ଆମ ଜିଲା ଖବର

ବୁଢ଼ୀ ଠାକୁରାଣୀ ମନ୍ଦିର ପୂଜକଙ୍କ ହତ୍ୟା ଘଟଣାର ପର୍ଦ୍ଦାଫାଶ: ୨ ମହିଳାଙ୍କ ସମେତ ୭ ଗିରଫ

କୋରାପୁଟ,୧୨ା୧୧(ଅମିତାଭ ବେହେରା): କୋରାପୁଟ ସହରର ମା’ ବୁଢ଼ୀ ଠାକୁରାଣୀ ମନ୍ଦିର ପୂଜକ ରମେଶ ତ୍ରିପାଠୀ ହତ୍ୟା ଘଟଣାରେ ରବିବାର ୨ ମହିଳାଙ୍କ ସମେତ ୭ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି କୋରାପୁଟ ଟାଉନ ପୋଲିସ। ରମେଶ ସରକାରୀ ଚାକିରିରୁ...

ଦୀପାବଳିରେ ଲିଭିଗଲା ଜୀବନ ଦୀପ, ପୁଅକୁ ବଞ୍ଚାଇବା ପାଇଁ ଯାଇ କାଠଯୋଡ଼ିରେ ବୁଡ଼ି ପ୍ରାଣ ହରାଇଲେ ବାପା

ବାରଙ୍ଗ,୧୨ା୧୧(ଲିଙ୍ଗରାଜ ରାଉତ): ଆଜି ଦୀପାବଳିରେ ଏକ ଅଘଟଣ ଘଟିଛି। ପୁଅକୁ ବଞ୍ଚାଇବା ପାଇଁ ଯାଇ ନଦୀରେ ବୁଡ଼ି ପ୍ରାଣ ହରାଇଛନ୍ତି ବାପା। ଏଭଳି ଘଟଣା ଘଟିଛି ବାରଙ୍ଗ ବ୍ଲକ ନରାଜ କୈବର୍ତ୍ତ ସାହି ନିକଟସ୍ଥ କାଠଯୋଡ଼ି ନଦୀରେ। ମୃତକ ଜଣକ...

ମୃତଦେହ ରଖି ରାସ୍ତା ଅବରୋଧ କଲେ ପରିବାର ଲୋକେ

କାମାକ୍ଷାନଗର,୧୨ା୧୧(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ୫୩ ନମ୍ବର ଜାତୀୟ ରାଜପଥକୁ ରବିବାର ଅବରୋଧ କରାଯାଇଛି। ଶନିବାର ସଡ଼କ ଦୁର୍ଘଟଣାରେ ରେଳ ସଫେଇ କର୍ମଚାରୀ ଶତ୍ରୁଘ୍ନ ନାଏକଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ମୃତଦେହ ବ୍ୟବଚ୍ଛେଦ ପରେ ପରିବାର...

କେନ୍ଦୁଝର ବଜାରରେ ପଶ୍ଚିମବଙ୍ଗ ଫୁଲର ଚାହିଦା

କେନ୍ଦୁଝର,୧୨।୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): ଚଳିତ ବର୍ଷ କେନ୍ଦୁଝର ବଜାର ରାସ୍ତା କଡରେ ବିଭିନ୍ନ ରଙ୍ଗର ଗେଣ୍ଡୁ ଫୁଲ ଓ ମାଳ ଦେଖିବାକୁ ମିଳିଛି।  ଏହି ମାଳ ୧୦ରୁ ୨୦ ଟଙ୍କା ହିସାବରେ ବେପାରୀମାନେ ରାସ୍ତା କଡ଼ରେ ଛିଡ଼ା ହୋଇ ବିକ୍ରି...

କାଳୀପୂଜା ପାଇଁ ଭଦ୍ରକ ଚଳଚଞ୍ଚଳ: ସାତ ଦିନ ଧରି ସପ୍ତମାତୃକା ବେଶରେ ଦର୍ଶନ ଦେବେ ମା’ ଭଦ୍ରକାଳୀ

ଭଦ୍ରକ,୧୨।୧୧(ସନାତନ ରାଉତ ): ଓଡ଼ିଶା ପ୍ରସିଦ୍ଧ ଭଦ୍ରକ କାଳୀପୂଜା ପାଇଁ ଭଦ୍ରକ ସହର ଚଳଚଞ୍ଚଳ ହୋଇ ଉଠିଛି। ସହରର ୯ଟି ମଣ୍ଡପରେ ମା’ ଙ୍କୁ ଆରାଧନା କରାଯାଉ ଥିବାବେଳେ ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀଙ୍କ ପୀଠରେ ପୂଜା ଓ...

ନୟାଗଡ କୁମ୍ଭାରପଡା ଗାଁରେ ବୋମାମାଡ, ୮ଆହତ

ନୟାଗଡ,୧୨।୧୧: ଖଣ୍ଡପଡା ଥାନା କୁମ୍ଭାରପଡା ଗାଁରେ ହେଲା ବୋମା ମାଡ। ଘଟଣାରେ ୮ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୨ଜଣଙ୍କୁ ଗୁରୁତରବସ୍ଥାରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ରାଜନୈତିକ ଶତ୍ରୁତାରୁ ବୋମାମାଡ ହୋଇଥିବା ଜଣାପଡିଛି। ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି। ଉତ୍ତେଜନାକୁ...

ଗଞ୍ଜାମ କନ୍ଧମାଳ ସୀମାରେ ଲାଗିଲା ମାଓ ପୋଷ୍ଟର

ଭଞ୍ଜନଗର,୧୨।୧୧(ବାବୁଲା ପ୍ରଧାନ): ଗଞ୍ଜାମ କନ୍ଧମାଳ ଜିଲା ସୀମାରେ ଲାଗିଛି ମାଓ ପୋଷ୍ଟର। ଭଞ୍ଜନଗର ଥାନା ଅନ୍ତର୍ଗତ ଦୁର୍ଗାପ୍ରସାଦରେ ମାଓ ପୋଷ୍ଟର୍‌ ଶନିବାର ରାତିରେ ମରାଯାଇଛି। ରବିବାର ସକାଳେ ଏହି ଘଟଣା ଜଣାପଡିବା ପରେ ସମ୍ପୃକ୍ତ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ପୋଷ୍ଟର୍‌ଟି...

ଜଳିଗଲା ବାଣ ଦୋକାନ

ଜଗତସିଂହପୁର,୧୨।୧୧: ଆଜି ଆଲୋକର ପର୍ବ ଦୀପାବଳି। ବାଣ ଫୁଟାଇ, ମିଠା ଖାଇ ଲୋକ ଦୀପାବଳୀ ପାଳନ କରୁଛନ୍ତି। କିନ୍ତୁ ପାରାଦୀପରେ ଏତିକିବେଳେ ଏକ ଅଘଟଣ ଘଟି ଯାଇଛି। ପାରାଦୀପର ଏକ ବାଣ ଦୋକାନରେ ଭୋର ସମୟରେ ନିଆଁ ଲାଗି ଯାଇଛି।...

ବାନ୍ଧକଳାରେ ଦୀପାବଳି ଶାଢ଼ି

ଅମରପାଲି,୧୨ା୧୧(ପୀତାମ୍ବର ସାହୁ)ସୂକ୍ଷ୍ମ ସୂତାର କାରିଗରିକୁ ନେଇ ସବୁବେଳେ ଚର୍ଚ୍ଚାରେ ଥାଏ ସୁବର୍ଣ୍ଣପୁର। କେତେବେଳେ ଚଳଚ୍ଚିତ୍ର ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାଏଙ୍କ ପାଇଁ ତ ଆଉ କେତେବେଳେ ବିଦ୍ୟା ବଲାନଙ୍କ ପାଇଁ ଶାଢ଼ି ବୁଣି ବେଶ୍‌ ନାଁ କରିଛନ୍ତି ସୁବର୍ଣ୍ଣପୁର ଜିଲାର ବାନ୍ଧଶିଳ୍ପୀ।...

ଦୀପାବଳି ପାଇଁ ଶ୍ରୀକ୍ଷେତ୍ର ଉତ୍ସବମୁଖର

ପୁରୀ, ୧୨।୧୧(ଅଜିତ୍‌ ମହନ୍ତି):ଆଲୋକର ପର୍ବ ଦୀପାବଳିକୁ ସ୍ବାଗତ କରିବା ପାଇଁ ଶ୍ରୀକ୍ଷେତ୍ର ଏବେ ଉତ୍ସବମୁଖର ହୋଇଉଠିଥିବାବେଳେ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ଦୀପାବଳି ପାଇଁ ମାଟିଦୀପ ସହ ମହମବତିର ଚାହିଦା ବେଶ୍‌ ପରିଲକ୍ଷିତ ହେଉଛି। ସେହିପରି ଦୀପାବଳିରେ ପ୍ରୟାଶ୍ରାଦ୍ଧ...

ଦୀପାବଳି: ଡିମାଣ୍ଡରେ ଫ୍ୟାନି୍ସ ଦୀପ

କଟକ,୧୨ା୧୧(ଶିଳ୍ପା ପ୍ରିୟଦର୍ଶିନୀ)ରବିବାର ଆଲୋକର ପର୍ବ ଦୀପାବଳି। ଏନେଇ ଚଳଚଞ୍ଚଳ ହୋଇଛି କଟକ ସହର। ଦୀପାବଳିରେ ଘର ସଜାଇବା ପାଇଁ ସହରବାସୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ଏଥିପାଇଁ ସହରର ଅନେକ ସ୍ଥାନରେ ଭଳିକି ଭଳି ମୁରୁଜ (ରଙ୍ଗୋଲି) ଓ ଦୀପ...

କୃଷିଋଣରେ ୧୦% ଚାନ୍ଦା ଅସୁଲି

ଯାଜପୁର,୧୨ା୧୧(ହର୍ଷବର୍ଦ୍ଧନ ବେହେରା)ଯାଜପୁର ଜିଲା ଦଶରଥପୁରସ୍ଥିତ କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ଅଧୀନରେ ଥିବା ସମିତିଗୁଡ଼ିକ ମାଧ୍ୟମରେ ଚାଷୀଙ୍କୁ ଋଣ ପ୍ରଦାନରେ ବ୍ୟାପକ ଅନିୟମିତତା ହେଉଛି। ସମୁଦାୟ ଋଣ ପ୍ରଦାନର ପ୍ରାୟ ୧୦% ବ୍ୟାଙ୍କ ଓ ସମିତିର ଉନ୍ନୟନ ନାମରେ ଚାନ୍ଦା...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri