ଆମ ଜିଲା ଖବର

ମହାସରସ୍ବତୀ ବେଶରେ ଦର୍ଶନ ଦେଲେ ମା’ ଭଦ୍ରକାଳୀ

ଭଦ୍ରକ,୧୭ା୧୧(ରବିନାରାୟଣ ଖିଲାର/ସନାତନ ରାଉତ): ସପ୍ତମାତୃକା ବେଶର ଷଷ୍ଠ ଦିନରେ ଶୁକ୍ରବାର ମା’ ଭଦ୍ରକାଳୀ ମହାସରସ୍ବତୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ମହାସରସ୍ବତୀ ବେଶରେ ମା’ଙ୍କ ମୁଖମଣ୍ଡଳ ଶ୍ୱେତବର୍ଣ୍ଣ ଥିବା ବେଳେ ହଂସ ଥିଲା ମା’ଙ୍କ ବାହନ। ଶ୍ୱେତବସ୍ତ୍ର ପରିଧାନ କରି...

ତ୍ରିପୁରାରେ ଓଡ଼ିଆ ଯବାନଙ୍କ ମୃତ୍ୟୁ

କର୍ଲାମୁଣ୍ଡା/ତୁଣ୍ଡଲା(ପ୍ରଦୀପ କୁମାର ସାହୁ/ଫିରୋଜ କୁମାର ଦାସ): କଳାହାଣ୍ଡି ଜିଲା କେସିଙ୍ଗା ଥାନା ଅଧୀନ ବେଲଖଣ୍ଡି ଗାଁର ବିଏସ୍‌ଏଫ୍‌ ଯବାନ ଈଶ୍ୱର ଚନ୍ଦ୍ର ଦୋରାଙ୍କ ମୃତ୍ୟୁ ଘଟିଛି। ଈଶ୍ୱର ୨୦୦୯ରେ ବିଏସ୍‌ଏଫ୍‌ ଯବାନ ଭାବେ ନିଯୁକ୍ତି ପାଇଥିଲେ। ସେ ତ୍ରିପୁରାରେ ଡ୍ୟୁଟିରେ...

ସିରିଜ୍‌ ଦୁର୍ଘଟଣା ଘଟାଇଲା ଅବକାରୀ ବିଭାଗ ଗାଡ଼ି, ଡ୍ରାଇଭର ଅଟକ

ଛତ୍ରପୁର,୧୭ା୧୧(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁରର ଅବକାରୀ ବିଭାଗ ଗାଡ଼ି ଶୁକ୍ରବାର ସକାଳେ ସିରିଜ୍‌ ଦୁର୍ଘଟଣା ଘଟାଇଛି। ସୂଚନାରୁ ପ୍ରକାଶ ଯେ, ଓଡି ୦୭ ଏଏଚ ୯୨୫୬ ନମ୍ବର ବିଶିଷ୍ଟ ଏକ ବୋଲେରୋ ଯେଉଁଥିରେ ଅବକାରୀ ବିଭାଗ ଲେଖା ହୋଇଛି।...

ଖମନଖୋଲରେ ହାତୀପଲ, ଅଞ୍ଚଳବାସୀ ଭୟଭୀତ

ବାଲିଗୁଡ଼ା,୧୭ା୧୧(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ବନାଞ୍ଚଳର ଖମଣଖୋଲ ଅଞ୍ଚଳରେ ଗୁରୁବାରଠାରୁ ଆଠଟିକିଆ ହାତୀପଲ ପଶି ଆସିଛନ୍ତି। ପଡ଼ୋଶୀ ବୌଦ୍ଧ ଜିଲା କଣ୍ଟାମାଳ ଅଞ୍ଚଳରୁ ଏହି ହାତୀପଲ କନ୍ଧମାଳ ସିମାନ୍ତ ଖମଣଖୋଲ ଅଞ୍ଚଳକୁ ପଶି ଆସିଥିବା ଜଣାପଡ଼ିଛି। ସେପଟେ...

ବସ୍‌ ଚକା ପଙ୍କଚର ହେବାରୁ ଓହ୍ଲାଇପଡ଼ିଲେ ଯାତ୍ରୀ, ଦ୍ରୁତଗତିରେ ଆସି ଧକ୍କା ଦେଲା ଟ୍ରକ୍‌, ଚାଲିଗଲା ୩ ଜୀବନ

ଅନୁଗୋଳ,୧୭ା୧୧(ଅମିତ କୁମାର ସାମଲ): ଅନୁଗୋଳ ଜିଲା କିଶୋରନଗର ବରଗାପାଲିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଟ୍ରକ୍‌ ଧକ୍କାରେ ୩ ବସ୍‌ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ, ଗୁରୁବାର ବିଳମ୍ବିତ ରାତିରେ ପ୍ରାଚୀ ନାମକ ଏକ ଘରୋଇ ବସ୍‌...

ମୃତ୍ୟୁ ରହସ୍ୟରୁ ହଟୁନି ପରଦା

ରାଉରକେଲା,୧୭।୧୧(ସଙ୍ଗୀତା ଜେନା): ରାଉରକେଲା ଇସ୍ପାତ କାରଖାନା(ଆର୍‌ଏସ୍‌ପି) କର୍ମଚାରୀ ଗୌତମ ଘଡେଇଙ୍କ ଏକମାତ୍ର ପୁଅ ଶମ୍ଭୁନାଥ ଘଡେଇ(୨୭)ଙ୍କ ସନ୍ଦେହଜନକ ମୃତ୍ୟୁ ଏବେବି ରହସ୍ୟ ହୋଇ ରହିଛି। ଏହି ମାମଲାରେ ପୋଲିସ ତଦନ୍ତ କରୁଥିଲେ ମଧ୍ୟ କୌଣସି ନିଷ୍କର୍ସରେ ପହଞ୍ଚତ୍ପାରିନାହିଁ। ସୂଚନାଯୋଗ୍ୟ, ଗତ...

ଖତ ଖାଉଛି ମୂଲ୍ୟବାନ୍‌ କାଠ

ବିଶ୍ରା,୧୭ା୧୧( ବଟକୃଷ୍ଣ ସ୍ବାଇଁ): ଖତ ଖାଉଛି ମୂଲ୍ୟବାନ୍‌ କାଠ। ଟେଣ୍ଡର ଆହ୍ବାନ ନାହିଁ କି ବନ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନାହିଁ। ସୁନ୍ଦରଗଡ଼ ଜିଲା ସୀମାନ୍ତ ରାଉରକେଲା ବନ ମଣ୍ଡଳ ଅଧୀନରେ ଥିବା ବିଶ୍ରା ବନାଞ୍ଚଳରେ ଏଭଳି...

ଶୀତ ବଢୁଛି, ପର୍ଯ୍ୟଟକଙ୍କ ସୁଅ ଛୁଟୁଛି

ଦାରିଙ୍ଗବାଡି,୧୭ା୧୧(ଅରୁଣ ସାହୁ): ଓଡିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଧୀରେ ଧୀରେ ଶୀତର ପ୍ରକୋପ ବୃଦ୍ଧି ପାଉଛି। ତାପମାତ୍ରା ହ୍ରାସ ପାଇବା ସହ ପାଗ ସମ୍ପୂର୍ଣ୍ଣ ଶୁଖିଲା ରହିଛି। ଲଘୁଚାପ ବର୍ଷା ସମ୍ପୂର୍ଣ୍ଣ ଛାଡିଯାଇଛି। ଏବେ ଦିନରେ ଖରା ହେବା ସହ...

୧୦ ମାସରେ ୩୩୭ ଦୁର୍ଘଟଣା, ୧୫୦ ଜୀବନହାନି

ଢେଙ୍କାନାଳ,୧୭ା୧୧(ରତନ ନାୟାର): ଢେଙ୍କାନାଳ ଜିଲା ସଡ଼କ ସୁରକ୍ଷା କମିଟି ବୈଠକ ଜିଲା କାର୍ଯ୍ୟାଳୟର ସଦ୍‌ଭାବନା ଗୃହରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲାପାଳ(ରାଜସ୍ବ) ଲଳିତ ମୋହନ ବେହେରା ବୈଠକରେ ଅଧ୍ୟକ୍ଷତା କରି ପୂର୍ବ ଏବଂ ଚଳିତ ବୈଠକର ନିଷ୍ପତ୍ତିକୁ କଡାକଡି...

ବ୍ୟବସ୍ଥା ନ ଥିବାରୁ ବାରଣ୍ଡାରେ

ବଇଣ୍ଡା,୧୭ା୧୧ (ପରିକ୍ଷିତ ସାହୁ): ଛାତ୍ରୀଛାତ୍ରଙ୍କୁ ନେଇ ଭରପୂର ଅଛି ବିଦ୍ୟାଳୟ। ହେଲେ ଶିକ୍ଷାଦାନ ପାଇଁ ଏଠାରେ ନାହିଁ ଉପଯୁକ୍ତ ଭିତ୍ତିଭୂମି। ବିଶେଷକରି ଆବଶ୍ୟକ ଶ୍ରେଣୀଗୃହ ବ୍ୟବସ୍ଥା ନ ଥିବାରୁ ଅନେକ ସମୟରେ ବାରଣ୍ଡାରେ ହେଉଛି ପାଠପଢ଼ା। ସେହିପରି ଶୌଚାଳୟ, ବିଶୁଦ୍ଧ...

ଗୁଣିଗାରେଡ଼ିରୁ ହତ୍ୟା: ୧୭ ଜଣଙ୍କୁ ଆଜୀବନ କାରାଦଣ୍ଡ

ଯାଜପୁର/ଯାଜପୁର ରୋଡ/ କଳିଙ୍ଗନଗର, ୧୭ା୧୧ (ହର୍ଷବର୍ଦ୍ଧନ ବେହେରା/ପବିତ୍ର ରଞ୍ଜନ ମହାନ୍ତି/ ଶୁଭାଶିଷ ରାଉତ): ଯାଜପୁର ଜିଲା କଳିଙ୍ଗନଗର ଥାନା ଅନ୍ତର୍ଗତ ସୁକିନ୍ଦା ବ୍ଲକ ପିଙ୍ଗଲ ପଞ୍ଚାୟତ ନିମପଲ୍ଲୀ ଗ୍ରାମ ସୁରିସାହିରେ ବୃଦ୍ଧ ଦମ୍ପତିଙ୍କୁ ଜିଅନ୍ତା ପୋଡ଼ି ହତ୍ୟା କରିବା ମାମଲାର...

ପୁଣିଥରେ ନନ୍ଦନକାନନ ରୋପ୍‌ୱେର ମଜା ନେବେ ପର୍ଯ୍ୟଟକ

ବାରଙ୍ଗ,୧୭।୧୧(ଲିଙ୍ଗରାଜ ରାଉତ): ପୁଣି ନନ୍ଦନକାନରେ ପର୍ଯ୍ୟଟକମାନେ ରୋପ୍‌ଓ୍ବେର ମଜା ନେବେ। ଏହି ବହୁପ୍ରତୀକ୍ଷିତ ରୋପ୍‌ୱେ ଶୁକ୍ରବାର ଉଦ୍‌ଘାଟନ ହେବାକୁ ଯାଉଛି। ଅପରାହ୍ନ ୪ଟାରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରଦୀପ ଅମାତ ଏହାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri