ଆମ ଜିଲା ଖବର

ଦାରିଙ୍ଗବାଡିରେ ପ୍ରସ୍ତୁତ ହେବ ଜୈବିକ କଫି, ମଜା ନେବେ ପର୍ଯ୍ୟଟକ

ଦାରିଙ୍ଗବାଡି, ୩୧।୧୦ (ଅରୁଣ ସାହୁ) ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଗତ କିଛିଦିନ ହେଲା ଶୀତ ପଡିବା ଆରମ୍ଭ ହୋଇସାରିଛ। ୧୫ ଡିଗ୍ରୀ ତଳେ ପାରଦ ରହୁଛ। ଶୀତର ମଜା ନେବା ପାଇଁ ଦଶହରା ପୂଜାଛୁଟି ଠାରୁ ଦାରିଙ୍ଗବାଡି଼କୁ ପର୍ଯ୍ୟଟକଙ୍କ...

ଶିମିଳିପାଳ ପାଦଦେଶରୁ ପୁଣି ୭୧ଟି ଦେଶୀ ବନ୍ଧୁକ ଜବତ

ବାରିପଦା,୩୧।୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଜଏଣ୍ଟ ଟାସ୍କଫୋର୍ସ ମାଧ୍ୟମରେ ଶିମିଳିପାଳ ପାଦଦେଶରୁ ପୁଣି ୭୧ଟି ଦେଶୀ ବନ୍ଧୁକ ଜବତ ହୋଇଛି। ଦୁଇ ମାସ ମଧ୍ୟରେ ବନବିଭାଗ ଓ ପୋଲିସ ପକ୍ଷରୁ ଦ୍ବିତୀୟ ପର୍ଯ୍ୟାୟ(ସେପ୍ଟେମ୍ବର ଓ ଅକ୍ଟୋବର) ଶର୍ଚ୍ଚ ଅପରେଶନ ଜାରି ଥିବା...

ଓଲଟିଲା ଟ୍ରକ୍‌: ୮ ଲକ୍ଷ ଟଙ୍କାର ସାମଗ୍ରୀ ନଷ୍ଟ

ଛତ୍ରପୁର,୩୧।୧୦(ଦିଲ୍ଲୀପ ସାମଲ ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅନ୍ତର୍ଗତ ସୀତାରାମପୁର ନିକଟ ଜାତୀୟ ରାଜପଥରେ ଏକ ଟ୍ରକ୍‌ ଓଲଟି ପଡ଼ିଛି। ମିଳିଥିବା ସୂଚନା ମୁତାବକ, ସୋମବାର ବିଳମ୍ବିତ ରାତିରେ ଆରଟିଓ ଏନ୍‌ଫୋର୍ସମେଣ୍ଟ ଗାଡି ଚେକିଂ କରୁଥିବା ବେଳେ ହଠାତ...

‘ସରକାରକୁ ଆସିଲେ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ଜେଲ ପଠାଇବୁ’

ଭଦ୍ରକ,୩୧।୧(ସନାତନ ରାଉତ): ଓଡ଼ିଶାରେ ଭାଜପା ଓ ବିଜେଡି ମଧ୍ୟରେ ଭିତିରି ବୁଝାମଣା ଚାଲିଛି। ରାଜ୍ୟ ବାସୀଙ୍କୁ ଷଡଯନ୍ତ୍ର କରି ବିଜେଡି ସରକାର ଚଳାଇଛି। ଭିକେ ପାଣ୍ଡିଆନଙ୍କ ଭିଆରଏସ ଆବେଦନକୁ କେନ୍ଦ୍ର ସରକାର ତୁରନ୍ତ ଗ୍ରହଣ କରିବା ଏବଂ ଅବସର ନେବାର...

ତେଜିଲା ଅଭିନେତା ମନୋଜ ମିଶ୍ର ବ୍ୟାନ୍‌ ବିବାଦ: ନଭେମ୍ବର ୧୫ରେ କୋଶଲ ମହାବନ୍ଦ ଡାକରା

ବଲାଙ୍ଗୀର, ୩୧ା୧୦(ବୀରେନ୍ଦ୍ର କୁମାର ଝାଙ୍କର): ଅଭିନେତା ମନୋଜ ମିଶ୍ରଙ୍କୁ ଚଳଚ୍ଚିତ୍ର ପ୍ରୟୋଜକ ସଂଘର ଦୁଇବର୍ଷିଆ ବ୍ୟାନ୍‌ ଘୋଷଣାକୁ ନେଇ ଦେଖାଦେଇଥିବା ବିବାଦ ତେଜିବାରେ ଲାଗିଛି। ପଶ୍ଚିମ ଓଡ଼ିଶାର କେତେକ ଶୀର୍ଷ ରାଜନେତାଙ୍କ ବୟାନବାଜି ପରେ କୋଶଲ ରାଏଜ୍‌ ମିଲିତ୍‌ କ୍ରିୟାନୁଷ୍ଠାନ...

ଦ୍ୱାରଶୁଣି ଘାଟିରେ ଓଲଟିଲା ଟ୍ରକ୍‌: ଆଖି ବୁଜିଲେ ୨୫ରୁ ଊର୍ଦ୍ଧ୍ୱ ଗୋରୁ

ବାରିପଦା,୩୧।୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ୪୯ନଂ ଜାତୀୟ ରାଜପଥ ବାଙ୍ଗିରିପୋଷି ଦ୍ୱାରଶୁଣି ଘାଟିରେ ମଙ୍ଗଳବାର ଏକ ଗୋରୁ ବୋଝେଇ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୨୫ରୁ ଊର୍ଦ୍ଧ୍ୱ ଗୋରୁଙ୍କର ଜୀବନ ଯାଇଛି। ମରଣଯନ୍ତା ସାଜିଥିବା ଘାଟି ରାସ୍ତାରେ ଦୁର୍ଘଟଣା...

ଜିଲାପାଳଙ୍କ କାର୍ଯ୍ୟାଳୟ ଗ୍ରୀଲ ତାଲା ଭାଙ୍ଗି ଚୋରି

ନବରଙ୍ଗପୁର,୩୧ା୧୦(ସଦାଶିବ ପ୍ରହରାଜ): ଜିଲାପାଳଙ୍କ କାର୍ଯ୍ୟାଳୟରେ ପଶି ଚୋରି କରିବାକୁ ମଧ୍ୟ ଭୟ କଲେନି ଚୋର। ଜିଲାପାଳଙ୍କ କାର୍ଯ୍ୟାଳୟ ସୁରକ୍ଷା ବଳୟରେ ଥିଲେ ମଧ୍ୟ ଏହା ଚୋରଙ୍କ ପାଇଁ କିଛି ଫରକ ପଡିନି। ସେମାନେ ତାଲା ଭାଙ୍ଗି ନିର୍ଭୟରେ ଚୋରି କରିଛନ୍ତି।...

କାର୍ତ୍ତିକ ଆରମ୍ଭ ହେଉ ହେଉ ପରିବା ଦର ଆକାଶଛୁଆଁ

ଖଣ୍ଡପଡା,୩୦ା୧୦(ଅଜୟ କୁମାର ମହାରଣା): କାର୍ତ୍ତିକ ମାସ ଆରମ୍ଭ ହେଉ ହେଉ ଖଣ୍ଡପଡ଼ା ଅଞ୍ଚଳରେ ପରିବା ଦର ଆକାଶ ଛୁଆଁ ହୋଇଯାଇଛି। ଫଳରେ ବଜାରକୁ ପନିପରିବା କିଣିବାକୁ ଆସୁଥିବା ଖାଉଟିମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି। ଖଣ୍ଡପଡ଼ା ବ୍ଲକର କଣ୍ଟିଲୋ,...

ଗାଁକୁ ରାସ୍ତା ନାହିଁ, ଡଙ୍ଗାରେ ହେଉଛି ଯାତାୟାତ

ଦିଗପହଣ୍ଡି,୩୧ା୧୦(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଖମାରୀଗାଁ ପଞ୍ଚାୟତ ଅନ୍ତର୍ଗତ ମହୁଲପଡା ଗ୍ରାମକୁ ବିଜୁଳି କିମ୍ବା ରାସ୍ତାଟିଏ ନାହିଁ। ଲୋକେ ବିପଦ ସଙ୍କୁଳ ଅବସ୍ଥାରେ ଦିଗପହଣ୍ଡି କିମ୍ବା ପଞ୍ଚାୟତ ସଦର ମହକୁମାକୁ କାଠ ଡଙ୍ଗାରେ ଯାତାୟାତ କରୁଥିବା ଜଣାପଡିଛି। ପାହାଡିଆ...

ନଭେମ୍ବର ୧ରୁ ଧାମରାରୁ ଦେବୀ ମୁହାଣ ମାଛଧରା ଉପରେ କଟକଣା

ରାଜନଗର,୩୧ା୧୦(ଭାସ୍କର ରାଉତରାୟ): ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ କେନ୍ଦ୍ରାପଡ଼ା ଜିଲା ବଙ୍ଗୋପସାଗର ଗହୀରମଥା ସାମୁଦ୍ରିକ କଇଁଛ ଅଲିଭ ରିଡ୍‌ଲେଙ୍କ ତୀର୍ଥସ୍ଥଳୀ। ଅତିଥି ଅଲିଭ ରିଡ୍‌ଲେ ଯୋଜନ ଯୋଜନ ସାମୁଦ୍ରିକ ପଥ ଅତିକ୍ରମକରି ଗହୀରମଥାର ନିଷିଦ୍ଧ ଜଳରାଶିରେ ପାଦ ଥାପିବେ। ଆସୁଥିବା ଆଗନ୍ତୁକ...

ସାବତମା’ ମାଡ଼ରେ ଝିଅ, ପୁଅ ଗୁରୁତର

ଆଠଗଡ଼,୩୧।୧୦(ସତ୍ୟ ପ୍ରସାଦ ରଥ):କଟକ ଜିଲା ଆଠଗଡ଼ରେ ସାବତମା’ ମାଡ଼ରେ ପୁଅ, ଝିଅ ଗୁରୁତର ହୋଇଛନ୍ତି। ସ୍ଥାନୀୟ ଲୋକଙ୍କ ସହଯୋଗରେ ଉଭୟ ଭାଇ,ଭଉଣୀଙ୍କୁ ଆଠଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଖବରପାଇ ପୋଲିସ ସାବତମା’ଙ୍କୁ ନେଇ ଆଠଗଡ଼ ଥାନାରେ ଅଟକ ରଖିଛି।...

ଟେଲିମେଡିସିନ ସେବା ନମ୍ବର ଅଚଳ

କଟକ,୩୧ା୧୦(ଶିଳ୍ପା ପ୍ରିୟଦର୍ଶିନୀ):ଲୋକମାନଙ୍କ ହାତପାହାନ୍ତାରେ ଚିକିତ୍ସା ସେବା ଯୋଗାଇବା ଉଦ୍ଦେଶ୍ୟରେ ରହିଛି ଟେଲି ମେଡିସିନ ସେବା। ଫୋନ୍‌ କରି ରୋଗୀ କିମ୍ବା ସେମାନଙ୍କ ସମ୍ପର୍କୀୟ ବିଶେଷଜ୍ଞ ଡାକ୍ତରଙ୍କଠାରୁ ପରାମର୍ଶ ଗ୍ରହଣ କରିଥାଆନ୍ତି। ହେଲେ କଟକ ଏସ୍‌ସିବି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri