ଆମ ଜିଲା ଖବର

୩ ସ୍କୁଲର ୨୯ କମ୍ପ୍ୟୁଟରରୁ ୧୫ ଅଚଳ

ଯାଜପୁର,୮ା୧୦(ହର୍ଷବର୍ଦ୍ଧନ ବେହେରା)ଶିକ୍ଷାର ଗୁଣାତ୍ମକମାନ ବୃଦ୍ଧି ସହିତ ଛାତ୍ରୀଛାତ୍ରଙ୍କ ବୌଦ୍ଧିକ ବିକାଶ ନିମନ୍ତେ ସମଗ୍ର ଶିକ୍ଷା ଯୋଜନାରେ ସ୍ମାର୍ଟ ହାଇସ୍କୁଲ ନିର୍ମାଣ ହେଉଛି। ଏଥିରେ କମ୍ପ୍ୟୁଟର ଶିକ୍ଷାକୁ ଅଧିକ ପ୍ରାଧାନ୍ୟ ଦିଆଯାଉଛି। କିନ୍ତୁ ବହୁ ସ୍ମାର୍ଟ ସ୍କୁଲରେ ପୁରୁଣା ଭର୍ସନ ଏବଂ...

ପାନୀୟ ଜଳ ପ୍ରକଳ୍ପ ଅଚଳ : ଲୋକେ ହନ୍ତସନ୍ତ

କୁଜଙ୍ଗ,୮।୧୦(ମନୋଜ ପ୍ରଧାନ)ଜଗତ୍‌ସିଂହପୁର ଜିଲାର କୁଜଙ୍ଗ ଏକ ପୁରାତନ ଓ ସର୍ବୃହତ ହାଟ ଓ ବଜାରର ମାନ୍ୟତା ପାଇଛି। ଏଠାରେ ଥିବା ଏକ ପାନୀୟ ଜଳ ପ୍ରକଳ୍ପ ଅଚଳ ହୋଇଯାଇଛି। ଫଳରେ ପଥଚାରୀମାନେ ପାଣି ମୁନ୍ଦେ ପାଇଁ ଡହଳବିକ ହେଉଛନ୍ତି। ପ୍ରଶାସନିକ...

ଆବାସ ଯୋଜନା ଯୋଗ୍ୟ ହିତାଧିକାରୀଙ୍କ ପାଇଁ ସ୍ବପ୍ନ

ଡେରାବିଶ,୮ା୧୦(ବେବର୍ତା ଅଜୟ ଦାସ)ଗ୍ରାମାଞ୍ଚଳରେ ଛପର ଘରେ ରହୁଥିବା ସମସ୍ତ ଗରିବ ହିତାଧିକାରୀଙ୍କୁ ଆବାସ ଯୋଜନାରେ ସାମିଲ କରିବାର ବ୍ୟବସ୍ଥା ହୋଇଛି।ଯୋଗ୍ୟ ହିତାଧିକାରୀଙ୍କୁ ପକ୍କାଗୃହ ମିଳିବ ବୋଲି ସରକାର ଘୋଷଣା କରିଛନ୍ତି। ହେଲେ କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଳକ ଅଞ୍ଚଳରେ ଏହି...

ପ୍ରଚାରରେ ସୀମିତ ପ୍ଲାଷ୍ଟିକ, ପଲିଥିନ ବର୍ଜନ

କେନ୍ଦ୍ରାପଡ଼ା, ୮ା୧୦(ଜଗନ୍ନାଥ ଧଳ)ସିଙ୍ଗଲ ୟୁଜ ପ୍ଲାଷ୍ଟିକ ଓ ପଲିଥିନ ବ୍ୟବହାର ସମ୍ପୂର୍ଣ୍ଣ ବର୍ଜନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ୨୦୧୬ ଗାନ୍ଧୀ ଜୟନ୍ତୀରେ ଆହ୍ବାନ ଦେଇଥିଲେ। ଏହାକୁ ଇତିମଧ୍ୟରେ ୭ ବର୍ଷ ବିତିଛି। ସେହିପରି ବର୍ଜ୍ୟ ବସ୍ତୁ ପରିଚାଳନା...

ମିଳେଇଯାଉଛି ଇଟା, ପିଲରରେ ଦିଶୁଛି ଛଡ଼

ଫୁଲବାଣୀ,୮ା୧୦(ରାକେଶ କୁମାର ରାଉତ)କନ୍ଧମାଳ ଜିଲା ଫୁଲବାଣୀ ଷ୍ଟାଡିୟମ ସମ୍ମୁଖରେ ରହିଛି ରାଜ୍ୟ ପଣ୍ୟାଗାର ନିଗମ (ଓଏସ୍‌ଡବ୍ଲୁୃସି)ର କାର୍ଯ୍ୟାଳୟ। କିଛିଦିନ ହେବ ଏହାର ପାଚେରି ନିର୍ମାଣ କାର୍ଯ୍ୟ ଚାଲିଛି। ହେଲେ କାମ ଏତେ ନିମ୍ନମାନର ହେଉଛି ଯେ ସରକାରଙ୍କର ଲକ୍ଷ ଲକ୍ଷ...

ପୁରୁଣା କାମ ଦେଖାଇ ଏମ୍‌ଜିଏନ୍‌ଆରଇଜିଏସ୍‌ ଅର୍ଥ ହଡ଼ପ

ନୂଆଗାଁ, ୮।୧୦ (ଧନେଶ୍ୱର ସାହୁ)ନୟାଗଡ଼ ଜିଲା ନୂଆଗାଁ ବ୍ଲକରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା(ଏମ୍‌ଜିଏନ୍‌ଆର୍‌ଇଜିଏସ୍‌)ରେ ନାନା ଅନିୟମିତତା ହେଉଥିବା ଅଭିଯୋଗ ହେଉଛି। ଏବେ ପୁରୁଣା କାମକୁ ଦେଖାଇ ଅର୍ଥ ହଡପ କରାଯାଇଥିବା ଅଭିଯୋଗ ସାମ୍ନାକୁ ଆସିଛି।...

ଶହୀଦ ଦିବସରେ କେବଳ ତୋପ ସଲାମି

ନୟାଗଡ଼/ନୂଆଗାଁ, ୮ା୧୦(ଲୋକନାଥ ମିଶ୍ର/ଧନେଶ୍ୱର ସାହୁ) ଭାରତ ସ୍ବାଧୀନତା ସଂଗ୍ରାମର ମହାନ ତୀର୍ଥକ୍ଷେତ୍ର ନୂଆଗାଁ ବ୍ଲକର ଥୁଆବାରୀ ଓ କୁଶବିଡା ମାଟି ହୋଇଯାଇଛି ଅଖୋଜା ଅଲୋଡା। ଦେଶ ସ୍ବାଧୀନତା ହେବାର ୭୬ ବର୍ଷ ପରେ ବି ଏହି ଗାଁ ପାଇ ପାରି...

ଥାନାରେ ଏତଲା ଦେଲା ବୋର୍ଡ, ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି

କଟକ,୮ା୧୦(ସୁପ୍ରିୟା ପ୍ରିୟଦର୍ଶିନୀ)ଦଶମ ଶ୍ରେଣୀ ଷାଣ୍ମାସିକ ପରୀକ୍ଷା ପ୍ରଶ୍ନପତ୍ର ଭାଇରାଲ ହେବା ଘଟଣାରେ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଥାନାରେ ଏତଲା ଦିଆଯାଇଛି। ଏପରି କି ଏହା ଅତି ଦୁର୍ଭାଗ୍ୟର ବିଷୟ ଓ ୟୁଟ୍ୟୁବ ଚ୍ୟାନେଲରେ ଅପଲୋଡ୍‌ କରୁଥିବା ଅଭିଯୁକ୍ତଙ୍କ ବିରୋଧରେ...

ଲୁହରେ ଭିଜିଲା କେନ୍ଦୁଢ଼ିପ

କାମାକ୍ଷାନଗର,୮ା୧୦ (ସୁଧୀର କୁମାର ପରିଡ଼ା) ସିକିମ୍‌ରେ ମଙ୍ଗଳବାର ବାଦଲ ଫଟା ବର୍ଷା ପରେ ବନ୍ୟାରେ ଭାସିଯାଇ ପ୍ରାଣ ହରାଇଥିବା ଓଡ଼ିଆ ଯବାନ ସରୋଜ କୁମାର ଦାସଙ୍କ ଶେଷକୃତ୍ୟ ଶନିବାର ତାଙ୍କ ପୈତୃକ ଗ୍ରାମ ଢେଙ୍କାନାଳ ଜିଲା ଭୁବନ ବ୍ଲକ ତଥା...

କଟକ ସବ୍‌ରେଜିଷ୍ଟ୍ରାରଙ୍କ ନିକଟରେ ଅଭିଯୋଗ କଲେ ସୋମାଲିକା

କଟକ/ଜଗତ୍‌ସିଂହପୁର,୮ା୧୦(କାର୍ତ୍ତିକ ସାହୁ/ପ୍ରମୋଦ କୁମାର ନାୟକ)ତିର୍ତ୍ତୋଲର ବିଜେଡି ବିଧାୟକ ବିଜୟ ଶଙ୍କର ଦାସଙ୍କ ବିବାହ ଆବେଦନକୁ ବିରୋଧ କରିଛନ୍ତି ତାଙ୍କ ପ୍ରେମିକା ସୋମାଲିକା ଦାସ। ସୋମାଲିକା ଶନିବାର କଟକସ୍ଥିତ ସବ୍‌ରେଜିଷ୍ଟ୍ରାର ଅଫିସରେ ବିଜୟ ଶଙ୍କରଙ୍କ ବିବାହ ଆବେଦନ ବିରୋଧରେ ଅଭିଯୋଗ କରିଛନ୍ତି।...

ନିର୍ଯାତନାର ଶିକାର ହୋଇଥିଲେ ୨ ବିବସ୍ତ୍ର ମହିଳା

ସୁନ୍ଦରଗଡ,୮ା୧୦(ଜୟ ନାରାୟଣ ମେଣ୍ଡୁଳି)ସୁନ୍ଦରଗଡ ସହର ଉପକଣ୍ଠ ଇବ୍‌ ନଦୀ ପୋଲ ଉପରେ ଶୁକ୍ରବାର ଉଲଗ୍ନ ହୋଇ ଚାଲି ଚାଲି ଯାଉଥିବା ୨ ଆଦିବାସୀ ମହିଳା ଉଦ୍ଧାର ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ସ୍ଥାନୀୟ ବିଧାୟିକା କୁସୁମ ଟେଟେ ୨...

ଶୀତ ପୂର୍ବରୁ ଚିଲିକାରେ ବିଦେଶୀ ପକ୍ଷୀ

ବାଲୁଗାଁ, ୮।୧୦(ସଂଗ୍ରାମ ପାଇକରାୟ)ଶୀତ ଆସିବା ପୂର୍ବରୁ ନୀଳାମ୍ବୁ ଚିଲିକାକୁ ବିଦେଶୀ ପକ୍ଷୀଙ୍କ ଆଗମନ ହୋଇଛି। ଶନିବାର ସୁଦ୍ଧା ପକ୍ଷୀ ଅଭୟାରଣ୍ୟ ନଳବଣକୁ ୫୦ (ଇୟୁଜିୟନ୍‌ ପ୍ରଜାତିର ୩୦ ଏବଂ ଗଡଓ୍ବାଲ ୨୦) ବିଦେଶୀ ପକ୍ଷୀ ଆସିଥିବା ଡିଏଫ୍‌ଓ ଅମ୍ଳାନ ନାୟକ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri