ଆମ ଜିଲା ଖବର

ମହାକାଳପଡ଼ାରେ ତୁର୍କୀ ପକ୍ଷୀ ଚାଷ ପ୍ରତି ବଢୁଛି ଚାହିଦା

ମହାକାଳପଡ଼ା,୧୦।୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ତୁର୍କୀ ଚାଷ ପ୍ରତି ବେଶ୍‌ ଅନୁକୂଳ ବାତାବରଣ ରହିଛି। ବ୍ଲକର ସ୍ଥାନୀୟ ବଉଳକଣି ପଞ୍ଚାୟତର ଟାଙ୍କି ବେଲାରିର ସେକ ସୁଲେମାନ ବର୍ଷେ ପୂର୍ବେ ମୟୂରଭଞ୍ଜ-ଝାଡ଼ଖଣ୍ଡ ସୀମାନ୍ତ ଅଞ୍ଚଳରୁ...

ଯାଜପୁରର ଲାଇଫ୍‌ଲାଇନ୍‌ ବାଇପାସ୍‌ ରୋଡ୍‌ କାର୍ଯ୍ୟ ସରୁନି

ଯାଜପୁର ଟାଉନ,୧୧।୧୦(ପ୍ରଯକ୍ତା ପ୍ରିୟଦର୍ଶନୀ ମହାନ୍ତି): ଯାଜପୁର ସହରକୁ ଟ୍ରାଫିକ୍‌ ସମସ୍ୟାରୁ ମୁକ୍ତ କରିବା ସହ ବିରଜା ଓ ଅନ୍ୟ ମନ୍ଦିରକୁ ଆସୁଥିବା ଯାତ୍ରୀଙ୍କ ପଥକୁ ସୁଗମ କରିବା ପାଇଁ ସହରର ବାମ ଓ ଦକ୍ଷିଣପାର୍ଶ୍ୱରେ ୨ ବାଇପାସ ରୋଡ୍‌ ଯଥା:...

ଅଧ୍ୟାପକ ହେବାକୁ ଲକ୍ଷ୍ୟ ରଖିଥିବା ଜଗବନ୍ଧୁ ଏବେ ଶଯ୍ୟାଶାୟୀ

ପରଜଙ୍ଗ,୧୧।୧୦: (ନିଗମାନନ୍ଦ ଦଳବେହେରା): ଇଚ୍ଛା ଥିଲା ଅଧ୍ୟାପକ ହେବେ। ରାଜମିସ୍ତ୍ରି କାମ କରୁଥିବା ବାପାଙ୍କ ଅଭାବୀ ସଂସାରର ବୋଝକୁ ସହଜ କରିଦେବେ। ସେଥିପାଇଁ ନାନା ଅଭାବ ଅସୁବିଧା ମଧ୍ୟରେ ବି ଅଧ୍ୟୟନ କ୍ଷେତ୍ରକୁ ସର୍ବଦା ଅଗ୍ରାଧିକାର ଦେଉଥିଲେ। ଏପରି କି...

୨୦ ତାରିଖ ସୁଦ୍ଧା ନିର୍ଦ୍ଧାରଣ ହେବ ଭଡ଼ା

ତାଳଚେର,୧୧।୧୦ (ମନୋଜ ନନ୍ଦ): ତାଳଚେରରେ କୋଇଲା ପରିବହନ ଓ ଟ୍ରକ୍‌ର ଉଚିତ ଭଡ଼ାକୁ ନେଇ ସ୍ଥାନୀୟ ଉପଜିଲାପାଳ ମନୋଜ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ମଙ୍ଗଳବାର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ,...

କରୋନା ପରେ ମାନସିକ ସମସ୍ୟା ବଢିଛି

ଭଦ୍ରକ/ତିହିଡ଼ି/ବାସୁଦେବପୁର/ ବନ୍ତ/ଚାନ୍ଦବାଲି/ଧାମନଗର,୧୧।୧୦ (ସନାତନ ରାଉତ/ସଞ୍ଜିତ ବଳ/ ନାରାୟଣ ପ୍ରସାଦ ବାରିକ/ହରିନାରାୟଣ ମହାନ୍ତି/ କିଶାନ ପାତ୍ର/ଦେବେନ୍ଦ୍ର ଆନ୍ଦିଆ/ ସନ୍ତୋଷ ମହାପାତ୍ର): ଭଦ୍ରକ ଜିଲାର ୭ ବ୍ଲକ ଅଧୀନ ୨୧୮ ପଞ୍ଚାୟତରେ ୩୩୩୭ ପ୍ରକଳ୍ପ ପାଇଁ ୧୦୯ କୋଟି ଟଙ୍କା ଖର୍ଚ୍ଚ ହେବ।...

ଗଛରେ ବାନ୍ଧି ୨ ଯୁବକଙ୍କୁ ମାଡ଼

ମୋରଡ଼ା,୧୧।୧୦(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ଥାନା ଅଧୀନ ଧଡ଼ାସାହି ପଞ୍ଚାୟତର ସାହାରଯୋଡ଼ି ଗାଁରେ ଛେଳି ଚୋରି ଅଭିଯୋଗରେ ୨ ଯୁବକଙ୍କୁ ଗ୍ରାମବାସୀ ଗଛରେ ବାନ୍ଧି ନିସ୍ତୁକ ମାଡ଼ମାରିବା ଚର୍ଚ୍ଚାର ବିଷୟ ହୋଇଛି। ପୋଲିସ ସେମାନଙ୍କୁ ଉଦ୍ଧାର କରି ଥାନାରେ...

ରଣକ୍ଷେତ୍ର ପାଲଟିଲା ଭଦ୍ରକ ମେଡିକାଲ ପରିସର

ଭଦ୍ରକ,୧୧।୧୦(ସନାତନ ରାଉତ): ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟ ମଙ୍ଗଳବାର ରାତିରେ ରଣକ୍ଷେତ୍ର ପାଲଟଛି। ଛୁରାମାଡ଼ରେ ଦୁଇଜଣ  ଆହତ ହୋଇଛନ୍ତି।  ପୋଲିସକୁ ଆକ୍ରମଣ ପରେ ଲାଠି ଚାର୍ଜ ହୋଇଛି। ଲାଠି ଚାର୍ଜପରେ ପରିସ୍ଥିତି ନିୟନ୍ତ୍ରଣ ହୋଇଥିଲା। ସୂଚନାଯୋଗ୍ୟ,  ରାତିରେ ଜମିଜମା ବିବାଦକୁ...

୩ ମାସରେ ଡ୍ରେନ୍‌ ଫାଟି ଆଁ

ରାଇବଣିଆ, ୧୧।୧୦(ନବୀନ ସାହୁ):ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ଶ୍ରୀରାମପୁର ପଞ୍ଚାୟତ ପେଣ୍ଡରାସାହି ଗ୍ରାମର ୪ ନଂ. ୱାର୍ଡରେ ୩ ମାସ ହେଲା ନିର୍ମାଣ ହୋଇଥିବା ଡ୍ରେନ ଏବେ ଫାଟି ଆଁ କଲାଣି। ଫଳରେ ଲୋକେ ହନ୍ତସନ୍ତ ହେଉଛନ୍ତି। ବର୍ଷାପାଣି ଡ୍ରେନ...

ମୁଖ୍ୟ ଶାସନ ସଚିବଙ୍କୁ ଭେଟିଲେ ବିଧାୟକ

ଧାମନଗର, ୧୧।୧୦ (ଦେବେନ୍ଦ୍ର ଆନ୍ଦିଆ): ରାଜ୍ୟ ରାଜପଥର ମାନ୍ୟତା ପାଇଥିବା ଭଦ୍ରକ-ଆଖଣ୍ଡଳମଣି ରାସ୍ତା ଅବସ୍ଥା ଅତ୍ୟନ୍ତ ଜରାଜୀର୍ଣ୍ଣ। ମରଣଯନ୍ତା ପାଲଟିଥିବା ଏହି ରାସ୍ତାର ଅବସ୍ଥାକୁ ନେଇ ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କୁ ଭେଟିଛନ୍ତି।...

ସ୍ତ୍ରୀଙ୍କ ତଣ୍ଟିଚିପି ରାସ୍ତାକଡ଼ରେ ଫିଙ୍ଗିଦେଲେ

ବାସୁଦେବପୁର, ୧୧।୧୦(ନାରାୟଣ ପ୍ରସାଦ ବାରିକ୍‌): ସ୍ତ୍ରୀଙ୍କ ତଣ୍ଟିଚିପି ହତ୍ୟା କରି ରାସ୍ତାକଡ଼ରେ ଫିଙ୍ଗିଦେଲେ ସ୍ବାମୀ। ଏଭଳି ଏକ ନୃଶଂସ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଖରିଦା ବିନାୟକପୁର ପଞ୍ଚାୟତର ବାଗ୍‌ଦା ବିନାୟକପୁର ଗ୍ରାମରେ। ପରେ ଅଭିଯୁକ୍ତ...

ପଡ଼ିଆରେ ଶୋଇଥିବା ବେଳେ ଚଢ଼ିଗଲା ଟ୍ରକ୍‌

କାମାକ୍ଷାନଗର, ୧୧।୧୦(ସୁଧୀର ପରିଡ଼ା): ଢେଙ୍କାନାଳ ଜିଲା ମହାବିରୋଡ଼ ଥାନା କୁଟୁରିଆ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପଡ଼ିଆରେ ଶୋଇଥିବା ଏକ ଆଦିବାସୀ ମଲ୍ଲାର ପରିବାରର ୨ ସଦସ୍ୟଙ୍କ ଉପରେ ଏକ ଟ୍ରକ୍‌ ଚଢ଼ିଯିବାରୁ ସେମାନଙ୍କ ମୃତ୍ୟୁ...

ବିଏସ୍‌ଏଫ୍‌ ଯବାନଙ୍କ ଦ୍ୱାରା ୫ ଟିଫିନ୍‌ ବୋମା ଜବତ

ମାଲକାନଗିରି, ୧ ୧।୧୦(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ପଡ଼ିଆ ସଦର ବ୍ଲକରେ ଥିବା ୧୪୨ ବାଟାଲିୟନ ବିଏସ୍‌ଏଫ୍‌ ଯବାନଙ୍କ ଦ୍ୱାରା ୫ ଟିଫିନ ବୋମା ଜବତ କରାଯାଇଛି। ପ୍ରକାଶ ଯେ, ମଙ୍ଗଳବାର ସକାଳେ ପଡ଼ିଆସ୍ଥିତ ୧୪୨ ବାଟାଲିୟନ ବିଏସ୍‌ଏଫ୍‌ ଯବାନମାନେ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri