ଆମ ଜିଲା ଖବର

ଶୂନ୍ୟବ୍ରହ୍ମଙ୍କୁ ଆରାଧନା କଲେ ୫୦ ହଜାର ଶ୍ରଦ୍ଧାଳୁ

ଖଇରା,୨୮।୧୧(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକର କୁପାରୀସ୍ଥିତ ଐତିହାସିକ ଶୂନ୍ୟମଣ୍ଡପରେ ପଞ୍ଚୁକ ମେଳା ସୋମବାର ଅନୁଷ୍ଠିତ ହୋଇଯାଇଛି। ବାଲେଶ୍ୱର ସମେତ ଆଖପାଖ ଜିଲାରୁ ୫୦ହଜାରରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ ଶୂନ୍ୟମଣ୍ଡପରେ ପଦାର୍ପଣ କରି ଶୂନ୍ୟମନ୍ଦିର ଦର୍ଶନ କରିବା ସହ ଶୂନ୍ୟବ୍ରହ୍ମଙ୍କୁ...

ଆରମ୍ଭ ହେଲା ନୌବାଣିଜ୍ୟ ପରମ୍ପରାର ପ୍ରତୀକ ଐତିହାସିକ କଟକ ବାଲିଯାତ୍ରା

କଟକ,୨୭ା୧୧: ଐତିହାସିକ କଟକ ବାଲିଯାତ୍ରା ଆଜି ସନ୍ଧ୍ୟାରେ ଉଦ୍‍ଘାଟିତ ହୋଇଛି । ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏହି ଐତିହାସିକ ବାଲିଯାତ୍ରାକୁ ଉଦ୍‍ଘାଟନ କରିଛନ୍ତି । ଓଡ଼ିଆ ସାଧବ ପୁଅଙ୍କ ନୌବାଣିଜ୍ୟ ପରମ୍ପରାକୁ ଉଜ୍ଜୀବିତ କରି ରଖିବା ପାଇଁ ମହାନଦୀର...

ଭିଜିଲାନ୍ସ ଜାଲରେ ବୈପାରିଗୁଡା ଆଇଆଇସି

ବୈପାରିଗୁଡା,୨୭ା୧୧(କଳ୍ପତରୁ ମହାନ୍ତି): କୋରାପୁଟ ଜିଲା ବୈପାରିଗୁଡା ଆଇଆଇସି ସୁଶାନ୍ତ ଶତପଥୀ ସୋମବାର ବସ୍‌ ଯୋଗେ କେନ୍ଦ୍ରାପଡା ଜିଲା ସ୍ଥିତ ନିଜ ଘରକୁ ଯାଉଥିବା ବେଳେ ତାଙ୍କୁ ଜୟପୁର ଭିଜିଲାନ୍ସ ଧରିଛି। ସେ ୨ ଲକ୍ଷ ଟଙ୍କା ଧରି ଯାଉଥିଲେ। ଏନେଇ...

ଏଟିଏମ୍‌ କାଟି ଅଖାରେ ପୂରାଇ ନେଇଗଲେ ୨୦ ଲକ୍ଷ

ବାହାନଗା, ୨୭ା୧୧(ଅରୂପ କୁମାର ଦାସ): ବାଲେଶ୍ୱର ଜିଲା ବାହାନଗା ବଜାର ନିକଟରେ ରବିବାର ବିଳମ୍ବିତ ରାତିରେ ଏକ ବଡଧରଣର ଲୁଟ୍‌ ହୋଇଛି। ବଜାରଠାରୁ ଶହେ ମିଟର ଦୂର ୧୬ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ଏସ୍‌ବିଆଇ ଏଟିଏମ୍‌କୁ କାଟି...

ପୁରୀ ଯାଉଥିଲେ ରାସ୍ତାରେ ଜାଣିଲେ ନିଆଁ ଲାଗି ଜଳିଗଲା ଝିଅ ବାହାଘର ପାଇଁ ରଖିଥିବା ସୁନାଗହଣା, ନଗଦ ଟଙ୍କା

ଔପଦା, ୨୭।୧୧(ଧରିତ୍ରୀ ପଣ୍ଡା): ବାଲେଶ୍ୱର ଜିଲା ଔପଦା ବ୍ଲକ ଅଘିରାପଦା ପଞ୍ଚାୟତ ଗରୁଡ଼ହତା ଗ୍ରାମର ବସନ୍ତ ରାଉତ ଓ ତାଙ୍କ ସାନ ଭାଇ ଶ୍ରୀକାନ୍ତଙ୍କ ଘରେ ନିଅଁା ଲାଗି ସୁନାଗହଣା, ନଗଦ ଟଙ୍କା ଓ ଜମି କାଗଜପତ୍ର ପୋଡି ନଷ୍ଟ...

ଗଜପତିରେ ହାତୀ, ବାଘ ଆତଙ୍କ ୨୪ଘଣ୍ଟା ପହରା ଦେଉଛି ବନ ବିଭାଗ

ପାରଳାଖେମୁଣ୍ଡି(ଗିରିଧାରୀ ପରିଛା):୨୭ା୧୧-ଗଜପତି ଜିଲାରେ ହାତୀ, ବାଘ ଭୟ ଲୋକମାନଙ୍କୁ ଆତଙ୍କିତ କରି ପକାଇଛି। କାଶୀନଗର ବ୍ଲକ ଅନ୍ତର୍ଗତ ବୁଦୁରା ପଞ୍ଚାୟତର ୱାନାଗୁଡା ଗ୍ରାମ ପାହାଡ଼ ଅଞ୍ଚଳରେ ୪ଟିକିଆ ହାତୀ ପଲ ବୁଲୁଥିଲା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି। ରବିବାର...

ଯୁବକଙ୍କ ମୃତଦେହ ଜବତ, ହତ୍ୟା ଅଭିଯୋଗ ଆଣିଲେ ବାପା

ଫୁଲବାଣୀ, ୨୭ା୧୧(ରାକେଶ କୁମାର ରାଉତ): ଫୁଲବାଣୀସ୍ଥିତ ନାରାୟଣୀ ମନ୍ଦିର ନିକଟ ନଦୀ ପାଶର୍‌ବରୁ ଜଣେ ଯୁବକଙ୍କ ମୃତଦେହକୁ ସୋମବାର ଫୁଲବାଣୀ ଟାଉନ ଥାନା ପୋଲିସ ଜବତ କରିଛି । ଯୁବକ ଜଣକ ହେଲେ ସ୍ଥାନୀୟ ମୋଚି ସାହିର ବୈକୁଣ୍ଠ ମେହେର(୪୬)।...

ହାତୀ ଉପଦ୍ରବ: ବ୍ୟାପକ ଫସଲ

ଭଞ୍ଜନଗର,୨୭ା୧୧(ବାବୁଲା ପ୍ରଧାନ): ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଏବଂ ଦକ୍ଷିଣ ଘୁମୁସର ବନଖଣ୍ଡରେ ହାତୀ ଉପଦ୍ରବ ଦିନକୁ ଦିନ ବଢିବାରେ ଲାଗିଛି। ସନ୍ଧ୍ୟା ପୂର୍ବରୁ ହାତୀପଲ ଜଙ୍ଗଲରୁ ବାହାରି ନିକଟବର୍ତ୍ତୀ ଗ୍ରାମଗୁଡିକରେ ବ୍ୟାପକ ଫସଲ ନଷ୍ଟ କରୁଛନ୍ତି। ଫସଲ ସୁରକ୍ଷା...

ଘଟଗାଁ ତାରିଣୀ ମନ୍ଦିରରେ ଭକ୍ତଙ୍କୁ ପିଟିଲେ ଉଠାଦୋକାନୀ, ଗୁରୁତର ଅବସ୍ତାରେ

ଘଟଗଁା.୨୭ା୧୧(ରାଜେନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଘଟଗଁାସ୍ଥିତ ତାରିଣୀ ମନ୍ଦିରଠାରେ ଉଠାଦୋକାନୀଙ୍କ ସଂଘବଦ୍ଧ ଆକ୍ରମଣରେ ଜଣେ ଭକ୍ତ ଗୁରୁତର ହୋଇଛନ୍ତି। ଚିକିତ୍ସା ପାଇଁ ତାଙ୍କୁ ପ୍ରଥମେ ଘଟଗାଁ ଡାକ୍ତରଖାନା ଓ ପରେ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଭୋଗଡାଲା...

ମହିଳାଙ୍କ ମୃତ୍ୟୁର ତଦନ୍ତରେ ଅସନ୍ତୋଷ ଗ୍ରାମବାସୀ: ଦୃଢ଼ କାର୍ଯ୍ୟାନୁଷ୍ଠାନ ନ ହେଲେ ରାଜରାସ୍ତାକୁ ଓହ୍ଲାଇବୁ

ଭବାନୀପାଟଣା/ଜୁନାଗଡ଼, ୨୭।୧୧(ଉତ୍ତମ କୁମାର ଦାଶ/ସୁନୀଲ କୁମାର ସିଂହ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅଧୀନ ଚିଚୈଗୁଡ଼ା ଗ୍ରାମରେ ରବିବାର ଜଣେ ବିଧବା ମହିଳାଙ୍କୁ ଘରେ ପୋଡ଼ି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ମୃତା ମହିଳାଙ୍କ ନାମ ପଦ୍ମାବତୀ ମେହେର(୪୦)। ସେ...

ଅହମ୍ମଦାବାଦରେ ଚମକୁଛି ରାୟଗଡ଼ାର‘ଲାଉ ତୁମ୍ବା କ୍ରାଫ୍ଟ’

ରାୟଗଡା,୨୭।୧୧(ଭାଗ୍ୟଶ୍ରୀ ମିଶ୍ର): ଗୁଜୁରାଟର ଅହମ୍ମଦାବାଦ ସାବରମତି ଆଶ୍ରମ ନିକଟରେ ସାରସ ମେଳା ନାମରେ ସର୍ବଭାରତୀୟସ୍ତରୀୟ ହସ୍ତଶିଳ୍ପ ମେଳା ଚଳିତ ନଭେମ୍ବର ୨୪ତାରିଖରୁ ଆରମ୍ଭ ହୋଇଛି। ଏଥିରେ ଦେଶର ପ୍ରତ୍ୟେକ ରାଜ୍ୟରୁ ସୁନାମଧନ୍ୟ ହସ୍ତଶିଳ୍ପୀଙ୍କୁ ଆମନ୍ତ୍ରିତ କରାଯାଇଛି। ଓଡିଶାର ରାୟଗଡା ଜିଲାର...

କରୋନା ପରେ ନିମୋନିଆକୁ ନେଇ ବଢିଲା ଚିନ୍ତା

ବ୍ରହ୍ମପୁର,୨୭ା୧୧(ସୁବାସ ଚନ୍ଦ୍ର ପାଢ଼ୀ): କରୋନା ପରେ ଏବେ ଚୀନରେ ପିଲାମାନେ ନିମୋନିଆ ଆକ୍ରାନ୍ତ ହେଉଥିବାରୁ ଚାରିଆଡେ ଚିନ୍ତା ବଢିଛି। ଭାରତ ସରକାର ରାଜ୍ୟଗୁଡିକୁ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି। ରାଜ୍ୟ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଏହାର ମୁକାବିଲା ପାଇଁ ପ୍ରସ୍ତୁତ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri