ଆମ ଜିଲା ଖବର

୪ ବର୍ଷର ଶିଶୁ କନ୍ୟାଙ୍କୁ ବଳାତ୍କାର: ୧୦ ଟଙ୍କା ଦେଇ ପାଟି ନ ଖୋଲିବାକୁ ଧମକ

ଦେବଗଡ଼,୧୫।୧୧(ଶେଖର ଝାଙ୍କର): ୪ ବର୍ଷର ଶିଶୁ କନ୍ୟାଙ୍କୁ ବଳାତ୍କାର । ଏଭଳି ଅଭାବନୀୟ ଘଟଣା ଘଟିଛି ଦେବଗଡ଼ ଜିଲା ବାରକୋଟ ଥାନା ଅଞ୍ଚଳରେ। ପୋଲିସ  ଘଟଣାରେ ସମ୍ପୃକ୍ତ ଉକ୍ତ ଅଞ୍ଚଳର  ଜଣେ ଯୁବକଙ୍କୁ  ଗିରଫ କରି ବୁଧବାର କୋର୍ଟଚାଲାଣ କରିଥିବା...

ସଡ଼କ ଦୁର୍ଘଟଣା: ଜାନୁୟାରୀରୁ ଅକ୍ଟୋବରରେ ୭୬ ମୃତ

ଜଗତ୍‌ସିଂହପୁର, ୧୫।୧୧ (ପ୍ରମୋଦ କୁମାର ନାୟକ): ସମନ୍ବିତ ରାସ୍ତା ଦୁର୍ଘଟଣା ଡାଟାବେସ୍‌ (ଆଇଆର୍‌ଏଡି) ଅନୁଯାୟୀ ଜଗତ୍‌ସିଂହପୁର ଜିଲାରେ ଜାନୁୟାରୀରୁ ଅକ୍ଟୋବର ମଧ୍ୟରେ ୨୦୦ଟି ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୭୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦୨ ଜଣ...

ବେଆଇନ ଚେମିନି ଇଟାଭାଟିକୁ ଲଗାମ ନାହିଁ

କୋରେଇ,୧୫। ୧୧(ଚନ୍ଦ୍ରକାନ୍ତ ପତି): ବ୍ୟାସନଗର ତହସିଲ ଅଧୀନ କୋରେଇ ଅଞ୍ଚଳରେ ଅନେକ ବେଆଇନ ଚେମିନି ଇଟାଭାଟି ଗଢ଼ି ଉଠିଛି। ହେଲେ ଏଗୁଡ଼ିକ ଉପରେ ଯାଜପୁର ଜିଲା ପ୍ରଶାସନର କାର୍ଯ୍ୟାନୁଷ୍ଠାନ ନୈରାଶ୍ୟଜନକ ରହିଛି। ଖବର ଅନୁଯାୟୀ, ବ୍ଲକର ମୂଳାପାଳ, ପଥରପଦା, ବନ୍ଦାଳ,...

ନକଲି ଆଦିବାସୀ: ଚପିଗଲା ଆର୍‌ଡିସିଙ୍କ ତଦନ୍ତ ନିର୍ଦ୍ଦେଶ

ଯାଜପୁର/କୋରେଇ(ହର୍ଷବର୍ଦ୍ଧନ ବେହେରା/ଚନ୍ଦ୍ରକାନ୍ତ ପତି) ୧୫।୧୧ : କେତେଜଣ ସାଧାରଣ ଏବଂ ଓବିସି ବର୍ଗର ବ୍ୟକ୍ତି ପଡ଼ୋଶୀ ଜିଲାରେ କିଛି ଜମି କିଣି ସେହି ପଟ୍ଟା ବଳରେ ନକଲି ଜାତିଗତ ପ୍ରମାଣପତ୍ର ହାସଲ କରି ସରକାରଙ୍କ ସମସ୍ତ ସୁବିଧାସୁଯୋଗ ହାସଲ କରୁଛନ୍ତି।...

ଜେଲ୍‌ ଫାର୍ମାସିଷ୍ଟ ଗିରଫ

କାମାକ୍ଷାନଗର,୧୫।୧୧(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା ତୁମୁସିଙ୍ଗା ଥାନା ବାରୁଆ (କା) ପଞ୍ଚାୟତ ସମିତି ସଭ୍ୟ ଦୀପକ ମାହୁନ୍ତଙ୍କ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ କନ୍ତିଓପୁଟସାହି ଗ୍ରାମର ନୀର ଓରଫ ନିରାକାର ସାହୁଙ୍କ ହତ୍ୟା ଘଟଣାରେ ଗିରଫଦାରି ସଂଖ୍ୟା ବଢ଼ିବାରେ...

ନୂଆଗାଁରେ ଅନର କିଲିଂ ଝିଅକୁ ପିଟି ପିଟି ହତ୍ୟା

ନୂଆଗାଁ,୧୫।୧୧(ଧନେଶ୍ୱର ସାହୁ): ନୟାଗଡ଼ ଜିଲା ନୂଆଗାଁ ଥାନା ଅଧୀନ ସୋରଡ଼ା ଗାଁରେ ଏକ ଅନର କିଲିଂ ଘଟଣା ଘଟିଛି। ଜଣେ ନାବାଳିକାଙ୍କୁ ପିଟି ପିଟି ହତ୍ୟା କରିବା ପରେ ମୃତଦେହକୁ ଏକ କାରରେ ନିଆଯାଇ କନ୍ଧମାଳ ଜିଲାର ଏକ ଜଙ୍ଗଲରେ...

ସ୍ବତନ୍ତ୍ର କୋଶଲ ରାଜ୍ୟ ଗଠନ ଦାବି : ମନ୍ତ୍ରୀଙ୍କ ଗସ୍ତବେଳେ ବିରୋଧ ପ୍ରଦର୍ଶନ

ବରଗଡ,୧୪।୧୧(ପ୍ରେମାନନ୍ଦ ଖମାରୀ): ସ୍ବତନ୍ତ୍ର କୋଶଲ ପ୍ରଦେଶ ଗଠନ ଦାବିରେ ଆନ୍ଦୋଳନ ତେଜିଛି। ରାଜ୍ୟ ସରକାରଙ୍କ ସଂସ୍କୃତି, ପର୍ଯ୍ୟଟନ ଏବଂ ଅବକାରୀ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ମଙ୍ଗଳବାର ବରଗଡ ଗସ୍ତରେ ଆସିଥିବାବେଳେ ଏହି ଦାବିରେ କୋଶଲ ସେନା ବିରୋଧ ପ୍ରଦର୍ଶନ...

ବ୍ରହ୍ମପୁର ରିଙ୍ଗ୍‌ ରୋଡ ପ୍ରକଳ୍ପକୁ କ୍ୟାବିନେଟ୍‌ ମଞ୍ଜୁରୀ

ଭୁବନେଶ୍ୱର,୧୪।୧୧: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ ବୈଠକରେ ୧୧ଟି ବିଭାଗର ମୋଟ ୧୨ଟି ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ ମିଳିଛି। ମଙ୍ଗଳବାର ସେ ବହ୍ମପୁର ରିଙ୍ଗ୍‌ ରୋଡ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି। ଏହି ପ୍ରୋଜେକ୍ଟ ଦ୍ୱାରା ବ୍ରହ୍ମପୁର,...

ଚାଷ ଜମିରେ ପଶି ଧାନ ଫସଲ ନଷ୍ଟ କଲେ ହାତୀ, ଆତଙ୍କରେ ଚାଷୀ

ନିରାକାରପୁର, ୧୪।୧୧(ମାନସ ଚନ୍ଦ୍ର ପଟ୍ଟନାୟକ): ବର୍ଷା ନ ଥିବା ଯୋଗୁଁ ଚାଷୀ ଏକ ପ୍ରକାର ମାନସିକ ଦୁର୍ବଳ ହୋଇପଡିଥିବା ବେଳେ ଜଙ୍ଗଲୀ ହାତୀଙ୍କ ଉତ୍ପାତ ଏବେ ସେମାନଙ୍କୁ ଶକ୍ତ ଆଘାତ ଦେଇଛି। ଏଭଳି ଦୃଶ୍ୟ ଖୋର୍ଦ୍ଧା ଜିଲା ଟାଙ୍ଗୀ ବନାଞ୍ଚଳ...

ସାଇବର ଅପରାଧ ରୋକିବା ସମ୍ବନ୍ଧରେ ସଚେତନତା କରାଇଲେ ଏନସିସି ଛାତ୍ରୀଛାତ୍ର

ଛତ୍ରପୁର, ୧୪।୧୧(ଦିଲ୍ଲୀପ ସାମଲ): ସ୍ଥାନୀୟ ଅନସ୍ଲୋ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଶିଶୁ ଦିବସ ଅବସରରେ ଷ୍ଟୁଡେଣ୍ଟ ପୋଲିସ କେଡେଟ(ଏନସିସି)ମାନଙ୍କ ଦ୍ୱାରା ଏକ ସଚେତନତା କାର୍ଯ୍ୟକ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସୁଚିତ୍ରା ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଗଞ୍ଜାମ...

୫ଟି, ନବୀନ ଓଡିଶାର ଅଧ୍ୟକ୍ଷଙ୍କୁ ସାକ୍ଷାତ କଲେ ଜିଲାର ୩ ବିଧାୟକ

ଦାରିଙ୍ଗବାଡି,୧୪।୧୧(ଅରୁଣ ସାହୁ ): ୫ଟି ଓ ନବୀନ ଓଡିଶାର ଅଧ୍ୟକ୍ଷ ଭି. କେ ପାଣ୍ଡିଆନଙ୍କୁ ସାକ୍ଷାତ କଲେ ଜିଲାର ୩ ବିଧାୟକ। କନ୍ଧମାଳ ଜିଲାର ୩ ବିଧାୟକ ତଥା ଜି. ଉଦୟଗିରି ବିଧାୟକ ଓ ବିଜେଡିର ନବନିଯୁକ୍ତ ଜିଲା ସଭାପତି...

ଗଞ୍ଜାମ ଆରଟିଓ ଅଫିସରୁ ୪ଦଲାଲ ଗିରଫ

ଛତ୍ରପୁର,୧୪।୧୧(ଦିଲ୍ଲୀପ ସାମଲ/ସନ୍ତୋଷ ପାଢୀ): ଗଞ୍ଜାମ ଆରଟିଓ ଅଫିସରୁ ୪ ଦଲାଲଙ୍କୁ ଗିରଫ କରିଛି ପୋଲିସ। ଗିରଫ ଅଭିଯୁକ୍ତମାନେ ହେଲେ ଛତ୍ରପୁର ଥାନା ଅନ୍ତର୍ଗତ ପାଲିଆ ଛତ୍ରପୁର ଗାଁର ଜଗନ୍ନାଥ ସାହୁ, କୁମାରବେଗପଲ୍ଲୀ ଗାଁର ରବିନ୍ଦ୍ର କୁମାର ଗୌଡ, ବ୍ରହ୍ମପୁରର ପି....

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri