ଆମ ଜିଲା ଖବର

ହୀରାକୁଦର ୨୪ ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସନ

ସମ୍ବଲପୁର,୨୪।୯(ଶୁଭାଶିଷ ପାଢ଼ୀ): ସମ୍ବଲପୁର ହୀରାକୁଦ ଡ୍ୟାମ୍‌ର ୨୪ ଗେଟ୍‌ ଦେଇ  ବନ୍ୟାଜଳ ନିଷ୍କାସନ ହେଉଛି। ବର୍ତ୍ତମାନ ହୀରାକୁଦର ଉପରମୁଣ୍ଡରେ ବର୍ଷା ଲାଗିରହିଥିବାରୁ ଜଳ ଭଣ୍ଡାରର ଜଳସ୍ତର ବଢିବାରେ ଲାଗିଛି। ଜଳଭଣ୍ଡାରର ଜଳଧାରଣ କ୍ଷମତା ୬୩୦ ଫୁଟ ଥିବବେଳେ ବର୍ତ୍ତମାନ ଏହା...

କନ୍ୟାଶ୍ରମରେ ତୃତୀୟ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର, ପୋଲିସ ବସ୍‌ ପୋଡ଼ିଲେ ଗ୍ରାମବାସୀ

ରାୟଗଡ଼ା/ଟିକିରି,୨୩।୯ (ଆଶିଷ ରଞ୍ଜନ ପଣ୍ଡା/ପ୍ରଫୁଲ୍ଲ କୁମାର ବେହେରା): ରାୟଗଡ଼ା ଜିଲା କାଶୀପୁର ବ୍ଲକ ଡଙ୍ଗାସିଲ ଗ୍ରାମରେ ଥିବା ଏକ କନ୍ୟାଶ୍ରମରେ ଜଣେ ତୃତୀୟ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର ଅଭିଯୋଗରେ ଶନିବାର ପୋଲିସ ଅଭିଯୁକ୍ତ ପିଅନ ଶିବପ୍ରସାଦ ମିଶ୍ରଙ୍କୁ ଗିରଫ କରିଛି।...

ଭାତହାଣ୍ଡି ଓଲଟି ଶିଶୁ ଗୁରୁତର

ଦିଗପହଣ୍ଡି,୨୩।୯(ସଞ୍ଜୀବ କୁମାର ପାତ୍ର) ଦିଗପହଣ୍ଡି ଥାନା ବାସୁଦେବପୁର ପଞ୍ଚାୟତ ଅନ୍ତର୍ଗତ ଖଜୁରୀପଲ୍ଲୀ ଗ୍ରାମରେ ଜଣେ ଶିଶୁ ଉପରେ ଭାତ ହାଣ୍ଡିରୁ ପେଜ ପଡି ଗୁରୁତର ଆହତ ହୋଇଛି। ଘଟଣାସ୍ଥଳରୁ ଶିଶୁକୁ ଉଦ୍ଧାରକରି ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ।...

ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ, ଅଭିଯୁକ୍ତ ଗିରଫ

ବ୍ରହ୍ମପୁର,୨୩ା୯(ସୁବାସ ଚନ୍ଦ୍ର ପାଢ଼ୀ): ଜଣେ ନାବାଳିକାଙ୍କୁ ଅପହରଣ ପରେ ବଳାତ୍କାର ଅଭିଯୋଗରେ ନିମଖଣ୍ଡି ଥାନା ପୋଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଯୁବକ ଜଣକ ହେଲେ ଆସିକା ନୂଆଁଗାଁର ବିକାଶ ବାହାଦୂର (୨୪)। ସେ...

ପୋଖରୀରେ ବୁଡ଼ି ଛାତ୍ର ମୃତ

ମୋରଡା,୨୩।୯(ସ୍ମାରକ ମାଜୀ)-ମୟୂରଭଞ୍ଜ ଜିଲା ମୋରଡ଼ା ଥାନା ଅଞ୍ଚଳରେ ପୋଖରୀରେ ବୁଡ଼ି ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାଲେଶ୍ୱର ଜିଲା ରଙ୍ଗାମାଟିଆ ଗ୍ରାମର ବଳରାମ ସିଂ। ସେ ମୋରଡ଼ା ପଞ୍ଚାୟତ ମାଳିହତାରେ ମାମୁଘରେ ରହୁଥିବା ବେଳେ...

ଅଭିଯୁକ୍ତଙ୍କୁ ଗିରଫ ଦାବିକଲେ ବ୍ଲକ୍‌ କର୍ମଚାରୀ

ହାଟଡ଼ିହୀ,୨୩l୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ରେ କାର୍ଯ୍ୟରତ କର୍ମଚାରୀଙ୍କ ନାମରେ ମିଥ୍ୟା ଅଭିଯୋଗ ପ୍ରସଙ୍ଗରେ କର୍ମଚାରୀମାନେ ଅଭିଯୁକ୍ତଙ୍କୁ ଗିରଫ ଦାବି ହୋଇଛି। ମାମଲାରେ ବିଡିଓ ଥାନାରେ ମାମଲା କରିଥିବା ବେଳେ ଗିରଫରୁ ବର୍ତ୍ତିବା ପାଇଁ ଅଭିଯୁକ୍ତ ହାଇକୋର୍ଟଙ୍କ ଦ୍ୱାରସ୍ଥ...

ରଶି ଲଗାଇ ଆତ୍ମହତ୍ୟା କଲେ ଡାକ୍ତରୀ ପଢ଼ୁଆ ପୁଅ:  କାନ୍ଦବୋବାଳିରେ ଫାଟିପଡ଼ୁଛି ଘର

ପାଟଣା,୨୩।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁରୁସୁଆଁ ଗ୍ରାମର ଡାକ୍ତରୀ ଛାତ୍ର ସଚିନ ସାହୁ  ଶୁକ୍ରବାର  ଅପ୍ରାହ୍ନରେ  ବାରିପଦା ପଣ୍ଡିତ ରଘୁନାଥ ମେଡିକାଲ କଲେଜ ହଷ୍ଟେଲ ଫ୍ୟାନରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଶୁକ୍ରବାର ଅପରାହ୍ନରେ ପିଆର୍‌ଏମ...

 ଭସାଣୀ ବେଳେ ପୋଲିସକୁ ଆକ୍ରମଣ: ୪ ପୋଲିସ ଗୁରୁତର 

ଢେଙ୍କାନାଳ ଅଫିସ, ୨୩।୯ ରତନ ନାୟାର: ଢେଙ୍କାନାଳ ସହର କୋରିଆଁ ଅଞ୍ଚଳରେ ଶୁକ୍ରବାର ରାତିରେ ଗଣେଶ ପୂଜା ଭସାଣୀକୁ କେନ୍ଦ୍ର କରି ଗଣ୍ଡଗୋଳ ଘଟିଛି । ଏଥିରେ ପୋଲିସକୁ  ମରଣାନ୍ତକ ଆକ୍ରମଣ କରାଯାଇଛି। ୪ ପୋଲିସ  ଗୁରୁତର ଅଛନ୍ତି। ସୌଭାଗ୍ୟ...

ରାସ୍ତା କଡରୁ ମିଳିଲା ନବଜାତ ଶିଶୁର ମୃତଦେହ

ସୁବର୍ଣ୍ଣପୁର,୨୩।୯: ଅଲୋଡ଼ା ନବଜାତ ଶିଶୁ। ରାସ୍ତା କଡ଼ରୁ ମିଳିଲା ମୃତଦେହ। ଏଭଳି ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲାରେ। ଶିଶୁଟି ଜନ୍ମ ହେବାର କିଛି ଘଣ୍ଟା ପରେ ତାର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଶନିବାର ସକାଳେ ଶିଶୁଟିରୁ ମୃତଦେହ ସେଲେଡି ଗ୍ରିଡ୍‌...

ଫକୀରମୋହନ ବିଶ୍ୱବିଦ୍ୟାଳୟକୁ ନାକ୍‌ ‘ଏ’ ଗ୍ରେଡ ମାନ୍ୟତା

ବାଲେଶ୍ୱର,୨୩|୯(ମାନସ ବିଶ୍ୱାଳ): ବାଲେଶ୍ୱର ଫକୀରମୋହନ ବିଶ୍ୱବିଦ୍ୟାଳୟକୁ ଜାତୀୟ ମୂଲ୍ୟାୟନ ଓ ଅଧିସ୍ୱୀକୃତି ପରିଷଦ (ନାକ୍‌) ‘ଏ’ ଗ୍ରେଡ ମାନ୍ୟତା ମିଳିଛି। ସିଜିପିଏରେ ଫକୀରମୋହନ ଓଡ଼ିଶାର ଅନ୍ୟ ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟକୁ ପଛରେ ପକାଇଛି। ଫକୀରମୋହନ ବିଶ୍ୱବିଦ୍ୟାଳୟକୁ ୩.୧୮ ସିଜିପିଏ ମିଳିଥିବା...

ବୌଦ୍ଧ ଜିଲାରେ ବଢୁଛି ବେଆଇନ ମଦ କାରବାର

ବୌଦ୍ଧ,୨୩ା୯(ଅଜିତ କୁମାର ବାରିକ): ବୌଦ୍ଧ ଜିଲାରେ ବେଆଇନ ମଦ କାରବାର ଦିନକୁ ଦିନ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି। ଜିଲାରେ ବର୍ତ୍ତମାନ ୧୪ ଗୋଟି ବିଦେଶୀ ମଦ ଦୋକାନ ଚାଲୁଥିବା ବେଳେ ୨୯ ଗୋଟି ଦେଶୀମଦ ଭାଟି ଚାଲୁଛି। ଏତେ...

ପିଡିଏସ୍‌ ଚାଉଳ କିଣି ନେଉଛନ୍ତି ବେପାରୀ

ଲୋଇସିଂହା,୨୩ା୯(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଅନ୍ତର୍ଗତ ବାଦିବାହାଲ ଗ୍ରାମକୁ ବାହାର ଅଞ୍ଚଳର ଜଣେ ବେପାରୀ ଆସି ଘରଘର ବୁଲି ପିଡିଏସ୍‌ ଚାଉଳ କିଣି ନେଉଛନ୍ତି। ଯେଉଁମାନଙ୍କ ନିଜ ଖର୍ଚ୍ଚ ବାଦ ଚାଉଳ ବଳକା ରହୁଛି ସେମାନେ ବେପାରୀଙ୍କୁ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri