ଆମ ଜିଲା ଖବର

ଗହଣା ଦୋକାନରେ ଜିଏସ୍‌ଟି ଚଢ଼ାଉ

ଉଦଳା,୨୨ା୯(ସନ୍ତୋଷ କୁମାର ବାଚ୍ଛିନୀ): ଟିକସ ଫାଙ୍କି ଅଭିଯୋଗରେ ଉଦଳା ମହେନ୍ଦ୍ର ଜୁଏଲର୍ସରେ ସିଟି ଓ ଜିଏସ୍‌ଟି ବିଭାଗ ପକ୍ଷରୁ ଶୁକ୍ରବାର ଚଢ଼ାଉ କରାଯାଇଛି। ଉଭୟ ବିଭାଗ ମଧ୍ୟାହ୍ନରେ ଜୁଏଲର୍ସରେ ଥିବା ବିଭିନ୍ନ ସୁନାଗହଣାର ଆକଳନ କରିିବା ସହିତ ଦସ୍ତାବିଜ ଯାଞ୍ଚ...

ନାବାଳିକା ଅପହରଣ, ବଳାତ୍କାର ମାମଲାରେ ଜଣେ ଗିରଫ

ଜୟପୁର, ୨୨।୯(ପବନ ପାଣିଗ୍ରାହୀ): ନାବାଳିକାକୁ ଅପହରଣ ଓ ବଳାତ୍କାର ମାମଲାରେ ଜଣେ ଅଭିଯୁକ୍ତଙ୍କୁ ଜୟପୁର ଟାଉନ ପୋଲିସ ଗିରଫ କରିଛି। ସେ ହେଲେ ଅଭିଯୁକ୍ତ ଢେପଗୁଡ଼ାର ସୁମିତ ବାଘ (୨୨)। ପୋଲିସ ସୂଚନାନୁଯାଇ ଜଣେ ନାବାଳିକା ନିଖୋଜ ଥିବା ନେଇ...

କେନାଲରୁ ମିଳିଲା କ୍ଷତାକ୍ତ ମୃତଦେହ

ହିଞ୍ଜିଳିକାଟୁ,୨୨ା୯(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ମୋହନାପଲ୍ଲୀ ଗ୍ରାମ ନିକଟ ୧୦ ନମ୍ବର କେନାଲରୁ ଶୁକ୍ରବାର ଜଣେ ବ୍ୟକ୍ତିଙ୍କ ମୃତଦେହକୁ ହିଞ୍ଜିଳି ପୋଲିସ ଜବତ କରିଛି। ମୃତକ ହେଲେ ହିଞ୍ଜିଳି ଥାନା ଦୁର୍ବନ୍ଧ ଗ୍ରାମ ବେଲପଡ଼ା ସାହିର କୃଷ୍ଣ...

ପୁଣି ଖଟିଆରେ ବୁହାହେଲେ ଗର୍ଭବତୀ

ତେଲକୋଇ,୨୨ା୯(ରଞ୍ଜିତ ବିଶ୍ୱାଳ): ଗାଁକୁ ରାସ୍ତା ନ ଥିବାରୁ ପହଞ୍ଚତ୍ପାରିଲାନି ଆମ୍ବୁଲାନ୍ସ। ଫଳରେ ଖଟିଆରେ ବୁହାହୋଇ ୧ କିଲୋମିଟର ଗଲେ ଗର୍ଭବତୀ। ଏଭଳି ଘଟଣା ସାମ୍ନାକୁ ଆସିଛି କେନ୍ଦୁଝର ଜିଲା ତେଲକୋଇ ବ୍ଲକ୍‌ ଅନ୍ତର୍ଗତ ଉପାନ୍ତ ଅଞ୍ଚଳ ତାଳପଦା ପଞ୍ଚାୟତ ଅଧୀନ...

ମା’ ଆଖି ସାମ୍ନାରେ ଚାଲିଗଲା ଶିଶୁକନ୍ୟାଙ୍କ ଜୀବନ

ପଟାଙ୍ଗି,୨୨ା୯(ଶରତ ଧଳ): ମା’ ସହ ଚାଷଜମିକୁ ଯାଉଥିବା ସମୟରେ ଗୋଡ଼ ଖସି ଏକ ଗାତରେ ପଡ଼ି ଶିଶୁକନ୍ୟାଙ୍କ ମୃତ୍ୟୁ ହୋଇଥିବା ବେଳେ ଝିଅକୁ ହରାଇ ପରିବାରବର୍ଗ ଭାଙ୍ଗି ପଡିଥିବା ଦୃଶ୍ୟ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି। ଏହିପରି ଅଭାବନୀୟ...

ପୁଣି ଜିଲା ବିଜେଡି ମଙ୍ଗ ସମ୍ଭାଳି ପାରନ୍ତି ରୋହିତ

ସମ୍ବଲପୁର,୨୨ା୯ (ଶୁଭାଶିଷ ପାଢୀ): ସମ୍ବଲପୁର ଜିଲା ବିଜେଡି ସଙ୍ଗଠନରେ ପରିବର୍ତ୍ତନ ହେବା ନେଇ ପ୍ରାୟ ୫ ମାସ ହେବ ଆଲୋଚନା ହେଉଛି। ଏପରିକି ଜିଲା ଓ ରାଜ୍ୟସ୍ତରର ନେତାଙ୍କ ମଧ୍ୟରେ ବାରମ୍ବାର ବୈଠକ ହେଉଛି। ହେଲେ ନିଷ୍କର୍ସ ବାହାରି ପାରୁ...

ପାଣି ପାଇଁ ଡହଳବିକଳ ଗ୍ରାମବାସୀ

ବିଶ୍ରା,୨୨ା୯( ବଟକୃଷ୍ଣ ସ୍ବାଇଁ): ସୁନ୍ଦରଗଡ଼ ଜିଲା ସୀମାନ୍ତ ବିଶ୍ରା ବ୍ଲକ ଦରେଇକେଲା ପଞ୍ଚାୟତ ଯୋଡ଼ବନ୍ଧ କଚାଟୋଲି ଗ୍ରାମବାସୀ ପାଣି ପାଇଁ ଡହଳ ବିକଳ ହେଉଛନ୍ତି। ଏକ ବର୍ଷଧରି ସୋଲାର ପ୍ୟାନେଲ ଅଚଳ ହୋଇପଡିବା ସହ ନଳକୂପ ମରାମତି ଅଭାବରୁ ସେଗୁଡିକରୁ...

ସଚେତନତା ଅଭାବରୁ ସରକାରୀ ଯୋଜନାର ଲାଭ ପାଉନାହାନ୍ତି ଚାଷୀ

ରାୟଗଡ଼ା,୨୨।୯(ଭାଗ୍ୟଶ୍ରୀ ମିଶ୍ର): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାଷୀଙ୍କୁ କାଳିଆ ଯୋଜନା ସହାୟତା ଦେଇ ଭେଟି ଦେଇଛନ୍ତି। ଓଡ଼ିଶା ଦିବସରେ ଗୋଟିଏ କିସ୍ତି ଦିଆଯାଇଥିବାବେଳେ ବୁଧବାର ଏହାର ଦ୍ୱିତୀୟ କିସ୍ତି ଡିବିଟି ମାଧ୍ୟମରେ ପ୍ରତ୍ୟେକ...

ରାୟଗଡ଼ାରେ ବଢ଼ୁଛି ଲୁଟ୍‌, ଚୋରି: ପୋଲିସ ନିଷ୍କ୍ରିୟ

ରାୟଗଡ଼ା,୨୨ା୯(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଦିନକୁ ଦିନ ଚୋରି ଘଟଣା ବୃଦ୍ଧି ପାଇବାରେ ଲାଗିଛି। ଲୁଟେରାମାନେ ସୁଯୋଗ ଉଣ୍ଡି ବସିଛନ୍ତି। ବ୍ୟାଙ୍କରୁ କିଏ ଟଙ୍କା ଉଠାଇ ନେବା ବେଳେ ତାଙ୍କୁ ପିଛା କରିବା ସହ ନିଛାଟିଆ ସ୍ଥାନ ଦେଖି...

ସଙ୍କଟରେ ବିରଳ ବହୁରୂପୀ ଏଣ୍ଡୁଅ

କାମାକ୍ଷାନଗର,୨୨।୯(ଅମଜାଦ୍‌ ଖାନ): ପୂର୍ବ ଆଫ୍ରିକାର ମାଡାଗାସ୍କର ଘଞ୍ଚ ଜଙ୍ଗଲରେ ବହୁଳ ଭାବେ ଦେଖାଯାଉଥିବା ବିରଳ ପାନ୍ଥର କ୍ୟାମେଲିଅନ (ବହୁରୂପୀ ଏଣ୍ଡୁଅ) ବର୍ତ୍ତମାନ ଢେଙ୍କାନାଳ ଜିଲା କାମାକ୍ଷାନଗର ବିଜା ଜଙ୍ଗଲରେ ଦେଖିବାକୁ ମିଳିଛି। ଭାରତରେ ଏହାକୁ କ୍ୟାମେଲିଅନ ଲିଜାର୍ଡ ଏବଂ ହିନ୍ଦୀରେ...

୪୮ବର୍ଷର ସ୍ମୃତି ବଖାଣୁଛି ବନ୍ୟା ଆଶ୍ରୟସ୍ଥଳୀ

ବାରିପଦା,୨୨ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ବୁଢ଼ାବଳଙ୍ଗ ନଦୀର ବନ୍ୟା ଦାଉରୁ ରକ୍ଷା ପାଇବା ପାଇଁ ମାଟିରେ ନିର୍ମାଣ ହୋଇଛି ବନ୍ୟା ଆଶ୍ରୟସ୍ଥଳୀ। ମଣିଷଠାରୁ ଆରମ୍ଭ କରି ଗୃହପାଳିତ ପଶୁପକ୍ଷୀ ଏଠାରେ ଆଶ୍ରୟ ନେଇଥାନ୍ତି। କାଳକ୍ରମେ ଏହି ଆଶ୍ରୟସ୍ଥଳୀ ଏବେ ପରିତ୍ୟକ୍ତ ଅବସ୍ଥାରେ...

ଲାଗିଲା ରେଡ୍‌ ଲାଇଟ୍‌ ସିଗ୍‌ନାଲ

ଢେଙ୍କାନାଳ,୨୨ା୯(ରତନ ନାୟାର):ଢେଙ୍କାନାଳ ଜିଲାର ବିଭିନ୍ନ ରାସ୍ତା ପାର୍‌ ହୋଇ ହାତୀ ଗୋଟିଏ ଜଙ୍ଗଲରୁ ଅନ୍ୟ ଜଙ୍ଗଲକୁ ଯାଉଛନ୍ତି। ଏପରି କି ୫୫ନଂ. ଜାତୀୟ ରାଜପଥ ଉପରେ ମଧ୍ୟ ଅନେକ ସମୟରେ ହାତୀ ଠିଆ ହୋଇ ରହୁଥିବାରୁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri