଓବାଦୀଙ୍କ ଦ୍ୱାରା ଲୁଚାଇ ରଖାଯାଇଥିବା ବିସ୍ଫୋରକ ସାମାଗ୍ରୀ ଜବତ କରାଯାଇଛି। ଜବତ ସାମାଗ୍ରୀ ମଧ୍ୟରେ ୧୫...

ପୋଲିସକୁ ଦୁର୍ବ୍ୟବହାର କରି ୨ ଗିରଫ

କୋରାପୁଟ,୨୮ା୧୨(ଅମିତାଭ ବେହେରା): ପୋଲିସକୁ ଦୁର୍ବ୍ୟବହାର ସହ କାମରେ ବାଧା ଦେବା ଅଭିଯୋଗରେ ଦୁଇଜଣଙ୍କୁ ଗୁରୁବାର କୋର୍ଟ ଚାଲାଣ କରିଛି କୋରାପୁଟ ଜିଲାର ଲକ୍ଷ୍ମୀପୁର ପୋଲିସ। ଏପରି ଘଟଣା ସ୍ଥାନୀୟ ବ୍ଲକ ଚମ୍ପି ଗ୍ରାମଠାରେ ଦେଖିବାକୁ ମିଳିଛି। ସେମାନେ ହେଲେ ବନମାଳୀ...

ତେଲ ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ

ଖୋର୍ଦ୍ଧା,୨୮ା୧୨(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଜିଲା ବାଘମାରୀ ଥାନା ଅନ୍ତର୍ଗତ ସାରୁଅ ଶିଳ୍ପାଞ୍ଚଳରେ ଥିବା ଏକ ତେଲ ଫ୍ୟାକ୍ଟ୍ରିରେ ଗୁରୁବାର ଭୟାବହ ଅଗ୍ନିକାଣ୍ଡ ଘଟିଛି। ୟୁନିଭର୍ସାଲ ଇନ୍‌ଫ୍ରା ଆଣ୍ଡ୍‌ ଏଗ୍ରି ଅଏଲ ପ୍ରାଇଭେଟ୍‌ ଲିମିଟେଡ୍‌ ନାମକ ଅଏଲ ଫ୍ୟାକ୍ଟ୍ରିର ଗୋଦାମ ଘରେ...

ଟ୍ରକ୍‌ରେ ପିଟିହେଲା ପିକ୍‌ନିକ୍‌ ବସ୍‌, ୭ ଗୁରୁତର

ବଲାଙ୍ଗୀର,୨୮ା୧୨:ବଲାଙ୍ଗୀର-ସୋନପୁର ରାସ୍ତାର ଖମ୍ବଶିରିପାଲି ଛକରେ ଗୁରୁବାର ସକାଳୁ ଏକ ଦୁର୍ଘଟଣା ଘଟିଛି। ଟ୍ରକ୍‌ ପଛରେ ପିକ୍‌ନିକ୍‌ ବସ୍‌ଟି ପିଟି ହେବାରୁ ୭ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସୂଚନାଯୋଗ୍ୟ, ସୋନପୁର ସହରର...

ପିକ୍‌ନିକ୍‌ ବସ୍‌ ଦୁର୍ଘଟଣାଗ୍ରସ୍ତ: ୧୦ ଛାତ୍ର ଆହତ

କେନ୍ଦୁଝର,୨୮ା୧୨: କଲେଜ ଛାତ୍ରଙ୍କୁ ନେଇ ପିକ୍‌ନିକ୍‌ ସାରି ଫେରୁଥିବା ବେଳେ ଏକ ବସ୍‌ ଗୁରୁବାର ଭୋର୍‌ରୁ କେନ୍ଦୁଝର ଜିଲା ଆନନ୍ଦପୁର ୨୦ ନଂ ଜାତୀୟ ରାଜପଥର ଧକୋଠା ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ୧୦ ଜଣ ଛାତ୍ର ଗୁରୁତର ହୋଇଛନ୍ତି।...

ଧିମେଇଛି ସାଇବର ମିତ୍ର ଯୋଜନା

କଟକ,୨୮ା୧୨ (କାର୍ତ୍ତିକ ସାହୁ)ଦିନକୁ ଦିନ ସାଇବର ଅପରାଧ ବୃଦ୍ଧି ପାଇବାରେ ଲାଗିଛି। ସାଇବର ଅପରାଧିମାନେ ନାନା କାଇଦାରେ ଲୋକଙ୍କୁ ଫସାଇ ଲକ୍ଷାଧିକ ଟଙ୍କା ଠକି ନେବାରେ ସକ୍ଷମ ହେଇଛନ୍ତି। ସ୍ବଳ୍ପ ପରିମାଣର ଠକେଇକୁ ପଚାରୁଛି କିଏ। ତେବେ ସାଇବର ଠକେଇ...

ଚାଷୀଙ୍କୁ ୧୧ ହଜାର ବିଦ୍ୟୁତ୍‌ ବିଲ୍‌

ସମ୍ବଲପୁର,୨୮ା୧୨ (ଭବାନୀ ଶଙ୍କର ଭୋଇ): ଯୁଯୁମୁରା ବ୍ଲକର କବରାପାଲିଠାରେ ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ ହେବାର ଦୁଇବର୍ଷ ପରେ ବି ଚାଷୀଙ୍କ କ୍ଷେତକୁ ପାଣି ମୁନ୍ଦାଏ ପହଞ୍ଚିପାରି ନାହିଁ। ହେଲେ ଦୁଇବର୍ଷରେ ୧୧ ହଜାର ଟଙ୍କାର ବିଜୁଳି ବିଲ ଚାଷୀଙ୍କ...

ଭଙ୍ଗାଘରେ ଦିବ୍ୟାଙ୍ଗ ପୁଅ ସହ ବିତୁଛି ଦିନ, ପକ୍କାଘର ଅପେକ୍ଷାରେ ବୃଦ୍ଧ ଦମ୍ପତି

ତେନ୍ତୁଳିଖୁଣ୍ଟି, ୨୮।୧୨(ଚିଦାନନ୍ଦ ସାହୁ): ଭଙ୍ଗା ଘରେ ଦିବ୍ୟାଙ୍ଗ ପୁଅକୁ ନେଇ ରହୁଛନ୍ତି ବୃଦ୍ଧ ଦମ୍ପତି। ପର ଘରେ କାମ କଲେ କଷ୍ଟମଷ୍ଟେ ଘର ଚଳୁଛି। ଭଙ୍ଗା ଘର ସଜାଡିବାକୁ ସମ୍ବଳ ନାହିଁ। ବାରମ୍ବାର ନୂଆ ଘର ପାଇଁ ଦାବି କରିଲେ...

ପରିଚୟ ହଜାଇଛି ବୃନ୍ଦାବନ ପ୍ୟାଲେସ

ପାରଳାଖେମୁଣ୍ଡି, ୨୮ା୧୨ (ଗିରିଧାରୀ ପରିଛା)ଗଜପତି ଜିଲାରେ ରାଜବଂଶର କୀର୍ତ୍ତି ବହନ କରୁଥିବା ବୃନ୍ଦାବନ ପ୍ୟାଲେସ ବା ବସନ୍ତ ନିବାସ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ। ଜିଲା ସଦର ମହକୁମା ପାରଳାଖେମୁଣ୍ଡିରେ ରହିଛି ମହାରାଜା ଗୌରଚନ୍ଦ୍ର ଗଜପତି ଓ ତାଙ୍କ ପୁତ୍ର କୃଷ୍ଣଚନ୍ଦ୍ର...

କପାମଣ୍ଡିରେ ଅବ୍ୟବସ୍ଥା: ୨୧ ଦିନରେ ୪ଚାଷୀଙ୍କଠୁ କିଣାଯାଇଛି କପା

ରାୟଗଡ଼ା,୨୮।୧୨(ଭାଗ୍ୟଶ୍ରୀ ମିଶ୍ର): ରାୟଗଡ଼ାରେ ଚାଷୀଙ୍କ ଦ୍ୱାରା ଉତ୍ପାଦିତ କପାର ରାଜ୍ୟ ତଥା ବାହାରେ ଅନେକ ଚାହିଦା ରହିଛି l ଜିଲାରେ ଉତ୍ପାଦିତ କପାର ଅଭାବୀ ବିକ୍ରି ରୋକିବା ଏବଂ ଚାଷୀ ଯେପରି ଦଲାଲଙ୍କ ଶିକାର ନ ହେବେ ସେଥିପାଇଁ ସରକାର...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri