ଆମ ଜିଲା ଖବର

କମାଲ ଦେଖାଇଲେ କଳାହାଣ୍ଡି କଳାକାର

ଭବାନୀପାଟଣା,୧୭।୯(ଉତ୍ତମ କୁମାର ଦାଶ)ରାଜ୍ୟ ବାହାରେ କଳାହାଣ୍ଡିର କଳାକାରମାନଙ୍କ କମାଲ ଦେଖିବାକୁ ମିଳିଛି। ମହାରାଷ୍ଟ୍ରର ନାଗପୁରଠାରେ ସଂସ୍କାର ଭାରତୀ ପକ୍ଷରୁ ‘କ୍ରାନ୍ତିଗାଥା’ ଶୀର୍ଷକରେ ଅଖିଳ ଭାରତୀୟ ବହୁଭାଷୀ ନାଟ୍ୟ ମହୋତ୍ସବରେ କଳାହାଣ୍ଡିର ନାଟକ ‘ରିନ୍ଦୋ-୧୮୫୫’ ମଞ୍ଚସ୍ଥ ହୋଇଯାଇଛି। ଓଡ଼ିଶାରୁ ମନୋନୀତ ଏକମାତ୍ର...

ଶେଷ କିଷାନ ପାଇବେ ଭାରତ ଗୌରବ ସମ୍ମାନ

କଟକ,୧୭।୯: ଦୀର୍ଘ ୨୩ବର୍ଷ ଧରି ନିରନ୍ତର ଭାବେ ଦେଶ ବିଦେଶରେ ସୁନାମ ଅର୍ଜନ କରିଥିବା ଭାରତ ମସଲା କମ୍ପାନୀ ଆସନ୍ତା ଗଣେଶ ପୂଜାରେ ୨୪ତମ ପ୍ରତିଷ୍ଠା ଦିବସ ପାଳନ କରିବ। ପୂଜ୍ୟପୂଜା ପରମ୍ପରାକୁ ବଜାୟ ରଖି ଓଡ଼ିଶାର ନାମକୁ ବିଭିନ୍ନ...

୫୦ ହଜାର ରୁଦ୍ରାକ୍ଷରେ ଗଜାନନ

ବାରିପଦା,୧୭ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ)ମୟୂରଭଞ୍ଜ ଜିଲା ବାରିପଦା ସହରର ତୁଳସୀଚଉରାରେ ଫ୍ରେଣ୍ଡସ ୟୁନିୟନ କ୍ଲବ୍‌ର ସଦସ୍ୟମାନେ ଚଳିତ ବର୍ଷ ଗଣେଶ ପୂଜା ଧୁମଧାମରେ ପାଳନ କରୁଛନ୍ତି। ଚଳିତବର୍ଷ ୧୫ ଫୁଟର ଗଜାନନ ମୃଣ୍ମୟ ମୂର୍ତ୍ତି ହେଉଥିବା ବେଳେ ଏଥିରେ ୫୦ହଜାର ରୁଦ୍ରାକ୍ଷ...

୧୮୨୮ ସ୍କୁଲରୁ ୩୭୯ରେ ଦିଆଯାଉଛି ମଧ୍ୟାହ୍ନଭୋଜନ

ରାୟଗଡ଼ା,୧୭।୯ (ଆଶିଷ ରଞ୍ଜନ ପଣ୍ଡା) ୩ ଦଫା ଦାବି ପୂରଣ ପାଇଁ ଆନ୍ଦୋଳନ କରୁଛନ୍ତି ସାରା ରାଜ୍ୟର ଶିକ୍ଷୟିତ୍ରୀ ଶିକ୍ଷକମାନେ। ଫଳରେ ସ୍କୁଲଗୁଡ଼ିକରେ ମଧ୍ୟାହ୍ନଭୋଜନ ପ୍ରଦାନରେ ବ୍ୟାଘାତ ସୃଷ୍ଟି ହୋଇଛି। ମିଳିଥିବା ସୂଚନା ଅନୁସାରେ ଜିଲାରେ ଥିବା ୧୮୨୮ ସ୍କୁଲ...

ମିଳୁନି ସ୍ଲଟ୍‌, ଡାଏଲିସିସ୍‌ ପାଇଁ କିଡ୍‌ନୀ ରୋଗୀ ହଇରାଣ

ରାୟଗଡ଼ା,୧୭।୯ (ଭାଗ୍ୟଶ୍ରୀ ମିଶ୍ର )ରାୟଗଡ଼ା ଭଳି ଆଦିବାସୀ ଅଧ୍ୟୁଷିତ ଜିଲାରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଜିଲାର ବିଭିନ୍ନ ବ୍ଲକ୍‌ରେ କିଡ୍‌ନୀ ରୋଗରେ ଆକ୍ରାନ୍ତ ଲୋକେ ଡାଏଲିସିସ୍‌ ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆସୁଥିବାବେଳେ ଏଠାରେ ଉଚିତ ସ୍ବାସ୍ଥ୍ୟସେବା ନ ପାଇ...

ଥାଇ ନ ଥିବା ପରି ରାସ୍ତା, ସମସ୍ୟା ଭୋଗୁଛନ୍ତି ଛାତ୍ରୀଛାତ୍ର

ସୁନାବେଡ଼ା/ସେମିଳିଗୁଡ଼ା, ୧୭ା୯ (କୃତ୍ତିବାସ ପ୍ରଧାନ/ବାସୁଦେବ ବରାଡ) ଭବିଷ୍ୟତର ପ୍ରଶାସନିକ ଅଧିକାରୀ ସୃଷ୍ଟି ଉଦ୍ଦେଶ୍ୟରେ ସେମିଳିଗୁଡ଼ାଠାରେ କିଛିଦିନ ପୂର୍ବରୁ ପ୍ରତିଷ୍ଠା ହୋଇଛି ଶହୀଦ ଲକ୍ଷ୍ମଣ ନାୟକ ପ୍ରତିଯୋଗିତାମୂଳକ ପରୀକ୍ଷା କେନ୍ଦ୍ର। କୋରାପୁଟ ଜିଲାର ଆଦିବାସୀ ଯୁବତୀଯୁବକମାନେ ଏଠାରେ ତାଲିମ ନେଇ କେନ୍ଦ୍ର...

ପିଇଓଙ୍କ କ୍ୱାର୍ଟର୍ସ ପାଲଟିଛି କ୍ୱାକ୍‌ଙ୍କ ଅସ୍ଥାୟୀ କ୍ଲିନିକ୍‌

ଏମ୍‌ଭି ୭୯, ୧୭ା୯(ଭିକି ବାରିକ)ମାଲକାନଗିରି ଜିଲା ପଡ଼ିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ତାଣ୍ଡବାଈ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଥିବା ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ବାସଗୃହରେ ଜଣେ କ୍ବାକ୍‌ ସ୍ଥାନୀୟ ଅଞ୍ଚଳର ଲୋକଙ୍କୁ ସ୍ବାସ୍ଥ୍ୟସେବା ଯୋଗାଉଥିବା ଦେଖିବାକୁ ମିଳିଛି। ଏହି କୋଠା ବାହାରେ...

ବିବାହ ସରକାରୀ ସହାୟତାରୁ ବଞ୍ଚିତ ହିତାଧିକାରୀ

ଖଜୁରୀପଡ଼ା,୧୭ା୯(ବିଦୁର ବେହେରା)ଖଜୁରିପଡ଼ା ବ୍ଲକ ପ୍ରଶାସନର ଭୁଲ ପାଇଁ ଜଣେ ନବ ବିବାହିତ ପରିବାର ସରକାରଙ୍କ ଶ୍ରମିକ କଲ୍ୟାଣ ବୋର୍ଡରୁ ବିବାହ ସହାୟତା ପାଇବାରୁ ବଞ୍ଚିତ ହୋଇଥିବା ଅରପାଜୁ ଗ୍ରାମପଞ୍ଚାୟତ ସରାଚୂଡ଼ ଗ୍ରାମର ସୁଶାନ୍ତ ବେହେରା ଅଭିଯୋଗ କରିଛନ୍ତି। ଅଭିଯୋଗ ପ୍ରକାରେ,...

ଏଗ୍ରିମେଣ୍ଟ ବାତିଲ୍‌ ପାଇଁ ଜିଲାପାଳଙ୍କ ନିର୍ଦ୍ଦେଶ

ନୟାଗଡ,୧୭।୯(ଲୋକନାଥ ମିଶ୍ର): ଧାଡିରେ ଧାନବୁଣା ପାଇଁ କୃଷି ଅନୁଦାନ ଲୁଟିବାର କସରତ ପଣ୍ଡ ହୋଇଛି । ଧାଡ଼ିରେ ଧାନବୁଣା ପାଇଁ ୩ ବର୍ଷ ପର୍ଯ୍ୟନ୍ତ ଏନ୍‌ଜିଓଙ୍କ ସହ ହୋଇଥିବା ଏଗ୍ରିମେଣ୍ଟକୁ ବାତିଲ୍‌ କରିବାକୁ ଶନିବାର ସୃଜନ ସଭାକକ୍ଷରେ ଅନୁଷ୍ଠିତ ଜିଲା...

ସରକାରୀ ବିରି ବିହନରେ ଧରୁନି ଫୁଲ

ପାଟଣା,୧୭ା୯(ବୀରକିଶୋର ଦାଶ)କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟରୁ ଚାଷୀ ଖରିଫ ଋତୁରେ ବିନା ମୂଲ୍ୟରେ ବିରି ବିହନ ଆଣି ଚାଷ କରିଥିଲେ। ଠିକ୍‌ ପ୍ରଣାଳୀରେ ଚାଷ କରିବା ସହ ସାର ପ୍ରୟୋଗ ଦ୍ୱାରା ଗଛ ହୃଷ୍ଟପୁଷ୍ଟ ହୋଇଛି।...

ଜିଲା ଶିକ୍ଷା ବିଭାଗରେ ମନମାନି, ଶିକ୍ଷାଦାନ ହୋଇପାରୁନି

ପଟ୍ଟାମୁଣ୍ଡାଇ,୧୭ା୯(କଳ୍ପତରୁ ନାୟକ)ପଟ୍ଟାମୁଣ୍ଡାଇ ବ୍ଲକରେ ଗୁଣାତ୍ମକ ଶିକ୍ଷାର ପ୍ରସାର ପାଇଁ ରାଜ୍ୟ ସରକାର ଚନ୍ଦନନଗର ପଞ୍ଚାୟତ ବନ୍ତୋପାଟଣାଠାରେ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା କରାଯାଇଛି। ପ୍ରାୟ ୧୧ କୋଟି ୭୫ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଆଦର୍ଶ ବିଦ୍ୟାଳୟ ଗୃହ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ...

ପ୍ରଧାନମନ୍ତ୍ରୀ କିଷାନ ସହାୟତାରୁ ବଞ୍ଚିତ ହେବେ ଚାଷୀ

ରସୁଲପୁର,୧୭ା୯(ରଞ୍ଜିତ ରାଉତ) ରସୁଲପୁର ବ୍ଲକ ଅଧୀନ ୨୮ ପଞ୍ଚାୟତରେ ୬ହଜାରରୁ ଊର୍ଦ୍ଧ୍ୱ ଚାଷୀଙ୍କ ଇ-କେୱାଇସି(ଅନ୍‌ଲାଇନରେ-ନୋ ୟୋର କଷ୍ଟମର) ଯାଞ୍ଚ ହୋଇନାହିଁ। ଉକ୍ତ ଚାଷୀମାନେ ତୁରନ୍ତ ଜନସେବା କେନ୍ଦ୍ର ଓ ମୋ ସେବାକେନ୍ଦ୍ରକୁ ଯାଇ ଇ-କେୱାଇସିକୁ ଯାଞ୍ଚ କରାଇ ନେବାକୁ ବ୍ଲକ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri