ଆମ ଜିଲା ଖବର

‘ଓଡ଼ିଶାର ସବୁଜିମା ବିମୋହିତ କରିଛି’

ଢେଙ୍କାନାଳ,୧ା୧୨(ରତନ ନାୟାର):ନେଦରଲାଣ୍ଡ ଆର୍ମଷ୍ଟ୍ରଙ୍ଗ୍‌ର ଦମ୍ପତି ସାଇମନ ଆଣ୍ଡରସନ୍‌(୭୦) ଓ ଏକ୍‌ଜାନିଆ ହେନେରୀ(୬୦) ବାଇକ୍‌ରେ ଭାରତ ଭ୍ରମଣ କରୁଛନ୍ତି। ଏହି ଅବସରରେ ଦୁହେଁ ଗୁରୁବାର ଢେଙ୍କାନାଳ ସହରରେ ପହଞ୍ଚି ବୋରାପଦାସ୍ଥିତ ଗଜଲକ୍ଷ୍ମୀ ପ୍ୟାଲେସରେ ରହିଛନ୍ତି। ବର୍ତ୍ତମାନ ସୁଦ୍ଧା ୧୨ ହଜାର କିଲୋମିଟର...

୩୫ଜଣଙ୍କୁ ନିଯୁକ୍ତି ଦେଇଛନ୍ତି କିରଣ

ରାୟଗଡ଼ା, (ଭାଗ୍ୟଶ୍ରୀ ମିଶ୍ର):ଆଜିର ଯୁବପିଢ଼ି ଉଚ୍ଚଶିକ୍ଷା ପରେ ଚାକିରି ପାଇଁ ଦେଶ ଛାଡ଼ି ବିଦେଶ ଚାଲିଯାଉଛନ୍ତି। ଏହାଦ୍ୱାରା ଦେଶର ଭବିଷ୍ୟତ ଓ ବିକାଶରେ ପ୍ରତିବନ୍ଧକ ସୃଷ୍ଟି ହେଉଛି। କିନ୍ତୁ ଯୁବପିଢ଼ିଙ୍କୁ ଷ୍ଟାଟ୍‌ଅପ୍‌ ଆଡ଼କୁ ପ୍ରୋତ୍ସାହିତ କରିବାକୁ ରାୟଗଡ଼ାର ସଫଳ ଉଦ୍ୟୋଗୀ...

ଜାହାଜରୁ ସନ୍ଦେହଜନକ ସାମଗ୍ରୀ ଜବତ: କର୍ମଚାରୀ ଆତଙ୍କିତ

ପାରାଦୀପ,୧।୧୨(ଶରତ ରାଉତ):ପାରାଦୀପ ବନ୍ଦର ପିଆଇସିଟି (ପାରାଦୀପ ଇଣ୍ଟରନ୍ୟାସନାଲ କାର୍ଗୋ ଟର୍ମିନାଲ)ବର୍ଥରୁ ଶୁକ୍ରବାର ଭୋରୁ କିଛି ସନ୍ଦିଗ୍ଧ ସାମଗ୍ରୀ ଜବତ ହୋଇଛି। ମେରାଇନ ପୋଲିସ, କଷ୍ଟମ୍ସ ଓ ସିଆଇଏସଏଫ ମିଳିତ ଭାବେ ଯାଞ୍ଚ କରୁଛନ୍ତି। ପ୍ରାଥମିକ ଭାବେ ଡଗ ସ୍କ୍ବାର୍ଡ, ବୋମା...

ମର୍ମନ୍ତୁଦ ଦୁର୍ଘଟଣା ସଡ଼କ ଦୁର୍ଘଟଣା: ଚାଲିଗଲା ୮ ଜୀବନ

କେନ୍ଦୁଝର,୧।୧୨ : କେନ୍ଦୁଝର ଜିଲା ଏନ୍‌ଏଚ୍‌-୨୦ ବାଲିଯୋଡି ନିକଟରେ ଶୁକ୍ରବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାକଡରେ ଠିଆ ହୋଇଥିବା ଟ୍ରକକୁ ଭ୍ୟାନ ଧକ୍କା ଦେବାରୁ ୮ ଜଣଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ୮ ଜଣ ଗୁରୁତର ଆହତ ହୋଇଛନ୍ତି।...

ପରିତ୍ୟକ୍ତ ଅବସ୍ଥାରେ ପୌର ପରିଷଦ ଶିଶୁ ଉଦ୍ୟାନ

ପଟ୍ଟାମୁଣ୍ଡାଇ,୧ା୧୨(କଳ୍ପତରୁ ନାୟକ):କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ କଲୋନିରେ ଥିବା ପୌରପରିଷଦ ଶିଶୁଉଦ୍ୟାନ ରକ୍ଷଣାବେକ୍ଷଣ ଅଭାବରୁ ପରିତ୍ୟକ୍ତ ଓ ସୌନ୍ଦର୍ଯ୍ୟହୀନ ହୋଇ ପଡ଼ିରହିଛି। ପିଲାମାନଙ୍କ ମନୋରଞ୍ଜନ ପାଇଁ କରାଯାଇଥିବା ଶିଶୁ ଉଦ୍ୟାନ ପାର୍କ ଏବେ ସମ୍ପୂର୍ଣ୍ଣ ଅଚଳ ହୋଇ ବିପଦ ସଙ୍କୁଳ...

ଗୋଆରେ ପ୍ରଶଂସା ସାଉଣ୍ଟିଲା ‘ନନ୍ଦ ମାଷ୍ଟରଙ୍କ ଚାଟଶାଳୀ’

କଲିଙ୍ଗନଗର,୧ା୧୨(ଶୁଭାଶିଷ ରାଉତ):ଦେବପ୍ରଭା ପ୍ରଡକ୍ସନ ଦ୍ୱାରା ପ୍ରସ୍ତୁତ ପ୍ରଥମ ଫିଚର୍‌ ଫିଲ୍ମ ‘ନନ୍ଦ ମାଷ୍ଟରଙ୍କ ଚାଟଶାଳୀ’ ଅନ୍ତର୍ଜାତୀୟ ଗୋଆ ଫିଲ୍ମ ଫେଷ୍ଟିଭାଲ ଫିଲ୍ମ ବଜାରରେ ସଫଳତା ସାଉଣ୍ଟିଛି। ପ୍ରାୟ ୫୦ ଦେଶରୁ ଆସିଥିବା ଜୁରି ମେମ୍ବର, ଡିଷ୍ଟ୍ରିବ୍ୟୁଟର, ପ୍ରଡ୍ୟୁସର ଏବଂ ନିର୍ଦ୍ଦେଶକମାନଙ୍କ...

ଲାଲ କଙ୍କଡ଼ାଙ୍କୁ ବର୍ଜ୍ୟବସ୍ତୁ କାଳ

ମହାକାଳପଡ଼ା,୧ା୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ):ପ୍ରକୃତି ରାଣୀର ଅପୂର୍ବ ସୌନ୍ଦର୍ଯ୍ୟକୁ ଯିଏ ବି ଦେଖୁନା କାହିଁକି ଘଡ଼ିଏ ଅଟକି ଯିବ। ଆଉ ମନ ଭରି ଏହାକୁ ଉପଭୋଗ କରିବା ସହ ତା’ର ପ୍ରେମରେ ପଡ଼ିବା ସାର୍‌ ହେବ। ଏହି ଯେମିତି ଚତୁଃପାର୍ଶ୍ୱସ୍ଥ ସମୁଦ୍ରର...

ମନ୍ଥର ଗତିରେ ଚାଲିଛି ଜଳ ଯୋଗାଣ ପ୍ରକଳ୍ପ

ରସୁଲପୁର,୧ା୧୨(ରଞ୍ଜିତ ରାଉତ):”ରସୁଲପୁର ବ୍ଲକ ଅଧୀନ ୨୮ ପଞ୍ଚାୟତରେ ୨୪ ଉଚ୍ଚ କ୍ଷମତାସମ୍ପନ୍ନ ପିଇବା ପାଣି ଟାଙ୍କି ନିର୍ମାଣ ହେଉଛି। ଏଥିରୁ ୨୦୨୪ ସୁଦ୍ଧା ପ୍ରତ୍ୟେକ ଘରକୁ ପାଇପ୍‌ ଯୋଗେ ପିଇବା ପାଣି ଯୋଗାଇଦେବାକୁ ଲକ୍ଷ୍ୟ ରଖାଯାଇଛି। ତେଣୁ ଆସନ୍ତା ଫେବୃୟାରୀ...

ଡଙ୍କାରୀ ପାହାଡ଼ରେ କଳାପଥର ଲୁଟ୍‌

ଯାଜପୁର,୧ା୧୨(ହର୍ଷବର୍ଦ୍ଧନ ବେହେରା) :ଯାଜପୁର ଜିଲାରେ ଲଘୁ ଖଣିଜ ଦ୍ରବ୍ୟ କଳାପଥର, ବାଲି, ମୋରମ ଓ ମାଙ୍କଡ଼ା ପଥର ବହୁ ପରିମାଣରେ ଗଚ୍ଛିତ ରହିଛି। ତେବେ ଧର୍ମଶାଳା ତହସିଲ ଅଞ୍ଚଳରେ ରହିଥିବା ବହୁ ମୂଲ୍ୟବାନ କଳାପଥର ଚୋରି କାରବାର ଏବେ ଅଣାୟତ୍ତ...

ପ୍ରଧାନମନ୍ତ୍ରୀଙ୍କ ସହ କଥା ହେଲେ ରାୟଗଡ଼ା ଚାଷୀ

ରାୟଗଡ଼ା,୧ା୧୨(ଆଶିଷ ରଞ୍ଜନ ପଣ୍ଡା):ରାୟଗଡ଼ା ବ୍ଲକ ହାଲୁଆ ପଞ୍ଚାୟତ କାର୍ଯ୍ୟାଳୟଠାରେ କେନ୍ଦ୍ର ସରକାରଙ୍କ ଆମ ସଙ୍କଳ୍ପ ବିକଶିତ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ସରକାରଙ୍କ ବିକଶିତ ଭାରତ ସଙ୍କଳ୍ପ ଯାତ୍ରା ରଥ ଗୁରୁବାର ହାଲୁଆରେ ପହଞ୍ଚତ୍ବା ପରେ ଜିଲା ପ୍ରଶାସନ...

ଧର୍ମେନ୍ଦ୍ରଙ୍କ ଲଢ଼ିବା ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା

ଢେଙ୍କାନାଳ,୧ା୧୨ (ରତନ ନାୟାର):ଆସନ୍ତା ସାଧାରଣ ନିର୍ବାଚନରେ ଢେଙ୍କାନାଳ ଲୋକ ସଭା ଆସନରୁ ଭାଜପାର ସମ୍ଭାବ୍ୟ ପ୍ରାର୍ଥୀଙ୍କୁ ନେଇ ଦଳୀୟ ନେତୃବୃନ୍ଦଙ୍କ ପକ୍ଷରୁ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର୍‌ ଧରିଛି। ବିଶେଷକରି ଭାଜପାର ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ...

୮ରେ ଚୂଡ଼ାନ୍ତ ଶୁଣାଣି

କଟକ,୧ା୧୨ (କାର୍ତ୍ତିକ ସାହୁ):ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ଏଏସ୍‌ଓ) ପଦବୀର ଚୟନ ପ୍ରକ୍ରିୟା ଉପରେ ହାଇକୋର୍ଟଙ୍କ ଦୁଇଜଣିଆ ଖଣ୍ଡପୀଠ ଜାରି କରିଥିବା ସ୍ଥଗିତାଦେଶ ବଳବତ୍ତର ରହିଛି। ହାଇକୋର୍ଟ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ବିଦ୍ୟୁତ୍‌ ରଞ୍ଜନ ଷଡ଼ଙ୍ଗୀ ଓ ବିଚାରପତି ମୁରାହରି ଶ୍ରୀରମଣଙ୍କୁ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri