ଆମ ଜିଲା ଖବର

ଧାର୍ଯ୍ୟ ସମୟ ଶେଷ ପରେ ବି କାମ ସରିନି

କୃଷ୍ଣପ୍ରସାଦ, ୧୨ା୧୦(କୈଳାସ ଚନ୍ଦ୍ର ପଟ୍ଟନାୟକ)କୃଷ୍ଣପ୍ରସାଦ ଅଞ୍ଚଳକୁ ୩ପାର୍ଶ୍ୱରୁ ଲବଣାକ୍ତ ହ୍ରଦ ଚିଲିକା ଏବଂ ଅନ୍ୟ ଏକ ପାର୍ଶ୍ୱରୁ ବଙ୍ଗୋପସାଗର ଘେରି ରହିଛି। ଚତୁଃଦିଗରୁ ଜଳରାଶି ଘେରି ରହିଥିଲେ ମଧ୍ୟ ଲବଣାକ୍ତ ଯୋଗୁ ତାହା ପାନୀୟ ଉପଯୋଗୀ ହୋଇପାରୁନାହିଁ। ଏଥିଯୋଗୁ କୃଷ୍ଣପ୍ରସାଦବାସୀଙ୍କ...

ତିରିମଲ ଗ୍ରାମରେ ବାଣ ବିସ୍ଫୋରଣ

ଜଟଣୀ,୧୨ା୧୦(ରବୀନ୍ଦ୍ରନାଥ ମହାକୁଡ଼)ଖୋର୍ଦ୍ଧା ଜିଲା ଜଟଣୀ ଥାନା ଅଧୀନ ତିରିମଲ ଗ୍ରାମରେ ମଙ୍ଗଳବାର ବିଳମ୍ବିତ ରାତିରେ ବାଣ ବିସ୍ପୋରଣ ଘଟିଛି। ଏଥିରେ ଗୋଟିଏ ବାଛୁରୀର ମୃତ୍ୟୁ ହୋଇଥିବାବେଳେ ବାଣ ପ୍ରସ୍ତୁତକାରୀଙ୍କ ଘରଛାତ ଉଡ଼ିଯିବା ସହ ପରିବାରର ୩ଜଣ ଗୁରୁତର ଆହତ ହୋଇଛନ୍ତି।...

ପୂଜା ମଣ୍ଡପରେ ଲାଗିବ ବିଦ୍ୟୁତ୍‌ ମିଟର

କଟକ,୧୨ା୧୦(ସୁପ୍ରିୟା ପ୍ରିୟଦର୍ଶିନୀ)ଚଳିତବର୍ଷ ପ୍ରତ୍ୟେକ ପୂଜା ମଣ୍ଡପରେ ବିଦ୍ୟୁତ୍‌ ମିଟର ଲଗାଯିବ। ଏନେଇ ବିଦ୍ୟୁତ୍‌ ବିତରକ କମ୍ପାନୀ ଟାଟା ପାୱାର୍‌ ସେଣ୍ଟ୍ରାଲ୍‌ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ୍‌ ଲିମିଟେଡ୍‌ (ଟିପିସିଓଡିଏଲ୍‌) ପକ୍ଷରୁ ନିଷ୍ପତ୍ତି ହୋଇଛି । ଏହାକୁ ନେଇ ପୂଜା କମିଟି କର୍ମକର୍ତ୍ତାମାନଙ୍କ ମଧ୍ୟରେ...

ଗଛ କାଟି ଖାନ୍‌ନଗର ରିଂରୋଡ୍‌ ପ୍ରଶସ୍ତୀକରଣ

କଟକ,୧୨ା୧୦(ସୁପ୍ରିୟା ପ୍ରିୟଦର୍ଶିନୀ)ଦିନେ ଯେଉଁ ରାସ୍ତାର ସବୁଜିମା ଲୋକଙ୍କୁ କଟକ ବାହାର ସ୍ଥାନକୁ ନେବା ଭଳି ଅନୁଭୂତି ଦେଉଥିଲା ତାହା ବର୍ତ୍ତମାନ ଗଛଶୂନ୍ୟ ହୋଇଯିବ। ଏବେ ଉନ୍ନତୀକରଣ ନାମରେ କଟାଚାଲିଛି ବହୁ ପୁରୁଣା ଗଛ। ରିଙ୍ଗରୋଡକୁ ୬ ଟିକିଆ କରିବା ନାମରେ...

ବର୍ଷାରେ ଖରିଫ ଧାନଚାଷ ବ୍ୟାପକ କ୍ଷତି

ଜଳେଶ୍ୱର, ୧୨ା୧୦(ରବିନାରାୟଣ ପାତ୍ର) ଗତ କିଛିଦିନ ତଳେ ଲଘୁଚାପଜନିତ ବର୍ଷାରେ ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ଅଞ୍ଚଳର ୧୧୫୭ ହେକ୍ଟର ଜମି ବୁଡ଼ିରହିଥିଲା। କ୍ଷୟକ୍ଷତି ଆକଳନ ଚାଲିଥିବା ବେଳେ ବହୁ ସ୍ଥାନରୁ ଚାଷ ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି। ବର୍ଷା...

ଅସୁରକ୍ଷିତ ଗୁଣ୍ଡିଚା ମନ୍ଦିର; ଗଛ ଭର୍ତ୍ତି, ସଫା ପାଇଁ ଉଦ୍ୟମ ହେଉନି

ସୋନପୁର,୧୨।୧୦(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ସହରର ସବୁଠୁ ଉଚ୍ଚ ଓ କାରୁକାର୍ଯ୍ୟପୂର୍ଣ୍ଣ ମନ୍ଦିର ହେଉଛି ଗୁଣ୍ଡିଚା ମନ୍ଦିର। ଏହି ମନ୍ଦିର ଉପରେ ଏବେ ବର ଓ ଅଶ୍ୱତଥ ଗଛ ଭର୍ତ୍ତି ହୋଇଗଲାଣି। ଗଛଗୁଡିକ ବଢି କ୍ରମେ ୪ରୁ ୫ଫୁଟ ହେଲାଣି। ଗଛର...

ଖବରକାଗଜ ବିକ୍ରି ବଞ୍ଚିବା ରାହା ଦେଇଛି

ବ୍ରହ୍ମପୁର,୧୨ା୧୦(ଅଶୋକ କୁମାର ସାହୁ)ବ୍ରହ୍ମପୁର ରେଲୱେ ଷ୍ଟେଶନ ନିକଟରେ ଖବର କାଗଜ ବିକ୍ରୟ କେନ୍ଦ୍ର ଥିଲା। କୌଣସି କାରଣରୁ ଏବେ ଗୀତା ଭବନ ନିକଟକୁ ଘୁଞ୍ଚତ୍ ଯାଇଛି। ସହରର ଖବରକାଗଜ ବିତରକମାନେ ଆସି ସେଠାରୁ ଖବରକାଗଜ ନେଇ ଘର ଘର ବୁଲି...

୬୦ବର୍ଷ ହେଲା ଗୋଟିଏ ପରିବାର ଗଢୁଛନ୍ତି ମୂର୍ତ୍ତି

ବ୍ରହ୍ମପୁର,୧୨ା୧୦(ସ୍ମୃତି ରଞ୍ଜନ ମହାଲିକ)ଦୁର୍ଗା ପୂଜା ପାଇଁ ରେଶମ ସହର ବ୍ରହ୍ମପୁର ଚଳଚଞ୍ଚଳ ହୋଇଛି। ବିଭିନ୍ନ ପୂଜା ମଣ୍ଡପରେ ମୂର୍ତ୍ତି ନିର୍ମାଣ କାର୍ଯ୍ୟ ଚାଲିଛି। ସହରର ବାରାକ୍ସ ଛକରେ ହେଉଥିବା ପୂଜା ଚଳିତବର୍ଷ ୬୦ ବର୍ଷରେ ପଦାର୍ପଣ କରିବାକୁ ଯାଉଛି। ବାରାକ୍ସ...

ବିଦ୍ୟାଳୟରେ ପିଇବା ପାଣି, ଶୌଚାଳୟ ସମସ୍ୟା

ରସୁଲପୁର,୧୨ା୧୦(ରଞ୍ଜିତ ରାଉତ):ରସୁଲପୁର ବ୍ଲକ ଅନ୍ତର୍ଗତ ବାରବାଟୀ ପଞ୍ଚାୟତ ଦୁର୍ଗାପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପିଇବାପାଣି ଓ ଶୌଚାଳୟ ସମସ୍ୟା ଲାଗିରହିଛି। ତେଣୁ ଏହାର ତୁରନ୍ତ ସମାଧାନ ପାଇଁ ଅଭିଭାବକମାନେ ଦାବି କରିଛନ୍ତି। ସେମାନେ ବିଦ୍ୟାଳୟ ପରିସରରେ ପହଞ୍ଚତ୍ ପ୍ରଧାନଶିକ୍ଷୟିତ୍ରୀ...

ସ୍ମୃତି ପାଇଁ ଆଶାର କିରଣ ସାଜିଲେ ମା’ଙ୍କ ସହପାଠୀ

ଖଣ୍ଡପଡ଼ା,୧୨ା୧୦(ଅଜୟ କୁମାର ମହାରଣା)ସମାଜରେ ବିଶ୍ୱନୀୟତା, ବନ୍ଧୁତା ଏବଂ ଆତ୍ମିୟତା କ୍ରମଶଃ ଦୂରେଇ ଯାଉଛି। ପ୍ରତି ମଣିଷ ନିଜର ବ୍ୟସ୍ତବହୁଳ ଜୀବନରେ ଅନ୍ୟର ଦୁଃଖ, ସୁଖ ପ୍ରତି ଦୃଷ୍ଟି ଦେବାକୁ ସମୟ ପାଉ ନାହାନ୍ତି। ହେଲେ ଖଣ୍ଡପଡ଼ା ବ୍ଳକ ଅଧୀନ କଣ୍ଟିଲୋ...

ମନ୍ଥର ଗତିରେ ଚାଲିଛି ଜଳ ପ୍ରକଳ୍ପ କାର୍ଯ୍ୟ

ରାଉରକେଲା,୧୨।୧୦ (ବିପ୍ଳବ ରଞ୍ଜନ ଦାଶ): ରାଉରକେଲା ସହରରେ ୨ଟି ବୃହତ୍ତ ଜଳଯୋଗାଣ ପ୍ରକଳ୍ପର କାର୍ଯ୍ୟ ମନ୍ଥର ଗତିରେ ଚାଲିଛି। ଫଳରେ ୩ଲକ୍ଷ ଲୋକଙ୍କ ପାଖକୁ ବିଶୁଦ୍ଧ ପାନୀୟଜଳ ପହଞ୍ଚାଇବା ଉଦ୍ଦେଶ୍ୟ ସଫଳ ହୋଇପାରିନାହିଁ। ରାଜ୍ୟ ସରକାର ସହରରୁ ଗ୍ରାମାଞ୍ଚଳ ଯାଏ...

ନିର୍ଦ୍ଦିଷ୍ଟ ଭେଣ୍ଡରଙ୍କ ପ୍ରତି ଅନୁକମ୍ପା

ନୟାଗଡ଼ ଅଫିସ,୧୨।୧୦(ଲୋକନାଥ ମିଶ୍ର)ମହାତ୍ମ।ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମଜିଏନ୍‌ଆରଇଜିଏସ୍‌)ରେ କେତେଜଣ ନିର୍ଦ୍ଦିଷ୍ଟ ଭେଣ୍ଡରଙ୍କୁ ଅନୁକମ୍ପା ପ୍ରଦର୍ଶନ କରାଯାଇ କଞ୍ଚାମାଲ ଯୋଗାଣ କରିବାକୁ ଅନୁମତି ଦିଆଯାଉ ଥିବା ଅଭିଯୋଗ ହୋଇଆସୁଛି। ଭେଣ୍ଡରଙ୍କୁୁ ଆୟୁଧ କରି ଏମଜିଏନ୍‌ଆରଇଜିଏସରେ ଦୁର୍ନୀତି...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri