ଆମ ଜିଲା ଖବର

ଦୁର୍ଘଟଣା ପରେ ଆସିଲାନି ଆମ୍ବୁଲାନ୍ସ, ପିକ୍‌ଅପ୍‌ ଡାଲାରେ ବୁହାହେଲେ ଗୁରୁତର

କେନ୍ଦୁଝର,୨୧ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): ଠିକଣା ସମୟରେ ସରକାରଙ୍କ ଆମ୍ବୁଲାନ୍ସ ଯୋଜନା ଫେଲ୍‌ ମାରିଲା। ଦୁର୍ଘଟଣା ଦ୍ୱାରା ନିରୀହ ଜୀବନ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ସେପଟେ ସରକାରଙ୍କ ଆମ୍ବୁଲାନ୍ସ ଠିକ୍‌ ସମୟରେ ନ ପହଞ୍ଚି ପାରିବାରୁ ପିକ୍‌ଅପ୍‌ରେ ଆଳୁ ବସ୍ତା...

ଦୁର୍ଘଟଣାର ଶିକାର ହେଲେ ଗଜପତି ଜିଲା ଅତିରିକ୍ତ ଜିଲାପାଳ

ବ୍ରହ୍ମପୁର/ପାରଳାଖେମୁଣ୍ଡି,୨୧ା୧୦(ସୁବାସ ଚନ୍ଦ୍ର ପାଢ଼ୀ/ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଅତିରିକ୍ତ ଜିଲାପାଳ ରାଜେନ୍ଦ୍ର କୁମାର ମିଞ୍ଜ ଶନିବାର ସନ୍ଧ୍ୟାରେ କୌଣସି ବ୍ୟକ୍ତିଗତ କାମରେ ବ୍ରହ୍ମପୁର ଅଭିମୁଖେ ଯିବା ସମୟରେ ଆନ୍ଧ୍ରପ୍ରଦେଶ ଷୋମପେଣ୍ଠ ନିକଟରେ ତାଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି । ଗୋଟିଏ...

ଥାନାରୁ ହତ୍ୟା ଅଭିଯୁକ୍ତ ଫେରାର

କୋରାପୁଟ,୨୧ା୧୦(ଅମିତାଭ ବେହେରା): କୋରାପୁଟ ଟାଉନ ଥାନାରୁ ଜଣେ ହତ୍ୟା ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି। ଅଭିଯୁକ୍ତଙ୍କୁ ନିଜେ ଧରି ବର୍ଷେ ପରେ ପୋଲିସକୁ ଜିମା ଦେଇଥିଲେ ପରିବାର ଲୋକେ। ଜିମା ଦେବାର ୧ ଘଣ୍ଟା ମଧ୍ୟରେ ପୋଲିସ ଉପସ୍ଥିତିରେ ଥାନା ଭିତରୁ...

ଶୌଚ ହେବାକୁ ଯାଇ ଭାଲୁ ହାବୁଡ଼ରେ ପଡ଼ିଲେ

କେନ୍ଦୁଝର,୨୧ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ଚମ୍ପେଇ ପଞ୍ଚାୟତ ମେଦିନପୁର ଗ୍ରାମର ଜଣେ ଲୋକ ନିକଟସ୍ଥ ସିଦ୍ଧମଠ ଜଙ୍ଗଲକୁ ଶୌଚ ଯାଇଥିବା ସମୟରେ ଏକ ଜଙ୍ଗଲୀ ଭାଲୁ ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଅବସ୍ଥାରେ ସେ...

ବଡ଼ପୋଖରୀଆରେ ହାତୀ ଉପଦ୍ରବ

ନିରାକାରପୁର,୨୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବନଖଣ୍ଡ ଅଧିନସ୍ଥ ଟାଙ୍ଗୀ ବନାଞ୍ଚଳରେ ହାତୀ ଉପଦ୍ରବ ଦେଖିବାକୁ ମିଳିଛି। ଧାନ ଅମଳ ସମୟ ଯେତିକି ପାଖେଇ ଆସୁଛି ହାତୀ ଉପଦ୍ରବ ସେତିକି ମାତ୍ରାରେ ବଢ଼ିବାରେ ଲାଗିଛି। ଏହି ହାତୀପଲ ଦିନବେଳେ ପାଖରେ ଥିବା...

ଆଲୋକମାଳାରେ ଝଲସୁଛନ୍ତି ମା’

ଘସିପୁରା,୨୧ା୧୦(ନିରଞ୍ଜନ ସାହୁ): କେନ୍ଦୁଝର ଜିଲା ଘସିପୁରା ଥାନା ସମ୍ମୁଖରେ ପାଳିତ ହେଉଛି ଘସିପୁରା ସାର୍ବଜନୀନ ଦୁର୍ଗାପୂଜା। ଆୟୋଜକଙ୍କ ପକ୍ଷରୁ ପୂଜାମଣ୍ଡପ ରଙ୍ଗବେରଙ୍ଗର ଆଲୋକମାଳାରେ ସଜା ହୋଇଥିବା ବେଳେ ମଣ୍ଡପରେ ମା’ଙ୍କର ଆରାଧନା ଚାଲିଛି। ଏହାକୁ ଦେଖିବା ପାଇଁ ପ୍ରବଳ ଭକ୍ତଙ୍କ...

ଦୁଇ ଟ୍ରକ୍‌ ମଝିରେ ଚାପିହୋଇଗଲା କାର୍‌

ଘସିପୁରା,୨୧ା୧୦(ନିରଞ୍ଜନ ସାହୁ): ୨୦ ନଂ. ଜାତୀୟ ରାଜପଥ କେନ୍ଦୁଝର ଜିଲା ଘସିପୁରା ଥାନା ବେଲବାହାଳି ଯିବା ଦୋଛକି ରାସ୍ତାରେ ଶନିବାର ଗୋଟିଏ କାର୍‌କୁ ଆଗରୁ ଓ ପଛରୁ ଦୁଇଟି ଟ୍ରକ୍‌ ଧକ୍କା ଦେଇଛି। ଫଳରେ ଟ୍ରକ୍‌ଟି ଚାପି ହୋଇଯାଇଛି। ଯୋଡ଼ାରୁ...

ଧୂମ୍‌ଧାମରେ ଚାଲିଛି ମା’ଙ୍କ ପୂଜା

ଛତ୍ରପୁର,୨୧ା୧୦(ଦିଲ୍ଲୀପ ସାମଲ): ଧରାବତରଣ କରିଛନ୍ତି ମା’ ଜଗତ୍‌ଜନନୀ ଦୁର୍ଗା l ବିଭିନ୍ନ ପୂଜା ମଣ୍ଡପରେ ମା’ଙ୍କୁ ପୂଜା କରାଯାଉଛି। ଶନିବାର ମା’ଙ୍କର ସପ୍ତମୀ ପୂଜା ଚାଲିଛି। ଦୁର୍ଗା ପୂଜା ନିମନ୍ତେ ଗଞ୍ଜାମ ଜିଲା ଛତ୍ରପୁର ସହରର ବିଭିନ୍ନ ଶକ୍ତିପୀଠ ଓ...

ଜି ଉଦୟଗିରି ଦୁର୍ଗା ମଣ୍ଡପରେ ମହାସପ୍ତମୀ ପୂଜା

ଜି ଉଦୟଗିରି,୨୧।୧୦(ଶିଶିର ପଟ୍ଟନାୟକ): କନ୍ଧମାଳ ଜିଲା ଜି ଉଦୟଗିରି ସହରର ସର୍ବ ପୂରାତନ ଦୁର୍ଗା ମଣ୍ଡପରେ ଶନିବାର ସପ୍ତମୀ ପୂଜା ଅନୁଷ୍ଠିତ ହୋଇଛି । ଏହି ପୂଜା ମଣ୍ଡପରେ ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା’ ବରାଳ ଦେବୀଙ୍କ ଘଟ ପୂଜା...

ମରଣମୁହଁରୁ ପୁଅକୁ ଛଡାଇ ଆଣିଲେ ବାପା

ଦେବଗଡ଼, ୨୧।୧୧(ଶଶାଙ୍କ ଶେଖର ଝାଙ୍କର): ପୁଅକୁ ମରଣମୁହଁରୁ ଛଡାଇ ଆଣିଛନ୍ତି ବାପା। ଏଭଳି ଏକ ଘଟଣା ଘଟିଛି ଦେବଗଡ଼ ଜିଲା ବାରକୋଟ ଥାନା ଅନ୍ତର୍ଗତ ବମ୍ପରଡା ଗ୍ରାମରେ। ମିଳିଥିବା ସୂଚନା ଅନୁଯାୟୀ ବମ୍ପରଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସଫେଇ କର୍ମଚାରୀ ଭାବେ...

ମା’ଙ୍କୁ ରୁପାଖଣ୍ଡା ଦାନକଲେ

ବରଗଡ଼,୨୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ପୌର ପରିଷଦ ୱାର୍ଡ ନଂ-୧ ନିଗମାନନ୍ଦ ବିହାରଠାରେ ଶାରଦୀୟ ଦୁର୍ଗାପୂଜା ପାଇଁ ଶୁକ୍ରବାର ବିଲ୍ବବରଣ ଅନୁଷ୍ଠିତ ହୋଇଯାଇଛି। ପଣ୍ଡିତ ନିଗମାନନ୍ଦ ମିଶ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ତରଣୀସେନ ଦେବତା କର୍ତ୍ତା ଦାୟିତ୍ୱ ସମ୍ପାଦନ କରିଥିଲେ।...

ମା’ ତାରାତାରିଣୀଙ୍କ ମହାଗୌରୀ ବେଶ: ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼

ପୁରୁଷୋତ୍ତମପୁର,୨୧।୧୦(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାର ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଶନିବାର ମହାଷ୍ଟମୀ ପର୍ବ ଲାଗି ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି। ଭୋର ସାଢ଼େ ୪ରୁ ମନ୍ଦିର ଦ୍ୱାର ଫିଟାଯାଇ ମଙ୍ଗଳ ଆଳତି, ଅବକାଶ, ମାଜଣା, ମହାଆଳତି ହୋଇ ସକାଳ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri