ଆମ ଜିଲା ଖବର

ବିଞ୍ଝାରପୁରରେ ବରୀ ଗୋଟି ଖେଳିପାରେ ବିଜେଡି

ଯାଜପୁର,୨୩ା୯(ହର୍ଷବର୍ଦ୍ଧନ ବେହେରା): ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ ବାଚସ୍ପତି ଭାବେ ମନୋନୀତ ହେବା ପରେ ଯାଜପୁର ଜିଲା ବିଞ୍ଝାରପୁର ବିଧାନସଭା ନିର୍ବାଚନମଣ୍ଡଳୀକୁ ନେଇ ଚର୍ଚ୍ଚା ଜୋର ଧରିଛି। ପ୍ରମିଳା ୬ଥର ଏହି ଆସନରୁ ବିଜୟୀ ହୋଇଛନ୍ତି।...

ଏଟିଏମ୍‌ କାଟି ୨୩.୩୯ ଲକ୍ଷ ନେଇଗଲେ

ଜଟଣୀ,୨୩ା୯(ରବୀନ୍ଦ୍ର ନାଥ ମହାକୁଡ଼): ଜଟଣୀ ଥାନା ଅଧୀନ ଗଜପତିନଗର ରେତଙ୍ଗ କଲୋନୀ ବଜାରରେ ଥିବା ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି)ର ଏଟିଏମ୍‌ କାଟି ଦୁର୍ବୃତ୍ତମାନେ ୨୩ ଲକ୍ଷ ୩୯ ହଜାର ଟଙ୍କା ଲୁଟି ନେଇଥିବା ଶୁକ୍ରବାର ଅଭିଯୋଗ ହୋଇଛି। ଏଫ୍‌ଏସ୍‌ଏସ୍‌ ପିଏନ୍‌ବି...

ବିର୍ଲା ଟାୟାର୍ସ ଖୋଲିବା ନେଇ ଆଶା ସଞ୍ଚାର

ବାଲେଶ୍ୱର,୨୩।୯(ମାନସ ବିଶ୍ୱାଳ): ଦୀର୍ଘ ଦିନ ହେବ ବନ୍ଦ ପଡ଼ିଥିବା ବାଲେଶ୍ୱର ଜିଲାର ବୃହତ୍‌ ଶିଳ୍ପ ବିର୍ଲା ଟାୟାର୍ସ ଚାଲୁହେବା ନେଇ ଆଶା ସଞ୍ଚାର ହୋଇଛି। ଆସନ୍ତା ଅକ୍ଟୋବର ୪ ତାରିଖରେ ନ୍ୟାଶନାଲ କମ୍ପାନୀ ଲ’ ଟ୍ରିବ୍ୟୁନାଲ (ଏନ୍‌ସିଏଲ୍‌ଟି) କୋଲକାତା ଶାଖାରେ...

ଚିତ୍ରଶିଳ୍ପୀ ପଦ୍ମନାଭଙ୍କ ପରଲୋକ

ସମ୍ବଲପୁର,୨୩ା୯(ବି.ଶଙ୍କର): ସାରଳା ପୁରସ୍କାରପ୍ରାପ୍ତ ବିଶିଷ୍ଟ ଚିତ୍ରଶିଳ୍ପୀ ପଦ୍ମନାଭ ମିଶ୍ରଙ୍କ ଭୁବନେଶ୍ୱରସ୍ଥିତ ଏକ ଘରୋଇ ଚିକିତ୍ସାଳୟରେ ଶୁକ୍ରବାର ସକାଳେ ପରଲୋକ ହୋଇଛି। ତାଙ୍କୁ ୮୩ ବର୍ଷ ହୋଇଥିଲା। ପୁରୀ ସ୍ବର୍ଗଦ୍ୱାରରେ ତାଙ୍କର ଅନ୍ତ୍ୟେଷ୍ଟି କ୍ରିୟା ସମ୍ପନ୍ନ ହୋଇଛି। ପୁତ୍ର ସିଦ୍ଧାର୍ଥ ମୁଖାଗ୍ନି...

ପାଇପ ଲାଇନ ବିଛା ଯୋଗୁ ରାସ୍ତା କାଦୁଅ

ନାଉଗାଁ ,୨୩ା୯ (ସୁଧା ବେହୁରା): ସରକାରଙ୍କ ବସୁଧା ଯୋଜନାରେ ନାଉଗାଁ ବ୍ଲକରେ ପ୍ରକଳ୍ପ ନିର୍ମାଣଠାରୁ ଆରମ୍ଭ କରି ପାଇପ ବିଛା କାର୍ଯ୍ୟ ଜାରି ରହିଛି। ପ୍ରତ୍ୟେକ ଗୃହକୁ ପାନୀୟ ଜଳ ଯୋଗାଇବା ପାଇଁ ପାଇପ ଲାଇନ ସଂଯୋଗ କରାଯାଉଛି। ଏହି...

ଅନୁଭବ-ବର୍ଷା ମାମଲାର ପୂର୍ଣ୍ଣଚ୍ଛେଦ

କଟକ,୨୩ା୯ (କାର୍ତ୍ତିକ ସାହୁ): କଟକ ପରିବାର ଅଦାଲତରେ ଚାଲିଥିବା ଅଭିନେତା ତଥା ଏମ୍‌ପି ଅନୁଭବ ମହାନ୍ତି ଏବଂ ତାଙ୍କ ସ୍ତ୍ରୀ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ମାମଲାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଅନୁଭବଙ୍କ ପକ୍ଷରୁ ରୁଜୁ ହୋଇଥିବା ବର୍ଷାଙ୍କଠାରୁ ଛାଡ଼ପତ୍ର ଏବଂ ବର୍ଷାଙ୍କ...

ଗହୀରମଥାରେ ସମୁଦ୍ର ଗିଳୁଛି ଝାଉଁ ଜଙ୍ଗଲ

ମହାକାଳପଡ଼ା,୨୩ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ବିସ୍ତୀର୍ଣ୍ଣ ବାଲୁକାଶଯ୍ୟା ଅଲିଭ ରିଡ୍‌ଲେ କଇଁଛମାନଙ୍କ ଅନ୍ତୁଡ଼ିଶାଳ ପାଇଁ ବିଶ୍ୱ ପ୍ରସିଦ୍ଧ ଭାବେ ପରିଚିତ। ମହାନଦୀଠାରୁ ଧାମରା ମୁହାଣ ପର୍ଯ୍ୟନ୍ତ ୧୪୨୦ ବର୍ଗ କିଲୋମିଟର ପରିଧି...

ବିଦ୍ୟାଳୟ ରାସ୍ତାରେ ବାଡ଼, ପିଲାଙ୍କ ପାଠପଢ଼ା ବାଧାପ୍ରାପ୍ତ

ବାଲିକୁଦା,୨୩ା୯ (ତାପସ ସ୍ବାଇଁ): ବାଲିକୁଦା ବ୍ଲକ ଶିକ୍ଷା ଅଧୀନରେ ଥିବା ଅନନ୍ତପୁର ପଞ୍ଚାୟତ କେଉପଡ଼ା ଗ୍ରାମରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟକୁ ଯାତାୟାତ କରିବା କଷ୍ଠକର ହେଉଛି। ମୁଖ୍ୟ ରାସ୍ତାକୁ ସେହି ଗ୍ରାମର ଦେବେନ୍ଦ୍ର ସେଠୀ ଓ ଟୁକୁନା ସେଠୀ...

ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, ସ୍ବାମୀ ଅଟକ

ବ୍ରହ୍ମପୁର,୨୨ା୯(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ଗୌତମୀ ଗାଁର ବିଜୟ ବିଷୋୟୀଙ୍କ ସ୍ତ୍ରୀ ଟିକିନା ପ୍ରଧାନ(୨୪)ଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ଝିଅକୁ ବିଷ ପିଆଇ ହତ୍ୟା କରାଯାଇଥିବା ନେଇ ଟିକିନାଙ୍କ ମା’ ଉର୍ମିଳା ପ୍ରଧାନ ଥାନାରେ ଅଭିଯୋଗ...

ଗିରଫ ଟ୍ୟୁଶନ ଶିକ୍ଷକ ଜେଲ ଗଲେ

ବ୍ରହ୍ମପୁର,୨୨ା୯(ସୁବାସ ଚନ୍ଦ୍ର ପାଢ଼ୀ)-ଜନୈକା କଲେଜ ଛାତ୍ରୀଙ୍କୁ ଅପହରଣ ଓ ବଳତ୍କାର ଘଟଣାରେ ବଡବଜାର ଥାନା ପୋଲିସ ଜଣେ ଟ୍ୟୁଶନ ଶିକ୍ଷକଙ୍କୁ ଗିରଫ କରିଛି। ସେ ହେଲେ ପୁରୁଷୋତ୍ତମପୁର ଥାନା ଅଞ୍ଚଳର ଗୁରୁ କୁମାର ଗୌଡ(୨୩)। ଗତ ୨୦ତାରିଖ ସନ୍ଧ୍ୟାରେ ପୋଲିସ...

ନିର୍ବାହୀ ଯନ୍ତ୍ରୀଙ୍କ ଘରୁ ୩୦ ଭରି ଗହଣା ଲୁଟ୍‌

ବ୍ରହ୍ମପୁର,୨୨ା୯(ସୁବାସ ଚନ୍ଦ୍ର ପାଢ଼ୀ)-ସହର ଓ ସହରତଳି ଅଞ୍ଚଳରେ ଲୁଟିଆଙ୍କ ଦୌରାତ୍ମ୍ୟ ବଢ଼ିବାରେ ଲାଗିଛି। ସେମାନେ ପୋଲିସ ପାଟ୍ରୋଲିଂକୁ ଚାଲେଞ୍ଜ କରି ତାଲାବନ୍ଦ ଘରକୁ ଟାର୍ଗେଟ କରୁଛନ୍ତି। ଏହିକ୍ରମରେ ଜଣେ ଜନସ୍ବାସ୍ଥ୍ୟ ବିଭାଗର ନିର୍ବାହୀ ଯନ୍ତ୍ରୀ କାଳି ଚରଣ ପଣ୍ଡାଙ୍କ ଘରେ...

ରାଇସ ମିଲ୍‌ରେ ଆୟକର ଚଢ଼ାଉ

କେନ୍ଦୁଝର,୨୨ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ଅନ୍ତର୍ଗତ ହୁଣ୍ଡୁଳାସ୍ଥିତ ରାଇସ ମିଲ୍‌ରେ ଗୁରୁବାର ଆୟକର ବିଭାଗ ଚଢ଼ାଉ କରିଛିି। ଆୟକର ଫାଙ୍କି ଅଭିଯୋଗରେ ଏହି ଚଢ଼ାଉ ହୋଇଥିବା ଜଣାପଡ଼ିଛି। ତେବେ ଆୟକର ବିଭାଗ କ’ଣ ତଥ୍ୟ ପାଇଛନ୍ତି ସ୍ପଷ୍ଟ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri